‘ଗ୍ରାହକ କୈନ୍ଦ୍ରିକ ସେବା ଯୋଗାଇବ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ର’

ନୂଆଦିଲ୍ଲୀ,୨୦।୧୦: ପ୍ରତ୍ୟେକ ଭାରତୀୟଙ୍କ ନିକଟରେ ଦେଶର ବ୍ୟାଙ୍କ ସେବାକୁ ଠିକ୍‌ ଭାବେ ପହଞ୍ଚତ୍ାଇବା ସରକାର ଓ ଉଭୟ ସରକାରୀ ଓ ଘରୋଇ ବ୍ୟାଙ୍କର ଦାୟିତ୍ୱ ବୋଲି କୁହାଯାଇଛି। ହେଲେ ଦୀର୍ଘ ବର୍ଷ ହେବ ଭାରତର ଶେଷ ଭାଗରେ ରହୁଥିବା ଲୋକ ନିକଟରେ ପହଞ୍ଚତ୍ବା ତ ଦୂରର କଥା, ଦେଶର ପ୍ରତି ପଞ୍ଚାୟତରେ ମଧ୍ୟ ବର୍ତ୍ତମାନ ସୁଦ୍ଧା ବ୍ୟାଙ୍କ ସେବା ପହଞ୍ଚତ୍ପାରିନାହିଁ। ଏପରିକି ଦେଶର ଯେଉଁ ସ୍ଥାନରେ ବି ବ୍ୟାଙ୍କ ରହିଛି, ସେଠାକାର ଗ୍ରାହକଙ୍କୁ ମଧ୍ୟ ଉପଯୁକ୍ତ ବ୍ୟାଙ୍କିଙ୍ଗ୍‌ ସେବା ଉଭୟ ସରକାରୀ ଓ ଘରୋଇ ବ୍ୟାଙ୍କ ଠିକ୍‌ ଭାବେ ଦେଉ ନାହାନ୍ତି। କାରଣ ଆଜି ବି ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାର ସରଳତା ହୋଇପାରିନାହିଁ। ଫଳରେ ବ୍ୟାଙ୍କିଙ୍ଗ୍‌ ସେବା ସାଙ୍ଗକୁ କାରବାର ମଧ୍ୟ ସେହି ଅନୁଯାୟୀ ବା ଧାର୍ଯ୍ୟ ପୂରଣ ହୋଇପାରୁନାହିଁ ବୋଲି ବିଭିନ୍ନ ସ୍ତରରେ ଚର୍ଚ୍ଚା ଓ ଆଲୋଚନା ହେଉଛି। ବିଶେଷକରି ସବୁ ବର୍ଗର ଗ୍ରାହକଙ୍କୁ ବ୍ୟାଙ୍କ ଠିକ୍‌ ଭାବେ ଋଣ ପ୍ରଦାନ କରୁନାହାନ୍ତି କିମ୍ବା ଋଣ ଦେବାକୁ ବ୍ୟାଙ୍କଗୁଡିକ ଆଗ୍ରହ ଦେଖାଉ ନାହାନ୍ତି।

ଫଳରେ ଉଭୟ ଗ୍ରାହକ ଓ ବ୍ୟାଙ୍କିଙ୍ଗ୍‌ କାରବାର ମଧ୍ୟରେ ଏକ ସମାନତା ରହୁନାହିଁ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମତପ୍ରକାଶ କରିଛନ୍ତି। ସେହିଭଳି ମନ୍ତ୍ରୀ ଦେଶର ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ମଧ୍ୟ ବ୍ୟାଙ୍କିଙ୍ଗ୍‌ ସେବା ପ୍ରଦାନ କରୁଥିବା ଉଭୟ ସରକାରୀ ଓ ଘରୋଇ ବ୍ୟାଙ୍କଗୁଡ଼ିକୁ ମଧ୍ୟ ଗ୍ରାହକ କୈନ୍ଦ୍ରିକ ସେବା ଯୋଗାଇବା ସହ ଗ୍ରାହକଙ୍କ ଆବଶ୍ୟକତା ଓ ଋଣ ମଞ୍ଜୁରକୁ ଗୁରୁତ୍ୱ ଦେବାକୁ ବ୍ୟାଙ୍କିଙ୍ଗ୍‌ ସଂସ୍ଥାଗୁଡିକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଅର୍ଥମନ୍ତ୍ରୀ ଗ୍ରାହକଙ୍କ ସୁବିଧା ପାଇଁ ବ୍ୟାଙ୍କଗୁଡ଼ିକୁ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାରେ ସୁଧାର ଓ ସରଳତା ଆଣିବାକୁ ମଧ୍ୟ ଅର୍ଥମନ୍ତ୍ରୀ ଆଦେଶ ଦେଇଛନ୍ତି। ଏପରିକି ଅର୍ଥମନ୍ତ୍ରୀ କହିଛନ୍ତି, ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରଗୁଡିକ ଏମିତି ବ୍ୟବସ୍ଥା ଏବଂ ପ୍ରକ୍ରିୟା କରନ୍ତୁ ଯଦ୍ଦ୍ବାରା ଗ୍ରାହକ ବ୍ୟାଙ୍କ ସହ ଅଧିକରୁ ଅଧିକ ଯୋଡ଼ିହେବେ। ବିଶେଷକରି ବ୍ୟାଙ୍କ ଗ୍ରାହକଙ୍କ ସୁବିଧା ଉପରେ ଅଧିକ ଧ୍ୟାନଦେବାର ଆବଶ୍ୟକତା ରହିଛି। ଯେପରି ଗ୍ରାହକଙ୍କୁ ସହଜରେ ବ୍ୟାଙ୍କିଙ୍ଗ୍‌ ସେବା ଓ ମୁଖ୍ୟତଃ ସହଜରେ ଋଣ ମିଳିପାରିବ। ଅର୍ଥମନ୍ତ୍ରୀ ବ୍ୟାଙ୍କଗୁଡ଼ିକୁ ଏଭଳି କିଛି ପରାମର୍ଶ ଦେଇ କହିଛନ୍ତି, ଗ୍ରାହକଙ୍କୁ ଋଣ ଦେବାର ମାନକୁ ଉତ୍କୃଷ୍ଟ ରଖିବା ଦରକାର। ଏହାଦ୍ବାରା ଉଭୟ ବ୍ୟାଙ୍କ ଓ ଗ୍ରାହକ ଉପକୃତ ହୋଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri