କୃଷ୍ଣ ବଳରାମଙ୍କୁ ଭେଟିଲେ ଅକ୍ରୂର

ମଥୁରାନଗରୀ,୪।୧: ବରଗଡ଼ ଧନୁଯାତ୍ରା ମହୋତ୍ସବର ମଙ୍ଗଳବାର ଅଷ୍ଟମ ଦିବସରେ ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା। ଗୋଟିଏ ପଟେ ଗୋପପୁର ବୃନ୍ଦାବନ ପଡ଼ିଆ ଏବଂ ଅନ୍ୟପଟେ ମଥୁରାନଗରୀର ରାଜଦରବାର ଓ ରଙ୍ଗମହଲର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା। ଗୋପାଳ ବାଳକଙ୍କ ଗହଣରେ ଶ୍ରୀକୃଷ୍ଣ ଓ ବଳରାମ ଗୋପପୁର ପରିକ୍ରମା କରି ଯମୁନା କୂଳ ବୃନ୍ଦାବନ ପଡ଼ିଆରେ ପହଞ୍ଚତ୍ଥିଲେ। ସେଠାରେ ଅନ୍ଧ ବ୍ରାହ୍ମଣ ଶ୍ରୀକୃଷ୍ଣଙ୍କୁ ଭେଟିବାକୁ ଯାଇଥିଲେ ଏବଂ ଲୀଳାମୟ କୃଷ୍ଣଙ୍କୁ ଗିରି ଗୋବର୍ଦ୍ଧନ ବେଶରେ ଦେଖିବା କ୍ଷଣି ସେ ଦୃଷ୍ଟି ଫେରିପାଇଥିଲେ।
କଂସ ମହାରାଜଙ୍କ ନିର୍ଦ୍ଦେଶକ୍ରମେ କୃଷ୍ଣ ଓ ବଳରାମଙ୍କୁ ଆଣିବା ପାଇଁ ଅକ୍ରୂର ଏକ ସୁସଜ୍ଜିତ ରଥରେ ଗୋପପୁର ଅଭିମୁଖେ ଯାଇଥିଲେ। ବାଟରେ ଯମୁନା ଶଯ୍ୟାରେ ଶ୍ରୀକୃଷ୍ଣଙ୍କ ପାଦଚିହ୍ନ ଦେଖି ସେ ଭାବବିହ୍ବଳ ହୋଇ ପଡ଼ିଥିଲେ। ପରେ ଶ୍ରୀକୃଷ୍ଣ ଓ ବଳରାମ ଅକ୍ରୂରଙ୍କୁ ନନ୍ଦ ଦରବାରକୁ ନେଇଥିଲେ। ନନ୍ଦ ଦରବାରରେ ଅକ୍ରୂର ନନ୍ଦରାଜାଙ୍କୁ ମହାରାଜ କଂସ ଦେଇଥିବା ଚିଟାଉ ପ୍ରଦାନ କରିଥିଲେ। ସେହିପରି କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ଗହଣରେ ମଥୁରା ଭ୍ରମଣ କରିଥିଲେ। ପରିଭ୍ରମଣ ସମୟରେ ସେ ସ୍ଥାନୀୟ ସମ୍ବଲପୁର ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସରକାରୀ ବସ୍‌ଷ୍ଟାଣ୍ଡ ପରିଦର୍ଶନ କରିଥିଲେ ଏବଂ କର୍ମଚାରୀଙ୍କୁ ଭେଟି ଲୋକଙ୍କୁ ଉତ୍ତମ ସେବା ପ୍ରଦାନ ପାଇଁ ଆଦେଶ ଦେଇଥିଲେ। ଏହାପରେ କଂସ ହାଟପଦାସ୍ଥିତ ରଙ୍ଗମହଲକୁ ଯାଇ ନୃତ୍ୟଗୀତରେ ମସ୍‌ଗୁଲ ହୋଇଥିଲେ। ପରେ ରାଜଦରବାରକୁ ଆସି ଶ୍ରୀକୃଷ୍ଣ ଓ ବଳରାମଙ୍କୁ ହତ୍ୟା ଏବଂ ଗୋପପୁରକୁ ଧ୍ୱଂସ କରିବା ପାଇଁ ନିଜ ସୈନ୍ୟ ସାମନ୍ତଙ୍କ ସହ ଯୁଦ୍ଧାଭ୍ୟାସ କରିଥିଲେ। ରାଜଦରବାରରେ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଖେଳାଳି ପଦ୍ମଶ୍ରୀ ପ୍ରମୋଦ ଭଗତ ରାଜ ଅତିଥି ଭାବେ ଯୋଗଦାନ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri