ମହିନ୍ଦ୍ରା ପକ୍ଷରୁ ନେମୋ ଡ୍ରାଇଭର ଆପ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ,୧୯।୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ମହିନ୍ଦ୍ରା ଗ୍ରୁପ୍‌ର ସହଯୋଗୀ ସଂସ୍ଥା ମହିନ୍ଦ୍ରା ଇଲେକ୍ଟ୍ରିକ୍‌ ମୋବିଲିଟି ଲିମିଟେଡ୍‌ ପକ୍ଷରୁ ଏକ ସ୍ବତନ୍ତ୍ର ଡ୍ରାଇଭର ଆପ୍‌ ‘ନେମୋ’ର ଶୁଭାରମ୍ଭ କରାଯାଇଛି। ବିଶେଷକରି ମହିନ୍ଦ୍ରାର ତିନିଚକିଆ ଯାନର ଡ୍ରାଇଭର (ଚାଳକ) ମାନଙ୍କ ପାଇଁ ଉକ୍ତ ଆପ୍‌ର ଶୁଭାରମ୍ଭ କରାଯାଇଛି। ଏପରିକି ମହିନ୍ଦ୍ରାର ପରିଚିତ କନେକ୍ଟେଡ୍‌ ମୋବିଲିଟି ଭିତ୍ତିଭୂମି ଆଧାରରେ ଏହି ଆପ୍‌କୁ ପ୍ରସ୍ତୁତ କରାଯାଇଛି। ସେହିଭଳି ରେଞ୍ଜକୁ ନେଇ ଉଦ୍‌ବେଗ ଆଦି ସମସ୍ୟାକୁ ଏହା ସମାଧାନ କରିବା ସହ ନିଜ ଚାର୍ଜିଂ ଯୋଜନା ପ୍ରସ୍ତୁତ କରିବାରେ ମଧ୍ୟ ଏହା ଗ୍ରାହକମାନଙ୍କ ଲାଗି ବେଶ୍‌ ସହାୟକ ହେବ। ଫଳରେ ସେମାନ (ଚାଳକ)ଙ୍କ ପରିଚାଳନା ଦକ୍ଷତାରେ ଉନ୍ନତି ହୋଇପାରିବ। ଏହା ଇଣ୍ଟରଆକ୍ଟିଭ୍‌ ଭିତ୍ତିକ ଏବଂ ମହିନ୍ଦ୍ରା ଟ୍ରିଓ ଅଟୋ, ଟ୍ରିଓ ଜୋର, ଜୋର ଗ୍ରାଣ୍ଡ୍‌ ଭଳି ଇଲେକ୍ଟ୍ରିକ୍‌ ତିନି ଚକିଆ ପାଇଁ ଗୁରୁତ୍ୱପୂର୍ଣ୍ଣ ଲାଇଭ୍‌ ତଥ୍ୟ ପ୍ରଦାନ କରିବ। ସେହିପରି ଗ୍ରାହକମାନଙ୍କ ବ୍ୟାପକ ମତାମତ ଗ୍ରହଣ କରିବା ପରେ ନେମୋ ଆପ୍‌କୁ ପ୍ରସ୍ତୁତ କରାଯାଇଛି। ଇଲେକ୍ଟ୍ରିକ୍‌ ଯାନକୁ ଅଧିକ କନେକ୍ଟେଡ୍‌, ସହଜ ଓ ଚିନ୍ତାମୁକ୍ତ କରିବା ଲକ୍ଷ୍ୟ ନେଇ କମ୍ପାନୀ ପକ୍ଷରୁ ଏଭଳି ଏକ ଆପ୍‌ର ବିକାଶ କରାଯାଇଛି। ଅପରପକ୍ଷରେ ଗ୍ରାହକମାନେ ଆଣ୍ଡ୍ରଏଡ୍‌ ଫୋନ ଜରିଆରେ ଉକ୍ତ ଆପ୍‌କୁ ପ୍ଲେ ଷ୍ଟୋରରୁ ମାଗଣାରେ ଡାଉନ୍‌ଲୋଡ୍‌ କରିପାରିବେ। ଏ ସମ୍ପର୍କରେ ମହିନ୍ଦ୍ରା ଇଲେକ୍ଟ୍ରିକ୍‌ ମୋବିଲିଟିର ସିଇଓ ସୁମନ ମିଶ୍ର କହିଛନ୍ତି, ଚାଳକଙ୍କୁ ଏକ ଉପଯୁକ୍ତ ସମାଧାନର ଉପସ୍ଥାପନ କରି ମୁଁ ଅତ୍ୟନ୍ତ ଉଲ୍ଲସିତ ରହିଛି। ଏହା ଜରିଆରେ ଆମ ଚାଳକବନ୍ଧୁମାନେ ସେମାନଙ୍କ ହାତପାଆନ୍ତରେ ମହିନ୍ଦ୍ରା ଦୂରଦୂରାନ୍ତ ଇଭି ଗମନାଗମନକୁ ନିୟନ୍ତ୍ରଣ କରିପାରିବେ। ବାସ୍ତବ ସମୟ ତଥ୍ୟ ସହ ଇଭିକୁ ଗ୍ରହଣ କରିଥିବା ଲୋକମାନଙ୍କ ପାଇଁ ଗାଡ଼ି ଚାଳନାର ଢାଞ୍ଚାରେ ଉକ୍ତ ଆପ୍‌ ଉନ୍ନତି ଆଣିବ ଏବଂ ଠିକ୍‌ ତଥ୍ୟ ଜରିଆରେ ସେମାନଙ୍କ ଲାଭକୁ ବଢ଼ାଇବା ସହ ପରିବେଶ ମିତବ୍ୟୟିତା ଓ ନିରନ୍ତରତା ବାର୍ତ୍ତାର ପ୍ରଚାର କରିବ। ଉକ୍ତ ନେମୋ ଡ୍ରାଇଭର ଆପ୍‌ରେ ୧୧ପ୍ରକାର ପ୍ରମୁଖ ସୁବିଧା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରେ ରେକର୍ଡ ସଂଗ୍ରହ ଜିଏସ୍‌ଟି: ୨.୧୦ ଲକ୍ଷ କୋଟିରେ ପହଞ୍ଚିଲା

ନୂଆଦିଲ୍ଲୀ,୧।୫: ଏପ୍ରିଲ ମାସରେ ଦେଶରେ ଦ୍ରବ୍ୟ ଓ ସେବା କର(ଜିଏସ୍‌ଟି) ସଂଗ୍ରହ ରେକର୍ଡ ସୃଷ୍ଟି କରିଛି। ସମସ୍ତ ରେକର୍ଡ ଭାଙ୍ଗି ଏପ୍ରିଲ ୨୦୨୪ରେ ଜିଏସ୍‌ଟି ସଂଗ୍ରହ...

ବିଓଏମ୍‌ର ୪ର୍ଥ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୧।୫: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ...

କାମ୍ପାକୋଲାର ନୂତନ ଅଭିଯାନ

ଭୁବନେଶ୍ୱର,୧।୫: ରିଲାଏନ୍ସ ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ତଥା ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ୍‌ (ଆର୍‌ସିପିଏଲ୍‌)ର ପ୍ରମୁଖ ବ୍ରାଣ୍ଡ୍‌ କାମ୍ପାକୋଲାର ନୂତନ ଅଭିଯାନ ‘ନଏ ଇଣ୍ଡିଆ କା...

ଖୁବ୍‌ଶୀଘ୍ର ସମ୍ବଲପୁରରେ ଅରୁନ୍ଧତୀ ଜୁଏଲର୍ସ

ଭୁବନେଶ୍ୱର,୧।୫: ଅରୁନ୍ଧତୀ ଜୁଏଲର୍ସର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିିର୍ମିତ ନୂତନ ଶୋ’ରୁମ୍‌ର ଶୁଭାରମ୍ଭ ଖୁବ୍‌ଶୀଘ୍ର ସମ୍ବଲପୁରଠାରେ ଖୋଲିବାକୁ ଯାଉଛି। ଏପରିକି ୨୦୨୪ ମେ...

ଜୟଆଲୁକ୍କାସ୍‌ରେ ଉତ୍ସବକାଳୀନ ଅଫର

ଭୁବନେଶ୍ୱର,୧।୫(ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ପ୍ରମୁଖ ଗହଣା ବ୍ରାଣ୍ଡ୍‌ ଜୟଆଲୁକ୍କାସ୍‌ ପକ୍ଷରୁ ଉତ୍ସବକାଳୀନ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ...

ବେଦାନ୍ତ କାର୍ଯ୍ୟ ପରିସର ଅଞ୍ଚଳରେ ପ୍ରକଳ୍ପ ପଞ୍ଛିର ବିସ୍ତାର

ଭୁବନେଶ୍ୱର,୧।୫: ବେଦାନ୍ତ ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ତଥା ବେଦାନ୍ତ ଆଲୁମିନିୟମର ଅଭିନବ କାର୍ଯ୍ୟକ୍ରମ ‘ପ୍ରକଳ୍ପ ପଞ୍ଛି’ର ବିସ୍ତାର ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀର ଓଡ଼ିଶା ୟୁନିଟ୍‌...

ପତଞ୍ଜଳିର ୧୪ ପ୍ରଡକ୍ଟର ଲାଇସେନ୍ସ ହେଲା ସସପେଣ୍ଡ, ନିତିଦିନ କରୁଛନ୍ତି ବ୍ୟବହାର, ଦେଖନ୍ତୁ ଲିଷ୍ଟ

ଡେରାଡୁନ,୩୦।୪: ବିଭ୍ରାନ୍ତିକର ବିଜ୍ଞାପନ ପ୍ରସଙ୍ଗରେ ପତଞ୍ଜଳିର ସମସ୍ୟା ହ୍ରାସ ହେବାର ଦେଖାଯାଉ ନାହିଁ। ଏକ ବଡ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ଉତ୍ତରାଖଣ୍ଡ ଡ୍ରଗ ବିଭାଗର ଲାଇସେନ୍ସ ପ୍ରାଧିକରଣ...

ବଜାରରେ ମହିନ୍ଦ୍ରାର ‘ଅଲ୍‌ ନ୍ୟୁ ଏକ୍ସୟୁଭି ୩ଏକ୍ସଓ’

ଭୁବନେଶ୍ୱର,୩୦।୪ (ଅଭୟ ଦାଶ): ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ଏକ୍ସୟୁଭି ୩ଏକ୍ସଓ’ର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri