Posted inଜାତୀୟ

ଗୁଜରାଟରେ ନିର୍ମାଣ ହେବ ବାୟୁସେନାର ପରିବହନ ବିମାନ

ଭଦୋଦରା, ୩୧ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଗୁଜରାଟର ଭଦୋଦରାରେ ଏୟାରବସ୍‌, ଟାଟା କନର୍ସୋଟିୟମ ଅଫ୍‌ ଟାଟା ଆଡଭାନ୍ସଡ ସିଷ୍ଟମ ଲିଃ (ଟିଏଏସ୍‌ଏଲ୍‌) ଏବଂ ଟିଏଏସ୍‌ଏଲ୍‌ ନେତୃତ୍ୱରେ ଟାଟା କନ୍ସଲ୍‌ଟାଣ୍ଟ ସର୍ଭିସ୍‌ (ଟିସିଏସ୍‌)ର ମିଳିତ ଉତ୍ପାଦନ ୟୁନିଟ୍‌ର ଶିଳାନ୍ୟାସ କରିଛନ୍ତି। ଏଥିରେ ଦେଶର ପ୍ରଥମ ସାମରିକ ପରିବହନ ଏୟାରକ୍ରାଫ୍ଟ ସି-୨୯୫ ଉତ୍ପାଦନ ୟୁନିଟ୍‌ ମଧ୍ୟ ରହିଛି। ପ୍ରଥମ କରି ୟୁରୋପ ବାହାରେ ଏବଂ କୌଣସି ଘରୋଇ କମ୍ପାନୀ ଦ୍ୱାରା ସି-୨୯୫ ଏୟାରକ୍ରାଫ୍ଟ ନିର୍ମାଣ ହେବାକୁ ଯାଉଛି। ଏହି ପ୍ରୋଜେକ୍ଟ ପାଇଁ ୨୧,୯୩୫ କୋଟି ଟଙ୍କା ବଜେଟ ରହିଛି।

ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ଉତ୍ପାଦନ କେବଳ ଦେଶର ବାୟୁସେନାର ଶକ୍ତି ବୃଦ୍ଧି କରିବ ନାହିଁ, ଏହି ବିମାନ ନିର୍ମାଣର ଏକ ନୂଆ ଇକୋସିଷ୍ଟମ ସୃଷ୍ଟି କରିବ। ଖୁବଶୀଘ୍ର ଭାରତ ଯାତ୍ରୀବାହୀ ବିମାନ ମଧ୍ୟ ନିର୍ମାଣ କରିବ ଯେଉଁଥିରେ ‘ମେକ୍‌ ଇନ୍‌ ଇଣ୍ଡିଆ’ ଟ୍ୟାଗ୍‌ ରହିବ। ଏବେ ଭାରତ ବିମାନ ଚଳାଚଳ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି କରୁଛି। ଆସନ୍ତା ୧୦ରୁ ୧୫ ବର୍ଷରେ ଭାରତ ୨ ହଜାରରୁ ଊର୍ଦ୍ଧ୍ୱ ଯାତ୍ରୀବାହୀ ଏବଂ କାର୍ଗୋ ଏୟାରକ୍ରାଫ୍ଟ ଆବଶ୍ୟକ କରିବ। ଆମେ କେତେ ଦ୍ରୁତଗତିରେ ବିକାଶ କରୁଛୁ ତାହା ଏଥିରୁ ପ୍ରତିଫଳିତ ହେଉଛି ବୋଲି ମୋଦି କହିଥିଲେ। ଉକ୍ତ ପ୍ରୋଜେକ୍ଟରେ ୭ ରାଜ୍ୟର ଶହେରୁ ଅଧିକ ଅଣୁ, କ୍ଷୁଦ୍ର ଏବ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ଯୋଡ଼ିହେବେ। ୨୦୨୬ ସେପ୍ଟେମ୍ବରରେ ଭାରତରେ ପ୍ରଥମ ବିମାନ ନିର୍ମାଣ ଶେଷ ହୋଇସାରିଥିବ ବୋଲି କୁହାଯାଇଛି। ୨୦୩୧ ଅଗଷ୍ଟ ସୁଦ୍ଧା ଆଉ ୩୯ଟି ନିର୍ମାଣ ସରିବ। ପ୍ରତିବର୍ଷ ଏହି ୟୁନିଟ୍‌ରୁ ୮ ଏୟାରକ୍ରାଫ୍ଟ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି।

ସି-୨୯୫ର ବିଶେଷତ୍ୱ

ସ୍ପେନ୍‌ର କନ୍‌ଷ୍ଟ୍ରକିଓନେସ୍‌ ଏରୋନଟିକ୍ସ ଏସ୍‌ଏ କମ୍ପାନୀ ପ୍ରଥମେ ସି-୨୯୫ ବିମାନ ନିର୍ମାଣ କରିଥିଲା। ଏହି କମ୍ପାନୀ ଏବେ ଏୟାରବସ୍‌ର ଅଂଶ ଏବଂ ସ୍ପେନ୍‌ରେ ଥିବା ଏୟାରବସ୍‌ ପ୍ଲାଣ୍ଟ୍‌ରେ ସି-୨୯୫ ବିମାନ ନିର୍ମାଣ ହେଉଛି। ୨୦୨୧ ସେପ୍ଟେମ୍ବରରେ ଭାରତ ଏୟାରବସ୍‌ ଡିଫେନ୍ସ ଏବଂ ସ୍ପେସ୍‌ ସହ ୨୧,୯୩୫ କୋଟି ଟଙ୍କାରେ ୫୬ ଏୟାରକ୍ରାଫ୍ଟ ନିର୍ମାଣ ପାଇଁ ଚୁକ୍ତି କରିଥିଲା। ସି-୨୯୫ ବିମାନକୁ ଆଉ ୩୪ଟି ଦେଶ ମଧ୍ୟ ବ୍ୟବହାର କରିଥାନ୍ତି। ଏହି ଏୟାରକ୍ରାଫ୍ଟ ଘଣ୍ଟାପ୍ରତି ୪୮୦ କିଲୋମିଟର ବେଗରେ ଉଡ଼ିପାରିବ। ଏଥିରେ ଏକସଙ୍ଗରେ ୭୧ ଯାତ୍ରୀ କିମ୍ବା ୪୪ ପାରାଟ୍ରୁପର୍ସ କିମ୍ବା ୨୪ ସ୍କେଚର୍ସ ଯାଇପାରିବେ। ଏହା ୫ରୁ ୧୦ ଟନ୍‌ ଓଜନ ପରିବହନ କରିପାରିବ। ଏହା ଶର୍ଟ ଟେକ୍‌ଅଫ୍‌ ଏବଂ ଲ୍ୟାଣ୍ଡିଂ ମଧ୍ୟ କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

ସାବଧାନ! ଖାଲିପେଟରେ ଖାଆନ୍ତୁନି ଏହି ୭ ଜିନିଷ, ନଚେତ୍ ହୋଇପାରେ…

ଯଦି ଆପଣ ଭୁଲ ଖାଦ୍ୟ ଅଭ୍ୟାସ ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତି, ତେବେ ଏହା କେବଳ ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇପାରେ ନାହିଁ ବରଂ...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବେ ଓଡ଼ିଆ ଝିଅ ପ୍ରିୟାଂଶୀ

ଗଞ୍ଜାମ,୨୬ା୧୨(ବିଦ୍ୟାଧର ସାହୁ): ବିକଶିତ ଭାରତ ୟଙ୍ଗ୍‌ ଲିଡରସ ଡାଏଲଗ ୨୦୨୬ର ଷ୍ଟେଟ୍‌ ଚାମ୍ପିଅନ ଭାବେ ଗଞ୍ଜାମ ଜିଲା ହୁମା ଗ୍ରାମର ଓଡ଼ିଆ ଝିଅ ପ୍ରିୟାଂଶୀ ବିଶ୍ୱାଳ...

ନବୀନଙ୍କ ସାମ୍ନାରେ ପାଣ୍ଡିଆନଙ୍କୁ ନେଇ ଏମିତି କହିଦେଲେ ମୁନ୍ନା ଖାଁ: ଓଡ଼ିଶା ରାଜନୀତିରେ ହଲଚଲ

ଭୁବନେଶ୍ୱର,୨୬।୧୨: ବିଜେଡିର ପ୍ରତିଷ୍ଠା ଦିବସରେ ନାଁ ନ ନେଇ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଏମ୍‌ପି ମୁନ୍ନା ଖାଁ। ସେ କହିଛନ୍ତି, ବିଜୁ ବାବୁଙ୍କ ରାସ୍ତାରେ ଆମେ...

ଦିଲ୍ଲୀରେ ଭୀଷଣ ହେଉଛି ବାୟୂ ପ୍ରଦୂଷଣ, ଏୟାର୍ ପ୍ୟୁରିଫାୟର୍‌ରେ GST କମାଇବାକୁ ମନାକଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,,୨୬।୧୨: ଦିଲ୍ଲୀ ବାୟୁ ପ୍ରଦୂଷଣରେ ଲୋକେ ହନ୍ତସନ୍ତ ହେଉଛନ୍ତି। ସରକାରଙ୍କ ଅନେକ ପଦକ୍ଷେପ ସତ୍ତ୍ୱେ ଏଥିରେ ସୁଧାର ଆସୁ ନାହିଁ। ଫଳରେ ଲୋକେ କେବଳ ଅତ୍ୟାଧୁନିକ...

ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରୁ ଆସୁଛି ଧାନ

ଯାଜପୁର,୨୬ା୧୨(ହର୍ଷବର୍ଦ୍ଧନ ବେହେରା): ଖରିଫ ଧାନ ସଂଗ୍ରହ କାର୍ଯ୍ୟକୁ ଆଉ ମାତ୍ର ୨ ସପ୍ତାହ ବାକି ରହିଥିବାବେଳେ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ନିକଟବର୍ତ୍ତୀ ଜିଲାଗୁଡ଼ିକରୁ ଯାଜପୁର ଜିଲାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri