ଭୁଲ୍‌ କରି ପୋଲିସ ନିନ୍ଦିତ

ଭୁବନେଶ୍ୱର, ୨୯ା୭: ରାଜ୍ୟରେ ଆଇନଶୃଙ୍ଖଳା ରକ୍ଷା ଓ ଅପରାଧ ରୋକିବା ପୋଲିସର କାର୍ଯ୍ୟ। ହେଲେ ଅଧିକାଂଶ କ୍ଷେତ୍ରରେ ପୋଲିସ ଏସବୁ କାର୍ଯ୍ୟ ଠିକ୍‌ ଭାବେ କରୁ ନ ଥିବାରୁ ଲୋକଙ୍କର ଭରସା ତୁଟିବାରେ ଲାଗିଛି। କେଉଁଠି ପୋଲିସ ଚାର୍ଜଶିଟ୍‌ ପାଇଁ ଲାଞ୍ଚ ନେଉଛି ତ ଆଉ କେତେକ କ୍ଷେତ୍ରରେ ହତ୍ୟା ମାମଲାକୁ ଆତ୍ମହତ୍ୟା ବା ଅନ୍ୟ ରୂପ ଦେଉଛି। ଫଳରେ ଦୋଷୀ ଖସି ଯାଉଥିବାବେଳେ ନିର୍ଦ୍ଦୋଷ ଦଣ୍ଡ ପାଉଛନ୍ତି। ସାଧାରଣ ଲୋକେ ନ୍ୟାୟ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। କୁହାଯାଏ ହଜାରେ ଦୋଷୀ ଖସି ଯାଆନ୍ତୁ, କିନ୍ତୁ ଜଣେ ନିର୍ଦ୍ଦୋଷ ଦଣ୍ଡ ନ ପାଉ। କିନ୍ତୁ ପୋଲିସ ଏହାର ବିପରୀତ କାର୍ଯ୍ୟ କରିଥିବାର ଅନେକ ନଜିର ରହିଛି। ସେଥିପାଇଁ ଅନେକ ସମୟରେ ପୋଲିସ ଲୋକଙ୍କ ଆକ୍ରୋଶର ଶିକାର ହେଉଛି। କାର୍ଯ୍ୟଧାରାରେ ଅତିଷ୍ଠ ହୋଇ ଲୋକେ ଆକ୍ରମଣ କରୁଛନ୍ତି। ଗତ କିଛିଦିନ ହେବ ରାଜ୍ୟରେ ଘଟିଥିବା କେତେକ ଘଟଣାବଳୀରୁ ପୂରା ପୋଲିସ ପ୍ରଶାସନ ବଦନାମ ହେଉଛି। କେତେଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ଖାକିରେ କଳଙ୍କ ଲାଗିଛି।
ମାଲକାନଗିରି ଥାନା ଅଧିକାରୀ ରଞ୍ଜନ ସାହୁ ଚଳିତବର୍ଷ ଶ୍ରେଷ୍ଠ ଥାନା ଅଧିକାରୀ ଭାବେ ପୁରସ୍କାର ପାଇଥିଲେ। ହେଲେ ଏକ ଘରୋଇ କଲେଜ କର୍ତ୍ତୃପକ୍ଷଙ୍କଠାରୁ ୧ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଗତ ୨୫ ତାରିଖରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା। ତାଙ୍କ ସହ ଦୁଇଜଣ ଏସ୍‌ଆଇ ମାନସ ରଞ୍ଜନ ସ୍ବାଇଁ ଓ ସୁନୀଲ କୁମାର ମଧ୍ୟ ଗିରଫ ହୋଇଥିଲେ। ଉକ୍ତ ଘରୋଇ କଲେଜ ପିଲାଙ୍କୁ ଜାଲ୍‌ ସାର୍ଟିଫିକେଟ ଦେଉଥିବା ନେଇ ଅଭିଯୋଗ ହେବା ପରେ ପୋଲିସ କଲେଜ ପ୍ରିନ୍ସିପାଲ ଓ ଅନ୍ୟ ଜଣଙ୍କୁ ଗିରଫ କରିଥିଲା। ହେଲେ ଢିଲା ଚାର୍ଜଶିଟ୍‌ କୋର୍ଟରେ ଦାଖଲ କରିବା ପାଇଁ ଥାନାଧିକାରୀ ସାହୁ ୫ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ପୂର୍ବରୁ ୨ଲକ୍ଷ ଟଙ୍କା ନେଇଥିବାବେଳେ ଅବଶିଷ୍ଟ ଟଙ୍କା ପାଇଁ ସେ ବାରମ୍ବାର ତାଗିଦ କରିବା ପରେ କଲେଜ କର୍ତ୍ତୃପକ୍ଷ ଭିଜିଲାନ୍ସକୁ ଜଣାଇଥିଲେ।
ଗତ ୨୬ ତାରିଖରେ ବାଲେଶ୍ୱର ଜିଲା ବାଲିଆପାଳ ଇଡ୍‌କୋ ଛକସ୍ଥିତ ରାଜଧାନୀ ଢାବାରେ ଜଣେ ୧୫ ବର୍ଷ ନାବାଳକଙ୍କୁ ହତ୍ୟାକରି ଝୁଲାଇ ଦିଆଯାଇଥିବା ଅଭିଯୋଗ ହୋଇଥିଲା। କିନ୍ତୁ ପୋଲିସ ବିଳମ୍ବରେ ପହଞ୍ଚତ୍ ଘଟଣାକୁ ଆତ୍ମହତ୍ୟା କହିବାରୁ ଉତ୍ତ୍ୟକ୍ତ ଲୋକେ ବାଲିଆପାଳ ଥାନା ଅଧିକାରୀ ପ୍ରଭୁକଲ୍ୟାଣ ଆଚାର୍ଯ୍ୟଙ୍କୁ ରାସ୍ତା ଉପରେ ଗୋଡାଇ ଗୋଡାଇ ପିଟିଥିଲେ। ଏହା ପରେ ବି ପୋଲିସ ପରିବାର ଲୋକଙ୍କୁ ନ ଜଣାଇ ମୃତଦେହକୁ ବ୍ୟବଚ୍ଛେଦ କରିଦେବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହି ଘଟଣାକୁ ନେଇ ହତ୍ୟା ମାମଲା ରୁଜୁ କରାଯିବା ସହ ଏଚ୍‌ଆର୍‌ପିସି ତଦନ୍ତ ପାଇଁ ପୋଲିସ ଡିଜି ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଥାନା ଅଧିକାରୀଙ୍କୁ ମଧ୍ୟ ଜିଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିଲା।
ସମ୍ବଲପୁର ଜିଲା ନନ୍ଦପଡ଼ାର ଜୟଶ୍ରୀ ମିଶ୍ରଙ୍କୁ ୮ବର୍ଷ ତଳେ ହତ୍ୟା କରାଯାଇ ପୋତି ଦିଆଯାଇଥିଲା। ସେତେବେଳେ ଏନେଇ ତାଙ୍କ ଝିଅ ବିଜୟିନୀ ଥାନାରେ ଅଭିଯୋଗ କରିଥିଲେ। ହେଲେ ପୋଲିସ ଅଭିଯୋଗକୁ ସେତେଟା ଗୁରୁତ୍ୱ ନ ଦେଇ କେବଳ ଷ୍ଟେଶନ ଡାଏରୀ କରି ଚୁପ୍‌ ବସିଥିଲା। ଏପରି କି ତାଙ୍କ ମା’ଙ୍କ ଚରିତ୍ର ସଂହାର କରିବାକୁ ପଛାଇ ନ ଥିଲା। ହେଲେ ବିଜୟିନୀ ମା’ଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ ପୋଲିସ ମୁଖ୍ୟାଳୟକୁ ସୂଚନା ଅଧିକାର (ଆର୍‌ଟିଆଇ)ବଳରେ ତଥ୍ୟ ମାଗିଥିଲେ। ଏବେ ତପତ୍ରତା ଦେଖାଇ ପୋଲିସ ତଦନ୍ତ କରି ହତ୍ୟା ଘଟଣାର ପର୍ଦ୍ଦାଫାଶ କରିବା ସହ ମାଟିତଳୁ ମହିଳାଙ୍କ ଦେହାବଶେଷ ବାହାର କରିଛି। ଏହି ଘଟଣାରେ ମୃତା ମହିଳାଙ୍କ ସମ୍ପର୍କୀୟ ଭିଣୋଇ ବସନ୍ତ ପଣ୍ଡାଙ୍କୁ ଗିରଫ କରିଛି। ସେତେବେଳେ ଉକ୍ତ ମାମଲାର ତଦନ୍ତକାରୀ ଅଧିକାରୀ କିଏ ଥିଲେ ତାହା ଏବେ ଖୋଜା ଚାଲିଛି।
ମୟୂରଭଞ୍ଜ ଜିଲା ବାଦାମପାହାଡ଼ ଥାନା ପୋଲିିସ ଜଣେ ମହିଳାଙ୍କୁ ହତ୍ୟା କରିଥିବା ଦର୍ଶାଇ ଦୁଇଜଣଙ୍କୁ ଗିରଫ କରିଥିଲା। ହେଲେ ଉକ୍ତ ମହିଳା ଜଣକ ବଞ୍ଚତ୍ଥିବା ପୋଲିସ ଜାଣିବା ପରେ ଏବେ ହରଡ଼ଘଣାରେ ପଡିଛି। ଗତ ଏପ୍ରିଲରେ ବାଦାମପାହାଡ଼ ଜଙ୍ଗଲରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିଥିଲା। ଏହି ସମୟରେ ପୋଲିସ ଏକ ମହିଳା ନିଖୋଜ ଅଭିଯୋଗକୁ ମୃତଦେହ ମିଳିବା ଘଟଣା ସହ ଯୋଡ଼ି ହତ୍ୟା ମାମଲା ରୁଜୁ କରି ସ୍ବାମୀ ସଞ୍ଜୟ ନାୟକ ଓ ଶ୍ୱଶୁର ମଙ୍ଗଳ ନାୟକଙ୍କୁ ଗିରଫ କରିଥିଲା। ଜାମିନ ନ ମିଳିବାରୁ ସେମାନଙ୍କୁ ଜେଲ୍‌ ପଠାଇ ଦିଆଯାଇଥିଲା। କିନ୍ତୁ ଉକ୍ତ ମହିଳା ଜଣକ କଟକରେ ତାଙ୍କ ମା’ଙ୍କ ସହ ରହୁଥିବା ଗତ ୨୫ ତାରିଖରେ ଜଣାପଡିଛି। ସେହିଭଳି ବରଗଡ଼ରେ ମଧ୍ୟ ଅନୁରୂପ ଘଟଣା ଘଟିଥିଲା। ୨୦୧୬ ଡିସେମ୍ବର ୨୫ରେ ଜିତୁ ନାମକ ଜଣେ ଯୁବକ ନିଖୋଜ ଥିଲେ। ହେଲେ ପାଇକମାଳ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ୨୦୧୭ ଅକ୍ଟୋବରେ ୨୨ରେ ହୁଲୁ ଗୁଲା ଓ ରାଘବ ନାୟକଙ୍କୁ ଗିରଫ କରିଥିଲା। ହେଲେ ୨୦୧୮ ଜୁଲାଇରେ ଘରକୁ ଫେରିବା ପରେ ପୋଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠିଥିଲା।
ଏନେଇ ଓଏଚ୍‌ଆର୍‌ସିରେ ମାମଲା ହେବା ସହ ଏହି ପ୍ରସଙ୍ଗ ବିଧାନସଭାରେ ଉଠିଥିଲା।
ଆଇନଜୀବୀ ଚିତ୍ତରଞ୍ଜନ ଦାଶ କୁହନ୍ତି, ଅନେକ କ୍ଷେତ୍ରରେ ଥାନାରେ ଅଭିଯୋଗ ହେଉଥିଲେ ମଧ୍ୟ ପୋଲିସ ମାମଲାକୁ ଗୁରୁତ୍ୱର ସହ ନେଉନି। ଏପରି କି ମାମଲା ରୁଜୁ ପାଇଁ ଲାଞ୍ଚ ମାଗୁଥିବା ଦେଖିବାକୁ ମିଳୁଛି। ଏହି କାରଣରୁ ପୋଲିସ ଉପରେ ଲୋକଙ୍କ ଆକ୍ରୋଶ ବଢୁଛି। ମାଡ଼ ଖାଇବାକୁ ପଡ଼ୁଛି। ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନ୍‌ଗୋ କହିଛନ୍ତି, ପୋଲିସ ଜାଣିଶୁଣି ଅନେକ ମାମଲା ରୁଜୁ କରୁନି। ଲାଞ୍ଚ ନେଇ ମାମଲାକୁ ମଧ୍ୟ ବଦଳାଇ ଦେଉଛି। ସାଧାରଣ ଲୋକେ ଥାନାକୁ ନ୍ୟାୟ ପାଇଁ ଗଲେ ପୋଲିସ ଖରାପ ବ୍ୟବହାର କରୁଛି। ନିର୍ଦ୍ଦୋଷଙ୍କୁ ଜେଲ ପଠାଇ ଦେଉଛି। ଏହାଦ୍ୱାରା ପୂରା ପୋଲିସ ପ୍ରଶାସନ ବଦନାମ ହେଉଛି। ଏ ସମ୍ପର୍କରେ ପୋଲିସ ଡିଜି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି, ଯେଉଁ ପୋଲିସ ଅଫିସର ଭୁଲ୍‌ କରୁଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ପରବର୍ତ୍ତୀ ସମୟରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନ ଘଟିବ ସେଥିପାଇଁ ଏସ୍‌ପିମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ତ୍ରିନାଥ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ସ୍ତ୍ରୀଙ୍କ ପୋଷ୍ୟ ପୁତ୍ରଙ୍କୁ ମିଳିପାରିବ ଅନୁକମ୍ପାମୂଳକ ନିଯୁକ୍ତି

କଟକ,୨ା୫ (କାର୍ତ୍ତିକ ସାହୁ): ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ଗ୍ରହଣ କରିଥିବା ପୋଷ୍ୟପୁତ୍ରଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ମିଳିପାରିବ ବୋଲି ହାଇକୋର୍ଟ ରାୟ ପ୍ରଦାନ କରିଛନ୍ତି।...

ମିଶନ ଶକ୍ତି ସଚିବ ସୁଜାତା ପାଣ୍ଡିଆନଙ୍କ ବଦଳି ନିର୍ଦ୍ଦେଶ!

ଭୁବନେଶ୍ୱର,୨।୫: ମିଶନ ଶକ୍ତି ସଚିବ ସୁଜାତା ପାଣ୍ଡିଆନଙ୍କ ବଦଳି ନିର୍ଦ୍ଦେଶ ଦେଲେ ଇସିଆଇ। ଭାଜପାର ଅଭିଯୋଗ ପରେ ବଦଳି ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି। ବଦଳି ନିର୍ଦ୍ଦେଶ...

ବୀରମିତ୍ରପୁରରେ ପହଞ୍ଚିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତଙ୍କ ଭଉଣୀ

କୁଆଁରମୁଣ୍ଡା,୨।୫(ମହେନ୍ଦ୍ର କୁମାର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ତଥା ଜେଏମ୍‌ଏମ ନେତ୍ରୀ ଅଞ୍ଜନୀ ସୋରେନ ଗୁରୁବାର ରାତିରେ ଓଡ଼ିଶାର ବୀରମିତ୍ରପୁରରେ ପହଞ୍ଚିଛନ୍ତି। ଏହି...

ଟ୍ରେନ୍‌ ଉପରେ ଚଢ଼ି ପାରା ମାରୁଥିଲେ: ଲାଗିଲା ବିଦ୍ୟୁତ୍‌ ଆଘାତ

ରାୟଗଡ଼ା,୨।୫(ଆଶିଷ ରଞ୍ଜନ ପଣ୍ଡା)- ଟ୍ରେନ୍‌ ଉପରେ ଚଢ଼ି ପାରା ମାରିବାକୁ ଯାଇ ବିଦ୍ୟୁତ ଆଘାତରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ରାୟଗଡ଼ା ସହରସ୍ଥିତ...

ବିଜେଡିକୁ ଭୋଟ ଦେବାକୁ ମିଶନ ଶକ୍ତି ମହିଳାଙ୍କୁ ଧମକାଉଛନ୍ତି ପାଣ୍ତିଆନଙ୍କ ସ୍ତ୍ରୀ ସୁଜାତା: ଭାଜପା

ଭୁବନେଶ୍ୱର,୨।୫: ମିଶନ ଶକ୍ତି ସଚିବ ସୁଜାତା ପାଣ୍ଡିଆନଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ଫେରାଦ ଦେଲା ଭାଜପା। ସରକାରୀ ଅଧିକାରୀ ହୋଇ ବିଜେଡି ଏଜେଣ୍ଟ...

ଆଗ ରକ୍ତଦାନ, ପରେ ନାମାଙ୍କନ

ବରଗଡ଼,୨।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ନେଇ ପ୍ରାର୍ଥୀମାନେ ଚିରାଚରିତ ଢଙ୍ଗରେ ପ୍ରାର୍ଥିପତ୍ର ତଥା ନାମାଙ୍କନ ଦାଖଲ କରୁଛନ୍ତି । କିଏ ବିଶାଳ ଶୋଭାଯାତ୍ରା ତ’ ଆଉ...

ଟିକେଟ୍‌ ନ ମିଳିବାରୁ ବିଜେଡିରୁ ଇସ୍ତଫା ଦେଲେ ସନ୍ତୋଷ ଖଟୁଆ

ଭୁବନେଶ୍ୱର,୨।୫: ଆଜି ବିଜେଡି ନୀଳଗିରି ବିଧାୟକ ପାର୍ଥୀ ଘୋଷଣା କରିଛି। ହେଲେ ନୀଳଗିରି ନିର୍ବାଚନମଣ୍ଡଳୀ ପାଇଁ ଆଶାୟୀ ଥିବା ବାଲେଶ୍ୱର ଜିଲା ବିଜେଡି ଉପ-ସଭାପତି ସନ୍ତୋଷ...

ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ: ୯ ଜଣ ଶ୍ରମିକ ଆହତ

ଭୁବନେଶ୍ୱର,୨।୫: କେନ୍ଦୁଝର ସ୍ଥିତ ଏକ ଷ୍ଟିଲ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ୯ ଜଣ ଶ୍ରମିକ ଆହତ ହୋଇଛନ୍ତି। ରୁଗୁଡ଼ି ସ୍ଥିତ KJS ଆଲୁୱାଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri