ଖୋର୍ଦ୍ଧାରେ ପଶିଲା ଦନ୍ତା, ଲୋକେ ଭୟଭୀତ

ଖୋର୍ଦ୍ଧା ଅଫିସ,୨୨ା୨: ଖୋର୍ଦ୍ଧାରେ ପୁଣି ପଶିଲା ଦନ୍ତା ହାତୀ। ମଙ୍ଗଳବାର ଅପରାହ୍ନ ୩ଟାରେ ଚନ୍ଦକା ପଟୁ ଏକ ଦନ୍ତା ନିକଟ ଜଙ୍ଗଲ ଦେଇ ଜିଲା ମୁଖ୍ୟ ଚିକିତ୍ସାଳୟ ପଛପଟ କାଜୁ ଜଙ୍ଗଲକୁ ପଶି ଆସିଥିଲା। ଫଳରେ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ। ଖବରପାଇ ବନ ବିଭାଗର ଏକ ଟିମ୍‌ ହାତୀର ଗତିବିଧି ଉପରେ ନଜର ରଖିଥିଲା। ଦୀର୍ଘ ୫ ଘଣ୍ଟା କାଜୁ ଜଙ୍ଗଲ ମଧ୍ୟରେ ରହିବା ପରେ ପାନବରଜ ଦେଇ ଦନ୍ତା ଜରିପୁଟ ଜଙ୍ଗଲ ଆଡ଼କୁ ଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଦନ୍ତା ଘଉଡ଼ାଇବା ଲାଗି ବନ କର୍ମଚାରୀଙ୍କୁ ନାକେଦମ୍‌ ହେବାକୁ ପଡ଼ିଥିଲା। ଏହି ଦନ୍ତା ସୋମବାର ଟାଙ୍ଗିଆପଡ଼ା ଜଙ୍ଗଲ ନିକଟ ଗ୍ରାମୀଣ ଜଙ୍ଗଲରେ ବୁଲୁଥିବା ବେଳେ ଗୁରୁଜଙ୍ଗ ହାଇଟେକ୍‌ ନର୍ସରୀ ଦେଇ କାଜୁ ଜଙ୍ଗଲକୁ ଆସିଥିଲା।
କି, ପୂର୍ବରୁ ଚନ୍ଦକା ପଟୁ ଦନ୍ତା ମେଡିକାଲ ପଛପଟ କାଜୁ ଜଙ୍ଗଲ ଭିତରେ ପଶିବାର ନଜିର ରହିଛି। ଗତ ଦୁଇ ବର୍ଷ ମଧ୍ୟରେ ଦନ୍ତା ଖୋର୍ଦ୍ଧା ମେଡିକାଲରେ ୩ ଥର ପଶିଥିବା ବେଳେ ସହରରେ ଏହାକୁ ମିଶାଇ ୫ଥର ପଶିଲେଣି। ଜଙ୍ଗଲରେ ଖାଦ୍ୟ ଏବଂ ପାଣିର ଅଭାବ ଯୋଗୁ ହାତୀମାନେ ଏବେ ଗ୍ରାମାଞ୍ଚଳ ଓ ସହରମୁହଁା ହେଉଛନ୍ତି। ଏ ସମ୍ପର୍କରେ ବନ ଅଧିକାରୀ ଜୟକୃଷ୍ଣ ପଣ୍ଡା କୁହନ୍ତି, ଦନ୍ତା ଏବେ ଜରିପୁଟ ଜଙ୍ଗଲରେ ରହିଥିବା ବେଳେ ତା’ର ଗତିବିଧି ଉପରେ ନଜର ରଖାଯାଇଛି। ଆଖପାଖ ଗ୍ରାମର ଲୋକଙ୍କୁ ଅନ୍ଧାରରେ ବାହାରକୁ ନ ବାହାରିବା ଲାଗି ପରାମର୍ଶ ଦିଆଯାଇଛି। ଦନ୍ତାକୁ ଚନ୍ଦକାରେ ଛାଡ଼ିବାକୁ ଚେଷ୍ଟା କରାଯିବ। ଅନ୍ୟପକ୍ଷରେ ପରିବେଶବିତ୍‌ ଜୟକୃଷ୍ଣ ପାଣିଗ୍ରାହୀ କୁହନ୍ତି, ଚନ୍ଦକା ଜଙ୍ଗଲରେ ରହିଥିବା ଦନ୍ତାଙ୍କ ଉପରେ ନଜର ରଖିବା ଦରକାର। ଜଙ୍ଗଲ ପରିବେଶରେ ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ଓ ପାନୀୟଜଳ ବ୍ୟବସ୍ଥା କରାଗଲେ ସେମାନେ ଗାଁ କିମ୍ବା ସହରମୁହଁା ହେବେନାହିଁ। ହାତୀଙ୍କ ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବା ଜରୁରୀ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri