ଭାରତ ପାଲଟିବ ବିଶ୍ୱସ୍ତରୀୟ ଗେମିଂ ହବ…

ନୂଆଦିଲ୍ଲୀ,୨୯।୧୨ : ଭାରତକୁ ଏକ ବିଶ୍ୱ ଗେମିଂ ହବ କରିବା ପାଇଁ ସହଜ ବ୍ୟବସ୍ଥା ଉପରେ ଯୋଜନା ଜାରି ରହିଛି। ଖେଳ କାର୍ଯ୍ୟକଳାପରୁ ହୋଇଥିବା ଆୟରୁ ଖର୍ଚ୍ଚ ଏବଂ କ୍ଷତି ଅଫସେଟ କରିବା ବ୍ୟବସ୍ଥା ବନ୍ଦ କରାଯିବା ନେଇ ଚର୍ଚ୍ଚା ହେଉଛି। ନିୟନ୍ତ୍ରିତ ପ୍ଲାଟଫର୍ମରେ ୩୦ ପ୍ରତିଶତ ଆୟକରର ଉଚ୍ଚ ହାର ବିଦେଶୀ ପ୍ଲାଟଫର୍ମକୁ ରାସ୍ତା ଦେଉଛି ଯାହା ଘରୋଇ କମ୍ପାନୀଗୁଡିକୁ ବିପଦରେ ପକାଉଛି।

ଏହି କାରଣରୁ ସରକାର ମଧ୍ୟ ଟିକସ ହରାଉଛନ୍ତି। କମ୍ପାନୀଗୁଡିକରେ ଅନୁଶାସନ ପାଇଁ ଟିକସ ସଠିକ ସମାଧାନ ନୁହେଁ, ବରଂ ଟେକ୍ନୋଲୋଜିର ଉତ୍ତମ ବ୍ୟବହାର ଆବଶ୍ୟକ ବୋଲି ସ୍ବାଧୀନ ଥିଙ୍କ ଟ୍ୟାଙ୍କ ଥିଙ୍କ ଚେଞ୍ଜ ଫୋରମ (ଟିସିଏଫ) ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ବିଶେଷଜ୍ଞମାନେ କହିଛନ୍ତି।

ସରକାରଙ୍କ ଦ୍ୱାରା ଗଠିତ ଏକ ଆନିମେଶନ, ଭିଜୁଆଲ ଇଫେକ୍ଟସ, ଗେମିଂ ଏବଂ କମିକ୍ସ (ଏଭିଜିସି) ପ୍ରମୋଶନ ଟାସ୍କ ଫୋର୍ସ ରିପୋର୍ଟରେ ଏହି କ୍ଷେତ୍ରର ବିକାଶ ପାଇଁ ବଜେଟରେ ବ୍ୟବସ୍ଥା କରିବାକୁ କୁହାଯାଇଛି। ଭାରତରେ, ଅନଲାଇନ ସ୍କିଲ ଆଧାରିତ ଖେଳ (ଓଏସଜି) ହେଉଛି ୨.୫ ବିଲିୟନ ଡଲାରର ଶିଳ୍ପ। ରାଜସ୍ବ ଦୃଷ୍ଟିରୁ ଏହା ୨୦୩୦ ସୁଦ୍ଧା ୨୦ବିଲିୟନ ଡ଼ଲାରରେ ପହଞ୍ଚିବ ବୋଲି ଆଶା କରାଯାଉଛି। ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ରୋହନ ଶାହାଙ୍କ କହିବାନୁସାରେ, ଲଟେରୀ ଭଳି ପ୍ରତିଯୋଗିତା ଜିତିବା ପରିବର୍ତ୍ତେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଅନ୍ୟମାନଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା ହେଉଥିବା ଗେମିଂକୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯିବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri