Posted inଜାତୀୟ

ଜୈନ ତୀର୍ଥକ୍ଷେତ୍ରକୁ ବ୍ୟବସାୟିକ କରିବାକୁ ଚାହୁଁଛି ଭାଜପା

ନୂଆଦିଲ୍ଲୀ,୬।୧(ପି.ଟି.): ଦେଶରେ ଥିବା ଜୈନ ଧର୍ମର ତୀର୍ଥକ୍ଷେତ୍ରଗୁଡ଼ିକୁ ବ୍ୟବସାୟୀକରଣ କରିବା ଲାଗି ଭାଜପା ଉଦ୍ୟମ ଚଳାଇଥିବା ଗୁରୁବାର କଂଗ୍ରେସ ଅଭିଯୋଗ କରିଛି। ଗୈରିକ ଦଳର ଏଭଳି ଉଦ୍ୟମ ଜୈନ ସମ୍ପ୍ରଦାୟର ଭାବାବେଗକୁ ଆଘାତ ଦେଇଥିବା ବିରୋଧୀ ଦଳ କହିଛି। ଜୈନ ଧର୍ମର ପବିତ୍ର ସାମ୍ମେଦ ଶିଖରଜୀ ପର୍ବତକୁ ଅକ୍ତିଆର କରିବା ଲାଗି ଝାଡ଼ଖଣ୍ଡ ସରକାର ବିଜ୍ଞପ୍ତି ଜାରି କରିଛନ୍ତି, ଯାହା ପୂର୍ବର ରଘୁବର ଦାସଙ୍କ ନେତୃତ୍ୱାଧୀନ ଭାଜପା ସରକାର ସମୟରେ ହୋଇଥିଲା। ଉକ୍ତ ବିଜ୍ଞପ୍ତିକୁ ତୁରନ୍ତ ପ୍ରତ୍ୟାହାର କରିନେବା ଲାଗି କଂଗ୍ରେସ ଦାବି କରିଛି। ସାମ୍ମେଦ ଶିଖରଜୀ ଭଳି ଗୁଜରାଟର ଶତ୍ରୁଞ୍ଜୟ ପାହାଡ଼, ମାଉଣ୍ଟ ଗିର୍‌ନାରକୁ ମଧ୍ୟ ବ୍ୟବସାୟୀକରଣ କରିବାକୁ ଭାଜପା ଉଦ୍ୟମ ଚଳାଇଥିବା କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରଦୀପ ଜୈନ ଆଦିତ୍ୟ ଏବଂ ଦଳ ମୁଖପାତ୍ର ପଓ୍ବନ ଖେରା କହିଛନ୍ତି। କଂଗ୍ରେସ ଦେଶର ସମସ୍ତ ଧର୍ମୀୟ ସ୍ଥଳକୁ ସୁରକ୍ଷା ଦେବା ଲାଗି ପ୍ରତିଶ୍ରତିବଦ୍ଧ ବୋଲି ସେମାନେ କହିଛନ୍ତି। ପରିବେଶ ପର୍ଯ୍ୟଟନ ଲାଗି ଝାଡ଼ଖଣ୍ଡର ପବିତ୍ର ପର୍ବତକୁ ଅଧିଗ୍ରହଣ ଲାଗି ପୂର୍ବର ଭାଜପା ସରକାରଙ୍କ ନିଷ୍ପତ୍ତି ବିରୋଧରେ ସମୁଦାୟ ଜୈନ ସମ୍ପ୍ରଦାୟ ରାସ୍ତାକୁ ଓହ୍ଲାଇଛନ୍ତି। ଭାଜପା ଏବଂ ଆର୍‌ଏସ୍‌ଏସ୍‌ ଜୈନ ସମାଜକୁ ପ୍ରତାରିତ କରିଥିବା କଂଗ୍ରେସ ଅଭିଯୋଗ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri