ହାତଗଣ୍ଠି ପରେ କନ୍ୟା ଫେରାର: ଶିଶୁପାଳ ହୋଇ ଫେରିଲେ ବର

ବଲାଙ୍ଗୀର ଅଫିସ,୧୭ା୨: ବଲାଙ୍ଗୀର ସହର ବ୍ରାହ୍ମଣପଡ଼ାରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ବିବାହ ବେଦୀରେ ବସି ବୈଦିକ ରୀତିରେ ବିବାହ କରିବା ପରେ ନବବଧୂ ପ୍ରେମିକ ସହ ଚମ୍ପଟ ମାରିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ଏ ସଂକ୍ରାନ୍ତରେ ବର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲା ଦେଓଗଁା ଥାନା ମୁକୁନ୍ଦପୁର ଅଞ୍ଚଳର ଜଣେ ଯୁବକଙ୍କ ବଲାଙ୍ଗୀର ସହର ବ୍ରାହ୍ମଣପଡ଼ାରେ ବିବାହ ଉତ୍ସବ ଚାଲିଥିଲା। ପ୍ରାୟ ୭ ମାସ ପୂର୍ବରୁ ଉଭୟ ବର-କନ୍ୟାପକ୍ଷ ପାରମ୍ପରିକ ରୀତିରେ ବିବାହ ଲଗ୍ନ ସ୍ଥିର କରିଥିଲେ। ଫେବୃୟାରୀ ୧୬ ଗୁରୁବାର ବିବାହ ଲଗ୍ନ ବାହାରିଥିଲା। ମୁକୁନ୍ଦପୁରରୁ ବରଯାତ୍ରୀଙ୍କ ସହ ଫୁଲରେ ସଜାଯାଇଥିବା କାରରେ ବର ବଲାଙ୍ଗୀର ଆସି ପହଞ୍ଚତ୍ଥିଲେ। କନ୍ୟାପକ୍ଷ ଦେଇଥିବା ଜଳଖିଆ ଖାଇବା ପରେ ବରଯାତ୍ରୀ ରାତିରେ ବ୍ରାହ୍ମଣପଡା କନ୍ୟାଘରକୁ ଶୋଭାଯାତ୍ରାରେ ବାହାରିଥିଲେ। ଶୋଭାଯାତ୍ରା କନ୍ୟା ଘରେ ପହଞ୍ଚତ୍ବା ପରେ ବୈଦିକ ରୀତିରେ ବିବାହ ସମ୍ପନ୍ନ ହୋଇଥିଲା। ବରପକ୍ଷ ଦେଇଥିବା ଗହଣା ପିନ୍ଧି ନବବଧୂ ବିବାହ ବେଦୀରେ ସମ୍ପୃକ୍ତ ଯୁବକଙ୍କୁ ସାତଜନମର ସାଥୀ ଭାବେ ଗ୍ରହଣ କରିଥିଲେ। ବିବାହ ସରିଯିବା ପରେ ବରଯାତ୍ରୀମାନେ ଭୋଜି ଖାଇ ଫେରିଥିଲେ। ଶୁକ୍ରବାର ସକାଳେ ନବବିବାହିତାଙ୍କୁ ନେଇ ବର ନିଜ ଘରକୁ ଫେରିବା ସ୍ଥିର ହୋଇଥିଲା। ମାତ୍ର ବିଳମ୍ବିତ ରାତିରେ ଘର ଲୋକଙ୍କୁ ଚକ୍‌ମା ଦେଇ ନବ ବିବହିତା କନ୍ୟା ପ୍ରେମିକ ସହ ଏକ ବାଇକ୍‌ରେ ଫେରାର ହୋଇ ଯାଇଥିଲେ। ଏ କଥା ଜାଣିବା ପରେ ଖୋଜାଖୋଜି ଆରମ୍ଭ ହୋଇଥିଲା ା ହେଲେ ନବବଧୂ ଓ ତାଙ୍କ ପ୍ରେମିକାଙ୍କ ପତ୍ତା ମିଳି ନ ଥିଲା ା କେବଳ ସିସିଟିଭି ଫୁଟେଜ୍‌ରୁ ଜଣାପଡିଥିଲା, ନବବଧୂ ଜଣେ ବାଇକ୍‌ ଆରୋହୀଙ୍କ ସହ ଯାଉଛନ୍ତି। ଏହି ଘଟଣା ପରେ ବର ଟାଉନ୍‌ ଥାନାକୁ ଯାଇ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ। କନ୍ୟାଘର ପକ୍ଷରୁ ମଧ୍ୟ ଥାନାରେ ଏ ସମ୍ପର୍କରେ ଜଣାଇ ଦିଆଯାଇଛି। ବରପକ୍ଷରୁ କନ୍ୟାଙ୍କୁ ଦିଆଯାଇଥିବା ସମସ୍ତ ସୁନାଗହଣା ଧରି ନବବଧୂ ଫେରାର ମାରିଥିବା ଶିଶୁପାଳ ହୋଇଥିବା ବର ଗଣମାଧ୍ୟମକୁ କହିଛନ୍ତି। ଏହି ଘଟଣା ସହରବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri