ଓଲା ପକ୍ଷରୁ ମୁଭ୍‌ଓଏସ୍‌୩ର ଶୁଭାରମ୍ଭ

ନୂଆଦିଲ୍ଲୀ,୨୬।୧୨: ଦେଶର ପ୍ରମୁଖ ଇଲେକ୍ଟ୍ରି ଭେହିକିଲ(ଇଭି) କମ୍ପାନୀ ଓଲା ଇଲେକ୍‌ଟ୍ରିକ୍‌ର ନୂତନ ସଫ୍ଟୱେର ଅପ୍‌ଡେଟ୍‌ ମୁଭ୍‌ଓଏସ୍‌ ୩ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି ଶୁଭାରମ୍ଭ ଦ୍ୱାରା ୧ଲକ୍ଷରୁ ଅଧିକ ଓଲା ଗ୍ରାହକ ଓଭର୍‌-ଦ-ଏୟାର (ଓଟିଏ) ଅପ୍‌ଡେଟ୍‌ ଗ୍ରହଣ କରିବେ। ଯାହା ସେମାନଙ୍କ ସ୍କୁଟର୍‌ଗୁଡିକର ବାସ୍ତବ କ୍ଷମତାକୁ ଅନ୍‌ଲକ୍‌ କରିବ ଏବଂ ସେଗୁଡିକୁ ଦେଶରେ ଉପଲବ୍ଧ ଟେକ୍ନୋଲୋଜି ଦୃଷ୍ଟିରୁ ସବୁଠାରୁ ଅତ୍ୟାଧୁନିକ ଓ ଫିଚର-ସମୃଦ୍ଧ ୨ଡବ୍ଲ୍ୟୁରେ ପରିଣତ କରିବ। ମୁଭ୍‌ଓଏସ୍‌୩ ହେଉଛି ଏକ ବର୍ଷ ମଧ୍ୟରେ ଓଲାର ୩ୟ ପ୍ରମୁଖ ସଫ୍ଟୱେର ଅପ୍‌ଡେଟ୍‌, ଯାହା ଓଲାର ଏସ୍‌୧ ସ୍କୁଟର୍‌ଗୁଡିକରେ ବିଦ୍ୟମାନ ରହିଥିବା ଏକାଧିକ ଫିଚରଗୁଡିକ ସହ ଆହୁରି ନୂଆ ଓ ଉତ୍ସାହଜନକ ଫିଚରଗୁଡିକୁ ସାମିଲ କରିବ।

ଏହି ବହୁପ୍ରତୀକ୍ଷିତ ସଫ୍ଟୱେର ଅପ୍‌ଡେଟ୍‌ ସ୍କୁଟର୍‌ଗୁଡିକରେ ପ୍ରମୁଖ ପ୍ରଦର୍ଶନ ଉନ୍ନତୀକରଣ ଆଣିବା ସହ ବର୍ଦ୍ଧିତ ପହଞ୍ଚ ପ୍ରଦାନ କରିବ। ଏହି ଅପ୍‌ଗ୍ରେଡ୍‌ ପ୍ରଦାନ କରିବାକୁ ଥିବା ଅନ୍ୟ ଏକ ପ୍ରମୁଖ ସୁବିଧା ହେଉଛି ଓଲା ସ୍କୁଟର୍‌ଗୁଡିକର କମ୍ପାନୀର ଦ୍ରୁତବେଗରେ ସମ୍ପ୍ରସାରିତ ହେଉଥିବା ହାଇପରଚାର୍ଜର ନେଟ୍‌ୱର୍କ ସହ କମ୍ପାଟିବିଲିଟି, ଏହି ନେଟ୍‌ୱର୍କ ବର୍ତ୍ତମାନ ଭାରତର ୨୭ଟି ରାଜ୍ୟରେ ଉପଲବ୍ଧ ରହିଛି।

ଉପଭୋକ୍ତାମାନେ ଓଲା ହାଇପରଚାର୍ଜରେ କେବଳ ୧୫ ମିନିଟ୍‌ର ଫାଷ୍ଟ୍‌ ଚାର୍ଜିଙ୍ଗ୍‌ ସହିତ ୫୦ କିମି ରେଞ୍ଜ୍‌ ସାମିଲ କରିବାକୁ ସକ୍ଷମ ହେବେ। ଏ ସମ୍ପର୍କରେ ଓଲା ଇଲେକ୍‌ଟ୍ରିକ୍‌ର ପ୍ରତିଷ୍ଠାତା ଓ ସିଇଓ ଭାବିଶ ଅଗ୍ରୱାଲ କହିଛନ୍ତି, ପ୍ରତିଶ୍ରୁତି ଅନୁଯାୟୀ ଆମେ ଚଳିତ ସପ୍ତାହରେ ସମସ୍ତ ଓଲା ଏସ୍‌୧ ମାଲିକଙ୍କ ପାଇଁ ମୁଭ୍‌ଓଏସ୍‌୩ର ରୋଲ୍‌ଆଉଟ୍‌ ଆରମ୍ଭ କରିଛୁ। ଏକ ବର୍ଷ ମଧ୍ୟରେ ଏହା ଆମର ୩ୟ ବୃହତ୍‌ ସଫ୍ଟୱେର ଅପ୍‌ଗ୍ରେଡ୍‌ ଏବଂ ଏଭଳି ବେଗରେ ବିଶ୍ୱସ୍ତରୀୟ ଟେକ୍ନୋଲୋଜିକୁ କାର୍ଯ୍ୟକାରୀ କରିବା ପଛରେ ରହିଥିବ। ଆମର ଇଞ୍ଜିନିୟରମାନଙ୍କୁ ନେଇ ମୁଁ ଖୁବ୍‌ ଗର୍ବିତ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri