Posted inଖେଳ

ଆଜି ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ

କେପ୍‌ଟାଉନ,୨୩ା୨(ପି.ଟି.): ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ମହିଳା ଟି୨୦ ବିଶ୍ୱକପ୍‌ର ପ୍ରଥମ ସେମିରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ। ଗୁରୁବାର କେପ୍‌ଟାଉନ୍‌ର ନ୍ୟୁଲ୍ୟାଣ୍ଡସ୍‌ରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆର ପଲା ଭାରି ରହିଛି। ଉଭୟ ଦଳ ମଧ୍ୟରେ ଖେଳା ଯାଇଥିବା ଶେଷ ଆଇସିସି ଟୁର୍ନାମେଣ୍ଟରେ ଅଷ୍ଟ୍ରେଲିଆ ବିଜୟୀ ହୋଇଛି। ଭାରତ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଦଳ । ତେବେ ବିଗତ ୬ ବର୍ଷ ମଧ୍ୟରେ ଆଇସିସି ଟୁର୍ନାମେଣ୍ଟଗୁଡିକରେ ଭାରତୀୟ ଦଳର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ଦୁଇ ବର୍ଷ ପୂର୍ବେ ଟି୨୦ ବିଶ୍ୱକପ୍‌ ଫାଇନାଲରେ ଓ ରାଜ୍ୟ ଗୋଷ୍ଠୀ କ୍ରିକେଟ ଫାଇନାଲରେ ଭାରତ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଥିଲା। ଗ୍ରୁପ୍‌ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ଅପରାଜେୟ ରହି ଯୋଗ୍ୟତା ହାସଲ କରିଥିବା ବେଳେ ଭାରତ ୪ରୁ ୩ଟି ମ୍ୟାଚ୍‌ ଜିତିଥିଲା। ଭାରତ ଇଂଲଣ୍ଡ ନିକଟରୁ ହାରିଥିବା ବେଳେ ପାକିସ୍ତାନ, ଓ୍ବେଷ୍ଟଇଣ୍ଡିଜ ଓ ଆୟର୍ଲାଣ୍ଡକୁ ପରାସ୍ତ କରିଥିଲା। ତେବେ ଏହା ମଧ୍ୟରୁ ଗୋଟିଏ ବି ବିଜୟ ଆତ୍ମବିଶ୍ୱାସ ଭରା ନ ଥିଲା।

ଗୁରୁବାରର ସେମିଫାଇନାଲ ମୁକାବିଲା ଜିତିବାକୁ ହେଲେ ଭାରତକୁ ସବୁ ବିଭାଗରେ ଉନ୍ନତି ଆଣିବାକୁ ପଡିବ। ବ୍ୟାଟିଂରେ ରିଚା ଘୋଷ, ସ୍ମୃତି ମାନ୍ଧନା ଓ ବୋଲିଂରେ ରେଣୁକା ସିଂ ଠାକୁରଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ଆଖିଦୃଶିଆ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ଏହା ସହିତ ଡଟ୍‌ ବଲ୍‌ ଭାରତର ଏକ ବଡ ସମସ୍ୟା ରହିଛି। ଭାରତୀୟ ଖେଳାଳିମାନେ ଷ୍ଟ୍ରାଇକ୍‌ ରୋଟେଟ୍‌ କରିବାରେ ବିଫଳ ହେଉଥିବା ବେଳେ ଅଧିକ ଡଟ୍‌ ବଲ୍‌ ଖେଳୁଛନ୍ତି। ଡିସେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ ଓ ଦକ୍ଷିଣ ଆଫ୍ରିକା ତ୍ରିରାଷ୍ଟ୍ରୀୟ ସିରିଜରେ ମଧ୍ୟ ଦଳ ସମାନ ଢଙ୍ଗରେ ଖେଳିଥିଲା। ବିଶ୍ୱକପ୍‌ ଗ୍ରୁପ୍‌ ପର୍ଯ୍ୟାୟରେ ଇଂଲଣ୍ଡ ବିପକ୍ଷରେ ୫୧ ଓ ଆୟର୍ଲାଣ୍ଡ ବିପକ୍ଷରେ ୪୧ଟି ଡଟ୍‌ ବଲ୍‌ ଖେଳିଥିଲେ ଭାରତୀୟ ବ୍ୟାଟର। ଓପନର ଶେଫାଳି ବର୍ମା ଓ ହରମନ୍‌ପ୍ରୀତ୍‌ କୌର୍‌ ବଡ ଶଟ୍‌ ଖେଳିବାର ଦକ୍ଷତା ରଖିଥାନ୍ତି। ମାତ୍ର ଚଳିତ ବିଶ୍ୱକପ୍‌ରେ ଉଭୟ ଖେଳାଳିଙ୍କ ବ୍ୟାଟ୍‌ ନୀରବ ରହିଛି।

ଜେମିମା ରୋଡ୍ରିଗୁଏଜଙ୍କ ପ୍ରଦର୍ଶନ ଆଭରେଜ ରହିଥିବା ବେଳେ ବଡ ମ୍ୟାଚରେ ତାଙ୍କୁ ମଧ୍ୟ ଫର୍ମକୁ ଫେରିବାକୁ ପଡିବ। ବୋଲିଂରେ ରେଣୁକା ସିଂ ଠାକୁର ଓ ସ୍ପିନ ବିଭାଗରେ ଦୀପ୍ତି ଶର୍ମାଙ୍କୁ ଛାଡିଦେଲେ ଅନ୍ୟ କୌଣସି ଖେଳାଳିଙ୍କ ପ୍ରଦର୍ଶନ ଆଖିଦୃଶିଆ ରହିନାହିଁ। ପୂଜା ବସ୍ତ୍ରକାର, ରାଜେଶ୍ୱରୀ ଗାଏକ୍ୱାଡ, ରାଧା ଯାଦବ ଓ ଅଭିଜ୍ଞ ଶିଖା ପାଣ୍ଡେଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡିବ। ୨୦୨୧ ପରଠାରୁ ଅଷ୍ଟ୍ରେଲିଆ ମାତ୍ର ଦୁଇଟି ମ୍ୟାଚରେ ପରାଜିତ ହୋଇଛି। ସଂଯୋଗବଶତଃ ଉଭୟ ପରାଜୟ ଭାରତ ବିପକ୍ଷରେ ଆସିଛି। ଭାରତୀୟ ଦଳ ପ୍ରଥମ ସେମିରେ ସମାନ ସଫଳତା ଆଉ ଥରେ ଦୋହରାଇବାକୁ ପ୍ରୟାସ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri