ବଦଳି ସତ୍ତ୍ୱେ କ୍ୱାର୍ଟର୍ସ ଛାଡ଼ୁନାହାନ୍ତି ପୋଲିସ ବାବୁ

ଭୁବନେଶ୍ୱର,୨୭।୨(ବ୍ୟୁରୋ):ପୋଲିସ ବିଭାଗରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀଙ୍କୁ ରହିବା ପାଇଁ ସରକାରଙ୍କ ପକ୍ଷରୁ ବାସ ଉପଯୋଗୀ କ୍ୱାର୍ଟର୍ସ ଯୋଗାଇ ଦିଆଯାଉଛି। ତେବେ ଭୁବନେଶ୍ୱର ଓ କଟକରେ କାର୍ଯ୍ୟ କରୁଥିବା ପୋଲିସ ବାବୁମାନେ ଅନ୍ୟ ଜିଲାକୁ ବଦଳି ହେବା ପରେ ମଧ୍ୟ ଉକ୍ତ କ୍ୱାର୍ଟର୍ସ ଛାଡ଼ିବାକୁ ରାଜି ହେଉନାହାନ୍ତି। ଏପରିକି ବିଭିନ୍ନ କାରଣ ଦର୍ଶାଇ ସେମାନେ ସେଠାରେ ଦୀର୍ଘଦିନ ଧରି ରହୁଛନ୍ତି। ସରକାରୀ ନିୟମ ଅନୁଯାୟୀ, ଭୁବନେଶ୍ୱର-କଟକରେ କାର୍ଯ୍ୟ କରି କେବିକେ ଅଞ୍ଚଳ ଅର୍ଥାତ୍‌ କଳାହାଣ୍ଡି, ବଲାଙ୍ଗୀର ଓ କୋରାପୁଟ ଜିଲାକୁ ବଦଳି ହେବା ପରେ ଆବଶ୍ୟକ କାରଣ ଦର୍ଶାଇ ଉକ୍ତ କ୍ୱାର୍ଟର୍ସକୁ ପୋଲିସ କର୍ମଚାରୀମାନେ ରଖିପାରିବେ। ଏଥିପାଇଁ ସେମାନଙ୍କୁ କୌଣସି ଅର୍ଥ ଦେବାକୁ ପଡ଼ିବ ନାହିଁ। ହେଲେ ଯେଉଁମାନେ ଅନ୍ୟ ଜିଲାକୁ ବଦଳି ହେଉଛନ୍ତି, ସେମାନେ କାରଣ ଦର୍ଶାଇ ଉକ୍ତ କାର୍ଟର୍ସକୁ କିଛିବର୍ଷ ରଖିପାରିବାର ନିୟମ ରହିଥିଲେ ମଧ୍ୟ ଭଡ଼ା ବାବଦକୁ ସମ୍ପୂର୍ଣ୍ଣ ଅର୍ଥ ଦେବାକୁ ପଡ଼ିବ। ତେବେ ଅଧିକାଂଶ ପୋଲିସ କର୍ମଚାରୀ ଅନ୍ୟଜିଲାକୁ ବଦଳି ହେଉଥିଲେ ମଧ୍ୟ ଏପରି ଭାବେ ଉକ୍ତ ସରକାରୀ କ୍ୱାର୍ଟର୍ସକୁ ଛାଡ଼ୁ ନ ଥିବା ଦେଖାଯାଉଛି। ଏପରିକି ଭଡ଼ା ଓ ଅନ୍ୟାନ୍ୟ ଦେୟ ବାବଦକୁ ଟଙ୍କା ଦେବାର ନିୟମ ରହିଥିଲେ ମଧ୍ୟ ସେମାନେ ଏହାକୁ ବେଖାତିର କରିଛନ୍ତି। ତେଣୁ ଦୀର୍ଘଦିନ ଧରି ସେମାନଙ୍କ ଉପରେ ଲକ୍ଷାଧିକ ଟଙ୍କା ବାକି ପଡ଼ୁଛି। ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ବଳରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟରୁ ଏହା ଜଣାପଡ଼ିଛି।
ଅନୁଯାୟୀ, କଟକ-ଭୁବନେଶ୍ୱରରୁ କେବିକେ ଜିଲାକୁ ୨୦ଜଣ ଏବଂ ଅନ୍ୟ ଜିଲାକୁ ୩୫ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କର ବଦଳି ହୋଇଛି। ଏମାନଙ୍କ ମଧ୍ୟରୁ ଭୁବନେଶ୍ୱର ସ୍ପେଶାଲ ସିକ୍ୟୁରିଟି ବାଟାଲିଅନ୍‌ର ପୂର୍ବତନ ସୁବେଦାର ଗୌରାଙ୍ଗ ଚରଣ ସାହୁ ୨୦୧୬ ଡିସେମ୍ବର ୨୨ରୁ ଅନ୍ୟ ଜିଲାକୁ ବଦଳି ହୋଇଛନ୍ତି। ୨୦୧୭ ଜୁନ୍‌ ୧ରୁ ତାଙ୍କ କ୍ୱାର୍ଟର୍ସ ଆଲଟ୍‌ମେଣ୍ଟ ବାତିଲ ହୋଇଥିଲେ ମଧ୍ୟ ସେ ଘର ଛାଡ଼ିନାହାନ୍ତି। ଏପରିକି ଘରଭଡ଼ା ଓ ଜରିମାନାକୁ ଲଗାଇ ତାଙ୍କ ଉପରେ ୪ ଲକ୍ଷ ୬୨ ହଜାର ୯୩୮ ଟଙ୍କା ବାକି ପଡ଼ିଛି। କମିଶନରେଟ ପୋଲିସର ପୂର୍ବତନ ଇନ୍ସପେକ୍ଟର ସୂର୍ଯ୍ୟମଣୀ ପ୍ରଧାନ ୨୦୧୮ ନଭେମ୍ବର ୩୦ରେ ବଦଳି ହୋଇଥିବାବେଳେ ୨୦୧୯ ମାର୍ଚ୍ଚ ୧ରେ ତାଙ୍କ ଘର ବାତିଲ ହୋଇଛି। ହେଲେ ସେ ଘର ଛାଡ଼ି ନ ଥିବାରୁ ୩ ଲକ୍ଷ ୩୯ ହଜାର ୮୫୭ ଟଙ୍କା ତାଙ୍କ ଉପରେ ବାକି ପଡ଼ିଛି। କମିଶନରେଟ ପୋଲିସର ପୂର୍ବତନ ଇନ୍ସପେକ୍ଟର କିଶୋର ଚନ୍ଦ୍ର ମୁଣ୍ଡ ଘର ଛାଡ଼ି ନ ଥିବାବେଳେ ତାଙ୍କ ଉପରେ ୩ ଲକ୍ଷ ୨୨ ହଜାର ୨୭୪ ଟଙ୍କା ବାକି ପଡ଼ିଛି। ସେହିପରି ପୂର୍ବତନ ଏସିପି ସଂଗ୍ରାମ ଟୁଡୁଙ୍କ ଉପରେ ୨ ଲକ୍ଷ ୮୬ ହଜାର ୫୫୨ ଟଙ୍କା ବାକି ପଡ଼ିଛି। ଆର୍‌ଟିଆରୁ ମିଳିଥିବା ଏହି ତଥ୍ୟ ୨୦୨୨ ସେପ୍ଟେମ୍ବର ସୁଦ୍ଧା ହୋଇଥିବାବେଳେ ଇତିମଧ୍ୟରେ ସେମାନଙ୍କ ଘରଭଡ଼ା ଓ ଅନ୍ୟାନ୍ୟ ବାବଦକୁ ବକେୟା ଟଙ୍କା ବଢ଼ି ଚାଲିଛି। ସେହିଭଳି ଆଉ କେତେଜଣ ଘର ଛାଡ଼ିଥିଲେ ମଧ୍ୟ ବକେୟା ଟଙ୍କା ଜମା କରି ନ ଥିବା ଜଣାପଡିଛି।
କେବିକେ ଅଞ୍ଚଳକୁ ବଦଳି ହୋଇଥିବା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରୁ କେତେଜଣଙ୍କ ନାମରେ ଏବେବି ଦ୍ୱୈତନଗରୀରେ ସରକାରୀ କ୍ୱାର୍ଟର୍ସ ରହିଛି। ଏମାନଙ୍କ ମଧ୍ୟରୁ ସ୍ପେଶାଲ ଅପରେଶନ ଗ୍ରୁପ୍‌(ଏସ୍‌ଓଜି)ର ପୂର୍ବତନ ହାବିଲ୍‌ଦାର ଈଶ୍ୱର ରଣାଭଟଙ୍କର ୨୦୨୦ ମେ ୨୮ରେ ବଦଳି ହୋଇ ସେକେଣ୍ଡ୍‌ ଇଣ୍ଡିଆ ରିଜର୍ଭ ବାଟାଲିଅନ୍‌ ରାୟଗଡ଼ାରେ କାର୍ଯ୍ୟ କରୁଛନ୍ତି। ସେହିପରି ଏସ୍‌ଓଜିର ପୂର୍ବତନ ହାବିଲଦାର ନାରାୟଣ ଚନ୍ଦ୍ର ଜେନା, ମୋହନଚରଣ ମାଝୀ ପ୍ରମୁଖଙ୍କର ଭିନ୍ନ ଭିନ୍ନ ପର୍ଯ୍ୟାୟରେ କେବିକେ ଅଞ୍ଚଳକୁ ବଦଳି ହୋଇଥିଲେ ମଧ୍ୟ ପୂର୍ବରୁ ପାଇଥିବା କ୍ୱାର୍ଟର୍ସ ଛାଡ଼ୁନାହାନ୍ତି। ତେବେ ଏଭଳି ଅନେକ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ସରକାରୀ କ୍ୱାର୍ଟର୍ସ ଦଖଲ କରି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri