ସମାଧାନ ବୈଠକ ପରେ ମୁଥ ମରାମରି

ଅନୁଗୋଳ ଅଫିସ, ୨୮ା୨: ଅନୁଗୋଳ ଜିଲା ତାଳଚେର ବ୍ଲକ ଘଣ୍ଟପଡ଼ା ପଞ୍ଚାୟତରେ ଥିବା ଗ୍ଲୋବାଲ କୋଲ ୱାସେରିକୁ ନେଇ ବିପକ୍ଷବାଦୀ ଓ ସପକ୍ଷବାଦୀଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଏପରି କି ସମାଧାନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ସୋମବାର ଉଭୟ ପକ୍ଷଙ୍କୁ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ କରାଯାଇଥିବା ବେଳେ ସେଠାରେ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଛି। ବୈଠକ ଶେଷରେ ଉଭୟ ପକ୍ଷ ମୁଥ ମରାମରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।
ପ୍ରକାଶ ଯେ, ତାଳଚେର ବ୍ଲକ ଘଣ୍ଟପଡ଼ାରେ ଥିବା ଗ୍ଲୋବାଲ କୋଲ ୱାସେରି ସ୍ଥାନାନ୍ତର ଦାବି ନେଇ ଗତ ୨୩ ତାରିଖରୁ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଘଣ୍ଟପଡ଼ା ପଞ୍ଚାୟତବାସୀ ଏହି ଅନ୍ଦୋଳନ କରୁଥିବା ବେଳେ ତେଣ୍ଟୁଲେଇ ପଞ୍ଚାୟତବାସୀ ଏହାକୁ ସମର୍ଥନ କରୁଛନ୍ତି। ବିପକ୍ଷବାଦୀଙ୍କ ଏହି ଆନ୍ଦୋଳନକୁ ତାଳଚେର ବିଧାୟକ ଓ ବିଜେଡି ସମର୍ଥନ ଦେଉଛି। ସେହିପରି ୱାସେରିକୁ ବନ୍ଦ ଅଥବା ସ୍ଥାନାନ୍ତର ନ କରିବାକୁ ସପକ୍ଷବାଦୀ ଘଣ୍ଟପଡ଼ା ସରପଞ୍ଚ ସସ୍ମିତା ବିଶ୍ୱାଳ ଓ ଭାଜପା ପକ୍ଷରୁ ଦାବି କରାଯାଉଛି। ଏହି ବିବାଦ ତେଜୁଥିବାରୁ ଏହାର ସମାଧାନ ପାଇଁ ସୋମବାର ଜିଲାପାଳଙ୍କ ପକ୍ଷରୁ ବୈଠକର ଆୟୋଜନ ସହ ସେଠାକୁ ତାଳଚେର ବିଧାୟକ ପ୍ରଧାନ, ମହିଳା ମୋର୍ଚ୍ଚା ପକ୍ଷରୁ ନେତୃତ୍ୱ ନେଉଥିବା ୨୧ନଂ. ଜିଲା ପରିଷଦ ସଦସ୍ୟା ସତ୍ୟଭାମା ସାହୁ, ରିତାରାଣୀ ଦାସ, ସପକ୍ଷବାଦୀ ଘଣ୍ଟପଡ଼ା ସରପଞ୍ଚ ବିଶ୍ୱାଳ, ସୁନୀଲ ବିଶ୍ୱାଳ, କର୍ମଚାରୀ ସଂଘ, କୋଲ ୱାସେରି ପରିଚାଳନା ଅଧିକାରୀ ଓ ଗ୍ରାମସଭାପତି କ୍ଷୀରୋଦ ସାହୁଙ୍କୁ ଡକାଯାଇଥିଲା। ତାଳଚେର ଉପଜିଲାପାଳ, ଏସ୍‌ଡିପିଓ ସୌଭାଗ୍ୟ ଲକ୍ଷ୍ମୀ ପଟ୍ଟନାୟକ, ପ୍ରଦୂଷଣ ବୋର୍ଡର ଅଧିକାରୀ ସୌମ୍ୟରଞ୍ଜନ ସୌମେନ୍ଦ୍ର ମହାନ୍ତି, କୋଲିୟରୀ ଥାନା ଅଧିକାରୀ ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ। ତେବେ ଆଲୋଚନା ଶେଷ ହେବା ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ଭିତରେ ସପକ୍ଷବାଦୀ ପକ୍ଷରୁ ଜଣେ ଯୁବକ ବିପକ୍ଷବାଦୀର ନେତ୍ରୀ ସତ୍ୟଭାମା ସାହୁଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହାପରେ ଜିଲା କାର୍ଯ୍ୟାଳୟରେ ବିପକ୍ଷବାଦୀ-ସପକ୍ଷବାଦୀଙ୍କ ମଧ୍ୟରେ ମୁଥ ମରାମରି ହୋଇଥିଲା। ତେବେ ଜିଲାପାଳ ଆସି ହସ୍ତକ୍ଷେପ କରିବା ପରେ ପରିସ୍ଥିତି ଆୟତକୁ ଆସିଥିଲା। ଏ ନେଇ ବିପକ୍ଷବାଦୀ ସତ୍ୟଭାମା ସାହୁ ତାଙ୍କୁ ଦୁର୍ବ୍ୟବହାର, ଧକା ମାରିବା ଓ ଗଣ୍ଡଗୋଳ କରାଯାଇଥିବା ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ। ସେହିପରି ସପକ୍ଷବାଦୀ ଘଣ୍ଟପଡ଼ା ସରପଞ୍ଚ ସସ୍ମିିତା ବିଶ୍ୱାଳ ତାଙ୍କ ଜୀବନ ପ୍ରତି ବିପଦ ଥିବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ନଂ. ୧୦୩/୨୩ ଓ ୧୦୪/୨୩ରେ ଦୁଇଟି ମାମଲା ରୁଜୁ କରି ଥିବା ଥାନା ଅଧିକାରୀ ପ୍ରଭାତ ତ୍ରିପାଠୀ ସୂଚନା ଦେଇଛନ୍ତି।
ଏ ସମ୍ପର୍କରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ କହିଛନ୍ତି, କୋଲ୍‌ ୱାସେରି ପ୍ରଦୂଷଣ କରୁଛି। ନିକଟରେ ହେବାକୁ ଥିବା ମେଡିକାଲ କଲେଜ, ସ୍ଥାନୀୟ ଅଞ୍ଚଳରେ ଥିବା ବିଦ୍ୟାଳୟ ଓ ସେଣ୍ଟ୍ରାଲ କଲୋନୀବାସୀ ସମସ୍ୟାରେ ପଡ଼ୁଛନ୍ତି। ସ୍ଥାନୀୟ ଲୋକଙ୍କ ଟ୍ରକ୍‌ଗୁଡ଼ିକୁ ମଧ୍ୟ ଲୋଡିଂ ପ୍ରଦାନ କରାଯାଉନାହିଁ। ଏ ନେଇ ଆଲୋଚନା ହୋଇଥିଲା। ବୈଠକ ପରେ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଦୁର୍ଭାଗ୍ୟଜନକ। ସେହିପରି ସତ୍ୟଭାମା କହିଛନ୍ତି, ଅଞ୍ଚଳବାସୀ ଧୂଳି ଧୂଅଁା ଖାଇ ଆନ୍ଦୋଳନ କରୁଛନ୍ତି। କିନ୍ତୁ କେତେଜଣ ନେତା ଟଙ୍କା ନେଇ କମ୍ପାନୀ ପକ୍ଷରୁ ଦାଦାଗିରି କରିବାକୁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଛନ୍ତି। ସପକ୍ଷବାଦୀ ସୁନୀଲ ବିଶ୍ୱାଳ କହିଛନ୍ତି, ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ନୂତନ ଜ୍ଞାନକୌଶଳର ବ୍ୟବହାର କରାଯିବ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେଇଛନ୍ତି। ସ୍ଥାନୀୟ ନେତା ଗାଁକୁ ବିଭାଜନ ପାଇଁ ଉଦ୍ୟମ କରୁଛନ୍ତି। ଜିଲାପାଳଙ୍କ ପ୍ରକୋଷ୍ଠ ନିକଟରେ ସେପରି କିଛି ଘଟିନାହିଁ। କଥା କଟାକଟି ସହ ସାମାନ୍ୟ ବଚସା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

ଏହି ରାଶି ଉପରେ ଶନିଙ୍କ ପ୍ରକୋପ, ସାଢେ ସତୀ ଚାଲିରେ ବରବାଦ ହୋଇଯିବେ!

୨୦୨୬ରେ, ଶନି ସାରା ବର୍ଷ ପାଇଁ ମୀନ ରାଶିରେ ଭ୍ରମଣ କରିବେ, ଯାହା ଫଳରେ ମେଷ, ମୀନ ଏବଂ କୁମ୍ଭ ରାଶି ଶନିଙ୍କ ସାଡେ ସତୀ...

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri