ବାଣୀବିହାରରେ ଜେଏନ୍‌ୟୁ ପ୍ରଫେସରଙ୍କୁ ମାଡ଼

ଭୁବନେଶ୍ୱର,୧୩ା୨(ବ୍ୟୁରୋ):ଭୁବନେଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟ (ବାଣୀବିହାର) ପିଜି କାଉନ୍‌ସିଲ ବୈଠକ ହଲ୍‌ରେ ରବିବାର ସିଟିଜେନ୍ସ ଫୋରମ୍‌ ପକ୍ଷରୁ ସେମିନାର ଚାଲିଥିବାବେଳେ ଉତ୍ତେଜନା ଦେଖାଦେଇଛି। ଦେଶ ବିରୋଧୀ ମନ୍ତବ୍ୟ ଦିଆଯାଉଥିବା ଅଭିଯୋଗ ଆଣି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ସଦସ୍ୟମାନେ ସେମିନାରକୁ ବିରୋଧ କରିବା ସହ ସିଟିଜେନ୍ସ ଫୋରମର କର୍ମକର୍ତ୍ତା, ଜେଏନ୍‌ୟୁ ପ୍ରଫେସର ଓ ଅନ୍ୟ ଅତିଥିଙ୍କୁ ଗାଳିଗୁଲଜ କରି ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଉଭୟ ପକ୍ଷରୁ ଧସ୍ତାଧସ୍ତି ହେବା ସହ ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସ ପହଞ୍ଚତ୍ ସିଟିଜେନ୍ସ ଫୋରମ କର୍ମକର୍ତ୍ତା ଓ ଅତିଥିଙ୍କୁ ଉଦ୍ଧାର କରିଛି। ଏପରିକି ଗାଳିଗୁଲଜ ଓ ମାଡ଼ ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କେତେଜଣ ଯୁବକ ବିଧା, ଚାପୁଡ଼ା, ଧକ୍କା ମାରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିବାବେଳେ ଆକ୍ରମଣରେ ଏକାଧିକ ଆହତ ହୋଇଥିବା ଜଣାପଡିଛି। ଏନେଇ ସିଟିଜେନ୍ସ ଫୋରମ୍‌ର ଆବାହକ ପ୍ରଦୀପ୍ତ ନାୟକ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ତଥା ଏବିଭିପି ସଦସ୍ୟ ମାନସ କୁମାର ସାହୁ ଏବଂ ଅନ୍ୟ କେତେଜଣଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି। ପୋଲିସ ଆଇପିସି ଦଫା ୩୪୧, ୩୨୩, ୨୯୪, ୫୦୬, ୪୨୭, ୩୪ରେ ମାମଲା (ନଂ.୫୯/୨୦୨୩) ରୁଜୁ କରିଛି। ଅପରପକ୍ଷରେ ଏବିଭିପି ପକ୍ଷରୁ ମଧ୍ୟ ସେମାନଙ୍କୁ ଆକ୍ରମଣ କରାଯାଇଥିବା ପାଲଟା ଅଭିଯୋଗ ହୋଇଛି। ପୋଲିସ ଆଇପିସି ଦଫା ୩୪୧, ୨୯୪, ୩୨୭, ୩୪ରେ ମାମଲା (ନଂ.୬୦/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସେପଟେ ସାରେ ବାଣୀବିହାର ମୁଖ୍ୟଫାଟକ ସାମ୍ନାରେ ଏବିଭିପି ପକ୍ଷରୁ ତ୍ରିରଙ୍ଗା ଧରି ବିକ୍ଷୋଭ କରାଯାଇଥିଲା। ଧାରଣା ଦିଆଯିବା ସହ ଟାୟାର ଜାଳି ପ୍ରତିବାଦ କରାଯାଇଥିଲା। ସେମିନାର ଆଳରେ ଦେଶବିରୋଧୀ ଓ ହିଂସାତ୍ମକ କାର୍ଯ୍ୟକ୍ରମ ଆୟୋଜନକୁ ବିରୋଧ ସହ ବିଶ୍ୱବିଦ୍ୟାଳୟରେ ଦେଶବିରୋଧୀ ଗତିବିଧି ଆଦୌ ଗ୍ରହଣୀୟ ନୁହେଁ ବୋଲି ଏବିଭିପି ପକ୍ଷରୁ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି।
ସୂଚନା ଅନୁଯାୟୀ, ଉତ୍କଳ ବିଶ୍ୱବିଦ୍ୟାଳୟ ପିଜି କାଉନସିଲ୍‌ ବୈଠକ ହଲ୍‌ରେ ସିଟିଜେନ୍ସ ଫୋରମ ପକ୍ଷରୁ ‘ଭାରତ ସମ୍ବିଧାନ ଏବଂ ଶିକ୍ଷାନୀତି’ ଉପରେ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା। ଏଥିରେ ବିଭିନ୍ନ କଲେଜର ୨୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର, ଶିକ୍ଷାବିତ୍‌ ଏବଂ ଫୋରମ୍‌ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଦିଲ୍ଲୀ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ଅର୍ଥନୀତି ବିଭାଗର ବରିଷ୍ଠ ପ୍ରାଧ୍ୟାପକ ସୁର୍‌ଜିତ ମଜୁମ୍‌ଦାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିସହ ହାଇକୋର୍ଟର ବରିଷ୍ଠ ଆଇନଜୀବୀ ପ୍ରାଧ୍ୟାପକ ଲକ୍ଷ୍ମୀଧର ପଙ୍ଗାରି, ବିଶିଷ୍ଟ ଶିକ୍ଷାବିତ୍‌ ଦେବୀପ୍ରସନ୍ନ ପଟ୍ଟନାୟକ, ପ୍ରଫେସର ଅମିୟ ମହାନ୍ତି, ପୁରୀ ସୁରଜ ମଲ ସାହା କଲେଜର ପ୍ରାଧ୍ୟାପକ ସୁରେନ୍ଦ୍ର କୁମାର ଜେନା ପ୍ରମୁଖ ମଧ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେମିନାର୍‌ର ପ୍ରଥମ ଅଧିବେଶନରେ ‘ଭାରତ ସମ୍ବିଧାନ ଏବଂ ଶିକ୍ଷା’ ବିଷୟରେ ଜେଏନ୍‌ୟୁ ପ୍ରାଧ୍ୟାପକ ସୁର୍‌ଜିତ ମଜୁମ୍‌ଦାର ଆଲୋଚନା କରୁଥିଲେ। ସମ୍ବିଧାନରେ ୪ର୍ଥ ଧାରାରେ ଥିବା ରାଷ୍ଟ୍ରନିର୍ଦ୍ଦେଶମୂଳକ ନୀତିରେ ଆମ୍ବେଡକରଙ୍କ ଆଭିମୁଖ୍ୟ କ’ଣ ଥିଲା ସେନେଇ ସୁର୍‌ଜିତ ବକ୍ତବ୍ୟ ରଖୁଥିଲେ। ଏହି ସମୟରେ ପଛରେ ବସିଥିବା ଏବିଭିପିର ସଦସ୍ୟମାନେ ବଡ଼ପାଟି କରିବା ସହ ତାଙ୍କ ବକ୍ତବ୍ୟକୁ ବିରୋଧ କରିଥିଲେ। ଏବିଭିପି ସଦସ୍ୟ ମାନସ କୁମାର ସାହୁ ଜଣେ ସହଯୋଗୀଙ୍କ ସହ ସେମିନାର ମଧ୍ୟଭାଗରେ ପହଞ୍ଚତ୍ ଦେଶ ବିରୋଧୀ ମନ୍ତବ୍ୟ ଦିଆଯାଉଥିବା ଅଭିଯୋଗ ଆଣି ସେମିନାରକୁ ବନ୍ଦ କରିବାକୁ ଧମକ ଦେଇଥିଲେ। ସେମିନାର କିଏ କରିବାକୁ ଅନୁମତି ଦେଲା ବୋଲି ପ୍ରଶ୍ନ କରିଥିଲେ। ଫଳରେ ଉପସ୍ଥିତ ପ୍ରାଧ୍ୟାପକ ସୁରେନ୍ଦ୍ର କୁମାର ଜେନା ସେମାନଙ୍କୁ ବିରୋଧ କରିଥିଲେ। ଯାହା ପ୍ରଶ୍ନ ଅଛି ପ୍ରଶ୍ନୋତ୍ତର ସମୟରେ ପଚାରିବ ବୋଲି ଅତିଥି ତଥା ସିଟିଜେନ୍ସ ଫୋରମର ଆବାହକ ପ୍ରଦୀପ୍ତ ନାୟକ ସେମାନଙ୍କୁ କହିଥିଲେ। ହେଲେ ସେମାନେ ଏବିଭିପିର ଅନ୍ୟ ସଦସ୍ୟଙ୍କୁ ସେଠାକୁ ଡାକି ଗଣ୍ଡଗୋଳ ଆରମ୍ଭ କରିଦେଇଥିଲେ। ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ପ୍ରଦୀପ୍ତ ଓ ଅନ୍ୟ ଅତିଥିଙ୍କୁ ମାଡ଼ ମାରିଥିଲେ। ଏପରିକି ଜେଏନ୍‌ୟୁ ପ୍ରଫେସର ସୁର୍‌ଜିତ ମଜୁମ୍‌ଦାରଙ୍କୁ ମଧ୍ୟ ଧକ୍କା ଦେଇଥିଲେ। ଫଳରେ ଉଭୟ ପକ୍ଷରୁ ଠେଲାପେଲା ଓ ଧସ୍ତାଧସ୍ତି ହୋଇଥିଲା। ଖବର ପାଇ ପୋଲିସ ସେଠାରେ ପହଞ୍ଚତ୍ ସ୍ଥିତି ନିୟନ୍ତ୍ରଣ କରିଥିଲା।
ତେବେ ବିଶ୍ୱବିଦ୍ୟାଳୟରେ ମାଡ଼ ଘଟଣାକୁ ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ନିନ୍ଦା କରାଯାଇଛି। ଛାତ୍ର ବିଜେଡି ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ଏହାକୁ ନିନ୍ଦା କରିବା ସହ ଏକ ଶିକ୍ଷାୟତନରେ ଛାତ୍ରମାନଙ୍କ ଅତିଥିଙ୍କ ଉପରେ ଏଭଳି ଆଚରଣ ଠିକ୍‌ ନୁହେଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୋଇଥିବା ଅବସ୍ଥାରେ ବୃଦ୍ଧଙ୍କୁ ହତ୍ୟା କରି ରେଳଧାରଣା କଡ଼ରେ ଫିଙ୍ଗିଥିଲେ ୨ ଅଭିଯୁକ୍ତ: ୧୪ ବର୍ଷ ପରେ ଆସିଲା ବଡ଼ ରାୟ…

ଖୋର୍ଦ୍ଧା,୨୦ା୧୨(ପ୍ରଭାତ ପାଣିଗ୍ରାହୀ): ଟାଙ୍ଗୀ ଥାନା ଅନ୍ତର୍ଗତ ହଳଦିଆପାଟଣା ଗ୍ରାମର ବୃନ୍ଦାବନ ରାଉତ ହତ୍ୟାକାଣ୍ଡ ମାମଲାର ରାୟ ଦୀର୍ଘ ୧୪ ବର୍ଷ ପରେ ପ୍ରକାଶ ପାଇଛି। ଏହି...

ଘୋଷଣା ହେଲା ଟି-୨୦ ବିଶ୍ୱକପ୍ ଦଳ: ଗୌତମ ଗମ୍ଭୀରଙ୍କୁ ଚେତାବନୀ ଦେଲେ ପୁର୍ବତନ କ୍ରିକେଟର

ମୁମ୍ବାଇ,୨୦।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ୍ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ...

‘ଗୁଣାତ୍ମକ ଶିକ୍ଷା ବିନା ଦେଶର ପ୍ରଗତି ଅସମ୍ଭବ’

ବଲାଙ୍ଗୀର,୨୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଖର୍ଲିକାନିସ୍ଥିତ ଶେମର୍ଫୋଡ ଫ୍ୟୁଚ୍‌ରିଷ୍ଟିକ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଶନିବାର ୧୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ସମ୍ପାଦକ ସଞ୍ଜୀବ...

କଳାହାଣ୍ଡିରେ ମନ୍ଥର ଗତିରେ ଚାଲିଛି ଧାନକିଣା

ଭବାନୀପାଟଣା,୨୦।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଧାନର ଅଭାବୀ ବିକ୍ରି ଦେଖିବାକୁ ମିଳିଛି। ଜିଲାରେ ଗତ ନଭେମ୍ବର ୨୯ରୁ ଖରିଫ ଧାନ ପାଇଁ ମଣ୍ଡି ଶୁଭାରମ୍ଭ...

ପୁଣିଥରେ ଭାରତକୁ ବଡ଼ ଝଟକା ଦେଲା ଚାଇନା! ଟ୍ରମ୍ପଙ୍କ ଟାରିଫ ମଧ୍ୟରେ ଗୋଟିଏ ବର୍ଷରେ ଦ୍ୱିତୀୟ ଥର ପହଞ୍ଚିଲା…

ବେଜିଂ,୨୦।୧୨: ଚାଇନା ପୁଣିଥରେ ଭାରତ ବିରୁଦ୍ଧରେ ବିଶ୍ୱ ବାଣିଜ୍ୟ ସଂଗଠନ (WTO) ପାଖକୁ ଯାଇଛି। ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା (ICT) ଉତ୍ପାଦ ଉପରେ ଲାଗୁ...

ହିନ୍ଦୁ ଯୁବକଙ୍କ ଉପରେ ଅତ୍ୟାଚାର ମାମଲାରେ ବାଂଲାଦେଶରେ ୭ ଗିରଫ, ବହୁ ଚର୍ଚ୍ଚା ପରେ ଶେଷରେ ନଇଁଲେ ୟୁନୁସ ସରକାର

ଢାକା,୨୦।୧୨: ବାଂଲାଦେଶର ମୈମନସିଂ ଜିଲାରେ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଛି। ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ...

ଗ୍ରାମ୍ୟ ଜଙ୍ଗଲ ଜମିରେ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ

ମହାକାଳପଡ଼ା,୨୦ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ପେଟଛେଲା ଗାଁରେ ୨୪ ଏକର ସରକାରୀ ଗ୍ରାମ୍ୟ ଜଙ୍ଗଲ ଜମିରେ...

ଆଜି ୨୦୨୫ର ଶେଷ ୨୦ ତାରିଖ, ପଡୁଛି ଅଶୁଭ ଯୋଗ; ରାତି ଭିତରେ ଘଟିଯିବ…

ଏହି ବର୍ଷର ଶେଷ ୨୦ ତାରିଖ, ଅର୍ଥାତ ୨୦ ଡିସେମ୍ୱର, ୨୦୨୫ ରେ ଏକ ଅତ୍ୟନ୍ତ ଅଶୁଭ ଯୋଗ ସୃଷ୍ଟି ହେଉଛି, ଯାହା ଯୋଗୁଁ ଲୋକମାନଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri