Posted inଫୁରସତ

ବଞ୍ଜି ଜମ୍ପିଂ ସମୟରେ ଛିଡ଼ିଗଲା ଦଉଡ଼ି, କୁମ୍ଭୀର ଥିବା ନଦୀରେ ଖସିପଡ଼ିଲେ ମହିଳା, ଆଉ ତା’ ପରେ…

ଆଜିକାଲି ଲୋକମାନେ ସେମାନଙ୍କର ଦୁଃସାହସିକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ ବହୁତ ପସନ୍ଦ କରୁଛନ୍ତି। ଇନ୍‌ଷ୍ଟାଗ୍ରାମ ଏବଂ ୟୁଟ୍ୟୁବ୍‌ରେ ଏହିପରି ଅନେକ ଭିଡିଓ ଦେଖିଥିବେ ନିଶ୍ଚିତ। ଯେଉଁଥିରେ ଲୋକମାନେ ଆଶ୍ଚର୍ଯ୍ୟଜନକ ଷ୍ଟଣ୍ଟ୍‌ ଦେଖାଇଥାନ୍ତି। ଜଣେ ମହିଳା ଠିକ୍‌ ଏମିତି ଏକ ଦୁଃସାହସିକ କାର୍ଯ୍ୟ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କ ସହ ଏକ ବଡ଼ ଦୁର୍ଘଟଣା ଘଟିଥିଲା। ଜାଣନ୍ତୁ ଏ ସମ୍ପର୍କରେ…

ଏରିନ ଲାଙ୍ଗଓ୍ବର୍ଥୀ ନାମକ ଜଣେ ମହିଳା ଫିଲ୍ମ ଦୃଶ୍ୟ ପରି ଉଚ୍ଚ ବ୍ରିଜ୍‌ରୁ ପୁଲ୍‌କୁ ଡେଇଁଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କ ସହିତ କ’ଣ ଘଟିବ ସେ ସମ୍ପୂର୍ଣ୍ଣ ଭାବେ ଜାଣି ନ ଥିଲେ। ଏରିନ୍‌ ଏକ ଦଉଡ଼ି ବାନ୍ଧି ବ୍ରିଜ୍‌ ଉପରୁ ପୁଲ୍‌କୁ ଡେଉଁଥିଲେ। ଦଉଡ଼ିଟି ଛିଡ଼ିଯିବାରୁ ସେ ସିଧା ଯାଇ ଜାମ୍ବେଜୀ ନଦୀରେ ପଡ଼ିଗଲେ। ତାଙ୍କ କ୍ୟାମେରାରେ ଏମିତି କିଛି ରେକର୍ଡ ହୋଇଛି, ସେଠାରେ ଉପସ୍ଥିତ ଲୋକମାନେ ଏହି ଘଟଣା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

କାରଣ ନଦୀରେ କୁମ୍ଭୀରମାନେ ରହୁଥିଲେ। ଲୋକେ ଭାବିଥିଲେ ଏରିନ ଆଉ କୁମ୍ଭୀର ମୁହଁରୁ ବଞ୍ଚି ନ ଥିବେ। ମାତ୍ର ଏହା ଈଶ୍ବରଙ୍କ ଚମତ୍କାରିତା ଥିଲା। ଏରିନ ଏହି ଦୁର୍ଘଟଣାରୁ ବଞ୍ଚିଯାଇଥିଲେ। ସେ ଏକ ସାକ୍ଷାତକାରରେ କହିଛନ୍ତି, ଦୁର୍ଘଟଣାର ଗୋଟିଏ ଦିନ ପୂର୍ବରୁ ସେ ତାଙ୍କ ମୃତ୍ୟୁକୁ ନେଇ ଥଟ୍ଟା କରୁଥିଲେ। ସେଦିନ କିନ୍ତୁ ସେ ପ୍ରକୃତ ମୃତ୍ୟୁକୁ ଦେଖିଥିଲେ। ତେବେ କିଛି ସମୟ ପରେ ଲୋକମାନେ ତାଙ୍କୁ ଉଦ୍ଧାର କରିବାକୁ ଆସିଥିଲେ। ଫଳରେ ତାଙ୍କ ଜୀବନ ରକ୍ଷା ହୋଇଗଲା ବୋଲି ଏହି ସାକ୍ଷାତକାରରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ପୋଷା କୁକୁର ପାଇଁ ଫିନାଇଲ ପିଇ ଜୀବନ ହାରିଲେ ଦୁଇ ଭଉଣୀ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇ ଭଉଣୀ ଫିନାଇଲ୍ ପିଇ ଆତ୍ମହତ୍ୟା କରିଛନ୍ତି । ଏହାର  କାରଣ...

ହିଲଭିୟୁ ପାର୍କରେ ଟ୍ରେନ ଦୁର୍ଘଟଣା: ଟ୍ରାକ ବାହାରକୁ ଚାଲିଗଲା ବଗି

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ହିଲଭିୟୁ ପାର୍କରେ ଛୁଟିଦିନ ରହିଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ...

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

ଶୀତକୁ ନାହିଁ ଖାତିର, ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡ଼ି,୨୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପୁଣି ବଢ଼ିଲା ଶୀତର ପ୍ରକୋପ। ବିଭିନ୍ନ ସ୍ଥାନରେ ଘନକୁହୁଡି ସହ ଶୀତ ଦ୍ବିଗୁଣିତ ହୋଇଛି। ଗୁରୁବାର ସକାଳେ...

ଗୁଲୁଆଙ୍କ ଗୁମର ଖୋଲିଦେଲେ ସ୍ତ୍ରୀ: ନୂଆ ନୂଆ ଝିଅଙ୍କୁ ଧରି….

ଭୁବନେଶ୍ୱର,୨୫।୧୨: ଓଡ଼ିଆ କମେଡିଆନ୍‌ ଗୁଲୁଆଙ୍କ ସାଂସାରିକ ଜୀବନରେ ଆସିଛି ଝଡ଼। ଜୀବନ ପ୍ରତି ବିପଦ ଥିବା ଗୁଲୁଆ ଅଭିଯୋଗ କରିବା ପରେ ତାଙ୍କ ସ୍ତ୍ରୀ ତଥା...

VHT 2025: ବିଜୟ ହଜାରେ ଟ୍ରଫିରୁ ବାଦ ପଡ଼ିଲେ ବୈଭବ ସୂର୍ଯ୍ୟବଂଶୀ, କାରଣ…

ନୂଆଦିଲ୍ଲୀ,୨୫।୧୨: ବୈଭବ ସୂର୍ଯ୍ୟବଂଶୀଙ୍କ ଫ୍ୟାନ୍ସଙ୍କୁ ଝଟକା । ଅଣ୍ଡର-୧୯ ଏସିଆ କପରେ ଏକ ଚମତ୍କାର ଇନିଂସ ଖେଳିବା ପରେ, ବୈଭବ ବିଜୟ ହଜାରେ ଟ୍ରଫିରେ ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri