Posted inଜାତୀୟ

ବାୟୁସେନାର ଶକ୍ତି ପ୍ରଦର୍ଶନ, ଫ୍ରାନ୍ସରୁ ଆସିଲା ୩୬ ତମ ରାଫାଲ

ନୂଆଦିଲ୍ଲୀ,୧୫ ।୧୨: ଚାଇନା ସହ ଲାଗି ରହିଥିବା ସୀମା ବିବାଦ ମଧ୍ୟରେ ଗୁରୁବାର ଭାରତୀୟ ବାୟୁସେନାର ଶକ୍ତି ଆହୁରି ମଜଭୁତ ହୋଇଛି । ଭାରତୀୟ ବାୟୁସେନାରେ ଆଉ ଏକ ରାଫାଲ ବିମାନ ସାମିଲ ହୋଇଛି । ଫ୍ରାନ୍ସ ସହ ହୋଇଥିବା ରାଫାଲ ଚୁକ୍ତି ଅନୁଯାୟୀ ଶେଷ ତଥା ୩୬ ତମ ରାଫାଲ ବିମାନ ଭାରତ ପହଞ୍ଚିଛି ।

ଫ୍ରାନ୍ସରୁ ୩୬ ତମ ରାଫାଲ ଯୁଦ୍ଧ ବିମାନ ଗୁରୁବାର ଅର୍ଥାତ୍ ୧୫ ଡିସେମ୍ବରରେ ଭାରତରେ ପହଞ୍ଚିଛି । ଭାରତୀୟ ବାୟୁସେନା ଟୁଇଟ କରି ଏହି ସୂଚନା ଦେଇଛି । ପଶ୍ଚିମବଙ୍ଗର ହାସିମାରା ଏୟାର ବେସରେ ଏହି ରାଫାଲକୁ ଲ୍ୟାଣ୍ଡ କରାଯାଇଛି । ଏହାସହ ଫ୍ୟାନ୍ସ ସହିତ ହୋଇଥିବା ରାଫାଲ ଚୁକ୍ତି ଶେଷ ହୋଇଛି । ସୂଚନାଯୋଗ୍ୟ, ପ୍ରଥମ ରାଫାଲ ଯୁଦ୍ଧ ବିମାନ ଗତବର୍ଷ ଜୁଲାଇରେ ଭାରତ ଆସିଥିଲା ।
ସମାଚାର ଏଜେନ୍ସି ଏଏନଆଇର ସୂଚନା ଅନୁଯାୟୀ, ୩୬ ତମ ତଥା ଶେଷ ରାଫାଲ ବିମାନ ଭାରତ ପହଞ୍ଚିବା ପାଇଁ ଫ୍ରାନ୍ସରୁ ଉଡାଣ ଆରମ୍ଭ କରିବା ପରେ ୟୁଏଇ ଏୟାରକ୍ରାପ୍ଟରୁ ଆକାଶରେ ଇନ୍ଧନ ଭରିଥିଲା ଓ ଏହାପରେ ଭାରତରେ ଲ୍ୟାଣ୍ଡ କରିଥିଲା । ସୂଚନାଯୋଗ୍ୟ, ମୋଦି ସରକାର ୨୦୧୬ରେ ଫ୍ରାନ୍ସ ସହ ୫୯,୦୦୦ କୋଟି ଟଙ୍କାର ଚୁକ୍ତି ସହ ଫ୍ରାନ୍ସ ନିକଟରୁ ୩୬ଟି ରାଫାଲ ଯୁଦ୍ଧ ବିମାନ କ୍ରୟ କରିବାକୁ ଚୁକ୍ତି କରିଥିଲେ ।
ଭାରତକୁ ତା’ଣ ଶେଷ ରାଫାଲ ବିମାନ ସେତେବେଳେ ମିଳିଛି ଯେତେବେଳେ ଚାଇନା ସହ ସୀମା ବିବାଦକୁ ନେଇ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି । ଅରୁଣାଚଳ ପ୍ରଦେଶର ତୱାଂଗରେ ହୋଇଥିବା ମୁହାଁମୁହିଁ ପରେ ଭାରତୀୟ ବାୟୁସେନାର ପୂର୍ବ କମାଣ୍ଡ ଏଲଏସି ନିକଟରେ ଶକ୍ତି ପ୍ରଦର୍ଶନ କରୁଛନ୍ତି । ଭାରତୀୟ ବାୟୁସେନାର ୨ ଦିବସୀୟ ଯୁଦ୍ଧାଭ୍ୟାସରେ ରାଫାଲ ଯୁଦ୍ଧ ବିମାନ ବି ସାମିଲ ହୋଇଛି । ଏହାସହ ସୁଖୋଇ ଓ ଅନ୍ୟ କେତେକ ହେଲିକପ୍ଟର ଯୁଦ୍ଧ କୌଶଳ ପ୍ରଦର୍ଶନ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମାରଓ୍ବାଡି ମହିଳାଙ୍କ ସେବା କାର୍ଯ୍ୟକୁ ପ୍ରଶଂସା କଲେ ଏମ୍‌ପି

ବଲାଙ୍ଗୀର,୨୬।୧୨(ସୁନିଲ କୁମାର ମହାନ୍ତି):ଅଖିଳ ଭାରତୀୟ ମାରଓ୍ବାଡି ମହିଳା ସମ୍ମେଳନ ଓଡିଶା ପ୍ରଦେଶର ସପ୍ତଦଶ ପ୍ରାନ୍ତୀୟ ସମ୍ମେଳନ ସ୍ଥାନୀୟ ବିଦ୍ୟା ହେଭନ୍ସ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି।...

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବୀରମହାରାଜପୁର,୨୬।୧୨, (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସା ପ୍ରାୟ ୭ଟା୩୦ରେ ଏକ ଅଜଣା ଗାଡ଼ି...

ବାପଘରକୁ ଯାଇଥିଲେ ଫୁଲମତି, ଘର ଭାଙ୍ଗି ଆକ୍ରମଣ କଲା ହାତୀ: ଆଉ ତା’ପରେ…

ବଲାଙ୍ଗୀର ୨୬/୧୨ (ସୁନୀଲ କୁମାର ମହାନ୍ତି):ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ଅନ୍ତର୍ଗତ ବେନ୍ଦେର ପଞ୍ଚାୟତର ଚହକପଡ଼ା ଗ୍ରାମରେ ଗୁରୁବାର ରାତି ପ୍ରାୟ ୩ଟା ସମୟରେ ୩୨...

‘୧୦୦ ବର୍ଷ ପର୍ଯ୍ୟନ୍ତ ରହିବ ବିଜେଡି’: ନବୀନ ପଟ୍ଟନାୟକ

ଭୁବନେଶ୍ୱର,୨୬।୧୨: ଶହେ ବର୍ଷ ପର୍ଯ୍ୟନ୍ତ ରହିବ ବିଜୁ ଜନତା ଦଳ(ବିଜେଡି)। ଶୁକ୍ରବାର ଦଳ ଭିତରେ ବିଭାଜନ ନେଇ ଚାଲିଥିବା କଳ୍ପନାଜଳ୍ପନାକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି।...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

ସାବଧାନ! ଖାଲିପେଟରେ ଖାଆନ୍ତୁନି ଏହି ୭ ଜିନିଷ, ନଚେତ୍ ହୋଇପାରେ…

ଯଦି ଆପଣ ଭୁଲ ଖାଦ୍ୟ ଅଭ୍ୟାସ ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତି, ତେବେ ଏହା କେବଳ ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇପାରେ ନାହିଁ ବରଂ...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri