ଚାଷରେ ଅଗ୍ରଗତି କରୁଛନ୍ତିି ମହିଳା

ଚମ୍ପୁଆ,୪ା୧୧(ଡି.ଏନ୍‌.ଏ): ବଜାର ଓ ସଂରକ୍ଷଣ ଅଭାବରୁ ଚାଷୀ ଉପତ୍ାଦିତ ସାମଗ୍ରୀର ମୂଲ୍ୟ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଫଳରେ ଅନେକ ଚାଷୀ କ୍ଷତି ସହି ଚାଷ ପ୍ରତି ମୁହଁ ଫେରାଉଛନ୍ତି। ଏଭଳି ସମୟରେ କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ୍‌ ମହେଶ୍ୱରପୁର ଗ୍ରାମର ବାବା ଝାଡ଼େଶ୍ୱର ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ଚାଷ କ୍ଷେତ୍ରରେ ଅଗ୍ରଗତି କରୁଛନ୍ତି। ଉଦ୍ୟାନ ବିଭାଗ ଓ ଓମବାଡିସ ସହାୟତାରେ ଗୋଷ୍ଠୀର ମହିଳାମାନେ ଚାଷ କରି ସ୍ବାବଲମ୍ବୀ ହୋଇପାରିଛନ୍ତି।
ସୂଚନା ମୁତାବକ, ଚମ୍ପୁଆ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଶତ ପ୍ରତିଶତ ସବ୍‌ସିଡିରେ ଉକ୍ତ ମହିଳା ଗୋଷ୍ଠୀକୁ ୨୦୨୧-୨୨ ଆର୍ଥିକ ବର୍ଷରେ ୧୫ ଲକ୍ଷ ସହାୟତା ଯୋଗାଇ ଦିଆଯାଇଥିଲା। ଏଥିସହ ଓଡ଼ିଶା ମାଇନିଂ ବିୟରିଂ ଏରିଆ ଡେଭଲପମେଣ୍ଟ କର୍ପୋରେସନ(ଓମ୍‌ବାଡିସ୍‌) ପକ୍ଷରୁ ୫ ମେଟ୍ରିକ ଟନ୍‌ କ୍ଷମତା ବିଶିଷ୍ଟ ସୌରଚାଳିତ ଶୀତଳ ଭଣ୍ଡାର ଯୋଗାଇ ଦିଆଯାଇଛି। ମହିଳାମାନେ କାକୁଡ଼ି, ବାଇଗଣ, ଭେଣ୍ଡି, ପୋଇ ଆଦି ପନିପରିବା ଚାଷ କରି ନିଜେ ସ୍ବାବଲମ୍ବୀ ହେଉଛନ୍ତି। ପନିପରିବାର ସୀମିତ ସମୟ ମଧ୍ୟରେ ଆବଶ୍ୟକ ମୁତାବକ ବଜାର ଚାହିଦା ପୂରଣ କରି ବେଶ ଲାଭବାନ ହୋଇ ପାରିଛନ୍ତି। ଏଥିସହ ସ୍ଥାନୀୟ ମହିଳାଙ୍କ ମଧ୍ୟରେ ଚାଷ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ୁଥିବା ଦେଖିବାକୁ ମିଳିଛି। ବାବା ଝାଡ଼େଶ୍ୱର ସ୍ବୟଂ ସହାୟକ ଗୋଷ୍ଠୀର ସଭାପତି ପ୍ରଜ୍ୱଳତି ମହାନ୍ତଙ୍କ କହିବା ଅନୁଯାୟୀ ଆମ ପରିଶ୍ରମ ବେକାର ଯାଉନାହିଁ। ଆଗରୁ ପନିପରିବା ତୋଳି ଗୋଟାଏ ଦିନରେ ଶେଷ କରିବାକୁ ପଡୁଥିଲା। ଫଳରେ ଆମ୍ଭେମାନେ ଉପଯୁକ୍ତ ମୂଲ୍ୟ ପାଇ ପାରୁ ନ ଥିଲୁ। ଶୀତଳଭଣ୍ଡାର ମାଧ୍ୟମରେ ଦୀର୍ଘମିଆଦୀ ପନିପରିବାର ସଂରକ୍ଷଣ ବ୍ୟବସ୍ଥା ହୋଇ ପାରୁଥିବା ବେଳେ ସ୍ବଳ୍ପମିଆଦୀ ସଂରକ୍ଷଣ ବ୍ୟବସ୍ଥା କରାଯାଇ ପାରୁଛି। ସ୍ଥାନୀୟ ଗ୍ରାମବାସୀଙ୍କୁ ଏହି ଶୀତଳ ଭଣ୍ଡାରରେ ପନିପରିବା ଗଚ୍ଛିତ ରଖିବାର ମଧ୍ୟ ସୁଯୋଗ ଦିଆଯାଉଛି। ଏହିଭଳି ଶୀତଳ ଭଣ୍ଡାର ବିଭିନ୍ନ ସ୍ଥାନରେ କରାଗଲେ ଚାଷୀମାନେ ଖୁବ୍‌ ଉପକୃତ ହୁଏନ୍ତେ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri