ଜାନୁୟାରୀ ୭ରୁ ‘ଡିଓଡି ଜୀ-ସାର୍ଥକ ସଂସାର ଡ୍ୟାନ୍ସ ଲିଗ୍‌’

ଭୁବନେଶ୍ୱର,୫।୧: ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ଜାନୁୟାରୀ ୭ରୁ ଆରମ୍ଭ ହେବାକୁ ଯାଉଛି ‘ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ (ଡିଓଡି), ଜୀ-ସାର୍ଥକ ସଂସାର ଡ୍ୟାନ୍ସ ଲିଗ୍‌’। ଜୀ-ସାର୍ଥକରେ ପ୍ରସାରିତ ହେଉଥିବା ମେଗା ଧାରାବାହିକଗୁଡ଼ିକର ଅଭିନେତ୍ରୀମାନେ ଏଥିରେ ପ୍ରତିଯୋଗୀ ଭାବରେ ଭାଗ ନେବେ। ଏପରିକି ସୁଜିତ ଓ ଚାନ୍ଦିନୀଙ୍କ ଦମ୍‌ଦାର ସଂଯୋଜନାରେ ଆରମ୍ଭ ହେବାକୁ ଯାଉଥିବା ଏହି ଡ୍ୟାନ୍ସ ଲିଗ୍‌ରେ ଅଭିନେତା ଦେବାଶିଷ ପାତ୍ର, ଅଭିନେତ୍ରୀ ଲିପି ମହାପାତ୍ର ଏବଂ ଡ୍ୟାନ୍ସର ହରିହର ଦାଶ ଜୁରି ଆସନ ଅଳଙ୍କୃତ କରିବେ ଏବଂ ବାଛିବେ କେଉଁ ଦଳ ହେବ ବିଜେତା।

ଏହି ଡ୍ୟାନ୍ସ ଲିଗ୍‌ରେ ପ୍ରତିଯୋଗୀ ଭାବେ ଭାଗନେବେ ନିକିତା,ଅଙ୍କିତା,ଜସ୍ମିନ, ଦୀପିକା, ଅନନ୍ୟା, ଏଲି, ଅର୍ପିତା ଓ ଛନ୍ଦିତା,ଉପରୋକ୍ତ ଅଭିନେତ୍ରୀମାନଙ୍କୁ ନେଇ ଦୁଇଟି ଦଳରେ ହେବାକୁ ଥିବା ଡ୍ୟାନ୍ସ ଧମାକାର ଟକ୍କର ସହ ଏହି ଶୋ, ଆପଣଙ୍କୁ ଭରପୂର ମନୋରଞ୍ଜନ ଯୋଗାଇବ। ଅଭିନେତ୍ରୀ ଭାବରେ ପରଦା ଉପରେ ଅଭିନୟର ଯାଦୁ ଦେଖାଇ ଦର୍ଶକଙ୍କ ମନ ଜିଣି ସାରିଥିବା ଏହି ଚୁଲ୍‌ବୁଲି ନାୟିକାମାନେ ନୃତ୍ୟ ପ୍ରଦର୍ଶନରେ କେତେ କମାଲ ଦେଖାଇ ପାରିବେ, ତା’ ଉପରେ ସମସ୍ତଙ୍କର ନଜର ରହିବ।

ପ୍ରଥମଥର ପାଇଁ ଓଡ଼ିଆ ଟେଲି ଇଣ୍ଡଷ୍ଟ୍ରିରେ ଏପରି ଏକ ଡ୍ୟାନ୍ସ ରିୟଲିଟି ଶୋ ହେବାକୁ ଯାଉଛି। ଯଦିଓ ପୂର୍ବରୁ ଅନେକ କିଛି ସଫଳ କାର୍ଯ୍ୟକ୍ରମରେ ଅଭିନେତ୍ରୀମାନେ ନୃତ୍ୟ ପରିବେଷଣ କରି ସେମାନଙ୍କର ଟ୍ୟାଲେଣ୍ଟ ଦେଖାଇ ସାରିଛନ୍ତି, କିନ୍ତୁ ଏହି ଶୋରେ ସେମାନେ ପରସ୍ପରକୁ ଏକ ପ୍ରତିଯୋଗୀ ଭାବରେ ଟକ୍କର ଦେଇ ସାମ୍ନା କରିବେ। ନିଜ ଭିତରେ ପ୍ରତିଯୋଗୀ ମନୋଭାବ ନେଇ କେହି ନୃତ୍ୟ ପ୍ରଦର୍ଶନରେ ମଧ୍ୟ କାହାଠାରୁ କମ୍‌ ନୁହନ୍ତି ତାହା ସେମାନେ ପ୍ରତିପାଦିତ କରିବା ପାଇଁ ଏହି ରିଆଲିଟି ଶୋ’ରେ ଚେଷ୍ଟା କରିବେ ଜ଼ୀ ସାର୍ଥକ ଚାନେଲର ମୁଖ୍ୟ ପ୍ରତୀକ ସିଲ୍‌ କହିଛନ୍ତି । ଏହି ମେଗା ଡ୍ୟାନ୍ସିଂ ରିଆଲିଟି ଶୋ ଆଗାମୀ ଜାନୁୟାରୀ ୭ରୁ ପ୍ରତି ଶନିବାର ଓ ରବିବାର ରାତି ୯:୩୦ ରୁ ୧୦:୩୦ ମଧ୍ୟରେ ପ୍ରସାରିତ ହେବ ବୋଲି ଜୀ-ସାର୍ଥକ ପକ୍ଷରୁ ସୂଚନା ଦିଆଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri