Posted inଖେଳ

ଅଷ୍ଟ୍ରେଲିଆର ସହଜ ବିଜୟ

ପର୍ଥ,୨୬।୧୦(ପି.ଟି.): ଟି୨୦ ବିଶ୍ୱକପ୍‌ ସୁପର-୧୨ରେ ପ୍ରଥମ ବିଜୟ ହାସଲ କରିଛି ଆୟୋଜକ ଅଷ୍ଟ୍ରେଲିଆ। ପର୍ଥରେ ଖେଳାଯାଇଥିବା ମ୍ୟାଚରେ ଲୋକାଲ ବୟ ମାର୍କସ୍‌ ଷ୍ଟୋଇନିସଙ୍କ ଧୂଆଁଧାର ଅଦ୍ଧଶତକ ବଳରେ ୭ ଉଇକେଟରେ ଜିତି ପ୍ରଥମ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୬ ଉଇକେଟରେ ୧୫୭ ରନ୍‌ କରିଥିଲା। ଷ୍ଟୋଇନିସଙ୍କ ଅପରାଜିତ ୫୯ ରନ୍‌ ବଳରେ ଅଷ୍ଟ୍ରେଲିଆ ୧୬.୩ ଓଭରରେ ଆବଶ୍ୟକ ରନ୍‌ ସଂଗ୍ରହ କରି ନେଇଥିଲା। ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଶ୍ରୀଲଙ୍କା ପକ୍ଷରୁ ପାଥୁମ୍‌ ନିଶଙ୍କା ୪୦ ରନ୍‌ କରିଥିଲେ। ଧନଞ୍ଜୟ ଡି ସିଲ୍‌ଭା ୨୬ ଓ ଚରିଥ୍‌ ଅସଲଙ୍କା ୩୮ଙ୍କ ଅବଦାନ ଫଳରେ ଶ୍ରୀଲଙ୍କା ନିର୍ଦ୍ଧାରିତ ଓଭରରେ ୬ ଉଇକେଟରେ ୧୫୭ ରନ୍‌ କରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ହାଜେଲଉଡ୍‌, କମିନ୍ସ, ଷ୍ଟାର୍କ, ଆଷ୍ଟନ୍‌ ଆଗର ଓ ମ୍ୟାକ୍ସଓ୍ବେଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଅଷ୍ଟ୍ରେଲିଆର ଆରମ୍ଭ ବେଶ ଧୀମା ରହିଥିଲା। ତେବେ ଷ୍ଟୋଇନିସ୍‌ ମାତ୍ର ୧୮ ବଲରୁ ୫୯ ରନ୍‌ ସ୍କୋର କରି ଦଳକୁ ସହଜ ବିଜୟ ଦେଇଥିଲେ। ଏହି ଇନିଂସରେ ୪ ଚୌକା ଓ ୬ ଛକା ସାମିଲ ଥିଲା। ଷ୍ଟୋଇନିସ ଶ୍ରୀଲଙ୍କା ସ୍ପିନର ଓ୍ବନିନ୍ଦୁ ହସରଙ୍ଗାଙ୍କୁ ଟାର୍ଗେଟ୍‌ କରିଥିବା ବେଳେ ସେ ୩ ଓଭରରେ ୫୩ ରନ ବ୍ୟୟ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫିଞ୍ଚ ୪୨ ବଲ୍‌ ଖେଳି ୩୧ ରନରେ ଅପରାଜିତ ଥଲେ। ଶ୍ରୀଲଙ୍କା ପକ୍ଷରୁ ମହୀଷ ଥିକ୍‌ସାନା, ଧନଞ୍ଜୟ ଡି ସିଲ୍‌ଭା ଓ ଚାମିକା କରୁଣାରତ୍ନେ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଷ୍ଟୋଇନିସଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ ଘୋଷଣା କରାଯାଇଥିଲା।
ସଂକ୍ଷିପ୍ତ ସ୍କୋର
ଶ୍ରୀଲଙ୍କା ୨୦ ଓଭରରେ ୧୫୭/୬ (ପାଥୁମ୍‌ ନିଶଙ୍କା-୪୦, ଚରିଥ୍‌ ଅସଲଙ୍କା-୩୮*, ଧନଞ୍ଜୟ ଡି ସିଲଭା-୨୬, ଗ୍ଲେନ୍‌ ମ୍ୟାକ୍ସଓ୍ବେଲ-୧/୫, ମିଚେଲ ଷ୍ଟାର୍କ-୧/୨୫, ଆଷ୍ଟନ ଆଗର-୧/୨୬)। ଅଷ୍ଟ୍ରେଲିଆ ୧୬.୩ ଓଭରରେ ୧୫୮/୩ (ମାର୍କସ ଷ୍ଟୋଇନିସ୍‌-୫୯*, ଆରୋନ୍‌ ଫିଞ୍ଚ-୩୧*, ଗ୍ଲେନ୍‌ ମ୍ୟାକ୍ସଓ୍ବେଲ-୨୩, ମହୀଷ ଥିକ୍‌ସାନା-୧/୨୩, ଧନଞ୍ଜୟ ଡି ସିଲ୍‌ଭା-୧/୧୮, ଚାମିକା କରୁଣାରତ୍ନେ-୧/୨୦)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଯଦି ଏଥର ରାଜସ୍ଥାନ ଆଇପିଏଲ୍‌ ଜିତିଯାଏ, ଟିମ୍‌ ଇଣ୍ଡିଆ ଟି୨୦ ବିଶ୍ୱକପ୍‌ ଜିତିବା ନିଶ୍ଚିତ !

ନୂଆଦିଲ୍ଲୀ,୩୦।୪: ଆଇପିଏଲ୍‌ ୨୦୨୪ରେ ରାଜସ୍ଥାନ ରୟାଲ୍ସ ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛି। ଯଦି ଏହିପରି ଚାଲେ ତେବେ ଦଳ ଟାଇଟଲ ଜିତିବା ଏକ ପ୍ରକାର ନିଶ୍ଚିତ...

ଟିମ୍‌ ଇଣ୍ଡିଆରୁ କେ ଏଲ୍‌ ରାହୁଲ କାହିଁକି ପଡ଼ିଲେ ବାଦ୍‌? ଜାଣନ୍ତୁ ୫ କାରଣ…

ନୂଆଦିଲ୍ଲୀ,୩୦।୪: ବିଶ୍ୱକପ୍‌ ୨୦୨୪ ଲାଗି ଟିମ୍‌ ଇଣ୍ଡିଆ ଘୋଷଣା ହୋଇଛି। ବିସିସିଆଇ ରୋହିତ ଶର୍ମାଙ୍କ ନେତୃତ୍ୱରେ ୧୫ଜଣିଆ ସଦସ୍ୟ ବିିଶିଷ୍ଟ ଭାରତୀୟ ସ୍କ୍ବାର୍ଡ ଘୋଷଣା କରିଛି।...

ଟିମ୍‌ ଇଣ୍ଡିଆ ବିଶ୍ୱକପ୍‌ ସ୍କ୍ବାର୍ଡରୁ ବାଦ୍‌ ପଡ଼ିଲେ ଏସବୁ ଖେଳାଳି, ରିଜର୍ଭରେ ରହିଲେ…

ନୂଆଦିଲ୍ଲୀ,୩୦।୪: ଆମେରିକା ଏବଂ ଓ୍ବେଷ୍ଟଇଣ୍ଡିଜରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ୨୦୨୪ ଲାଗି ଟିମ୍‌ ଇଣ୍ଡିଆର ୧୫ ଜଣିଆ ସ୍କ୍ବାର୍ଡ ଘୋଷଣା ହୋଇଛି। ମଙ୍ଗଳବାର ଅପରାହ୍ନରେ...

ଟି -୨୦ ବିଶ୍ୱକପ୍‌ ଦଳ: ଏହି ୨ ଖେଳାଳିଙ୍କ ଉପରେ ବିଶ୍ୱାସ କଲା ବୋର୍ଡ

ନୂଆଦିଲ୍ଲୀ,୩୦।୪: ବିସିସିଆଇ ୨୦୨୪ ଟି -୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ରୋହିତ ଶର୍ମାଙ୍କୁ ଦଳର ଅଧିନାୟକତ୍ୱ ଦାୟିତ୍ୱ ମିଳିଛି। ରୋହିତ ଶର୍ମାଙ୍କ...

ଟି -୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା, ଜାଣନ୍ତୁ ଦଳରେ କେଉଁମାନେ ପାଇଲେ ସ୍ଥାନ

ନୂଆଦିଲ୍ଲୀ,୩୦।୪: ବିସିସିଆଇ ୨୦୨୪ ଟି -୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ରୋହିତ ଶର୍ମାଙ୍କୁ ଦଳର ଅଧିନାୟକତ୍ୱ ଦାୟିତ୍ୱ ମିଳିଛି। ଭାରତରେ କ୍ରିକେଟ...

ଟି -୨୦ ବିଶ୍ୱକପ୍‌ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ

ଲଣ୍ଡନ,୩୦।୪: ଇଂଲଣ୍ଡ କ୍ରିକେଟ ବୋର୍ଡ ଟି -୨୦ ବିଶ୍ୱକପ୍‌ ୨୦୨୪ ପାଇଁ ପ୍ରାରମ୍ଭିକ ଦଳ ଘୋଷଣା କରିଛି। ଏହା ସହିତ ବୋର୍ଡ ପାକିସ୍ତାନ ବିପକ୍ଷ ଟି...

ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଦକ୍ଷିଣ ଆଫ୍ରିକା

କେପଟାଉନ୍‌,୩୦।୪: ଦକ୍ଷିଣ ଆଫ୍ରିକା ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କରିଛି। ଆଫ୍ରିକା ଆଡେନ୍‌ ମାର୍କ୍ରାମଙ୍କୁ ଅଧିନାୟକ କରିଛି। ଆଜିକାଲି ମାର୍କାମ ଆଇପିଏଲ ୨୦୨୪ ରେ...

ବେବି ଆସିବେ…ଭାଇରାଲ ହେଲା ସାକ୍ଷିଙ୍କ ଇନଷ୍ଟା ଷ୍ଟୋରୀ

ନୂଆଦିଲ୍ଲୀ,୩୦।୪: ଆଇପିଏଲ ୨୦୨୪ର ୨୬ ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିଲା । ସେହି ମ୍ୟାଚ ସମୟରେ ଏମଏସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri