କେବଳ ପଞ୍ଜୀକୃତ ସଂସ୍ଥାଙ୍କୁ ମିଳିବ ବିଜ୍ଞାପନ ସୁବିଧା

ଭୁବନେଶ୍ୱର, ୩୦।୧୦ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ସହରର ସ୍ବଚ୍ଛତା ଏବଂ ସୌନ୍ଦର୍ଯ୍ୟକୁ ଅଧିକ ଗୁରୁତ୍ୱ ଦେଉଥିବାବେଳେ ବିଜ୍ଞାପନକୁ ବ୍ୟବସ୍ଥିତ କରିବାକୁ ଅଣ୍ଟା ଭିଡିଛି। ବିଜ୍ଞାପନ ପାଇଁ ଏକ ସମୀକ୍ଷା ଆଧାରିତ ପଦକ୍ଷେପ ନେଇଛନ୍ତି ବିଏମ୍‌ସି କର୍ତ୍ତୃପକ୍ଷ। ଏଣିକି ଯେକୌଣସି ବିଜ୍ଞାପନ ସଂସ୍ଥା ବିଏମ୍‌ସି ଅଞ୍ଚଳରେ ନିଜର ବିଜ୍ଞାପନ ମାରି ପାରିବେ ନାହିଁ। ଟ୍ୟାକ୍ସ ଅନ୍‌ ଆଡ୍‌ଭାଟାଇଜ୍‌ମେଣ୍ଟ ରେଗୁଲେଶନ୍‌-୨୦୦୬ ଅନୁଯାୟୀ, କେବଳ ପଞ୍ଜୀକୃତ ସଂସ୍ଥାଗୁଡ଼ିକ ବିଜ୍ଞାପନ ପ୍ରସାର ପାଇଁ ଯୋଗ୍ୟ ହେବେ। ଏଥିପାଇଁ ସଂସ୍ଥା ପକ୍ଷରୁ ଆବଶ୍ୟକ ନଥି, ସୂଚନା ଓ ସିକ୍ୟୁରିଟି ଦେୟ ସହ ଆବେଦନ କରାଯିବ। ବିଏମ୍‌ସି ଆବେଦନଗୁଡ଼ିକୁ ତର୍ଜମା କରିବା ପରେ ଯୋଗ୍ୟ ସଂସ୍ଥାଙ୍କୁ ଅନୁମତି ପ୍ରଦାନ କରିବ। ଆଇନ ଅନୁଯାୟୀ ଯେଉଁଗୁଡ଼ିକ ପଞ୍ଜୀକୃତ ସଂସ୍ଥା ଭାବେ କାର୍ଯ୍ୟ କରୁଥିବେ ଏବଂ ଯେକୌଣସି ପ୍ରକାର ବିଜ୍ଞାପନ ଯଥା ମୁଦ୍ରିତ, ବୈଦ୍ୟୁତିକ, ପ୍ରାମାଣିକ ଚିତ୍ର ଇତ୍ୟାଦିରେ ବିଜ୍ଞାପନ କରୁଥିବେ, କୌଣସି ପ୍ରକାରେ କଳା ତାଲିକାଭୁକ୍ତ ହୋଇ ନ ଥିବେ, ବିଏମ୍‌ସି ଇଲାକାରେ ନିଜର ବ୍ୟବସାୟ ପାଇଁ ଟ୍ରେଡ୍‌ ଲାଇସେନ୍ସ କରିଥିବେ, ସେମାନଙ୍କୁ ବିଜ୍ଞାପନ ପାଇଁ ଅନୁମତି ଦିଆଯିବ। କେଉଁ ସଂସ୍ଥା କେଉଁ ପ୍ରକାର ବିଜ୍ଞାପନ ପାଇଁ ଆଗ୍ରହୀ ସେମାନେ ସଂପୃକ୍ତ ବର୍ଗରେ ଆବେଦନ କରିବେ। ନିୟମ ଅନୁସାରେ ଚୟନ ହେବା ପରେ ଅନ୍ୟୁନ ୩ ବର୍ଷ ଯାଏ ନିଜର ବ୍ୟବସାୟ କରିବେ। ଏଥିସହ ସେମାନଙ୍କ ବ୍ୟବସାୟ କାଳ ବୃଦ୍ଧି କରାଯିବାର ସୁବିଧା ରହିଛି। ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶରେ ଏଭଳି କଡ଼ା ପଦକ୍ଷେପ ଗ୍ରହଣ କରାଯାଇଥିବାବେଳେ ଶନିବାର ଏ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି।
ଏ ସମ୍ପର୍କରେ ବିଏମ୍‌ସିର ଅତିରିକ୍ତ କମିଶନର ବିନୟ କୁମାର ଦାଶ କହିଛନ୍ତି, ପୂର୍ବରୁ କେବଳ ଲାଇସେନ୍ସ ଦିଆଯାଇ ବିଜ୍ଞାପନ ଦିଆଯାଉଥିବାବେଳେ ଏବେ ଏହାକୁ ଆହୁରି ବ୍ୟବସ୍ଥିତ କରାଯାଇଛି। ମହାନଗର ନିଗମ ଅଞ୍ଚଳରେ କେଉଁ ସଂସ୍ଥାଗୁଡ଼ିକ କି ପ୍ରକାର ଓ କେତେ ପରିମାଣର ବିଜ୍ଞାପନ ଦେଇଛନ୍ତି, ତାହାର ଟିକିନିଖି ସୂଚନା ବିଏମ୍‌ସିକୁ ଦେବେ। ଏହାଦ୍ୱାରା ଏହାର ଜୋନ୍‌ ଭିତ୍ତିକ ଅନୁଧ୍ୟାନ ସମ୍ପୃକ୍ତ ଅଧିକାରୀଙ୍କ ତଦାରଖରେ କରାଯାଇ ସଂସ୍ଥାଗୁଡ଼ିକ ଦେଇଥିବା ସୂଚନାକୁ ସମୀକ୍ଷା କରାଯିବ। ସଂସ୍ଥାଗୁଡ଼ିକ କେତେ ପରିମାଣର ହିସାବ ଦେଇଛନ୍ତି ଏବଂ କ୍ଷେତ୍ର ବିଶେଷରେ ସ୍ଥିତି କ’ଣ, ତାହା ବିଏମ୍‌ସି ଯାଞ୍ଚ କରିବ। ଏଭଳି କରିବା ଦ୍ୱାରା ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଆଧାରରେ ବିଏମ୍‌ସି ଇଲାକାରେ କେତେଜଣ ବିଜ୍ଞାପନଦାତା ବିଏମ୍‌ସିଠାରୁ ଅନୁମତି ପାଇଛନ୍ତି ତାହା ସମସ୍ତ ନାଗରିକ ଜାଣିପାରିବେ। ସମସ୍ତ ସଂସ୍ଥାର ହିସାବ ପରେ ଅଧିକ ସଂଖ୍ୟକ ବିଜ୍ଞାପନ ପୋଷ୍ଟକୁ ବିଏମ୍‌ସି ଦ୍ୱାରା ଯାଞ୍ଚ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri