ଇକୋନୋମିକ୍‌ ସର୍ଭେରେ ଅଭିବୃଦ୍ଧି ଆଶା

ନୂଆଦିଲ୍ଲୀ, ୧।୨: କୋଭିଡ୍‌-୧୯ ମହାମାରୀର କଷାଘାତରୁ ବୈଶ୍ୱିକ ଅର୍ଥନୀତି ଏଯାଏଁ ମୁକୁଳିପାରି ନ ଥିବାବେଳେ ଭୂ-ରାଜନୈତିକ ସଂଘର୍ଷ ସ୍ଥିତିକୁ ଆହୁରି ସଙ୍ଗିନ କରିଛି। ଏଭଳି ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତୀୟ ଅର୍ଥନୀତି ନଇଁ ପଡ଼ିନାହିଁ। ଦେଶର ମଜଭୁତ ଆର୍ଥିକ ଭିତ୍ତିଭୂମି ଏହାର ମୁଖ୍ୟ କାରଣ ବୋଲି ମଙ୍ଗଳବାର ପ୍ରମୁଖ ଅର୍ଥନୈତିକ ପରାମର୍ଶଦାତା (ସିଇଏ) ଭି. ଅନନ୍ତ ନାଗେଶ୍ୱରନ୍‌ ପ୍ରକାଶ କରିଛନ୍ତି। ନାଗେଶ୍ୱରନ୍‌ଙ୍କ ମତରେ ଏପ୍ରିଲ ୧ରେ ଆରମ୍ଭ ହେବାକୁ ଥିବା ଆଗାମୀ ଆର୍ଥିକ ବର୍ଷରେ ଅନ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ଭଲ ଅଭିବୃଦ୍ଧି ଦେଖିବାକୁ ମିଳିବ। ସାରା ବିଶ୍ୱ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବାବେଳେ ଦ୍ରୁତତମ ବିକାଶଶୀଳ ରାଷ୍ଟ୍ର ଭାରତ ସେସବୁର ମୁକାବିଲା ସଫଳ ହୋଇଛି।
କେନ୍ଦ୍ରୀୟ ବଜେଟ୍‌ ଉପସ୍ଥାପନର ୨୪ ଘଣ୍ଟା ପୂର୍ବରୁ ୨୦୨୨-୨୩ ଆର୍ଥିକ ବର୍ଷର ଇକୋନୋମିକ୍‌ ସର୍ଭେ ରିପୋର୍ଟ ଜାରି କରାଯାଇଛି। ସିଇଏ ଭି. ଅନନ୍ତ ନାଗେଶ୍ୱରନ୍‌ ମଙ୍ଗଳବାର ଅପରାହ୍ନ ୨ଟାରେ ସର୍ଭେ ରିପୋର୍ଟ ସମ୍ପର୍କରେ ଗଣମାଧ୍ୟମ ଆଗରେ ବିସ୍ତୃତ ବିବରଣୀ ରଖିଛନ୍ତି। ଏହି ଅବସରରେ ଡ. ନାଗେଶ୍ୱରନ୍‌ କହିଛନ୍ତି, ଅର୍ଥ ବ୍ୟବସ୍ଥାରେ ମନ୍ଥରତାକୁ ନେଇ ଭାରତ ଚିନ୍ତିତ ହେବା ଅନାବଶ୍ୟକ। ସରକାର ୬.୪% ବିତ୍ତୀୟ ନିଅଣ୍ଟ ଦିଗରେ ଅଗ୍ରସର ହେଉଛନ୍ତି। ୨୦୨୨ ଏପ୍ରିଲରୁ ନଭେମ୍ବର ମଧ୍ୟରେ ସକଳ ଟିକସ ରାଜସ୍ୟରେ ୧୫.୫% ଅଭିବୃଦ୍ଧି ଦେଖିବାକୁ ମିଳିଛି। ୨୦୨୩ ଆର୍ଥିକ ବର୍ଷର ପ୍ରଥମ ୩ଟି ତ୍ରୈମାସିକରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ବାବଦକୁ ୧୩.୪୦ ଲକ୍ଷ କୋଟି ଟଙ୍କା ରାଜସ୍ବ ସଂଗ୍ରହ କରାଯାଇଛି। ସେ ଆହୁରି କହିଛନ୍ତି ଯେ, ୨୦୨୨ ଆର୍ଥିକ ବର୍ଷରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫ୍‌ଡିଆଇ) ପ୍ରବାହ ୨୧. ୩ ବିଲିୟନ୍‌ ଡଲାର ଥିଲା, ଯାହାକି ପୂର୍ବବର୍ଷ ତୁଳନାରେ ୭୬% ଅଧିକ। ଭାରତୀୟ ଫାର୍ମାସ୍ୟୁଟିକାଲ୍‌ ରପ୍ତାନି ୨୦୨୧ରେ ୨୪% ବୃଦ୍ଧି ହୋଇଥିବାବେଳେ ୨୦୨୨ ପର୍ଯ୍ୟନ୍ତ ଫାର୍ମା ସେକ୍ଟର ୨୦ ବିଲିୟନ୍‌ ଡଲାରରୁ ଅଧିକ ବିଦେଶୀ ନିବେଶ ପାଇଛି। ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବ୍ୟାରେଲ୍‌ ପିଛା ୧୦୦ ଡଲାର ତଳେ ରହିଥିବା ପର୍ଯ୍ୟନ୍ତ ଆକଳନ କରାଯାଇଥିବା ଅଭିବୃଦ୍ଧି ପ୍ରତି କୌଣସି ସଙ୍କଟ ଦେଖାଯାଉ ନାହିଁ। ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତରେ ମୁଦ୍ରାସ୍ଫୀତି ବଡ଼ ଚିନ୍ତାର କାରଣ ପାଳଟି ନ ପାରେ।

ଓଡ଼ିଶାରେ ୧୦୦% ହୋଇ ନାହିଁ ଟେଲି ସଂଯୋଗ

ଓଡ଼ିଶା ଅଦ୍ୟାବଧି ୧୦୦% ଟେଲି ସାନ୍ଧ୍ରତା ହାସଲ କରିପାରି ନାହିଁ। ତେଣୁ ରାଜ୍ୟରେ ଟେଲି ଯୋଗାଯୋଗ କ୍ଷେତ୍ରକୁ ବିଶେଷ ଧ୍ୟାନ ଦେବା ଜରୁରୀ ହୋଇଛି। ଦେଶରେ ଟେଲି-ସାନ୍ଧ୍ରତା ହାରାହାରି ୮୪.୮% ଥିବାବେଳେ ଓଡ଼ିଶାରେ ଜାତୀୟ ହାରଠାରୁ ବହୁ ତଳେ ରହିଛି ବୋଲି ମଙ୍ଗଳବାର ପାର୍ଲାମେଣ୍ଟରେ ଉପସ୍ଥାପିତ ଇକୋନୋମିକ୍‌ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସର୍ଭେ ରିପୋର୍ଟ ଉପସ୍ଥାପନ ବେଳେ କହିଛନ୍ତି, ୨୦୧୯ରେ ଓଡ଼ିଶାର ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟାରେ ୫୦%ରୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଥିଲା। ସର୍ଭେ ଅନୁଯାୟୀ ୨୦୨୨ ନଭେମ୍ବର ସୁଦ୍ଧା ଭାରତରେ ଟେଲିଫୋନ୍‌ ବ୍ୟବହାରକାରୀଙ୍କ ମୋଟ ସଂଖ୍ୟା ୧୧୭ କୋଟି ଥିଲା। ସେମାନଙ୍କ ମଧ୍ୟରୁ ୯୭% ବା ୧୧୪.୩ କୋଟି ଓ୍ବେରଲେସ୍‌ ଜରିଆରେ ଯୋଗାଯୋଗ କରିଥାନ୍ତି। ୨୦୨୨ ଜୁନ୍‌ ସୁଦ୍ଧା ଦେଶର ୮୩.୭ କୋଟି ଲୋକଙ୍କ ପାଖରେ ଇଣ୍ଟରନେଟ୍‌ ସଂଯୋଗ ବ୍ୟବସ୍ଥା ରହିଥିଲା। ଦେଶର ମୋଟ ଟେଲି ଡେନ୍‌ସିଟି ୮୪.୮%। ବିଭିନ୍ନ ରାଜ୍ୟରେ ଏହି ହାରରେ ବଡ଼ ବ୍ୟବଧାନ ଦେଖିବାକୁ ମିଳିଛି। ବିହାରରେ ଟେଲି-ଡେନ୍‌ସିଟି ୫୫.୪% ଥିବାବେଳେ ଦିଲ୍ଲୀରେ ୨୭୦.୬% ରହିଛି। ୮ ଲାଇସେନ୍ସ ଏରିଆ ସର୍ଭିସ୍‌ ରାଜ୍ୟରେ ଟେଲି-ସାନ୍ଧ୍ରତା ୧୦୦%ରୁ ଅଧିକ ରହିଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଛି। ଚଳିତବର୍ଷ ଓଡ଼ିଶାର ଗ୍ରାମାଞ୍ଚଳରେ ସହରାଞ୍ଚଳ ତୁଳନାରେ ଖାଦ୍ୟର ଦରଦାମ୍‌ ସାଙ୍ଗକୁ ମୁଦ୍ରାସ୍ଫୀତି ଅଧିକ ରହିଛି। ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି ୨୦୨୩ ଆର୍ଥିକ ବର୍ଷରେ ୭% ରହିଥିବା ସର୍ବେକ୍ଷଣରେ ରେଖାଙ୍କିତ କରାଯାଇଛି। ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ଅଧୀନରେ ୨୦୧୭ରେ ଓଡ଼ିଶାକୁ ୨୨୨% ସୁବିଧା ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ମହିନ୍ଦ୍ରାର ‘ଅଲ୍‌ ନ୍ୟୁ ଏକ୍ସୟୁଭି ୩ଏକ୍ସଓ’

ଭୁବନେଶ୍ୱର,୩୦।୪ (ଅଭୟ ଦାଶ): ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ଏକ୍ସୟୁଭି ୩ଏକ୍ସଓ’ର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ)...

ବେଆଇନ ଭାବେ ଡାଲି ମହଜୁଦ ରଖିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩୦।୪, (ଅନୁରାଧା ମହାରଣା): ଡାଲି ବେଆଇନ ଭାବେ ମହଜୁଦ ରଖୁଥିବା ବ୍ୟବସାୟୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗତ କିଛି ଦିନ ଧରି କେତେକ ରାଜ୍ୟରେ...

ଇଆଇପିଏଲ୍‌ ସହ ଏଚ୍‌ଡିଏଫ୍‌ସି କ୍ୟାପିଟାଲର ସହଭାଗିତା

ଭୁବନେଶ୍ୱର,୩୦।୪: ଏଚ୍‌ଡିଏଫ୍‌ସି କ୍ୟାପିଟାଲ ଆଡଭାଇଜର୍ସ ଲିମିଟେଡ ଏବଂ ଏଲଡେକୋ ଇନ୍‌ଫ୍ରାଷ୍ଟ୍ରକଚର ଆଣ୍ଡ ପ୍ରପର୍ଟିଜ ଲିମିଟେଡ (ଇଆଇପିଏଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ସ୍ଥାପନ ହୋଇଛି। ଏପରିକି...

ହିଣ୍ଡାଲ୍‌କୋର ପ୍ରୋଜେକ୍ଟ ‘ଜ୍ଞାନାର୍ଜନ’

ଭୁବନେଶ୍ୱର,୩୦।୪: ଆଦିତ୍ୟ ବିର୍ଲା ଗ୍ରୁପର ଅଗ୍ରଣୀ କମ୍ପାନୀ ହିଣ୍ଡାଲ୍‌କୋର ବହୁ ପ୍ରତୀକ୍ଷିତ ତଥା ଅଭିନବ ପ୍ରକଳ୍ପ ‘ଜ୍ଞାନାର୍ଜନ’ ନିକଟରେ ହୀରାକୁଦଠାରେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଯାଇଛି।...

ପହିଲାରୁ ଫୁଲ୍‌ ପଇସା ଭାସୁଲ ସେଲ୍‌

ଭୁବନେଶ୍ୱର,୩୦।୪: ରିଲାଏନ୍ସ ଗ୍ରୁପର ଅଗ୍ରଣୀ କମ୍ପାନୀ ତଥା ରିଟେଲ ପ୍ଲାଟଫର୍ମ ସ୍ମାର୍ଟ ବଜାର ଓ ଜିଓ ମାର୍ଟର ଲୋକପ୍ରିୟ ଅଫର ‘ଫୁଲ ପଇସା ଭାସୁଲ ସେଲ୍‌’ର...

ଘରୋଇ ବଜାରରେ ଷ୍ଟାର୍ଟଅପ୍‌ର ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୨୯।୪ (ଅଭୟ ଦାଶ):କ୍ରମାଗତ ଭାବେ ଘରୋଇ ବଜାରରେ ଷ୍ଟାର୍ଟଅପ ସଂଖ୍ୟାର ଉଲ୍ଲେଖନୀୟ ଅଭିବୃଦ୍ଧି ସହିତ ସଫଳତା ମଧ୍ୟ ହାସଲ କରିଛି। ଏପରିକି ୨୦୧୪ରେ ପ୍ରାୟ ୩୫୦...

SBI ଶେୟାରର କମାଲ, ୪୫ ହଜାର କୋଟି ରୋଜଗାର କଲେ ନିବେଶକ

ମୁମ୍ବାଇ, ୨୭।୪: ଗତ ସପ୍ତାହରେ ସେୟାର ବଜାର ପାଇଁ ବହୁତ ଭଲ ବୋଲି ପ୍ରମାଣିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଶ୍ରେଷ୍ଠ ୧୦ ଟି କମ୍ପାନୀର...

ପିପିଏଲ୍‌କୁ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’

ଭୁବନେଶ୍ୱର ,୨୮।୪ (ଅଭୟ ଦାଶ): ପାରାଦୀପ ଫସ୍‌ଫେଟ ଲିମିଟେଡ୍‌ (ପିପିଏଲ୍‌)କୁ ନିକଟରେ ସମ୍ମାନଜନକ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଶେଷକରି କର୍ପୋରେଟ ଗଭର୍ନାନ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri