ରାସ୍ତା ନାହିଁ, ଖଟିଆରେ ବୁହା ହୁଅନ୍ତି ରୋଗୀ

ଭବାନୀପାଟଣା,୧୩।୨(ସ୍ବ.ପ୍ର.):ଉପାନ୍ତ ଇଲାକାର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏଥିଲାଗି ବିଭିନ୍ନ ଯୋଜନା କରାଯାଇଥିବା ବେଳେ ଆଜି ବି ଉପାନ୍ତ ଇଲାକାରରେ ସରକାରୀ ଯୋଜନା ଶିକ୍ଷା, ସ୍ବାସ୍ଥ୍ୟ ଗମନାଗମନ ଭଳି ମୌଳିକ ସୁବିଧାରୁ ବଞ୍ଚତ୍ତ ଲୋକେ। କଳାହାଣ୍ଡି ଓ ରାୟଗଡ ଜିଲା ସୀମାନ୍ତ ପାହାଡ଼ ଶିଖରରେ ରହିଛି ଏମିତି କିଛି ଗାଁ। ଯେଉଁଠି ଆଜି ବି ପହଞ୍ଚତ୍ ପାରିନାହିଁ ସରକାରଙ୍କ ବିକାଶ। ଯେଉଁଥି ପାଇଁ ଅଭିଶପ୍ତ ଜୀବନ ଜିଇଁବାକୁ ବାଧ୍ୟ ହେଉଛନ୍ତି ଏଠିକାର ଅଧିବାସୀ।
କଳାହାଣ୍ଡି ଓ ରାୟଗଡା ଜିଲା ସୀମାନ୍ତ ଅଧୁଷିତ ଥୁଆମୂଳ ରାମପୁର ବ୍ଲକ ଉପାନ୍ତ ଇଲାକା ବିଲାମାଲ ଗାଁ। ଗାଁରେ ବାସ କରନ୍ତି ୨୫୦ ପରିବାର। ହେଲେ ଆଜିବି ମୌଳିକ ସୁବିଧାରୁ ବଞ୍ଚତ୍ତ ଏଠାକାର ଲୋକେ। ବିଲାମାଲ ଗାଁକୁ ସଂଯୋଗ କରୁଥିବା ରାସ୍ତା ମାଓବାଦୀ ଅଧ୍ୟୁଷିତ ଦୁର୍ଗମ ସିଲେଟ ପଞ୍ଚାୟତଠାରୁ ପାହାଡିଆ ରାସ୍ତା ଦେଇ ପାଦରେ ଚାଲିକି ହେଉ ଅବା ବାଇକରେ ୫ କି.ମି. ଗଲେ ପଡିଥାଏ। ଗାଁକୁ ରାସ୍ତା ନ ଥିବା ବେଳେ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚତ୍ପାରେ ନାହିଁ। ଫଳରେ ଗର୍ଭବତୀ ହେଉ ଅବା ସାଧାରଣ ରୋଗୀଙ୍କୁ ଖଟିଆରେ ବୋହି ୧୨ କି.ମି. ରାୟଗଡ଼ା ଜିଲା କଲ୍ୟାଣିସିଂପୁର ମେଡିକାଲକୁ ନେଲେ ଚିକିତ୍ସା ସେବା ପାଇଥାନ୍ତି ଗ୍ରାମବାସୀ। କେବଳ ଯେ ରାସ୍ତାର ସମସ୍ୟା ତାହା ନୁହେଁ ଗାଁରେ ଆଜି ପର୍ଯ୍ୟନ୍ତ ନଳକୂପଟିଏ ମଧ୍ୟ ନାହିଁ। ଫଳରେ ଦୂଷିତ ପାଣି ପିଇ ନାହିଁ ନ ଥିବା ରୋଗ ଏବଂ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ। ଗାଁଠାରୁ ୨ କି.ମି. ଦୂରରେ ପଥର କଡ଼ରୁ ପାଣି ସଂଗ୍ରହ କରିବା ପାଇଁ ମହିଳାଙ୍କ ଲମ୍ବା ଲାଇନ ଲାଗିଥାଏ। ଗାଁ ମୁଣ୍ଡରେ ଥିବା ଚାଷ ଜମି କଡ଼ରେ ଥିବା ପଥର କଡ଼ରୁ ବ ବାହାରୁଛି ଦୂଷିତ ପାଣି, ଆଉ ଏହି ପାଣି ବ୍ୟବହାର କରିଥାନ୍ତି ଗ୍ରାମବାସୀ। ବ୍ଲକ ପ୍ରଶାସନ ପକ୍ଷରୁ ସୋଲାର ପମ୍ପର ବ୍ୟବସ୍ଥା ଗତ ୩ ବର୍ଷ ତଳେ କରାଯାଇଥିଲା। ହେଲେ କିଛି ଦିନ ପରେ ଖରାପ ହେବା ପରେ ଆଉ ସଜାଡା ହୋଇନାହିଁ। କେବଳ ଯେ ରାସ୍ତା କିମ୍ବା ପାନୀୟଜଳର ସମସ୍ୟା ତାହା ନୁହେଁ ଆଜି ପର୍ଯ୍ୟନ୍ତ ଗାଁରେ ବିଦ୍ୟୁତ୍‌ ଦେଖାନାହିଁ। ଫଳରେ ଦୀପ ଆଲୁଆରେ ଅନ୍ଧାର ସହ ଲଢ଼େଇ କରନ୍ତି ଗ୍ରାମବାସୀ। ଗାଁ ଥୁଆମୂଳ ରାମପୁର ବ୍ଲକରେ ଆସୁଥିଲେ ମଧ୍ୟ ଗ୍ରାମବାସୀ ନିଜର ଦୈନଦିନ ଜୀବନଯାପନ ପାଇଁ ରାୟଗଡା ଜିଲା କଲ୍ୟାଣିସିଂପୁର ସହର ଉପରେ ନିର୍ଭର କରନ୍ତି। ଗାଁଠାରୁ ହାତ ପାହାନ୍ତାରେ କଲ୍ୟାଣିସିଂପୁର ସହର ଆଉ ନିଜ ବ୍ଲକକୁ ଯିବାକୁ ହେଲେ ପ୍ରାୟ ୯୦ କି.ମି. ଯିବାକୁ ପଡେ। ପଡିଏସ ସାମଗ୍ରୀ ପାଇଁ ପାହାଡିଆ ରାସ୍ତାରେ ୫ କି.ମି. ସିଲେଟ ଗାଁକୁ ଗଲେ ମିଳେ ପିଡ଼ିଏସ ସାମଗ୍ରୀ। ସରକାରଙ୍କ ବିକାଶ ମୂଳକ ସ୍ଲୋଗାନ ଗାଁକୁ ଚାଲ-ଗାଁକୁ ଗଢ ସତେ ଯେମିତି ଏଠିକାର ବାସ୍ତବ ଚିତ୍ରକୁ ଦେଖିଲେ ସ୍ଲୋଗାନ ଫିକା ଲାଗୁଛି। ଗାଁର ଗୋଟିଏ ହେଲେ ପିଲା ଆଜି ପର୍ଯ୍ୟନ୍ତ ଉଚ୍ଚ ଶିକ୍ଷା ପାଇବାରୁ ବଞ୍ଚତ୍ତ ରହିଛନ୍ତି। କଳାହାଣ୍ଡିର ଏହି ଗୋଟିଏ ଗାଁ ନୁହେଁ ଏତ ମାତ୍ର ଭାତ ହାଠିରୁ ଗୋଟିଏ ଚାଉଳ ମାତ୍ର। ଲାଞ୍ଜିଗଡ ଓ ଥୁଆମୂଳ ରାମପୁର ବ୍ଲକ ଭଳି ଦୁର୍ଗମ ଇଲାକାରେ ଏଭଳି ଅନେକ ଗାଁର ଚିତ୍ର ଦେଖିବାକୁ ମିଳେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ପରିତ୍ୟକ୍ତ ଅବସ୍ଥାରେ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ, ଅର୍ଥ ମଞ୍ଜୁର ହୋଇଥିଲେ ବି…

କର୍ଲାମୁଣ୍ଡା,୨୫।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରାଠାରେ ପରିତ୍ୟକ୍ତ ଅବସ୍ଥାରେ ରହିଛି ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ। ସରକାର ୧୯୮୮ ମସିହାରେ ଏହି ଚିକିତ୍ସାଳୟ...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ତୁଳସୀରେ ଅଛି ଅନେକ ଔଷଧୀୟ ଗୁଣ: ସକାରାତ୍ମକ ପରିବେଶ…

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ରେ ତୁଳସୀ ପୂଜନ ଉତ୍ସବ ପାଈଁ ଅଞ୍ଚଳ ଉତ୍ସବ ମୁଖର ହୋଇଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri