ବିବେକକୁ ବାଧିବାରୁ ଇସ୍ତଫା: ରଘୁବୀର

ଭୁବନେଶ୍ବର, ୧୩ା୨(ବ୍ୟୁରୋ):ଓଡ଼ିଶା ମାନବ ଅଧିକାର କମିଶନ (ଓଏଚ୍‌ଆର୍‌ସି) ସଦସ୍ୟ ପଦରୁ ଜଷ୍ଟିସ ରଘୁବୀର ଦାଶ ଇସ୍ତଫା ଦେଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ସେ ଗତ ୯ ତାରିଖରେ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ଓଡ଼ିଶା ମାନବ ଅଧିକାର କମିଶନ ଅଧ୍ୟକ୍ଷଙ୍କ ନିଯୁକ୍ତି ପ୍ରସଙ୍ଗ ନେଇ ଜଷ୍ଟିସ୍‌ ରଘୁବୀର ଦାଶ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ନିକଟରେ ଓଡ଼ିଶା ମାନବ ଅଧିକାର କମିଶନର ଅଧ୍ୟକ୍ଷ ଭାବେ ରାଜ୍ୟ ସରକାର ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଶତ୍ରୁଘ୍ନ ପୂଜାହାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ଜଷ୍ଟିସ୍‌ ରଘୁବୀର ଦାଶଙ୍କ କହିବା କଥା ଓଏଚ୍‌ଆର୍‌ସିର ନୂଆ ଅଧ୍ୟକ୍ଷ ଭାବେ ଯିଏ ନିଯୁକ୍ତି ପାଇଛନ୍ତି ସେ ଓଡ଼ିଶା ହାଇକୋର୍ଟରେ ତାଙ୍କ ଜୁନିୟର ଥିଲେ। ତେଣୁ ନବନିଯୁକ୍ତ ଅଧ୍ୟକ୍ଷଙ୍କ ଅଧୀନରେ କାର୍ଯ୍ୟ କରିବା ପାଇଁ ତାଙ୍କ ବିବେକ ବାଧା ଦେଇଛି। ଆତ୍ମସମ୍ମାନ ଦୃଷ୍ଟିରୁ ସେ ଆଉ ଓଏଚ୍‌ଆର୍‌ସିର ସଦସ୍ୟ ଭାବେ କାର୍ଯ୍ୟ କରିପାରିବେ ନାହିଁ ବୋଲି ଜଷ୍ଟିସ୍‌ ଦାଶ ରାଜ୍ୟପାଳଙ୍କୁ ପଠାଇଥିବା ତାଙ୍କ ଇସ୍ତଫାପତ୍ରରେ ଉଲ୍ଲେଖ କହିଛନ୍ତି। ଜଷ୍ଟିସ୍‌ ଦାଶ ତାଙ୍କ ଇସ୍ତଫାପତ୍ରରେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ଓଏଚ୍‌ଆର୍‌ସିର ନବନିଯୁକ୍ତ ଅଧ୍ୟକ୍ଷ ନିହାତି ଭାବେ ଜଣେ ଯୋଗ୍ୟ ବ୍ୟକ୍ତି। ଏହି ଅନୁଷ୍ଠାନର ପ୍ରତିଷ୍ଠାକୁ ଆହୁରି ଉପରକୁ ନେବାକୁ ତାଙ୍କ ପାଖରେ ସମସ୍ତ ଦକ୍ଷତା ଥିବା ସେ କହିଛନ୍ତି। ତେବେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।
ଭାଜପା ନେତା ସୁଦର୍ଶନ ନାୟକ କହିଛନ୍ତି, ଏହା ହେଉଛି କୁଶାସନର ଏକ ନମୁନା। ଜଣେ ବରିଷ୍ଠ ଜଜ୍‌ ସଦସ୍ୟ ଥିବାବେଳେ ଅନ୍ୟ ଜଣେ କନିଷ୍ଠ ଜଜ୍‌ଙ୍କୁ ଯେତେବେଳେ ଅଧ୍ୟକ୍ଷ ପଦରେ ବସାଯାଉଛି ନୈତିକତା ଦୃଷ୍ଟିରୁ ସେ ଠିକ୍‌ ନିଷ୍ପତ୍ତି ନେଉଛନ୍ତି। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଏ ସରକାରର କିଛି ନୀତି ନିୟମ ନାହିଁ। ଏଠି ବରିଷ୍ଠ ଏବଂ କନିଷ୍ଠ ଭିତରେ ଯେମିତି ନିଷ୍ପତ୍ତି ନେବା କଥା ନିଆଯାଉନି। ଆଇଏଏସ୍‌, ଆଇପିଏସ୍‌ ଏବଂ ବିଧାୟକମାନଙ୍କ କ୍ଷେତ୍ରରେ ହେଉ ବରିଷ୍ଠ ଓ କନିଷ୍ଠ କିଛି ମାନୁନାହାନ୍ତି। ଯାହାକୁ ଚାହିଁଲେ ମନ୍ତ୍ରୀ କରିଦେଉଛନ୍ତି, କେତେବେଳେ କନିଷ୍ଠ ଅଫିସରଙ୍କୁ ବରିଷ୍ଠଙ୍କ ଦାୟିତ୍ୱ ଦେଇଦେଉଛନ୍ତି। ତେଣୁ ଏ ସରକାର ସମୟରେ କାହାରି କିଛି ଆତ୍ମସମ୍ମାନ ନାହିଁ ବୋଲି ସେ କହିଛନ୍ତି। ବିଜେଡି ବିଧାୟକ ପର୍ଶୁରାମ ଧଡା କହିଛନ୍ତି, ସବୁକିଛି ବିଧି ବ୍ୟବସ୍ଥା ଭିତରେ ହୋଇଛି। ସରକାର ଯେତେବେଳେ କିଛି ଗୋଟିଏ ନିଯୁକ୍ତି କରନ୍ତି ସେତେବେଳେ କେତେଗୁଡିଏ ନିୟମକାନୁନ ଦେଇ ଯାଆନ୍ତି। ଏହାସହ କିଛି ନିର୍ଦ୍ଦିଷ୍ଟ ପଦ୍ଧତିରେ ସବୁକିଛି କରାଯାଏ। ଏ କ୍ଷେତ୍ରରେ ମଧ୍ୟ ନିୟମ ଭିତରେ ସବୁ କିଛି ହୋଇଛି, ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଜଷ୍ଟିସ ଦାଶଙ୍କ ଇସ୍ତଫା ଦେବା ତାଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ବୋଲି ସେ କହିଛନ୍ତି। ଓଏଚ୍‌ଆରସି ଅଧ୍ୟକ୍ଷ ପଦରେ ନିଯୁକ୍ତି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ଏବଂ ବାଚସ୍ପତି ପ୍ରମୁଖ ଦେଇଥାଆନ୍ତି। ସେମାନଙ୍କ କାର୍ଯ୍ୟକାଳ ୩ ବର୍ଷ ହୋଇଥିବା ବେଳେ ବୟସସୀମା ୭୦ ବର୍ଷ ଭିତରେ ହୋଇଥିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର,୨୯।୪ (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଭିକାରୀ ଏବଂ ଯାଯାବର (ବଞ୍ଜାରା)ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲା ବିଏମ୍‌ସି। ଯଦିଓ ପୂର୍ବଭଳି ସବୁ ମନ୍ଦିର ଆଗରେ...

ଅଲ୍‌ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ

ଭୁବନେଶ୍ୱର,୨୯।୪:ଦେଶର ପ୍ରମୁଖ ବାଣିଜି୍ୟକ ଯାନ କମ୍ପାନୀ ତଥା ଟାଟା ମୋଟର୍ସ ଲିମିଟେଡ୍‌ର ଅଲ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି କମ୍ପାନୀର ଓଡ଼ିଶା...

ଚେକିଂବେଳେ ଥାନାଧିକାରୀଙ୍କୁ ଚାପୁଡ଼ା

ଭୁବନେଶ୍ୱର,୨୯।୪(ସୂର୍ଯ୍ୟକାନ୍ତ ବେହେରା): ମଦ୍ୟପ ଗାଡ଼ି ଚାଳକଙ୍କ ଉନ୍ମତ୍ତକାଣ୍ଡ। ଚେକିଂ ବେଳେ ପୋଲିସ କର୍ମଚାରୀଙ୍କୁ ଗାଳିଗୁଳଜ କରିବା ସହ ଥାନା ଅଧିକାରୀଙ୍କୁ ଚାପୁଡା ମାରିଲେ। ରାଜଧାନୀ ଭୁବନେଶ୍ୱରରେ...

ତନିସ୍କର ବିବାହ ସମ୍ଭାର ‘ରିଭା’

ଭୁବନେଶ୍ୱର,୨୯।୪:ତନିସ୍କର ବହୁ ପ୍ରତୀକ୍ଷିତ ତଥା ସୂକ୍ଷ୍ମ କାରିଗରିରେ ନିର୍ମିତ ବିବାହ ସମ୍ଭାର ‘ରିଭା’ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି ଏକ ଉତ୍ସର୍ଗୀକୃତ ବିବାହ ଅଳଙ୍କାର ଉପ-ବ୍ରାଣ୍ଡ୍‌...

ପ୍ରକାଶ ପାଇଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି

ଭୁବନେଶ୍ୱର,୨୯ା୪: ଓଡ଼ିଶାର ୩ୟ ପର୍ଯ୍ୟାୟ ନିର୍ବାଚନ ଲାଗି ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ରାଜ୍ୟର ୬ଟି ଲୋକ ସଭା କ୍ଷେତ୍ର ଏବଂ...

ପାଣ୍ଡିଆନଙ୍କ ସହ ଅଧିକାରୀଙ୍କ ଗସ୍ତ ନେଇ ପ୍ରଶ୍ନ ଉଠାଇଲା ଭାଜପା

ଭୁବନେଶ୍ୱର, ୨୯ା୪(ସୁନିତ୍‌ ମିଶ୍ର):ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ପୁରୀ ଗସ୍ତ ବେଳେ ବିଳମ୍ବିତ ରାତିରେ ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ବତନ୍ତ୍ର ସଚିବ ଭିନିଲ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri