Posted inUncategorized

ସାପକାମୁଡ଼ା ମୃତ୍ୟୁ କମାଇବାକୁ ସ୍ବତନ୍ତ୍ର ପଦକ୍ଷେପ

ଭୁବନେଶ୍ୱର, ୨୦।୧୨(ବ୍ୟୁରୋ):ରାଜ୍ୟରେ ସାପ କାମୁଡ଼ାଜନିତ ମୃତ୍ୟୁ ବଢ଼ୁଥିବାରୁ ସରକାରଙ୍କ ଚିନ୍ତା ବଢ଼ିଛି। ଏହି ମୃତ୍ୟୁ ସଂଖ୍ୟା କମାଇବା ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛନ୍ତି। ପଦକ୍ଷେପ ସ୍ବରୂପ ସାପକାମୁଡା ରୋଗୀଙ୍କୁ ଡାକ୍ତରଖାନା ନେବା ପାଇଁ ପ୍ରତି ଗ୍ରାମରେ ହାଲୁକା ଷ୍ଟ୍ରେଚର୍‌ ରହିବ। ଏଥିସହ ବିଷାକ୍ତ ସାପ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଗାଁ ଗାଁରେ ସୂଚନା ପୋଷ୍ଟର ଲଗାଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟର କିଛି ଅଞ୍ଚଳରେ ପାଇଲଟ ପ୍ରକଳ୍ପ ଆଧାରରେ ଏହି ରଣନୀତି ଆପଣାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ରାଜ୍ୟବ୍ୟାପୀ ଲାଗୁ କରାଯିବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଆମ ରାଜ୍ୟରେ ସାପ କାମୁଡ଼ା ରୋଗୀଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ପରିମାଣର ଆଣ୍ଟି ଭେନମ୍‌ ଯୋଗାଇ ଦିଆଯାଉଛି। ଏହାସତ୍ତ୍ୱେ ଲୋକଙ୍କ ଅବହେଳା ତଥା ଭୟ ଯୋଗୁ ସାପ କାମୁଡ଼ା ମୃତ୍ୟୁ ଅଧିକ ଘଟୁଛି। ରାଜ୍ୟରେ ଯେତିକି ସାପକାମୁଡ଼ା ଘଟଣା ଘଟୁଛି, ସେଥିରୁ ୮୦% ଅଣବିଷଧର ସାପକାମୁଡ଼ିଥିବା ତଥ୍ୟ ରହିଛି। ୨୫ରୁ ୩୦% ମୃତ୍ୟୁ ସାପ କାମୁଡ଼ାର କିଛି ଘଣ୍ଟା ଭିତରେ ଘଟୁଛି, ଯେଉଁ ସମୟରେ ବିଷ ଶରୀରକୁ ବ୍ୟାପୀ ନ ଥାଏ। ଏସବୁ କ୍ଷେତ୍ରରେ ସାପକାମୁଡ଼ା ପରେ ଲୋକମାନେ ଛାନିଆରେ ମୃତ୍ୟୁ ମୁଖରେ ପଡୁଥିବା ସ୍ପଷ୍ଟ ହେଉଛି। କେଉଁଟା ବିଷାକ୍ତ ସାପ ଓ କେଉଁଟା ନୁହେଁ, ସେନେଇ ଲୋକଙ୍କ ଭିତରେ ସଚେତନତା ବଢ଼ାଇବାକୁ ପଡ଼ିବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ଲୋକଙ୍କୁ ପରାମର୍ଶ ଦେଇ ସେ କହିଛନ୍ତି, ସାପ କାମୁଡ଼ା ଲୋକ ଚଲାବୁଲା କରିବା ଅନୁଚିତ। ସେମାନଙ୍କୁ ଷ୍ଟ୍ରେଚରରେ ଡାକ୍ତରଖାନା ପର୍ଯ୍ୟନ୍ତ ନିଆଯିବା କଥା। ରାଜ୍ୟରେ ବହୁତ ଲୋକ କେଳା, ଗୁଣିଆ ଓ ଠାକୁରଙ୍କ ଉପରେ ବିଶ୍ୱାସ କରନ୍ତି। ସାପ କାମୁଡ଼ିବା ପରେ ସେମାନେ ହସ୍ପିଟାଲକୁ ନେବା ପରିବର୍ତ୍ତେ କେଳା, ଗୁଣିଆଙ୍କ ପାଖକୁ ନେଇଥାନ୍ତି। ଫଳରେ ଏହି ଚିକିତ୍ସାବେଳେ ରକ୍ତରେ ବିଷ ସଞ୍ଚାର ଅଧିକ ହୋଇଯାଏ ଏବଂ ରୋଗୀ ଜଣକ ମୃତ୍ୟୁମୁଖରେ ପଡ଼ନ୍ତି। ଡାକ୍ତରମାନେ ମଧ୍ୟ ସାପକାମୁଡ଼ା ରୋଗୀଙ୍କୁ ଆଣ୍ଟି ଭେନମ୍‌ ଦେବାକୁ କୁଣ୍ଠାବୋଧ କରୁଛନ୍ତି। ତେଣୁ ସେମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରାଯିବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

RCB-RR ପରେ ଶାହରୁଖ ଖାନଙ୍କ KKR ହେବ ବିକ୍ରି! IPL ୨୦୨୬ ନିଲାମ ପରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୯।୧୨: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ପାଇଁ ମିନି ନିଲାମ ଡିସେମ୍ବର ୧୬, ୨୦୨୫ରେ ଆବୁଧାବିର ଏତିହାଦ ଆରେନାରେ ଅନୁଷ୍ଠିତ ହୋଇଥିଲା। ନିଲାମର ତିନି...

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ

ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଟ୍ରାଇଗ୍ଲିସେରାଇଡ୍ ବୃଦ୍ଧିକୁ ନେଇ ଚିନ୍ତିତ କି? ଖାଆନ୍ତୁ ଏହି ସୁପରଫୁଡ୍

ନୂଆଦିଲ୍ଲୀ,୧୭ା୧୨:  ଯଦି ଉଚ୍ଚ ଟ୍ରାଇଗ୍ଲିସେରାଇଡ୍ ସମସ୍ୟାର ତୁରନ୍ତ ସମାଧାନ କରାନଯାଏ, ତେବେ ଗମ୍ଭୀର ଏବଂ ମାରାତ୍ମକ ହୃଦରୋଗର ଆଶଙ୍କା ବହୁଗୁଣିତ ହୋଇପାରେ। ଉଚ୍ଚ ଟ୍ରାଇଗ୍ଲିସେରାଇଡ୍ ହ୍ରାସ କରିବା...

କିଡନୀ ରୋଗରେ ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ଘଟଣା, ସରକାରୀ ସହାୟତା ପାଇଁ ଅନୁରୋଧ

ଅମରପାଲି,୧୬/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉପାନ୍ତ ବହଳପଦର ପଞ୍ଚାୟତର ସୁରଧାପାଲି ( ହୋତାପାଲି) ଗ୍ରାମରେ ଗତ ସପ୍ତାହରେ ୪ ଦିନ ମଧ୍ୟରେ...

ମହିଳାଙ୍କଠାରେ ଏହି ୭ ଲକ୍ଷଣ ଦେଖାଯାଉଥିଲେ ସାବଧାନ! ହୃଦଘାତ…

ନୂଆଦିଲ୍ଲୀ,୧୫।୧୨: ହୃଦଘାତର ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ଛାତିରେ ଯନ୍ତ୍ରଣା। କିନ୍ତୁ ଅନେକ କ୍ଷେତ୍ରରେ, ହୃଦଘାତର ଲକ୍ଷଣ ସମ୍ପୂର୍ଣ୍ଣ ଭିନ୍ନ ହୋଇପାରେ, ବିଶେଷକରି ମହିଳାଙ୍କ କ୍ଷେତ୍ରରେ।...

ଦମ ଦେଖାଇଲା ଭାରତ, ପାକିସ୍ତାନକୁ ୯୦ ରନରେ ହରାଇଲା

ନୂଆଦିଲ୍ଲୀ,୧୫।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ବହୁ ପ୍ରତୀକ୍ଷିତ ମ୍ୟାଚରେ, ଭାରତୀୟ ଦଳ ଏକ ଚମତ୍କାର...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri