Odisha Elections 2024

୩ ଥାନା ଅଞ୍ଚଳରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ଅନୁଗୋଳ ଅଫିସ, ୩ା୩: ଅନୁଗୋଳ ଜିଲାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଯାଇଛି। ଜିଲାରେ ନୂତନ ଏସ୍‌ପି ଭାବେ ସୁଧାଂଶୁ ଶେଖର ମିଶ୍ର ଯୋଗଦେବା ପରେ ଏକ ବଡ଼ ଧରଣର ପଦକ୍ଷେପ ଗ୍ରହଣ କରାଯାଇଛି। ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ସହ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟରେ ଜିଲାର ୩ଟି ଥାନା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଅନୁଗୋଳ ଥାନା ସମେତ ସଦର ଓ ନାଲ୍‌କୋ ଥାନା ଅଞ୍ଚଳର ଟ୍ରାଫିକ୍‌ ଛକ ସହ ଏଟିଏମ୍‌ ସୁରକ୍ଷା ବ୍ୟବସ୍ଥା ବଢ଼ାଯାଇଛି। ୫୦ ଜଣ କନଷ୍ଟେବଲ ଓ ହୋମଗାର୍ଡଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଛି। ୩ଟି ପର୍ଯ୍ୟାୟରେ ପ୍ରତ୍ୟେକ ଛକରେ ୨ ଜଣ ଲେଖାଏ ପୋଲିସ କର୍ମଚାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବାବେଳେ ସେମାନଙ୍କ କାର୍ଯ୍ୟର ଅନୁଧ୍ୟାନ ପାଇଁ ଏସ୍‌ଆଇ ଓ ଏଏସ୍‌ଆଇ ସ୍ତରର ଅଧିକାରୀଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି।
୪ଟି ପର୍ଯ୍ୟାୟରେ ୩ଟି ଥାନାର ୫୦ କନଷ୍ଟେବଲ ଓ ହୋମ୍‌ଗାର୍ଡଙ୍କୁ ଡ଼୍ୟୁଟି ବଣ୍ଟା ଯାଇଥିବାବେଳେ ଏହାକୁ ତଦାରଖ କରିବାକୁ ସମସ୍ତ ଥାନାର ୪ ଜଣ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ସକାଳ ୮ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ପ୍ରଥମ ରାଉଣ୍ଡ, ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଦ୍ୱିତୀୟ, ସନ୍ଧ୍ୟା ୬ଟାରୁ ରାତି ୯ ପର୍ଯ୍ୟନ୍ତ ତୃତୀୟ ଓ ରାତି ୯ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ଚତୁର୍ଥ ରାଉଣ୍ଡ ଡ଼୍ୟୁଟି ବଣ୍ଟାଯାଇଛି। ହୁଲୁରିସିଂହା ବ୍ରିଜ ଠାରୁ ଆରମ୍ଭ କରି ବିଇଡି ଛକ, ଗୀତାଗ୍ରାମ, କାଲଟାକ୍ସ, ହାଟ ଛକ, କଲେଜ ଛକ, ଫରେଷ୍ଟ କଲେଜ ଛକ, ଷ୍ଟାଇଲ ବଜର ଛକ, ବଜାର ଛକ, ମେଡିକାଲ ଛକ, ବାଳିକା ଉଚ୍ଚ ବିଦ୍ୟାଳୟ ଛକ, ଜଗନ୍ନାଥ ମନ୍ଦିର ଛକ, ତାମ୍ରିତ କଲୋନୀ ଛକ, ଇକୋ ପାର୍କ ଛକ, ଟାଉନ ହାଇସ୍କୁଲ ଛକ, ମିଶ୍ରପଡ଼ା ଛକ, ଶିକ୍ଷକପଡ଼ା ଛକ ଆଦି ଅନୁଗୋଳ ଥାନା ଅଞ୍ଚଳରେ ରହିଛି। ସେହିଭଳି ସଦର ଥାନାରେ ମଝିକା ଛକ, ପ୍ରଗତିନଗର, ଛେଳିଆପଡ଼ା, ଡେରଜାଙ୍ଗ ଡ୍ୟାମ୍‌, କରଡ଼ାଗାଡ଼ିଆ ଛକ ଆଦି ରହିଛି। ନାଲକୋ ଥାନା ଅଧୀନରେ ନାଲକୋ ଆଶ୍‌ ପଣ୍ଡ ଛକ, ବଳରାମ ପ୍ରସାଦ ଶିବ ମନ୍ଦିର ଛକ, ଗିରାଙ୍ଗ ସେଣ୍ଟ୍ରାଲ ମାର୍କେଟ୍‌, ନାଲକୋ ଟାଉନଶିପ୍‌, କନିଆବେଡ଼ା ଶିବ ମନ୍ଦିର ଛକ, କୁଲାଡ଼ ଛକ, କାଣ୍ଡସର ଛକ ଆଦିରେ ପୋଲିସ ମୁତୟନ କରାଯିବ। ଏଥିସହ ରାଜପଥରେ ହୋମଗାର୍ଡ ଓ କନଷ୍ଟେବଳଙ୍କୁ ପାଟ୍ରୋଲିଂ କରିବାକୁ ନିର୍ଦ୍ଦେଶ କରାଯାଇଛି। ସେହିପରି ଅନୁଗୋଳ ଥାନା ଅଧୀନରେ ଥିବା ୨୩ଟି ଏଟିଏମ୍‌ରେ, ସଦର ଥାନା ଅଧୀନରେ ୮ ଓ ନାଲ୍‌କୋ ଥାନା ଅଧୀନରେ ଥିବା ୫ ଏଟିଏମ୍‌କୁ ଜଗିବାକୁ ନିର୍ଦ୍ଦେଶରେ ଉଲ୍ଲେଖ ରହିଛି। ପ୍ରୋବେଶନ୍‌ ହଷ୍ଟେଲ ସହ ପୋଲିସ ମୁଖ୍ୟାଳୟ ସମ୍ମୁଖରେ ମଧ୍ୟ ପୋଲିସ କର୍ମଚାରୀଙ୍କୁ ମୁତୟନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅନୁଗୋଳ ସହରରେ ଥିବା ୧୬ଟି ଟ୍ରାଫିକ ପୋଷ୍ଟ ସହ ସଦର ଥାନା ଅଞ୍ଚଳରେ ଥିବା ୨ଟି ଓ ନାଲ୍‌କୋ ଥାନା ଅଧୀନରେ ଥିବା ୪ଟି ଟ୍ରାଫିକ୍‌ ପୋଷ୍ଟରେ କର୍ମଚାରୀଙ୍କୁ ନିୟୋଜିତ କରାଯିବ। କୌଣସି ବ୍ୟକ୍ତିଙ୍କ କାର୍ଯ୍ୟକଳାପ ନେଇ ସନ୍ଦେହ ସୃଷ୍ଟି ହେଲେ ତୁରନ୍ତ ଏହି କର୍ମଚାରୀମାନେ ନିଜ ଅଞ୍ଚଳର ଥାନାକୁ ଅବଗତ କରିବେ ବୋଲି କୁହାଯାଇଛି। ଏ ନେଇ ଅନୁଗୋଳ ଏସ୍‌ଡିପିଓ ରମାକାନ୍ତ ମହାଳିକ କହିଛନ୍ତି, ଏଭଳି ଏକ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି। ଏହାକୁ ଏସ୍‌ପି ଅନୁଧ୍ୟାନ କରିବେ। ଆପରାଧିକ କାର୍ଯ୍ୟକଳାପ ସହ ଟ୍ରାଫିକ ବ୍ୟବସ୍ଥା ଉପରେ ଏହାଦ୍ୱାରା ନଜର ରହିବ। ପୋଲିସ ଉପରେ ଲୋକଙ୍କ ଭରସା ମଧ୍ୟ ବଢ଼ିବ ବୋଲି ଏସ୍‌ଡିପିଓ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଘର ବୁଲି ଭୋଟ୍‌ ପାଇଁ ନିବେଦନ କରୁଛନ୍ତି ପ୍ରାର୍ଥୀ

ହାଟଡିହୀ,୧୮ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ଅଧୀନ ହାଟଡିହୀ ବ୍ଲକର ପନ୍ଦାଡ଼ୋ ଏବଂ ଆନନ୍ଦପୁର ବ୍ଲକର ଶାଳବଣୀ ସହ ଆନନ୍ଦପୁର ମ୍ୟୁନିସିପାଲିଟିରେ ବିଜେଡି...

ବାଲେଶ୍ୱରରେ ବର୍ଷିଲେ ସଚ୍ଚିନ ପାଇଲଟ, ଭାଜପା-ବିଜେଡିର ଚାଲିଛି ମଧୁଚନ୍ଦ୍ରିକା

ବାଲେଶ୍ୱର,୧୮।୫: ବାଲେଶ୍ୱରରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ । ବାଲେଶ୍ୱର ମିଶନ ପଡିଆରେ ଆୟୋଜିତ ସଂକଳ୍ପ ସମାବେଶରେ...

ଶେଷଦିନରେ ଦୁଇ ଦଳର ପ୍ରଚାର ଜୋର୍‌ଦାର

ଖଲ୍ଲିକୋଟ,୧୮ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସିରେ ପ୍ରଚାର ଶେଷଦିନରେ ଦୁଇଦଳର ଜୋର୍‌ଦାର ପ୍ରଚାର ଚାଲିଛି। ପୋଲିସର କଡ଼ା ସୁରକ୍ଷା ବଳୟ ଭିତରେ ପ୍ରଚାର...

ନିର୍ବାଚନ ମଇଦାନ ରାଜକିଶୋର-କୃଷ୍ଣଚନ୍ଦ୍ର ମୁହାଁମୁହିଁ, ପରସ୍ପରକୁ କହିଲେ…

ମୋରଡ଼ା,୧୮ା୫(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରେ ମୋଟ୍‌ ୧୭ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇ ସାରିଛନ୍ତି। ବିଜେଡିରୁ...

ନିର୍ବାଚନ ପୂର୍ବରୁ ସୁନ୍ଦରଗଡ଼ରୁ ଜବତ ହେଲା ୨ ଲକ୍ଷ ୪୨ ହଜାର ଟଙ୍କା

ସୁନ୍ଦରଗଡ଼,୧୮।୫: ସୁନ୍ଦରଗଡ଼ ଜିଲା ଭଷ୍ମା ଥାନା ଅଧୀନ କଇଁସରା ଗ୍ରାମରୁ ପୋଲିସ ୨ ଲକ୍ଷ ୪୨ ହଜାର ଟଙ୍କା ଜବତ କରିଛି। ଜବତ ଟଙ୍କା ସମ୍ପର୍କରେ...

ଏନକାଉଣ୍ଟରରେ ନକ୍ସଲ ନିହତ

ମାଲକାନଗିରି,୧୮।୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ପୋଲିସକୁ ମିଳିଛି ପୁଣି ସଫଳତା। ପୋଲିସ ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଛି। ସୁକମା ଏସପି କିରଣ...

ଆୟୁଷ ଡାକ୍ତରରେ ଚାଲିଛି ସ୍ବାସ୍ଥ୍ୟସେବା

ଭଦ୍ରକ,୧୮ା୫(ସନାତନ ରାଉତ): ଭଦ୍ରକ ଜିଲା ବନ୍ତ ବ୍ଲକର ଆଗରପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ଅଡ଼ାଳପଙ୍କ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ଧରି ଆୟୁଷ ଡାକ୍ତରରେ ସ୍ବାସ୍ଥ୍ୟସେବା ଚାଲିଛି।...

ଜାମୁସାହିରେ ପାଣି ପାଇଁ ହାହାକାର

ଓଡ଼ଗାଁ,୧୮ା୫(ଆଦର୍ଶ କୁମାର ପଟ୍ଟନାୟକ): କିଛିଦିନ ତଳେ ପାଣି ଯୋଗାଣକୁ ନେଇ ରଙ୍ଗଣିପାଟଣା ପଞ୍ଚାୟତ ଜାମୁସାହି ଗ୍ରାମବାସୀ ବିଦ୍ୟୁତ୍‌ କାର୍ଯ୍ୟାଳୟ ଘେରାଉ କରି ଲାଇନ୍‌ ସଂଯୋଗ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri