Posted inଖେଳ

‘ଭାରତ ବିପକ୍ଷ ମ୍ୟାଚ୍‌ ଚ୍ୟାଲେଞ୍ଜପୂର୍ଣ୍ଣ’

ସ୍ପେନ୍‌, ଓ୍ବେଲ୍ସ, କୋରିଆ ପହଞ୍ଚିଲା

ଭୁବନେଶ୍ୱର (କ୍ରୀଡ଼ା ପ୍ରତିନିଧି)/ ରାଉରକେଲା ଅଫିସ, ୯।୧: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ହେବାକୁଥିବା ହକି ବିଶ୍ୱକପ୍‌ ପାଇଁ ଦଳଗୁଡ଼ିକର ଆସିବା ପ୍ରକ୍ରିୟା ଜାରି ରହିଛି। ଏହି କ୍ରମରେ ରବିବାର ସ୍ପେନ୍‌ ଓ ଓ୍ବେଲ୍ସ ଦଳ ଭୁବନେଶ୍ୱର ବାଟଦେଇ ଚାର୍ଟର ବିମାନରେ ରାଉରକେଲାରେ ପହଞ୍ଚିଛନ୍ତି। ଦକ୍ଷିଣ କୋରିଆ ଦଳ ମଧ୍ୟ ଭୁବନେଶ୍ୱରରେ ପହଞ୍ଚତ୍ଛି। ଉଭୟ ସ୍ପେନ୍‌ ଓ ଓ୍ବେଲ୍ସ ଭାରତ ସାମିଲ ଥିବା ଗ୍ରୁପ୍‌ ‘ଡି’ରେ ରହିଛନ୍ତି। ଭାରତ ଏହାର ପ୍ରଥମ ମ୍ୟାଚ୍‌ ୧୩ ତାରିଖରେ ସ୍ପେନ୍‌ ବିପକ୍ଷରେ ଖେଳିବ। ସ୍ପେନ୍‌ ଅଧିନାୟକ ଆଲ୍‌ଭାରୋ ଇଗ୍‌ଲେସିଆସ ଏହାକୁ ବିଶ୍ୱର ଯେ କୌଣସି ପ୍ରତିଦ୍ୱନ୍ଦ୍ୱୀ ଦଳ ପାଇଁ ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍‌ ବୋଲି ବର୍ଣ୍ଣନା କରିଛନ୍ତି। ”ଆମେ ଭଲଭାବେ ପ୍ରସ୍ତୁତି କରି ଏଠାକୁ ଆସିଛୁ। ସାଥିହୋଇ ଆମେ ଦୀର୍ଘଦିନ ଅଭ୍ୟାସ କରିଥିବାରୁ ମ୍ୟାଚ୍‌ ଆରମ୍ଭର ମୁହୂର୍ତ୍ତକୁ ଅପେକ୍ଷା କରିଛୁ। ଭାରତ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବା ନିଶ୍ଚିତ ଚ୍ୟାଲେଞ୍ଜପୂର୍ଣ୍ଣ“ ବୋଲି ଇଗ୍‌ଲେସିଆସ କହିଛନ୍ତି। ରାଉରକେଲାର ଷ୍ଟାଡିୟମ ବଡ଼। ସେଠାରେ ଷ୍ଟାଡିୟମଭରା ଦର୍ଶକ ଉପସ୍ଥିତ ଥିବେ। ଏଭଳି ସ୍ଥିତିରେ ସାଥୀ ଖେଳାଳି ଏବଂ ରେଫରିଙ୍କ କଥା ଶୁଣିବାରେ ଅସୁବିଧା ହୋଇପାରେ। ମାତ୍ର ଏଭଳି ପରିବେଶରେ ଖେଳିବାକୁ ଆଗ୍ରହର ସହ ଅପେକ୍ଷା କରିଛୁ ବୋଲି ସେ କହିଛନ୍ତି। ସ୍ପେନ୍‌ କୋଚ୍‌ ମ୍ୟାକ୍ସ କାଲଡାସ ମଧ୍ୟ ଦଳର ପ୍ରଦର୍ଶନକୁ ନେଇ ବେଶ୍‌ ଆଶାବାଦୀ। ସ୍ପେନ୍‌ ଦଳ ନିକଟରେ ଭାରତ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ମ୍ୟାଚ୍‌ ଭୁବନେଶ୍ୱରରେ ଖେଳିଥିଲା। ପ୍ରୋ-ଲିଗ୍‌ରେ ଖେଳିବା ଦ୍ୱାରା ଦଳର ପ୍ରଦର୍ଶନରେ ଉନ୍ନତି ଆସିଥିବା କାଲଡାସ ସ୍ବୀକାର କରିଛନ୍ତି। ”ଭାରତକୁ ପୁନର୍ବାର ପ୍ରତ୍ୟାବର୍ତ୍ତନ କରିବା ଆମ ପାଇଁ ସମ୍ମାନ ସଦୃଶ। ଏବେ ଚ୍ୟାଲେଞ୍ଜର ମୁକାବିଲା ପାଇଁ ଆମେ ପ୍ରସ୍ତୁତ ହେଉଛୁ। କୌଣସି ସ୍ଥାନରେ ଅଧିକ ମ୍ୟାଚ ଖେଳିଲେ ସହଜ ଅନୁଭବ ହୋଇଥାଏ। ଆମେ ଭାରତକୁ ଆସି ସେଭଳି ଅନୁଭବ କରୁଛୁ। କରୋନା ମହାମାରୀ ପାଇଁ ଖେଳାଳିମାନେ ବହୁ ଦର୍ଶକଙ୍କ ସମାଗମରେ ଖେଳିପାରି ନ ଥିଲେ। ତେଣୁ ରାଉରକେଲାରେ ମ୍ୟାଚ୍‌ ଚ୍ୟାଲେଞ୍ଜପୂର୍ଣ୍ଣ ରହିବ“ ବୋଲି ସେ କହିଛନ୍ତି।

ବିପର୍ଯ୍ୟୟ ସୃଷ୍ଟି ଲକ୍ଷ୍ୟରେ ଓ୍ବେଲ୍ସ

ଓ୍ବେଲ୍ସ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ନିମ୍ନରେ ଥିଲେ ହେଁ କୋଚ୍‌ ନ୍ୟୁକମ୍ବ ପ୍ରତିପକ୍ଷ ଦଳଗୁଡ଼ିକୁ ଚେତାବନୀ ଦେଇଛନ୍ତି। ଏପରି କି ଦଳ ବିପର୍ଯ୍ୟୟ ସୃଷ୍ଟି କରିବାକୁ ପ୍ରସ୍ତୁତ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ”ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୧୫ତମ ସ୍ଥାନରେ ଥିଲେ ମଧ୍ୟ କେହି ଆମକୁ ହେୟ ମନେ କରିବା ଉଚିତ ନୁହେଁ। ଆମେ ଭାରତ, ଇଂଲଣ୍ଡ ଓ ସ୍ପେନ୍‌ ଆଦି ୩ ଶକ୍ତିଶାଳୀ ଦଳ ବିପକ୍ଷରେ ଖେଳିବାକୁ ଯାଉଛୁ। ମାତ୍ର ମନେରଖିବାକୁ ହେବ ଯେ ଆମେ ଏଠାକୁ ବିପର୍ଯ୍ୟୟ ସୃଷ୍ଟି କରିବାକୁ ଆସିଛୁ। ଏଠାରେ ମ୍ୟାଚ୍‌ ଜିତିବା ଲକ୍ଷ୍ୟରେ ରହିଛୁ। କେହି ଆମକୁ ହେୟ ମନେକରୁଥିବେ ବୋଲି ଭାବିପାରୁନି“ ବୋଲି ନ୍ୟୁକମ୍ବ ପ୍ରକାଶ କରିଛନ୍ତି। ରାଉରକେଲା ପରିବେଶରେ ଖେଳିବାରେ ତାଙ୍କର କିଛି ଅସୁବିଧା ହେବନାହିଁ ବୋଲି ସେ ଅନୁଭବ କରୁଛନ୍ତି। ”ଏବେ ଏଠାରେ ଗରମ ପରିବେଶ ନାହିଁ। ଆମେ ମାଲେସିଆରେ ଖେଳିଛୁ। ସେଠାକାର ପରିବେଶ ଉଷ୍ମ। ଆମେ ଭାରତରେ ମଧ୍ୟ ଗ୍ରୀଷ୍ମଋତୁରେ ଖେଳିଛୁ। ତେଣୁ କିଛି ଅସୁବିଧା ହେବନାହିଁ। ଏବେ ଓ୍ବେଲ୍ସ ପରି ଏଠାରେ ଥଣ୍ଡା ପରିବେଶ ରହିଛି। ତେଣୁ ଆମେ ଖେଳିବାକୁ ପ୍ରସ୍ତୁତ“ ବୋଲି ସେ କହିଛନ୍ତି। ରାଉରକେଲାରେ ୨୦,୦୦୦ ଦର୍ଶକଙ୍କ ସମ୍ମୁଖରେ ଖେଳିବା ନିଶ୍ଚିତ ଚ୍ୟାଲେଞ୍ଜପୂର୍ଣ୍ଣ ରହିବ। ତେବେ ପ୍ରଦର୍ଶନ ଦ୍ୱାରା ସେମାନେ ଦର୍ଶକଙ୍କ ମନୋରଞ୍ଜନ କରିପାରିବେ ବୋଲି ଓ୍ବେଲ୍ସ ଅଧିନାୟକ ରୁପେର୍ଟ ଶିପେର୍ଲି ପ୍ରକାଶ କରିଛନ୍ତି। ଭାରତ ବିପକ୍ଷରେ ଓ୍ବେଲ୍ସ ଏହାର ଗ୍ରୁପ୍‌ ମ୍ୟାଚ୍‌ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳିବ। ତେଣୁ ରାଉରକେଲାରେ ଅନ୍ୟ ଦଳ ବିପକ୍ଷରେ ଖେଳିବାବେଳେ ଆମ ଦଳକୁ କିଛି ଦର୍ଶକଙ୍କ ସମର୍ଥନ ମିଳିବ ବୋଲି ଶିପେର୍ଲି ଆଶା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ବିଜୁଙ୍କୁ ମିଳିଲା ଆଜୀବନ କାରାଦଣ୍ଡ: ଅଢେଇ ବର୍ଷ ତଳେ…

ବ୍ରହ୍ମପୁର, ୨୩/୧୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲା ଜଜ ଅଶାନ୍ତ କୁମାର ଦାସ ମଙ୍ଗଳବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଦୋଷୀ...

ଓଡ଼ିଶାରେ ବଢୁଛି ଶୀତର ପ୍ରକୋପ: ୩ ଦିନରେ ଏସବୁ ଜିଲାରେ ହ୍ରାସ ପାଇବ ପାରଦ

ଭୁବନେଶ୍ୱର,୨୩।୧୨: ରାଜ୍ୟରେ ଶୀତର ଲହରି ଜାରି ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସହରର ତାପମାତ୍ରା ଗତ ୩ ଦିନ ମଧ୍ୟରେ ଗୁରୁତର ଭାବେ...

ଚାଷୀଙ୍କୁ ଶୋଷଣ ଚଳିବ ନାହିଁ, ନଚେତ୍‌ ନିଆଁ ଜଳିବ: ପ୍ରଦୀପ ମାଝୀ

ଝରିଗାଁ, ୨୩।୧୨ (କିଶୋର ଚନ୍ଦ୍ର ମଣ୍ଡଳ):ନବରଙ୍ଗପୁର ଜିଲାର ଝରିଗାଁ, ଉମରକୋଟ ଓ ରାଇଘର, ଚନ୍ଦାହାଣ୍ଡି ବ୍ଲକ ଠାରେ ଚାଷୀ ମହାସଂଘ ପକ୍ଷରୁ ବ୍ଳକ ବନ୍ଦ କରାଯାଇଛି।...

କେନ୍ଦ୍ରାପଡ଼ାରେ ନାବାଳିକାଙ୍କ ସହ ଘଟିଗଲା ଏପରି ଅଘଟଣ: କଡା ଚେତାବନୀ ଦେଲେ ଉପମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡା,୨୩।୧୨: କେନ୍ଦ୍ରାପଡ଼ା ଜିଲା ସାତଭାୟା ଗ୍ରାମରେ ଘଟିଥିବା କଥିତ ନାବାଳିକା ବିବାହ ଘଟଣାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଏହି...

ଦାରିଙ୍ଗବାଡି ଶୀତ ମହୋତ୍ସବ: ରାଜ୍ୟର ୪ ମୁଖିଆଙ୍କୁ ନିମନ୍ତ୍ରଣ

ଦାରିଙ୍ଗବାଡି, ୨୩।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଜାନୁଆରୀରେ ହେବାକୁ ରହିଥିବା ଶୀତ ମହୋତ୍ସବରେ ଅନ୍ୟ ଅତିଥିଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର...

ମେସିଙ୍କ ଉପରେ ଖସିଲା ଦୁଃଖର ପାହାଡ଼: ଘଟିଗଲା ଏମିତି କିଛି…

ନୂଆଦିଲ୍ଲୀ,୨୩।୧୨: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କ ଭଉଣୀ ମାରିଆ ସୋଲ ମିଆମିରେ ତାଙ୍କ ଏସ୍ୟୁଭି ଚଲାଉଥିବା ସମୟରେ ଏକ ଦୁର୍ଘଟଣାର ଶିକାର ହୋଇଛ୍‌ତି। ତାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri