Posted inଜାତୀୟ

ଶିଶୁ ନିର୍ଯାତନା ନେଇ ଚିନ୍ତାବ୍ୟକ୍ତ କଲେ ସ୍ମୃତି ଇରାନୀ, ଶୀଘ୍ର ସମାଧାନ ପାଇଁ ଲୋଡ଼ିଲେ ବିଚାରପତିଙ୍କ ପରାମର୍ଶ…

ନୂଆଦିଲ୍ଲୀ,୧୦।୧୨ : ଶିଶୁମାନଙ୍କ ପ୍ରତି ଯୌନ ଅପରାଧକୁ ନେଇ ସୁପ୍ରିମକୋର୍ଟ ପୂର୍ବରୁ ଚିନ୍ତା ପ୍ରକଟ କରିଛନ୍ତି। ଏଥି ସହିତ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି ଯେ ଯୌନ ଅପରାଧରୁ ଶିଶୁଙ୍କ ସୁରକ୍ଷା ମାମଲାର ସମାଧାନ ପାଇଁ ହାରାହାରି ସମୟ ୫୦୯ ଦିନ ସମୟ ଲାଗୁଛି। ଏହା ସହିତ ସେ କହିଛନ୍ତି ଯେ ପିଲାମାନଙ୍କ ବିରୋଧରେ ଅପରାଧର ସମାଧାନ ପାଇଁ ବିଚାରପତିଙ୍କଠାରୁ ପରାମର୍ଶ ନିଆଯାଇଛି ଯାହାଦ୍ୱାରା ମାମଲାଗୁଡ଼ିକର ଶୀଘ୍ର ସମାଧାନ ପାଇଁ ଏକ ଫ୍ରେମଓ୍ବାର୍କ ଗଟନ କରାଯାଇ ପାରିବ।

ଶନିବାର ଯୌନ ଅପରାଧରୁ ଶିଶୁମାନଙ୍କର ସୁରକ୍ଷା ଉପରେ ଜାତୀୟ ହିତାଧିକାରୀ ପରାମର୍ଶର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସ୍ମୃତି ଇରାନୀ କହିଛନ୍ତି ଯେ ପୋକ୍ସୋ ମାମଲାର ୫୬ ପ୍ରତିଶତ ଯୌନ ନିର୍ଯାତନା ଅପରାଧ ସହ ଜଡିତ। ପିଲାମାନଙ୍କୁ ଯୌନ ନିର୍ଯାତନା, ଯୌନ ଉତ୍ପୀଡ଼ନ ଏବଂ ଅଶ୍ଳୀଳତା ଅପରାଧରୁ ରକ୍ଷା କରିବା ପାଇଁ ପୋକ୍ସୋ ଆକ୍ଟ ୨୦୧୨ ଲକ୍ଷ୍ୟ ରଖିଛି ଏବଂ ଏହିପରି ଅପରାଧର ବିଚାର ପାଇଁ ସ୍ବତନ୍ତ୍ର କୋର୍ଟ ଗଠନ ପାଇଁ ବ୍ୟବସ୍ଥା କରାଯାଇଛି।

ସେ ଏହା ମଧ୍ୟ କହିଛନ୍ତି ଯେ ମାନ୍ୟବର ବିଚାରପତିମାନଙ୍କୁ ମୋର ଅନୁରୋଧ ଆପଣ ଦୟାକରି ଆମକୁ ଢାଞ୍ଚାଗତ ଭାବରେ କୁହନ୍ତୁ ମନ୍ତ୍ରଣାଳୟ ଦ୍ୱାରା ଆଉ କ’ଣ କରାଯାଇପାରିବ ଯାହା ଦ୍ୱାରା ଆମେ ଆମ ଦେଶର ନ୍ୟାୟ ବ୍ୟବସ୍ଥା ସହ ସହଭାଗିତା ସୁନିଶ୍ଚିତ କରିପାରିବା ଯାହା ଆମ ପିଲାମାନଙ୍କର ବିଚାରକୁ ତ୍ୱରାନୱିତ କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri