ଚାଷୀ ନୁହେଁ, ଉପନିର୍ବାଚନ ବଡ଼

ଭୁବନେଶ୍ୱର,୨୭।୧୧(ବ୍ୟୁରୋ): ଚାଷୀ ପ୍ରସଙ୍ଗକୁ ନେଇ ବିଧାନସଭା ହୁଲସ୍ଥୂଲ ହେଉଛି। ବିରୋଧୀ, ଶାସକ ଏକସ୍ବରରେ ଚାଷୀ ପ୍ରସଙ୍ଗ ଉଠାଇ ଗୃହକୁ ଅଚଳ କରୁଛନ୍ତି। ମାତ୍ର ଚାଷୀ ପ୍ରସଙ୍ଗରେ ବିଧାନସଭାରେ ଆଲୋଚନା ଚାଲିଥିବାବେଳେ ଉତ୍ତର ଦେବାକୁ କୃଷି କିମ୍ବା ସମବାୟ ମନ୍ତ୍ରୀଙ୍କର ଦେଖାନାହିଁ, ଯାହାକୁ ନେଇ ସରକାରଙ୍କୁ ବିରୋଧୀ ଘେରିଛନ୍ତି। ଗୋଟିଏ ଉପନିର୍ବାଚନ ସରକାରଙ୍କ ପାଇଁ ବଡ଼ ହୋଇଛି। ପଦ୍ମପୁର ଉପନିର୍ବାଚନ ପାଇଁ ଶାସକ ଦଳର ବିଧାୟକ ଓ ମନ୍ତ୍ରୀ ଡେରା ପକାଇଛନ୍ତି। ଚାଷୀ ସମସ୍ୟାକୁ ଅଣଦେଖା କରାଯାଉଛି। ବିଧାନସଭାରେ କୃଷି କିମ୍ବା ସମବାୟ ମନ୍ତ୍ରୀ ଉପସ୍ଥିତ ରହି ଚାଷୀ ପ୍ରସଙ୍ଗରେ ଉତ୍ତର ଦେବା କଥା। ସରକାରଙ୍କ ପାଖରେ ଚାଷୀ ନୁହନ୍ତି, ଉପନିର୍ବାଚନ ସବୁଠାରୁ ବଡ଼ ହୋଇଛି। ଶନିବାର ମୁଲତବୀ ଆଲୋଚନା ବେଳେ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ସଣ୍ଢୁଆଶି ଆକ୍ରମଣ କରିଛନ୍ତି ବିରୋଧୀ।
ମୁଲତବୀ ଆରମ୍ଭରୁ ଭାଜପା ସଦସ୍ୟମାନେ ମନ୍ତ୍ରୀଙ୍କ ଅନୁପସ୍ଥିତିକୁ ନେଇ ପ୍ରବଳ ବିରୋଧ କରିବା ସହ ଗୃହର ମଧ୍ୟଭାଗରେ ଧାରଣା ଦେଇଥିଲେ। ରାଜ୍ୟରେ ‘ଚାଷୀମାନେ ବୀମାରାଶି ପାଇବାରୁ ବଞ୍ଚିତ ହେଉଛନ୍ତି’ ଶୀର୍ଷକ ମୁଲତବୀ ଆଲୋଚନା ପାଇଁ କଂଗ୍ରେସ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ଆଲୋଚନା ଆରମ୍ଭରୁ ବିଭାଗୀୟ ମନ୍ତ୍ରୀମାନଙ୍କ ଅନୁପସ୍ଥିତିକୁ ନେଇ ଭାଜପା ସଦସ୍ୟମାନେ କଡ଼ା ବିରୋଧ କରିବା ସହ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଉତ୍ତରକୁ ଗ୍ରହଣ କରିବୁନାହିଁ ବୋଲି ଅଡ଼ିବସିଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି, ଭାସ୍କର ମଢ଼େଇ, କୁସୁମ ଟେଟେ, ସୁକାନ୍ତ ନାୟକ ପ୍ରମୁଖ ବାଚସ୍ପତିଙ୍କ ପୋଡିୟମ ସମ୍ମୁଖରେ ଧାରଣାରେ ବସିଥିଲେ। ବାଚସ୍ପତି ସେମାନଙ୍କୁ ଚାଷୀ ପ୍ରସଙ୍ଗ ଆଲୋଚନାରେ ଭାଗନେବା ଲାଗି ଅନୁରୋଧ କରିଥିଲେ। ମାତ୍ର ବାଚସ୍ପତିଙ୍କ ଅନୁରୋଧକୁ ଭାଜପା ସଦସ୍ୟମାନେ ପ୍ରତ୍ୟାଖ୍ୟାନ କରିଥିଲେ। ଭାଜପା ସଦସ୍ୟଙ୍କୁ ବାଚସ୍ପତି ବାରମ୍ବାର ଅନୁରୋଧ କରୁଥିବା ଦେଖି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ବିରକ୍ତି ପ୍ରକାଶ କରି କହିଥିଲେ ଯେ ଭାଜପା ସଦସ୍ୟମାନେ ନ ଆସିବା ଯାଏ କ’ଣ ଗୃହ ଚାଲିବ ନାହିଁ। ତାହାହେଲେ ଆମେ ବି ଗୃହରୁ ବାହାରି ଯାଉଛୁ। ଏହାପରେ ବାଚସ୍ପତି ମୁଲତବୀ ପ୍ରସ୍ତାବକୁ ଆଗକୁ ନେଇ କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜାଙ୍କୁ କହିବାକୁ ଅନୁମତି ଦେଇଥିଲେ।
ସାଲୁଜା ମୁଲତବୀ ପ୍ରସ୍ତାବ ଆଗତ କରି କହିଥିଲେ, ଚାଷୀଙ୍କୁ ବୀମାରାଶି ମିଳୁନାହିଁ। କଟନୀଛଟନୀ ହେଉଛି। ବିଧାନସଭାରେ ଚାଷୀ ପ୍ରସଙ୍ଗ ଆଲୋଚନା ହୋଇଥିବାବେଳେ ମନ୍ତ୍ରୀ ପଦ୍ମପୁର ନିର୍ବାଚନରେ ବ୍ୟସ୍ତ ଅଛନ୍ତି। ରାଜ୍ୟରେ ଚାଷୀଙ୍କ ଆୟ ମାସକୁ ୫,୧୧୨ ଟଙ୍କା ଏବଂ ବର୍ଷକୁ ୬୧,୩୪୪ ଟଙ୍କା ରହିଛି। ଆମେ ଝାଡ଼ଖଣ୍ଡଠାରୁ ଉପରେ ରହିଛୁ। ଝାଡ଼ଖଣ୍ଡରେ ଚାଷୀଙ୍କ ଆୟ ମାସିକ ୪,୮୯୫ ଟଙ୍କା ଏବଂ ବାର୍ଷିକ ୫୮, ୭୪୦ ଟଙ୍କା ରହିଛି। ୧୦ ବର୍ଷ ତଳେ ଓଡ଼ିଶାରେ ଚାଷୀଙ୍କ ଆୟ ମାସିକ ୪,୯୭୬ ରହିଥିବାବେଳେ ବାର୍ଷିକ ଆୟ ୫୯,୭୧୨ ଟଙ୍କା ଥିଲା। ଅର୍ଥାତ୍‌ ଗତ ୧୦ ବର୍ଷରେ ଚାଷୀଙ୍କ ଆୟ ମାତ୍ର ୧୩୬ ଟଙ୍କା ବଢ଼ିଛି। ମୁଖ୍ୟମନ୍ତ୍ରୀ ପଦ୍ମପୁର ନିର୍ବାଚନକୁ ଦେଖି ଇନ୍‌ପୁଟ୍‌ ସବ୍‌ସିଡି ଘୋଷଣା କରିଛନ୍ତି। କିଛିଦିନ ତଳେ ରାଜ୍ୟରେ ମରୁଡି ହୋଇନାହିଁ ବୋଲି ରାଜସ୍ବ ମନ୍ତ୍ରୀ କହିଥିଲେ। ତେବେ ଏହି ସବ୍‌ସିଡି ଘୋଷଣା କାହା ପାଇଁ ବୋଲି ସେ ପ୍ରଶ୍ନ କରିଥିଲେ। ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରିମିୟମ ୨% ହିସାବରେ ଚାଷୀ ୧୩୪୦ ଟଙ୍କା ଦେଉଥିବାବେଳେ ରାଜ୍ୟ ଓ କେନ୍ଦ୍ର ସରକାର ୧୨.୫% ହିସାବରେ ୮,୩୭୫ ଟଙ୍କା ଲେଖାଏ ପ୍ରିମିୟମ ଦେଉଛନ୍ତି। ବୀମା ବାବଦରେ କମ୍ପାନୀକୁ ୧୮,୦୯୦ ଟଙ୍କା ପ୍ରିମିୟମ ଦିଆଯାଉଛି। ୭ ମାସ ହେଲାଣି ଚାଷୀ ବୀମା ଟଙ୍କା ପାଉନାହାନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ଘରୋଇ କମ୍ପାନୀଗୁଡ଼ିକୁ କୋଟି କୋଟି ଟଙ୍କା ଦେଇଚାଲିଥିବା ସେ କହିଛନ୍ତି।
କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି ଗୃହରେ ମନ୍ତ୍ରୀ ନ ଥିବା ପ୍ରସଙ୍ଗ ଉଠାଇ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ବିଧାନସଭା ଚାଲିଛି। କୃଷିମନ୍ତ୍ରୀ ନାହାନ୍ତି। ଅର୍ଥମନ୍ତ୍ରୀ ନାହାନ୍ତି। ଏ ବିଧାନସଭା ଚାଲିବା ଆବଶ୍ୟକ ନାହିଁ। କାଳିଆ ଯୋଜନାରେ କୋଟି କୋଟି ଟଙ୍କା ଦୁର୍ନୀତି ହେଉଛି। କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କୁ ନେଇ ଭେଳିକି ଦେଖାଉଛନ୍ତି ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ଶାସକ ସଭ୍ୟମାନେ ବିରୋଧୀଙ୍କ ଅଭିଯୋଗକୁ ଭିତ୍ତିହୀନ ଦର୍ଶାଇଥିଲେ। ବିଜେଡି ସଭ୍ୟ ଭୂପିନ୍ଦର ସିଂ କହିଥିଲେ, ଚାଷୀଙ୍କ ପାଇଁ ସରକାର ବୃହତ୍‌ ଉଠା ଜଳସେଚନ ବ୍ୟବସ୍ଥା କରିଛନ୍ତି। ଉନ୍ନତମାନର ଧାନ ବିହନ ଯୋଗାଇ ଦିଆଯାଉଥିବାରୁ ଅମଳ ଦୁଇଗୁଣା ବଢ଼ିଛି। ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବଢ଼ିଥିବାରୁ ଚାଷୀଙ୍କ ଆୟ କମିଛି। କମ୍ପାନୀମାନେ ସେମାନଙ୍କ ଉତ୍ପାଦ ତୁରନ୍ତ ବଜାରରେ ବିକୁଥିବାବେଳେ ଚାଷୀମାନେ ଝାଳ ବୁହାଇ ଧାନ ଉତ୍ପାଦନ କରୁଥିଲେ ମଧ୍ୟ ବିକିବା ଲାଗି କେନ୍ଦ୍ର ସରକାରଙ୍କ ଏମ୍‌ଏସ୍‌ପିକୁ ଚାହିଁ ବର୍ଷେ ବିତିଯାଉଛି। ବିଜେଡି ସଭ୍ୟ ରାଜ କିଶୋର ଦାସ, ସିପିଆଇ(ଏମ୍‌) ସଦସ୍ୟ ଲକ୍ଷ୍ମଣ ମୁଣ୍ଡା ରାଜ୍ୟ ସରକାର ଚାଷୀଙ୍କ ପାଇଁ ନେଇଥିବା ପଦକ୍ଷେପ ସମ୍ପର୍କରେ ଉଲ୍ଲେଖ କରିଥିଲେ। ମୁଲତବୀ ଆଲୋଚନା ଶେଷରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ଉତ୍ତର ଦେବାକୁ ଛିଡ଼ାହେବା କ୍ଷଣି ଭାଜପା ସଦସ୍ୟମାନେ ଧାରଣାରୁ ଉଠି ବିଧାନସଭା ବାହାରକୁ ଚାଲିଯାଇଥିଲେ। କଂଗ୍ରେସ ସଦସ୍ୟମାନେ ମଧ୍ୟ ମନ୍ତ୍ରୀଙ୍କ ଉତ୍ତରକୁ ବିରୋଧ କରି କକ୍ଷତ୍ୟାଗ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

ରାଜ୍ୟ ପାଇଁ ଗୌରବ ଆଣିଲେ ରଞ୍ଜନା: ଥାଇଲାଣ୍ଡରୁ ରୌପ୍ୟ ପଦକ ପାଇ…

ପୁରୁଷୋତ୍ତମପୁର,୨୦।୧୨ (ସବିତା ମିଶ୍ର): ଥାଇଲାଣ୍ଡରେ ଚାଲିଥିବା ଅନ୍ତର୍ଜାତୀୟ ପାରା ଆଥ୍ଲେଟିକ ପ୍ରତିଯୋଗିତାରେ ଗଞ୍ଜାମ ଜଲା ପୁରୁଷୋତ୍ତମପୁର ବ୍ଳକ କୁଶପୁର ଗ୍ରାମର ରଞ୍ଜନା ନାୟକ ଦୁଇଗୋଟି ରୌପ୍ୟ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

ପ୍ରସିଦ୍ଧ ଗୁପ୍ତେଶ୍ୱର ମନ୍ଦିରରୁ ବାହାରିଲା ୧୧ ଫୁଟ୍‌ର ଅହିରାଜ ସାପ, କରୁଥିଲା ଭୟଙ୍କର ଗର୍ଜନ

ଦିଗପହଣ୍ଡି,୨୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ଅଞ୍ଚଳରେ ଥିବା ପ୍ରସିଦ୍ଧ ଗୁପ୍ତେଶ୍ୱର ମନ୍ଦିରରୁ ଶନିବାର ଏକ ୧୧ ଫୁଟ୍ ଲମ୍ବର...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri