ଟଙ୍କା ଫେରାଇ ହିତାଧିକାରୀ ହତାଶ

ନିଶ୍ଚିନ୍ତକୋଇଲି, ୨୪।୧(ସ୍ବ.ପ୍ର.):ସରକାର ଆବାସ ଯୋଜନାରେ ଦିନକୁ ଦିନ ନୂଆ ନୂଆ ନିୟମ ପ୍ରଣୟନ କରୁଛନ୍ତି। ଏଥିସହ ହିତାଧିକାରୀ ଚୟନରେ ମାନଦଣ୍ଡ ମଧ୍ୟ ପରିବର୍ତ୍ତନ କରୁଛନ୍ତି। ଫଳରେ ଯୋଗ୍ୟ ହିତାଧିକାରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଛି ବର୍ଷ ତଳେ ଆବାସ ଯୋଜନାରେ ସାମିଲ ହୋଇ ଅଧାପାନ୍ତରିଆ ଘର କରିଥିବା କିଛି ଗରିବ ଶ୍ରେଣୀୟ ହିତାଧିକାରୀ ବଜାର ଦର ଓ ଅନ୍ୟାନ୍ୟ ବ୍ୟୟ ବହୁଳ ସାମଗ୍ରୀ ପାଇଁ ଧାର୍ଯ୍ୟ ସମୟରେ ଗୃହ କାର୍ଯ୍ୟ ସମ୍ପୂର୍ଣ୍ଣ କରି ପାରି ନ ଥିଲେ। ସେମାନେ ଏହି ଯୋଜନାରେ ସରକାରଙ୍କ ପାଖରୁ ନେଇଥିବା ଟଙ୍କା ଫେରସ୍ତ କଲେ ପୁନର୍ବାର ନୂତନଭାବେ ଆବାସ ଯୋଜନାରେ ସାମିଲ ହେବେ ବୋଲି କୁହାଯାଇଥିଲା। ଏଭଳି ସୂଚନା ପାଇବାରେ ବହୁ ଗରିବ ଶ୍ରେଣୀୟ ହିତାଧିକାରୀ ନୂଆ ତାଲିକାରେ ଅଧିକ ସହାୟତା ରାଶି ପାଇବା ନିମନ୍ତେ ଧାର କରଜ କରି ବ୍ଲକ ପ୍ରଶାସନ ନିକଟରେ ଟଙ୍କା ଜମା କରି ଦେଇଥିଲେ। ଇତି ମଧ୍ୟରେ ଦୀର୍ଘ ଦୁଇ ବର୍ଷ ବିତି ଯାଇଥିଲେ ମଧ୍ୟ ଅଦ୍ୟାବଧି ସେମାନେ ଏହି ଯୋଜନାରେ ଘର ପାଇଁ ଅର୍ଥ ପାଇନାହାନ୍ତି। ଫଳରେ ନିରାଶ ହୋଇ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି।
ସୂଚନାଯୋଗ୍ୟ, ୨ ବର୍ଷ ତଳେ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଆବାସ ଯୋଜନା ଅର୍ଦ୍ଧ ନିର୍ମିତ କରିଥିବା ହିତାଧିକାରୀମାନେ ନେଇଥିବା ପ୍ରାପ୍ୟ ଫେରାଇଦେଲେ ସେମାନଙ୍କୁ ନୂତନ ଗୃହ ଯୋଗାଇ ଦିଆଯିବ ବୋଲି ପ୍ରଶାସନ ତରଫରୁ ଘୋଷଣା କରାଯାଇଥିଲା। ପ୍ରଶାସନର ନିର୍ଦ୍ଦେଶାନୁଯାଇ ଏହି ବ୍ଲକ ଅନ୍ତର୍ଗତ ପାଳଦା ଗ୍ରାମର ରଘୁନାଥ ମଳିକ ୨୭।୨।୨୦ରେ ୧୮,୭୪୦ ଟଙ୍କା ଓ ସେହି ଗ୍ରାମର ଅଞ୍ଜନା ଦଳାଇ ୧୪ା୨ା୨୦ରେ ୩୫୦୦୦ଟଙ୍କା ଫେରସ୍ତ କରି ବ୍ଲକ ପ୍ରଶାସନ ନିକଟରୁ ରସିଦ ଗ୍ରହଣ କରିଥିଲେ। ଏଭଳି ଭାବେ ବ୍ଲକ ଅନ୍ତର୍ଗତ ୪୧ ପଞ୍ଚାୟତର ବହୁ ହିତାଧିକାରୀ ଗୃହ ନିର୍ମାଣ କରି ପାରି ନ ଥିବା ଯୋଗୁ ନେଇଥିବା ଟଙ୍କା ବ୍ଲକ ପ୍ରଶାସନ ନିକଟରେ ଫେରାଇଥିଲେ। ପ୍ରଶାସନ ତରଫରୁ ସେମାନଙ୍କୁ ଆଗାମୀ ଦିନରେ ନୂତନ ଗୃହ ଯୋଗାଇ ଦିଆଯିବା ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଏବେ ସରକାରଙ୍କ ତରଫରୁ ବ୍ଲକର ୧୬୩୦ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯିବ ବୋଲି ତାଲିକା ଆସିଛି। ମାତ୍ର ଉକ୍ତ ତାଲିକାରେ ଅର୍ଥ ଫେରସ୍ତ କରିଥିବା ହିତାଧିକାରୀଙ୍କ ନାମ ନ ଥିବା ଅଭିଯୋଗ ହୋଇଛି। ପ୍ରଶାସନର ଏଭଳି ଦାୟିତ୍ୱହୀନତା ଓ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁ ବ୍ଲକର ବହୁ ଅସହାୟ ଗରିବ ଓ ନିରାଶ୍ରୟ ବ୍ୟକ୍ତି ପ୍ରଧାନ ମନ୍ତ୍ରୀ ଅବାସ ଯୋଜନା ପାଇବାରୁ ବଞ୍ଚତ୍ତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏ ସମ୍ପର୍କରେ ବିଡିଓ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ କୁହନ୍ତି, ଯେଉଁମାନେ ଅର୍ଥ ଫେରସ୍ତ କରିଛନ୍ତି ସେମାନଙ୍କ ନାମ ତାଲିକାରେ ନାହିଁ। ସେମାନେ ବ୍ଲକରେ ଆସି ଆବେଦନ କରନ୍ତୁ। ଏହାର ତଦନ୍ତ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri