ଆହୁରି ଶକ୍ତିଶାଳୀ ହେବେ ଜିନ୍‌ପିଙ୍ଗ୍‌

ବେଜିଂ, ୧୬।୧୦: ଚାଇନାର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ଶି ଜିନ୍‌ପିଙ୍ଗ୍‌ଙ୍କୁ ମନୋନୀତ ହେବା ନିମନ୍ତେ ସମର୍ଥନ ଦେବା ପାଇଁ କମ୍ୟୁନିଷ୍ଟ ପାର୍ଟି ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଛି। ରବିବାର ଚାଇନା କମ୍ୟୁନିଷ୍ଟ ପାର୍ଟି (ସିପିସି)ର ପଞ୍ଚବର୍ଷୀୟ ବୈଠକ ବସିବ। ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ(୬୯) ରେକର୍ଡ ତୃତୀୟ ଥର ପାଇଁ ଶାସନରେ ବସିବା ଏକପ୍ରକାର ନିଶ୍ଚିତ ହୋଇଥିବାବେଳେ ସେ ଆଜୀବନ ଦେଶର ମୁଖ୍ୟ ରହିବା ଉପରେ ମଧ୍ୟ ମୋହର ବାଜିପାରେ। ସିପିସିର ୨୦ତମ ନ୍ୟାଶନାଲ କଂଗ୍ରେସରେ ଜିନ୍‌ପିଙ୍ଗଙ୍କ ଗାଇଡ୍‌ଲାଇନ ଦ୍ୱାରା ନିର୍ବାଚିତ ୨,୨୯୬ ସଦସ୍ୟ ରୁଦ୍ଧଦ୍ୱାର ବୈଠକ କରିବେ। ଏଥିରେ କମ୍ୟୁନିଷ୍ଟ ପାର୍ଟିର ନୂଆ ସେଣ୍ଟ୍ରାଲ କମିଟି, ପଲିଟ୍‌ବ୍ୟୁରୋ, ପଲିଟବ୍ୟୁରୋ ଷ୍ଟାଣ୍ଡିଂ କମିଟି ସଦସ୍ୟଙ୍କ ନାମ ମଧ୍ୟ ଘୋଷଣା କରାଯିବ।

ଦ୍ୱିତୀୟ ବୃହତ୍ତମ ଅର୍ଥନୀତିର ଦେଶ ଚାଇନାରେ ସିପିସି ବୈଠକ ପୂର୍ବରୁ ସେଠାରେ ବିରଳ ବିକ୍ଷୋଭ ଦେଖିବାକୁ ମିଳିଛି। କୋଭିଡ୍‌ ନୀତି, ନିମ୍ନଗାମୀ ଅର୍ଥନୀତି ପାଇଁ ସେଠାକାର ଲୋକ ବେଜିଂରେ ଜିନ୍‌ପିଙ୍ଗଙ୍କ ବିରୋଧରେ ବିକ୍ଷୋଭ କରୁଥିବା ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି। କାରଣ ଏକଛତ୍ରବାଦୀ ଶାସନ ଚାଲିଥିବା ଚାଇନାରେ ଲୋକେ ଜିନ୍‌ପିଙ୍ଗଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇବା ଏବଂ ବ୍ୟାନର ଲଗାଇବା ଘଟଣା ସାଧାରଣ ନୁହେଁ। ଦେଶ ଏକ କଠିନ ସମୟ ଦେଇ ଗତି କରିବା ଏବଂ ବେଜିଂବାସିନ୍ଦା ଜିନ୍‌ପିଙ୍ଗ୍‌ଙ୍କୁ ଖୋଲାଖୋଲି ବିରୋଧ କରିବା ଭଳି ସମୟରେ ସିପିସିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ଅକ୍ଟୋବର ୨୨ ପର୍ଯ୍ୟନ୍ତ ଚାଲିବାକୁ ଥିବା ସିପିସି କଂଗ୍ରେସ ପାଇଁ ସବୁ ନିୟମ କାନୁନ ଜିନ୍‌ପିଙ୍ଗ୍‌ ହିଁ ଧାର୍ଯ୍ୟ କରିଛନ୍ତି। ମାଓ ସେତୁଙ୍ଗ୍‌ଙ୍କ ପରେ ଜିନ୍‌ପିଙ୍ଗ୍‌ କ୍ରମାଗତ ତୃତୀୟ ଥର ପାଇଁ ଚାଇନାର ସର୍ବୋଚ୍ଚ ପଦରେ ରହିବେ। ପିପୁଲ୍ସ ରିପବ୍ଲିକ ଅଫ୍‌ ଚାଇନାର ପ୍ରତିଷ୍ଠାତା ମାଓ ସେତୁଙ୍ଗ୍‌ଙ୍କ ପରେ ଜିନ୍‌ପିଙ୍ଗ୍‌ ସବୁଠୁ ଶକ୍ତିଶାଳୀ ନେତା। ସିପିସି କଂଗ୍ରେସରେ ଜିନ୍‌ପିଙ୍ଗ୍‌ ଆଉ ୫ ବର୍ଷ ପାଇଁ କ୍ଷମତାରେ ରହିବାକୁ ଯାଉଛନ୍ତି। ୨୦୧୨ରେ ଶାସନକୁ ଆସିବା ପରେ ଜିନ୍‌ପିଙ୍ଗ୍‌ ଚାଇନାର ଶାସନ ନୀତିରେ ବଡ଼ ଧରଣର ପରିବର୍ତ୍ତନ କରିଛନ୍ତି। ୧୯୯୦ ଦଶକରୁ ଚାଇନାରେ ଜଣେ ବ୍ୟକ୍ତି ସର୍ବାଧିକ ୨ ଥର ପାଇଁ ରାଷ୍ଟ୍ରପତି ହୋଇପାରିବେ ବୋଲି ନିୟମ ଥିବାବେଳେ ୨୦୧୮ରେ ଜିନ୍‌ପିଙ୍ଗ୍‌ ଏହାକୁ ହଟାଇଦେଇଥିଲେ।

ବଢ଼ିଛି ଏକଚ୍ଛତ୍ରବାଦ

ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ କମ୍ୟୁନିଷ୍ଟ ପାର୍ଟିର ମୁଖ୍ୟ। ଚାଇନାର ସେଣ୍ଟ୍ରାଲ ମିଲିଟାରି କମିଶନର ଅଧ୍ୟକ୍ଷ ସହ ପିପୁଲ୍ସ ଲିବରେଶନ ଆର୍ମିର ସେ କମାଣ୍ଡର ମଧ୍ୟ। ଜିନ୍‌ପିଙ୍ଗ୍‌ ଶାସନକୁ ଆସିବା ପରଠାରୁ ଚାଇନାରେ ଏକଚ୍ଛତ୍ରବାଦ ବଢ଼ିଛି। ସମାଲୋଚକ ତଥା ଅସନ୍ତୋଷ ବ୍ୟକ୍ତ କରୁଥିବା ଲୋକ, ବିରୋଧୀ ତଥା ଅରବପତିଙ୍କ ବିରୋଧରେ ନକଲି ମାମଲା ରହିଛି। ତାଙ୍କ ଶାସନକାଳରେ ଚାଇନାର ଶିନ୍‌ଜିୟାଙ୍ଗରେ ‘ରିଏଜୁକେଶନ’ କ୍ୟାମ୍ପ୍‌ ଖୋଲାଯାଇ ସେଠାରେ ଉଇଗୁରୁ ମୁସଲମାନ ଓ ଅନ୍ୟ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ତଥା ସେମାନଙ୍କ ମାନବାଧିକାର ଉଲ୍ଲଂଘନ କଥା ସାରା ବିଶ୍ୱ ଜାଣିଛି। ହଂକଂ ଉପରେ ପୂର୍ଣ୍ଣ ଅଧିକାର ପରେ ତାଇଓ୍ବାନ ଉପରେ ଆକ୍ରମଣ କରି ତାହାକୁ ବେଜିଂ ସହ ମିଶାଇବା ଧମକ ମଧ୍ୟ ଦେଇସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାର୍‌ରେ ବନ୍ଧୁକଧାରୀଙ୍କ ଗୁଳିମାଡ଼

ଜୋହାନ୍ସବର୍ଗ,୨୧ା୧୨: ଦକ୍ଷିଣ ଆଫ୍ରିକାର ଏକ ବାର୍‌ରେ ଗୁଳିକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ଜୋହାନ୍ସବର୍ଗଠାରୁ ପଶ୍ଚିମରେ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଆଖିବୁଜା ଗୁଳିମାଡ଼ କଲେ ଦୁର୍ବୃତ୍ତ, ଚାଲିଗଲା ୧୦ ଜଣଙ୍କ ଜୀବନ

କେପଟାଉନ୍‌,୨୧ା୧୨: ଦକ୍ଷିଣ ଆଫ୍ରିକା ଜୋହାନ୍ସବର୍ଗରେ ଆଖିବୁଜା ଗୁଳିମାଡ଼ ହୋଇଛି। ଫଳରେ ୧୦ ଜଣଙ୍କ ଜୀବନ ଚାଲିଯାଇଛି। ଦୁର୍ବୃତ୍ତମାନେ ଗୁଳିମାଡ଼ କରି ଫେରାର ହୋଇଯାଇଥିବାବେଳେ ପୋଲିସ ଛାନ୍‌ଭିନ୍‌...

ନିଜ ଜାଲରେ କେମିତି ପଡ଼ିଲା ପାକିସ୍ତାନ? ଆମେରିକା ସହ ବନ୍ଧୁତା ପରେ ଫସିଗଲା ପାକ୍‌!

ଇସଲାମାବାଦ,୨୧।୧୨: ପାକିସ୍ତାନ ବର୍ତ୍ତମାନ ଆମେରିକା ସହିତ ତା’ର ବନ୍ଧୁତାକୁ ମଜବୁତ କରିବାକୁ ଚେଷ୍ଟା କରୁଛି। ଏହି ସମୟରେ, ଆମେରିକା ଗାଜାକୁ ଶାନ୍ତିସେନା ପଠାଇବା ପାଇଁ ପାକିସ୍ତାନ...

ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସହ ଜଡିତ ଅତିକମରେ ୧୬ ଫାଇଲ ଗାଏବ! ଟ୍ରମ୍ପଙ୍କ ଫଟୋ ବି ୨୪ ଘଣ୍ଟାରେ ଡିଲିଟ, ଆମେରିକାରେ ହଇଚଇ

ଓ୍ବାଶଂଟନ,୨୧।୧୨: ଆମେରିକାରେ ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କୁ ନେଇ ବିବାଦ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଆମେରିକାର ନ୍ୟାୟ ବିଭାଗ (DOJ)ର ସରକାରୀ ସାର୍ବଜନୀନ ୱେବସାଇଟରୁ ଏପ୍‌ଷ୍ଟିନ୍‌ ମାମଲା...

‘ଉସମାନ ହାଦି ଆମ ହୃଦୟରେ ରହିବେ’ ହାଦିଙ୍କ ଶେଷ ଯାତ୍ରାରେ ଯୋଗଦେଇ ୟୁନୁସ କହିଲେ…

ଢାକା,୨୧।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଛାତ୍ର ନେତା ଏବଂ ଇନକିଲାବ ମଞ୍ଚର ମୁଖପାତ୍ର ସରିଫ ଓସମାନ ହାଦିଙ୍କ ଆଦର୍ଶକୁ ଆଗକୁ...

ବର୍ବରତା, ୭ ବର୍ଷର ଝିଅକୁ ଜୀଅନ୍ତା ଜାଳିଦେଲେ ଲୋକେ, ସରକାରଙ୍କୁ ୨୪ ଘଣ୍ଟାର ଅଲ୍ଟିମେଟମ

ଢାକା,୨୧।୧୨: ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶରେ ଘଟିଥିବା ବ୍ୟାପକ ହିଂସା ସମୟରେ ଜଣେ ନିର୍ଦ୍ଦୋଷ ଝିଅକୁ ଜୀବନ୍ତ ଜାଳି ଦିଆଯିବାର...

ପୁଣିଥରେ ଭାରତକୁ ବଡ଼ ଝଟକା ଦେଲା ଚାଇନା! ଟ୍ରମ୍ପଙ୍କ ଟାରିଫ ମଧ୍ୟରେ ଗୋଟିଏ ବର୍ଷରେ ଦ୍ୱିତୀୟ ଥର ପହଞ୍ଚିଲା…

ବେଜିଂ,୨୦।୧୨: ଚାଇନା ପୁଣିଥରେ ଭାରତ ବିରୁଦ୍ଧରେ ବିଶ୍ୱ ବାଣିଜ୍ୟ ସଂଗଠନ (WTO) ପାଖକୁ ଯାଇଛି। ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା (ICT) ଉତ୍ପାଦ ଉପରେ ଲାଗୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri