Odisha Elections 2024

୪୩ ବର୍ଷରେ ପାଦ ଦେଲା ନାଲ୍‌କୋ

ବଅଁରପାଳ, ୭।୧ (ଡି.ଏନ.ଏ.): ଅନୁଗୋଳ ଜିଲାରେ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ ଶନିବାର ପ୍ରତିଷ୍ଠା ଦିବସ ପାଳନ କରିବ। ଚଳିତବର୍ଷ କମ୍ପାନୀ ୪୩ ବର୍ଷରେ ପଦାର୍ପଣ କରୁଛି। ଏହି ପ୍ରତିଷ୍ଠା ଦିବସ ପାଳନ ଅବସରରେ ନାଲ୍‌କୋ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଗୋପବନ୍ଧୁ ପାର୍କରେ ୨ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବ। ପୂର୍ଣ୍ଣ କ୍ଷମତାରେ ଚାଲୁଥିବା ଏହି ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ଆଲୁମିନିୟମ ଉତ୍ପାଦନ ବୃଦ୍ଧି ପାଇବା ସହ ଚଳିତବର୍ଷ କମ୍ପାନୀ ୨୯ଶହ କୋଟି ଟଙ୍କାର ଲାଭ ଅର୍ଜନ କରିଛି।
ଆଲୁମିନିୟମ ଶିଳ୍ପ କ୍ଷେତ୍ରରେ ନାଲ୍‌କୋ ବେଶ୍‌ ସୁନାମ ଅର୍ଜନ କରିଛି। ଏଠାରୁ ଉତ୍ପାଦିତ ଆଲୁମିନିୟମର ଚାହିଦା ବିଶ୍ୱ ବଜାରରେ ରହିଛି। ଉତ୍ପାଦନ ପରି ରପ୍ତାନି କ୍ଷେତ୍ରରେ ମଧ୍ୟ କମ୍ପାନୀକୁ ବଡ଼ ସଫଳତା ମିଳିପାରିଛି। ଚଳିତ ଆର୍ଥିକ ବର୍ଷରେ ସ୍ମେଲଟର ଓ ସିପିପିରୁ କାଷ୍ଟ ମେଟାଲ ଏବଂ ହଟ୍‌ ମେଟାଲ ଧାର୍ଯ୍ୟଲକ୍ଷ୍ୟ ଅନୁଯାୟୀ ଉତ୍ପାଦନ କରାଯାଇଛି। ସ୍ମେଲଟରରେ ଥିବା ସମସ୍ତ ୯୬୦ ପଟ୍‌ କାର୍ଯ୍ୟକ୍ଷମ ଥିବାବେଳେ ସିପିପିର ୧୦ ୟୁନିଟ୍‌ ମଧ୍ୟରୁ ୭ଟି ଚାଲୁଛି। ବିଭିନ୍ନ କ୍ଷେତ୍ରରେ ଅର୍ଜନ କରିଥିବା ସଫଳତା ପାଇଁ ସ୍ମେଲଟର ପ୍ଲାଣ୍ଟକୁ କଳିଙ୍ଗ ସୁରକ୍ଷା ପୁରସ୍କାର ଓ ସିପିପିକୁ ଶକ୍ତିର ଉତ୍କୃଷ୍ଟ ଉପଯୋଗୀ ପୁରସ୍କାର ପ୍ରଦାନ କରାଯାଇଛି। ଉତ୍କଳ ଡି କୋଲ୍‌ ବ୍ଲକ ସହ ନାଲ୍‌କୋର ଲାଇଫ ଲାଇନ କୁହାଯାଉଥିବା ଲିନ୍ସଲରୀ ପ୍ରୋଜେକ୍ଟ ଦ୍ରୁତଗତିରେ ଆଗେଇ ଚାଲିଛି। ସେହିପରି ପ୍ଲାଣ୍ଟ ପାରିପାର୍ଶ୍ୱିକ ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ ବଣ୍ଟନ ଓ ଉନ୍ନୟନ ଦିଗରେ ସହଯୋଗ କରାଯାଉଥିବା ନାଲ୍‌କୋ ପକ୍ଷରୁ ସୂଚନା ଦିଆଯାଇଛି।

ସମସ୍ତ ପଟ୍‌ କାର୍ଯ୍ୟକ୍ଷମ ରହିଛି
ବର୍ତ୍ତମାନ ପୂର୍ଣ୍ଣ କ୍ଷମତାରେ ପ୍ଲାଣ୍ଟ ଚାଲିଛି। ସମସ୍ତ ପଟ୍‌ କାର୍ଯ୍ୟକ୍ଷମ ଥିବାରୁ ଉତ୍ପାଦନ ବୃଦ୍ଧି ପାଉଛି। ଆଲୁମିନିୟମ ଉତ୍ପାଦନ କ୍ଷେତ୍ରରେ ନାଲ୍‌କୋ ଏକ ସଫଳତାର ନାମ। ଚଳିତବର୍ଷ ଏହି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭଲ ଲାଭ ହାସଲ କରିପାରିଛି।
-ଭୀମସେନ ପ୍ରଧାନ, ନିର୍ବାହୀ ନିର୍ଦ୍ଦେଶକ, ନାଲ୍‌କୋ
ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ ହେଉଛି
ନାଲ୍‌କୋ ଏକ ଲାଭଦାୟକ ସଂସ୍ଥା। ସବୁକ୍ଷେତ୍ରରେ ଏହି ଉଦ୍ୟୋଗ ସଫଳତା ହାସଲ କରିଚାଲିଛି। ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ ଦିଗରେ ମଧ୍ୟ ନାଲ୍‌କୋ ଧ୍ୟାନ ଦେଉଛି। ଏହି ପ୍ଲାଣ୍ଟ ଅଧିକରୁ ଅଧିକ ଉନ୍ନତି କରୁ।
-ସୁନୀଲ ମହାପାତ୍ର, ଡିଜିଏମ୍‌, ନାଲ୍‌କୋ
ନୂତନ ନିଯୁକ୍ତି ଉପରେ ଧ୍ୟାନ ଦିଆଯାଉ
ନବରତ୍ନ ଉଦ୍ୟୋଗ ନାଲ୍‌କୋ ୪୩ ବର୍ଷରେ ପହଞ୍ଚିଥିଲେ ମଧ୍ୟ ସର୍ବାଧିକ ଲାଭ ଓ ଉତ୍ପାଦନରେ ରେକର୍ଡ ହାସଲ କରୁଛି। କିନ୍ତୁ ବର୍ତ୍ତମାନ ବହୁ କର୍ମଚାରୀ ଅବସର ନେଉଥିବାରୁ ନୂତନ ନିଯୁକ୍ତି ଓ ରକ୍ଷଣାବେକ୍ଷଣ ଉପରେ ଧ୍ୟାନ ଦିଆଯିବା ଦରକାର।
-ବିଭବ ଜେନା, ସାଧାରଣ ସମ୍ପାଦକ, ନାଲ୍‌କୋ ଶ୍ରମିକ କଂଗ୍ରେସ ୟୁନିୟନ
ଉନ୍ନତି ପାଇଁ ସହଯୋଗ ଲୋଡ଼ା
ନାଲ୍‌କୋ ଯୋଗୁ ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ ଘଟୁଛି। ବହୁ ବେକାର ଯୁବତୀ ଯୁବକଙ୍କୁ ନିଯୁକ୍ତି ମିଳିଥିବା ବେଳେ ଅନେକେ ପରୋକ୍ଷରେ ରୋଜଗାରକ୍ଷମ ହୋଇପାରିଛନ୍ତି। ତେଣୁ ଅଧିକରୁ ଅଧିକ ସହଯୋଗ ଏହି ପ୍ଲାଣ୍ଟର ବିକାଶକୁ ତ୍ୱରାନ୍ବିତ କରିପାରିବ।
-ବିନୋଦ ସାମଲ, ସାଧାରଣ ସମ୍ପାଦକ, ଆଲୁମିନିୟମ ମଜଦୁର ସଂଘ


Enter your email to get our daily news in your inbox.

All Right Reserved By Dharitri.Com

ରତ୍ନଭଣ୍ଡାର ଚାବି ହଜେଇଛି କିଏ? ସମ୍ବଲପୁରରୁ ଶାହାଙ୍କ ବଡ଼ ଖୁଲାସା

ସମ୍ବଲପୁର,୨୧।୫: ସମ୍ବଲପୁର ଅଇଁଠାପାଲି ପିଏଚଡି ପଡ଼ିଆରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବିରାଟ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ଶାହା ବିଜେଡି ସରକାରଙ୍କୁ...

ଦୁର୍ଘଟଣା ପରେ ହେଲପରଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅଧୀନ ୨୦ ନମ୍ବର ଜାତୀୟ ରାଜପଥ ପଳାସପଙ୍ଗା ଓଭରବ୍ରିଜ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣା...

ଗାଁ ଗାଁ ବୁଲି ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର

ହାଟଡିହୀ,୨୧l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ଅଧୀନ ହାଟଡିହୀ ବ୍ଲକର ଢେଙ୍କା, ଓରାଳି ଏବଂ ସମଣା ପଞ୍ଚାୟତର ବିଭିନ୍ନ ଗ୍ରାମରେ ବିଜେଡି ବିଧାୟକ...

‘୧୮ ମାସରେ ଚିଟ୍‌ଫଣ୍ଡ ଦୋଷୀଙ୍କୁ ଜେଲ୍‌ରେ ପୂରାଇବୁ’

ସମ୍ବଲପୁର,୨୧।୫: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସମ୍ବଲପୁର ସଭାରେ ଆସୁ ଆସୁ ବର୍ଷିଛନ୍ତି। ଶାହା କହିଛନ୍ତି, ଭାଜପା ସରକାର ଆସିଲେ ମେଡିକାଲ ସାଇନ୍ସ ଓଡ଼ିଆରେ...

ଓଡ଼ିଶାକୁ ଶାସନ କିଏ କରିବ, କହିଦେଲେ ଅମିତ ଶାହା

ସମ୍ବଲପୁର,୨୧।୫: ସମ୍ବଲପୁର ଅଇଁଠାପାଲି ପିଏଚ୍‌ଡି ପଡ଼ିଆରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବିରାଟ ଜନସଭାକୁ ସମ୍ବୋଧିତ କରୁଛନ୍ତି। ଏହି ସମୟରେ ଶାହା ବିଜେଡି ଉପରେ...

ଶତାଧିକ କଂଗ୍ରେସ, ଭାଜପା କର୍ମୀ ବିଜେଡିରେ ସାମିଲ

ହାଟଡିହୀ,୨୧l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର କାଠକଟା ପଞ୍ଚାୟତର ଶତାଧିକ କଂଗ୍ରେସ ଏବଂ ଭାଜପା କର୍ମୀ ସୁବ୍ରତ ସାମଲଙ୍କ ତତ୍ୱାବଧାନରେ ବିଜେଡିରେ ସାମିଲ ହୋଇଛନ୍ତି...

ନିର୍ବାଚନ ପାଇଁ ଜମି, ଛେଳି ବିକିଲେ ବିଧାୟକ ପ୍ରାର୍ଥୀ

କେନ୍ଦୁଝର, ୨୧ା୫ (ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ରର ବିକାଶ ପାଇଁ ଏଥର ପ୍ରାର୍ଥୀ ହୋଇଛନ୍ତି ଦିବ୍ୟାଙ୍ଗ ଦତ ମୁଣ୍ଡା (୫୩)। ତେବେ...

ଇଲେକ୍ସନ ଡ୍ୟୁଟି ସାରି ଫେରୁଥିବା ପୋଲିସ କର୍ମଚାରୀ ଗାଡି ଦୁର୍ଘଟଣାଗ୍ରସ୍ତ

ଛତ୍ରପୁର,୨୧।୫ (ଦିଲ୍ଲୀପ ସାମଲ): ଇଲେକ୍ସନ ଡ୍ୟୁଟି ସାରି ଭଞ୍ଜନଗରରୁ ଏକ ବସ ପୋଲିସ କର୍ମଚାରୀଙ୍କୁ ଧରି ଛତ୍ରପୁର ଫେରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଛତ୍ରପୁର ଡିଆରଡିଏ ଛକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri