Posted inଜାତୀୟ

ପୋଙ୍ଗଲ ନିମନ୍ତ୍ରଣ ନେଇ ବିବାଦ ବଢ଼ିଲା…

ଚେନ୍ନାଇ,୧୦।୧ : ତାମିଲନାଡୁରେ ଶାସକ ଡିଏମକେ ଏବଂ ରାଜଭବନ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ବିଧାନସଭାରୁ ରାଜ୍ୟପାଳଙ୍କ ଗୃହତ୍ୟାଗ ଏବଂ ତାମିଲନାଡୁ ବନାମ ଥିମିଜାଗାମ ବିବାଦ ଉପରେ ରାଜ୍ୟପାଳ ଆର.ଏନ ରବିଙ୍କ ମନ୍ତବ୍ୟ ଶାସକ ବିଧାୟକଙ୍କୁ ଅସନ୍ତୁଷ୍ଟ କରିଛି। ମଙ୍ଗଳବାର ଡିଏମକେ ଅଧ୍ୟକ୍ଷ ତଥା ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ତାଙ୍କ ଦଳର ବିଧାୟକମାନଙ୍କୁ ରାଜ୍ୟପାଳ ଆର.ଏନ. ରବିଙ୍କ ବିରୋଧରେ କୌଣସି ଆପତ୍ତିଜନକ ମନ୍ତବ୍ୟ ନ ଦେବାକୁ ଏବଂ ବିଧାନସଭା ଅଧିବେଶନରେ କୌଣସି ପୋଷ୍ଟର ନ ଲଗାଇବାକୁ ନିବେଦନ କରିଛନ୍ତି।

ସରକାର ରାଜ୍ୟପାଳ ରବିଙ୍କର ବିଧାନସଭାରେ ଦିଆଯାଇଥିବା ଭାଷଣରେ କିଛି ଅଂଶ ବାଦ ଦେଇଥିବା ଅଭିଯୋଗ ହୋଇଥିଲା। ଏହା ପରେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଏହି ପରିବର୍ତ୍ତନକୁ ଖାରଜ କରିବା ପାଇଁ ଏକ ପ୍ରସ୍ତାବ ଉପସ୍ଥାପନ କରିଥିବାବେଳେ ବିଧାନସଭା ଇତିହାସରେ ପ୍ରଥମ ଥର ପାଇଁ ରାଜ୍ୟପାଳ ଗୃହତ୍ୟାଗ କରିବା ଘଟଣା ଘଟିଥିଲା।

ଏଥିସହ ରାଜ୍ୟପାଳଙ୍କ ପୋଙ୍ଗଲ ନିମନ୍ତ୍ରଣରେ ତାମିଲନାଡୁ ସରକାରଙ୍କ ବଦଳରେ “ଥାମିଜହାଗା ଅଜୁନାର” ବ୍ୟବହାର କରାଯାଇଛି। ରାଜଭବନ ପୋଙ୍ଗଲ ଉତ୍ସବକୁ ନିମନ୍ତ୍ରଣରେ ରାଜ୍ୟ ସରକାରଙ୍କ ଲୋଗୋର ଅନୁପସ୍ଥିତିକୁ ନେଇ ଆଉ ଏକ ବିବାଦ ଉପୁଜିଛି। ଅନେକ ଅଭିଯୋଗ କରିଛନ୍ତି ଯେ ଏହି ନିମନ୍ତ୍ରଣରେ କେବଳ ଜାତୀୟ ପ୍ରତୀକ ରହିଛି।

ଶାସକ ଡିଏମକେ ଏବଂ ଏହାର ସହଯୋଗୀମାନେ ରାଜ୍ୟପାଳଙ୍କ ଦ୍ୱାରା ରାଜ୍ୟର ନାମ ତାମିଲନାଡୁ ବଦଳରେ ତାମିଝଗମ ନାମ ବ୍ୟବହାର କରିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିରୋଧୀ ଭାଜପାତଥା ଆରଏସଏସର ଏଜେଣ୍ଡାକୁ ରାଜ୍ୟପାଳ ଆଗକୁ ବଢ଼ାଇଥିବାର ଅଭିଯୋଗ କରିଛନ୍ତି। ଡିଏମକେ ନେତା ଟିଆର ବାଲୁ କହିଛନ୍ତି ଯେ ରାଜ୍ୟପାଳ ଏପରି ବିବୃତ୍ତି ଦେଇଛନ୍ତି ଯାହା ବାସ୍ତବରେ ଭୁଲ ଏବଂ ବିପଦପୂର୍ଣ୍ଣ।

ଏହାକୁ ନେଇ‘ଗେଟଆଉଟ ରବି’ ହ୍ୟାସଟ୍ୟାଗ ଟୁଟରରେ ଟ୍ରେଣ୍ଡ କରିବା ଆରମ୍ଭ କରିଥିଲା ଏବଂ ଅନେକ ଲୋକ ରବିଙ୍କୁ ରାଜ୍ୟପାଳ ପଦରୁ ହଟାଇବାକୁ ଦାବି କରିବା ଆରମ୍ଭ କରିଥିଲେ। ବିଧାନସଭାରେବିବାଦ ହେବାର ଗୋଟିଏ ଦିନ ପରେ ସହରର କିଛି ସ୍ଥାନରେ ‘ଗେଟଆଉଟ ରବି’ ହ୍ୟାସଟ୍ୟାଗ ଥିବା ପୋଷ୍ଟର ଲଗାଯାଇଥିବାର ଦେଖିବାକୁ ମିଳିଥିଲା। ଏହି ପୋଷ୍ଟରରେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ଚିତ୍ରକୁ ଗୁରୁତ୍ୱ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri