ଏଏସ୍‌ଆଇ କାର୍ଯ୍ୟ ନେଇ ସେବାୟତ ଖପ୍ପା

ପୁରୀ ଅଫିସ,୩୦।୧୦: ଗତ କିଛିଦିନ ତଳେ ଶ୍ରୀମନ୍ଦିର ଭିତରୁ ପଥର ଖସିଥିଲା। ଏହି ଘଟଣା ବିଷୟରେ ସେବାୟତମାନେ ଏଏସ୍‌ଆଇକୁ ଜଣାଇଥିଲେ। ହେଲେ ଏଏସ୍‌ଆଇ ପକ୍ଷରୁ କୌଣସି ଅନୁଧ୍ୟାନ କରା ନ ଯିବାରୁ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରି କି ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଘଟଣାକୁ ଲୁଚାଇବାକୁ ଚେଷ୍ଟା କରୁଥିଲା। କିନ୍ତୁ କଥା ପ୍ରଚାର ହେବା ସହ ଲୋକଲୋଚନକୁ ଆସିବା ପରେ ଏବେ ଶ୍ରୀମନ୍ଦିରରୁ ପଥର ଖସିଥିବା କଥା ଶ୍ରୀମନ୍ଦିର ପ୍ରଶାସନ ସ୍ବୀକାର କରିଥିଲା। ସୂଚନାଯୋଗ୍ୟ, ଶ୍ରୀମନ୍ଦିର ଜଗମୋହନ ଦକ୍ଷିଣ ପୂର୍ବ ଦିଗରୁ ଗତ ରବିବାର ପଥର ଖସିଥିଲା। ବେହେରଣ ଦ୍ୱାର ଓ ମୁଦିଲି ଦ୍ୱାର ମଝିରେ ଥିବା ଚର୍ଚ୍ଚା ନିକଟରେ ଏକ ବଡ଼ ପଥର ଖଣ୍ଡ ଖସିଥିଲା। ତେବେ ଉକ୍ତ ସ୍ଥାନରେ ଚଳପ୍ରଚଳ କମ ଥିବାରୁ କାହାରି କ୍ଷତି ହୋଇନାହିଁ। ଖସିପଡିଥିବା ପଥରଟି ପ୍ରାୟ ୧ରୁ ଦେଢ଼ଫୁଟ ଭଳି ହେବ ବୋଲି ଅନୁମାନ କରାଯାଉଛି।
ଏ ନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ଗତ ୨୩ ତାରିଖରେ ଶ୍ରୀମନ୍ଦିର ମାଜଣାମଣ୍ଡପ ନିକଟରେ ଥିବା ଚର୍ଚ୍ଚା ଘର ପାଖରେ ଏକ ପଥର ଖସିଥିଲା। ଖସିଥିବା ପଥରଟିକୁ ଶ୍ରୀମନ୍ଦିର ସୁପରଭାଇଜରଙ୍କ ଜରିଆରେ ଏଏସ୍‌ଆଇ କର୍ମଚାରୀଙ୍କୁ ହସ୍ତାନ୍ତର କରାଯାଇଛି। ଜଗମୋହନର ବାହାରପଟୁ ପଥରଟା ଖସିଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମୁଖ୍ୟ ପ୍ରଶାସକ ଏଏସ୍‌ଆଇକୁ ଅବଗତ କରିବା ସହ ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଏସ୍‌ଆଇ ଅନୁଧ୍ୟାନ କରି ପଥର କାହିଁକି ଖସୁଛି ତାହାର ତର୍ଜମା କରି କାର୍ଯ୍ୟ କରିବ। ଏଏସ୍‌ଆଇ ସହ ଶ୍ରୀମନ୍ଦିର ପରିଚାଳନା ବୈଠକରେ ଆଲୋଚନା କରାଯାଉଛି। ସେହିପରି ଶ୍ରୀମନ୍ଦିରର ଯେଉଁ ସ୍ଥାନରେ ପାଣି ଗଳୁଥିଲା ତାହାର ମରାମତି କରାଯାଇଛି ଓ ଆଉ କେଉଁ ସ୍ଥାନରେ ପାଣି ଗଳୁଛି, ତାହାର ମଧ୍ୟ ଅନୁଧ୍ୟାନ କରାଯାଇ ମରାମତି କରାଯିବ ବୋଲି ଜେନା କହିଛନ୍ତି। ଅନ୍ୟପଟେ ସେବାୟତ ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି, ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଓ ମରାମତି ଦାୟିତ୍ୱରେ ଥିବା ଏଏସ୍‌ଆଇ ଚରମ ଅବହେଳା କରୁଛି। କିଛିଦିନ ତଳେ ଶ୍ରୀମନ୍ଦିର ରନତ୍ସିଂହାସନ ଶ୍ରୀବଳଭଦ୍ରଙ୍କ ପଛପାଶର୍‌ବରୁ ଚୂନ ପ୍ଲାଷ୍ଟର ଖସିଥିଲା। ଏବେ ପୁଣି ଶ୍ରୀମନ୍ଦିର ଚର୍ଚ୍ଚା ଘର ବାହାରପଟେ ପଥର ଖସିଛି। ଘଟଣାକୁ ଅନେକ ଦିନ ବିତିଯାଇଥିଲେ ମଧ୍ୟ ଏଏସ୍‌ଆଇ ଏଯାଏ ଅନୁଧ୍ୟାନ କରିନାହିଁ। ଯେଉଁଠି ପଥର ଖସୁଛି ସେଇଠି କାରୁକାର୍ଯ୍ୟ ପଥର ଲଗାଇବା ପରିବର୍ତ୍ତେ ଧଳାପଥର ଲଗାଇଦେଇଛି। ରାଜ୍ୟରେ ବହୁତ କୁଶଳି କାରିଗର ଅଛନ୍ତି। ତେଣୁ ଏଏସ୍‌ଆଇ ଯଦି କାର୍ଯ୍ୟରେ ଅବହେଳା କରୁଛି, ତେବେ ତା’କୁ ସରକାର ତୁରନ୍ତ ବାହାର କରିଦେବା ଆବଶ୍ୟକ। ଶ୍ରୀମନ୍ଦିର ଘଟୁଆ ସେବକ ତଥା ପୂର୍ବତନ ନଗରପାଳ ଗୌରହରି ପ୍ରଧାନ କହିଛନ୍ତି, ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ କ୍ଷେତ୍ରରେ ଛତିଶା ନିଯୋଗ, ପରିଚାଳନା କମିଟି ଆଦି ବୈଠକରେ ବାରମ୍ବାର ଏନେଇ ଉଦ୍‌ବେଗ ପ୍ରକାଶ କରାଯାଇ ଏଏସ୍‌ଆଇକୁ ଜଣାଯାଉଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ। ତେଣୁ ଏପରି କାର୍ଯ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଏସ୍‌ଆଇକୁ ତୁରନ୍ତ ଶ୍ରୀମନ୍ଦିର ଦାୟିତ୍ୱରୁ ନିବୃତ କରନ୍ତୁ। ଅନ୍ୟପଟେ ଶ୍ରୀମନ୍ଦିର ବୈଷୟିକ କୋର୍‌ କମିଟି ସଦସ୍ୟ ଡ. ଏନ୍‌.ସି.ପାଲ୍‌ କହିଛନ୍ତି, ଶ୍ରୀମନ୍ଦିର ବୈଷୟିକ କୋର୍‌ କମିଟି ବାରମ୍ବାର ଅନୁଧ୍ୟାନ କରି ଆବଶ୍ୟକ ମରାମତି ଓ ପଦକ୍ଷେପ ନେବାକୁ ଏଏସ୍‌ଆଇକୁ କହିଛି। ଶ୍ରୀମନ୍ଦିର ପରିଚାଳନା କମିଟି ମଧ୍ୟ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସରିବାକୁ କହିଛି। ଏଏସ୍‌ଆଇକୁ ଖସିଥିବା ପଥର ହସ୍ତାନ୍ତର କରାଯାଇଥିବାରୁ ତାହାକୁ ସେମାନେ ଅନୁଧ୍ୟାନ କରୁଛନ୍ତି। ଅପରପକ୍ଷେ ଶ୍ରୀମନ୍ଦିର ନାଟମଣ୍ଡପ ଓ ପାଶର୍‌ବ ଦେବଦେବୀ ମନ୍ଦିରରେ ଆବଶ୍ୟକ ମରାମତି ପାଇଁ ୫ ବର୍ଷୀୟା ପ୍ଲାନ୍‌ ପ୍ରସ୍ତୁତ କରାଯାଇଛି ବୋଲି ଡ. ପାଲ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁଣ୍ଟକୁ ପିଟିଲା କାର: ଚାଲିଗଲା ଚାଳକଙ୍କ ଜୀବନ

ଛତ୍ରପୁର,୬।୫(ଦିଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଟାଟାଗେଟ୍‌ ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଖୁଣ୍ଟକୁ ଏକ କାର ଧକ୍କା ଦେଇ ଦୁର୍ଘଟଣା...

ଅଗ୍ନିକାଣ୍ଡରେ ଜଳିଗଲା ୧୦ଲକ୍ଷ ଟଙ୍କାର ସାମଗ୍ରୀ

ବ୍ରହ୍ମପୁର,୬ା୫(ସୁବାସ ଚନ୍ଦ୍ର ପାଢ଼ୀ): ଗୋସାଇଁନୂଆଗାଁ ସାମନ୍ତରାୟ ଏକାଡେମୀ ନିକଟରେ ଥିବା ଏକ ଗୋଦାମରେ ସୋମବାର ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗୋଦାମରେ ଥିବା ୧୦ ଲକ୍ଷରୁ...

ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କଲେ ଭକ୍ତ ଦାସ

କେସିଙ୍ଗା,୬।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକର ୯ ପଞ୍ଚାୟତରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଭକ୍ତ ଚରଣ ଦାସ ଜନସମ୍ପର୍କ ପଦଯାତ୍ରା କରିବା ସହ ନିର୍ବାଚନୀ...

ମାଉସୀଙ୍କ ହାତରେ ପ୍ରସ୍ତୁତ ପୋଡ଼ ପିଠା ଖାଇ ମନ୍ଦିର ଫେରିଲେ ମା’ଠାକୁରାଣୀ

ଦାରିଙ୍ଗବାଡ଼ି,୬।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଚାଲିଥିବା ମା’ଠାକୁରାଣୀଙ୍କ ଯାତ୍ରାର ପୂର୍ଣ୍ଣାହୁତି ହୋଇଯାଇଛି। ରବିବାର ମା’ଙ୍କ ଘଟ ପରିକ୍ରମାର ଶେଷ ଦିବସ ରହିଥିବା ବେଳେ ମା’ଙ୍କୁ...

କଂଗ୍ରେସ ଗଡ଼ରେ ବିଜେଡିର ରଣହୁଙ୍କାର: ଡବଲ ଶଙ୍ଖ ଚି଼ହ୍ନରେ ଭୋଟ ଦେବାକୁ ନିବେଦନ

ଦାରିଙ୍ଗବାଡି, ୬।୫ (ଅରୁଣ ସାହୁ ):କନ୍ଧମାକ ଜିଲା ଦାରିଙ୍ଗବାଡି ବ୍ଲକ ୧୧ ନଂ ଜିଲାପରିଷଦ ଜୋନ ଝିଞ୍ଜିରୀଗୁଡାରେ ସୋମବାର ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।...

ନାମାଙ୍କନ ବେଳେ ୨ ନେତା ଓ ସମର୍ଥକ ହାତାହାତି

ପୁରୀ,୬।୫: ପୁରୀ ଉପଜିଲ୍ଲାପାଳଙ୍କ ଅଫିସରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥ ଓ ଟିକେଟ କଟିଥିବା ସୁଜିତ୍ ମହାପାତ୍ର ହାତାହାତି ହୋଇଛନ୍ତି।...

ନାମାଙ୍କନପତ୍ର ଦାଖଲ କଲେ ସସ୍ମିତା

କେନ୍ଦୁଝର,୬ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ନିର୍ବାଚନ ମଣ୍ଡଳୀର ସ୍ବାଧୀନ ପ୍ରାର୍ଥିନୀ ସସ୍ମିତାରାଣୀ ସିଂହ ସୋମବାର ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏକ...

କିଏ ହେବ ଓଡ଼ିଶାର ମୁଖ୍ୟମନ୍ତ୍ରୀ ? ଘୋଷଣା କଲେ ମୋଦି

ନବରଙ୍ଗପୁର,୬।୫: ଓଡ଼ିଶାରେ ପ୍ରଥମ ଥର ହେବ ଡବଲ ଇଂଜିନ ସରକାର। ସୋମବାର ଓଡ଼ିଶା ଗସ୍ତରେ ଆସି ସରକାର ଗଠନ କରିବା ପାଇଁ ଦୃଢୋକ୍ତି ପ୍ରକାଶ କରିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri