Posted inଜାତୀୟ

ଫେବୃୟାରୀ ୧୬ରେ ତ୍ରିପୁରାରେ, ଫେବୃୟାରୀ ୨୭ରେ ମେଘାଳୟ-ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ, ମାର୍ଚ୍ଚ ୨ରେ ଭୋଟ ଗଣତି…

ନୂଆଦିଲ୍ଲୀ,୧୮।୧ : ଦେଶର ତିନୋଟି ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରା, ମେଘାଳୟ ଏବଂ ନାଗାଲାଣ୍ଡର ବିଧାନସଭା ନିର୍ବାଚନ ସମ୍ପର୍କରେ ଘୋଷଣା ହୋଇଛି। ତ୍ରିପୁରାରେ ୧୬ ଫେବୃୟାରୀରେ ମତଦାନ ହେବ। ସେହିପରି ମେଘାଳୟ ଏବଂ ନାଗାଲାଣ୍ଡରେ ଫେବୃୟାରୀ ୨୭ରେ ମତଦାନ କରାଯିବ। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ବୁଧବାର ଏକ ସାମ୍ବାଦିକ ସମ୍ମିଳନୀ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ତିନୋଟି ରାଜ୍ୟର ବିଧାନସଭାର କାର୍ଯ୍ୟକାଳ ମାର୍ଚ୍ଚରେ ଶେଷ ହେବ। ତିନୋଟି ରାଜ୍ୟରେ ବିଧାନସଭା ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ମାର୍ଚ୍ଚ ୨ରେ ତିନି ରାଜ୍ୟର ଭୋଟ ଗଣନା କରାଯିବ। ସମସ୍ତ ତିନୋଟି ରାଜ୍ୟରେ ୬୦ ଲେଖାଏଁ ସଦସ୍ୟ ଅଛନ୍ତି।

ବିଧାନସଭା ନିର୍ବାଚନ ପାଇଁ ଜାନୁୟାରୀ ୨୧ରେ ତ୍ରିପୁରା ପାଇଁ ଅଧିସୂଚନା ଜାରି ହେବ। ନାମାଙ୍କନ ପତ୍ରର ଅନ୍ତିମ ତାରିଖ ଜାନୁୟାରୀ ୩୦ ରହିଛି। ଜାନୁୟାରୀ ୩୧ରେ ନମାଙ୍କନ ଯାଞ୍ଚ୍‌ କରାଯିବ। ଫେବୃୟାରୀ ୨ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବ। ସେହିପରି ମେଘାଳୟ-ନାଗାଲାଣ୍ଡ ବିଧାନସଭା ନିର୍ବାଚନ ପାଇଁ ଜାନୁୟାରୀ ୩୧ରେ ଅଧିସୂଚନା ଜାରି ହେବ। ନାମାଙ୍କନ ପତ୍ରର ଅନ୍ତିମ ତାରିଖ ୭ ଫେବୃୟାରୀ ରହିଛି। ୮ ଫେବୃୟାରୀରେ ନମାଙ୍କନ ଯାଞ୍ଚ୍‌ କରାଯିବ। ଫେବୃୟାରୀ ୧୦ ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବ।

ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି, ଏହି ତିନୋଟି ରାଜ୍ୟରେ ମୋଟ ୬୨.୮ ଲକ୍ଷ ଭୋଟର ଅଛନ୍ତି। ନାଗାଲାଣ୍ଡରେ ୧୩.୦୯ ଲକ୍ଷ ଭୋଟର, ମେଘାଳୟରେ ୨୧.୬୧ ଲକ୍ଷ ଏବଂ ତ୍ରିପୁରାରେ ୨୮.୧୩ ଲକ୍ଷ ଭୋଟର ଅଛନ୍ତି। ଏହି ତିନୋଟି ରାଜ୍ୟରେ ମୋଟ ୩୧.୪୭ ଲକ୍ଷ ମହିଳା ଭୋଟର ଅଛନ୍ତି। ଏଥିମଧ୍ୟରୁ ତ୍ରିପୁରାରେ ସର୍ବାଧିକ ୧୩.୯୮ ଲକ୍ଷ ମହିଳା ଭୋଟର ରହିଛନ୍ତି। ଏହି ତିନୋଟି ରାଜ୍ୟରେ ମୋଟ ୧.୭୬ ଲକ୍ଷ ଭୋଟର ଅଛନ୍ତି, ଯେଉଁମାନେ ପ୍ରଥମ ଥର ପାଇଁ ଭୋଟ ଦେବେ। ମେଘାଳୟରେ ସର୍ବାଧିକ ୮୧,୪୪୩ ଭୋଟରଙ୍କ ସଂଖ୍ୟା ୧୮-୧୯ ବର୍ଷ ବୟସ୍କ। ଯେଉଁମାନେ ପ୍ରଥମ ଥର ପାଇଁ ଭୋଟ ଦେବେ।

ସୂଚନାଯୋଗ୍ୟ, ତିନୋଟି ରାଜ୍ୟ ନାଗାଲାଣ୍ଡ, ମେଘାଳୟ ଏବଂ ତ୍ରିପୁରାର ବିଧାନସଭାର କାର୍ଯ୍ୟକାଳ ଯଥାକ୍ରମେ ମାର୍ଚ୍ଚ ୧୨, ମାର୍ଚ୍ଚ ୧୫ ଏବଂ ମାର୍ଚ୍ଚ ୨୨ ୨୦୨୩ ରେ ଶେଷ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବାଂଲାଦେଶରେ ଏଣ୍ଟ୍ରି କଲେ ମିଷ୍ଟ୍ରି ଗର୍ଲ, ହୋଇପାରନ୍ତି ଭବିଷ୍ୟତର ଶେଖ ହାସିନା-ଖାଲିଦା ଜିଆ

ଢାକା,୨୭।୧୨: ବାଂଲାଦେଶ ବର୍ତ୍ତମାନ ହିଂସାରେ ବୁଡ଼ି ରହିଛି। ହିନ୍ଦୁମାନଙ୍କ ଉପରେ ନିର୍ଯାତନା ବୃଦ୍ଧି ପାଇଛି। ମହମ୍ମଦ ୟୁନୁସଙ୍କ ଶାସନରେ, ମୌଳବାଦୀମାନେ ପ୍ରଭାବ ବିସ୍ତାର କରୁଛନ୍ତି। କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri