ଡିସେମ୍ବରରୁ ଦେଓମାଳିରେ ପାରାଗ୍ଲାଇଡିଂ

ଭୁବନେଶ୍ୱର,୨୨।୧୧(ବ୍ୟୁରୋ):ଓଡ଼ିଶାର ଉଚ୍ଚତମ ଶୃଙ୍ଗ ଭାବେ ପରିଚିତ କୋରାପୁଟର ଦେଓମାଳି ଏଣିକି ଆହୁରି ଆକର୍ଷଣୀୟ ଦେଖାଯିବ। ଏହି ଉଚ୍ଚତମ ପାହାଡ଼ ସମେତ ପୂରା କୋରାପୁଟ ସହରକୁ ପର୍ଯ୍ୟଟକ ଏବେ ପକ୍ଷୀ ଭଳି ଆକାଶରେ ଉଡ଼ି ଦେଖିବା ସହ ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ। ପ୍ରାୟ ସାଢ଼େ ୬ ହଜାର ଫୁଟ ଉପରୁ କୋରାପୁଟ ସହରକୁ ଦେଖିହେବ। ଆଉ ହଜାରେ ଫୁଟ ଉପରୁ ଦେଓମାଳିର ସୁନ୍ଦର ପ୍ରାକୃତିକ ଦୃଶ୍ୟର ମଜା ନେଇହେବ। ତେବେ ଏଥିପାଇଁ ଦେଓମାଳିରେ ଆରମ୍ଭ ହେବାକୁ ଯାଉଛି ପାରାଗ୍ଲାଇଡିଂ। ଗ୍ରୀନ ସ୍ପେସ୍‌ ଆଡଭେଞ୍ଚର ପ୍ରାଇଭେଟ ଲିମିଟେଡ ପକ୍ଷରୁ ଏହି ବ୍ୟବସ୍ଥା ହେଉଥିବା ବେଳେ ପ୍ରାଥମିକ ପ୍ରସ୍ତୁତି ସରିଛି।
ଡିସେମ୍ବର ପ୍ରଥମ ସପ୍ତାହରୁ ଦେଓମାଳି ପାହାଡ଼ରେ ପର୍ଯ୍ୟଟକ ଏସବୁର ମଜା ନେଇପାରିବେ। ଏଥିପାଇଁ ଅଭିଜ୍ଞ ପ୍ରଶିକ୍ଷକମାନେ ଦେଓମାଳିରେ ଆସି ଡେରା ପକାଇଲେଣି। ୧୦ ମିନିଟ୍‌ ପାଇଁ ଏହି ରାଇଡ୍‌ ରହିଥିବାବେଳେ ନିଶ୍ଚିତ ଭାବେ ପର୍ଯ୍ୟଟକଙ୍କୁ ଏକ ରୋମାଞ୍ଚକର ଅନୁଭୂତି ଦେବା ସହ ରାଜ୍ୟ ଦୁଃସାହସିକ ପର୍ଯ୍ୟଟନରେ ନୂଆ ମାଇଲଖୁଣ୍ଟ ସ୍ଥାପନ କରିବ। ଫଳରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ କୋରାପୁଟ, ଦେଓମାଳି ବୁଲିବା ସହ ପାରାଗ୍ଲାଇଡିଂର ମଜା ନେଇପାରିବେ। ଅନ୍ୟପଟେ ଡିସେମ୍ବରରୁ ରାଜ୍ୟ ପର୍ଯ୍ୟଟନ ବିଭାଗ ଦେଓମାଳିରେ ଇକୋ ରିଟ୍ରିଟ୍‌ କରିବାକୁ ମନସ୍ଥ କରିଥିବା ବେଳେ ଦୁଃସାହସିକ ପାରାଗ୍ଲାଇଡିଂ ଏଥିରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ିବ। ଏ ନେଇ ଗ୍ରୀନ ସ୍ପେସ ଆଡଭେଞ୍ଚର ପ୍ରାଇଭେଟ ଲିମିଟେଡର ଶଶାଙ୍କ ରଥ କହିଛନ୍ତି, ଦୁଃସାହସିକ କ୍ରୀଡ଼ାରେ ଭାଗ ନେଉଥିବା ପର୍ଯ୍ୟଟକଙ୍କୁ ଏହା ନିଶ୍ଚିତ ଭାବେ ଏକ ଭିନ୍ନ ଅନୁଭୂତି ଦେବ। ଏଥିପାଇଁ ହିମାଳୟରୁ ଅଭିଜ୍ଞ ପ୍ରଶିକ୍ଷକ ଆସିଛନ୍ତି। ଗତ ଦେଢ଼ ମାସ ହେବ ଟ୍ରାଏଲ୍‌ ସରିଛି। ଜିଲା ପ୍ରଶାସନ ଏଥିପାଇଁ ଅନୁମତି ବି ଦେଇସାରିଛନ୍ତି। ଖାଲି ଉଡ଼ାଣକୁ ଅପେକ୍ଷା। ହୃଦ୍‌ରୋଗ ଥିବା ପର୍ଯ୍ୟଟକଙ୍କ ବ୍ୟତୀତ ବାକି ସମସ୍ତେ ଏହାର ମଜା ନେଇପାରିବେ। ଏହାଛଡା ପ୍ରତିଟି ପର୍ଯ୍ୟଟକଙ୍କ ସୁରକ୍ଷା ଓ ଜୀବନକୁ ସୁରକ୍ଷିତ ରଖିବା ପାଇଁ ଆମେ ସେମାନଙ୍କୁ ଉଡ଼ାଣ ପୂର୍ବରୁ ଇନ୍‌ସୁରାନ୍ସର ଅନ୍ତର୍ଭୁକ୍ତ କରିବାକୁ ମନସ୍ଥ କରିଛୁ।
କେବଳ ପାରାଗ୍ଲାଇଡିଂ ନୁହେଁ, ରାଜ୍ୟ ପର୍ଯ୍ୟଟନ ବିଭାଗ ଗତ ଦୁଇ ବର୍ଷ ହେବ କୋରାପୁଟକୁ ପର୍ଯ୍ୟଟନ ଦୃଷ୍ଟିକୋଣରୁ ଗୁରୁତ୍ୱ ଦେଇ ତା’ର ପାରିପାର୍ଶ୍ୱିକ ବିକାଶ ପାଇଁ ଚିନ୍ତା କରିଛି। ଏଥିପାଇଁ କୋରାପୁଟ ମୁଖ୍ୟ ଫାଟକର ପ୍ରବେଶ ଦ୍ୱାରରେ ଶୁଳ୍କ ରଖାଯାଇଛି। ଆସନ୍ତା ଦିନରେ ସେଠାରେ କୋରାପୁଟର ଦେଶୀ ଖାଦ୍ୟ ବିକ୍ରିବଟା କରାଯିବା ସହ ନାଇଟ୍‌ କ୍ୟାମ୍ପିଂ ଓ କାରାବାନ୍‌ ଟୁରିଜମ କରାଯିବାକୁ ଚିନ୍ତା କରୁଛି। ଏଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ଟେଣ୍ଡର ମାଧ୍ୟମରେ ଘରୋଇ ଉଦ୍ୟୋଗୀମାନଙ୍କ ଦ୍ୱାରା ସେଠାରେ ହୋଟେଲ ରହଣି, ଇକୋ ରିସର୍ଟ ଆଦିର ବ୍ୟବସ୍ଥା କରିଛି। ଜିଲା ପ୍ରଶାସନ ବି ସ୍ବତନ୍ତ୍ର ଭାବେ ସେଠାରେ କଫି ଓ ମାଣ୍ଡିଆ ଆଉଟ୍‌ଲେଟ କରିବା କାମ ଆରମ୍ଭ କରିଛି। ସେଠାରେ ଆଗାମୀ ଦିନରେ ଦେଓମାଳି ବୁଲିବାକୁ ଆସୁଥିବା ପର୍ଯ୍ୟଟକ କୋରାପୁଟ କଫି ସହ ମାଣ୍ଡିଆର ବିଭିନ୍ନ ଖାଦ୍ୟର ମଜା ନେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ ପଡି ବୃଦ୍ଧା ମୃତ

କୋରାପୁଟ,୧ା୫: (ଅମିତାଭ ବେହେରା ) ବୁଧବାର କୋରାପୁଟ ସହରର ହାଟ ପଦା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ...

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

ଦଳିତ ପରିବାରରେ କେନ୍ଦ୍ର ମନ୍ତ୍ରୀଙ୍କ ଭୋଜନ

ଭବାନୀପାଟଣା,୧।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଯାଦବ...

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ...

ବିଧାୟକ ମୋହନ ଚରଣ ମାଝିଙ୍କୁ ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର, ପ୍ରତିବାଦରେ ଥାନା ସମ୍ମୁଖରେ ବସିଲେ ଧାରଣା

କେନ୍ଦୁଝର,୧ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବିଧାୟକ ତଥା ସଦର ବିଧାୟକ ପ୍ରାର୍ଥୀ ମୋହନ ଚରଣ ମାଝିଙ୍କୁ ସଦର ଥାନା ଆଇଆଇସିଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଥାନା...

ବ୍ରିଜ୍‌ ଉପରେ ସାଇକେଲ ରଖି ନଦୀକୁ ଡେଇଁ ପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ଅଠରବାଙ୍କି ଓଭରବ୍ରିଜ୍‌ ଉପରୁ ବୁଧବାର ଖରାବେଳେ ଜଣେ ଦଶମ ଶ୍ରେଣୀ ଛାତ୍ର ନାହିଁ କାଉଡ଼ିଆ ନଦୀରେ ପଡ଼ି ଯାଇ...

ପ୍ରାର୍ଥିପତ୍ର ଦାଖଲ କଲେ ଅଭିଷେକ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା କଂଗ୍ରେସ ପ୍ରାର୍ଥୀ ଅଭିଷେକ ସେଠ୍‌ ବୁଧବାର ନାମାଙ୍କନ ଦାଖଲ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri