ଗୋଦାମରେ ହେଲାଣି ଗଦା

ଅନୁଗୋଳ ଅଫିସ, ୧୩ା୧୦: ଦୀପାବଳି ଆହୁରି ୧୨ ଦିନ ଦୂର। ବାଣ ବିକ୍ରି ଓ ଫୁଟାଇବାକୁ ଅନୁମତି ଦିଆଯିବ କି ନାହିଁ, ଏଯାଏ ନିଷ୍ପତ୍ତି ନେଇନି ଅନୁଗୋଳ ଜିଲା ପ୍ରଶାସନ। ହେଲେ ସହରର ବିଭିନ୍ନ ଗୋଦାମରେ ଗଦା ହେଲାଣି ବାଣ। ଏପରି କି ଗ୍ରାମାଞ୍ଚଳର ବ୍ୟବସାୟୀଙ୍କୁ ବିକ୍ରି କରାଯାଉଛି ଏହି ଆତସବାଜି ସାମଗ୍ରୀ। କେବଳ ପ୍ରଶାସନ ନିକଟରେ ଆବେଦନ କରି ବ୍ୟବସାୟୀମାନେ ଏପରି ବେଆଇନ କାରବାର ଆରମ୍ଭ କରିଦେଇଥିବା ବେଳେ ନୀରବ ବସିଛି ପୋଲିସ ଓ ପ୍ରଶାସନ। ଫଳରେ ଅଘଟଣ ଆଶଙ୍କାରେ ଆତଙ୍କିତ ଅନୁଗୋଳର ସଚେତନ ନାଗରିକଙ୍କ ମଧ୍ୟରେ ଦେଖାଦେଇଛି ତୀବ୍ର ଅସନ୍ତୋଷ।
ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲା ପ୍ରଦୂଷଣ ତାଲିକାରେ ରହିଛି। କିଛିବର୍ଷ ହେଲା ଏହି ସମସ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଗତ ଗଣେଶ ପୂଜା, ଦୁର୍ଗା ପୂଜା ଭସାଣିରେ ବାଣକୁ ବାରଣ କରାଯାଇଥିଲା। ଆସନ୍ତା ଲକ୍ଷ୍ମୀ ପୂଜା ଭସାଣିରେ ବାଣ ନ ଫୁଟାଇବାକୁ ପ୍ରଶାସନ କହିଛି। କିନ୍ତୁ ଆସନ୍ତା ୨୫ ତାରିଖ ଦୀପାବଳି ପାଇଁ ଜିଲାରେ ବାଣ ବିକ୍ରି ଓ ଫୁଟାଯିବ କି ନାହିଁ, ସେ ନେଇ କୌଣସି ନିଷ୍ପତ୍ତି ଏଯାଏ ପ୍ରଶାସନ ନେଇନାହିଁ। ବାଣ ବ୍ୟବସାୟ ପାଇଁ କୌଣସି ବ୍ୟବସାୟୀଙ୍କୁ ଅନୁମତି ମଧ୍ୟ ପ୍ରଦାନ କରାଯାଇ ନାହିଁ। ହେଲେ ସହରରେ ବାଣ ବିକ୍ରି ଆରମ୍ଭ ହୋଇଯାଇଛି। ରାଜ୍ୟ ବାହାରୁ ଟ୍ରକ୍‌ ଟ୍ରକ୍‌ ବାଣ ଅଣାଯାଇ ସହର ଉପକଣ୍ଠର ବିଭିନ୍ନ ଗୋଦାମରେ ଗଚ୍ଛିତ କରାଯାଉଛି। ଏହି ଗୋଦାମକୁ ଆସି ତାଳଚେର, ଆଠମଲ୍ଲିକ, ଛେଣ୍ଡିପଦା, ବଅଁରପାଳ, ଖମାର, ରାସୋଳ, ହିନ୍ଦୋଳ, ସାତମାଇଲ ଆଦି ଅଞ୍ଚଳର ଖୁଚୁରା ବ୍ୟବସାୟୀମାନେ ବାଣ କିଛି ନେଉଛନ୍ତି।

ଗୋଦାମରେ ବାଣ ଗଚ୍ଛିତ କରି ବିକ୍ରି ପାଇଁ କିଏ ଅନୁମତି ଦେଲା, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବାଣ ଗୋଦାମରେ ଗଚ୍ଛିତ ଥିବାବେଳେ କିମ୍ବା ଗାଡ଼ିରେ ପରିବହନ ବେଳେ ଅଘଟଣ ଘଟିଲେ କିଏ ଦାୟୀ ରିହବେ ତାହାର ଉତ୍ତର କାହା ନିକଟରେ ନାହିଁ। ସହର ଉପକଣ୍ଠରେ ଖୋଲିଥିବା ଏକାଧିକ ଗୋଦାମ ଘର ନିକଟ ଦେଇ ଜାତୀୟ ରାଜପଥ ଓ ରେଳଧାରଣା ଯାଇଛି। କୌଣସି ସମୟରେ କିଛି ବି ଅଘଟଣ ବଡ଼ ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି। ଏହାକୁ ନେଇ ବୁଦ୍ଧିଜୀବୀମାନେ ଚିନ୍ତାପ୍ରକଟ କରିଛନ୍ତି। ଏହାଛଡ଼ା ହେଉଥିବା ଏହି ବେଆଇନ ବାଣ ବ୍ୟବସାୟ କେବଳ ନଗଦ ଆକାରରେ କରାଯାଉଛି। ଗୋଦାମ ମାଲିକମାନେ ଟିକସ ଫାଙ୍କିବାକୁ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଟଙ୍କା ନେଉନାହାନ୍ତି। ଯିଏ ନଗଦ ଟଙ୍କା ପ୍ରଦାନ କରିବାରେ ଅକ୍ଷମତା ପ୍ରକାଶ କରୁଛି, ତାଙ୍କୁ ବାଣ ପ୍ରଦାନ କରାଯାଉ ନ ଥିବା ଜଣାପଡ଼ିଛି।

ବେଆଇନ କାରବାରକୁ ବନ୍ଦ କରାଯାଉ
ଖଣିଖାଦାନ, ଶିଳ୍ପ ଓ ଧୂଳିଧୂଆଁ ଯୋଗୁ ଅନୁଗୋଳ ଜିଲା ଦୀର୍ଘବର୍ଷ ଧରି ପ୍ରଦୂଷିତ ହୋଇଚାଲିଛି। ଏପରି ସମୟରେ ବେଆଇନ ଭାବେ ବାଣ ବିକ୍ରି କରାଗଲେ ପ୍ରଦୂଷଣ ସ୍ଥିତି ବୋଝ ଉପରେ ନଳିତା ବିଡା ଭଳି ହେବ। ତେଣୁ ବିନା ଅନୁମତିରେ ବାଣ ବ୍ୟବସାୟକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଉ।
-ସୁବ୍ରତ କୁମାର ପ୍ରଧାନ, ଅନୁଗୋଳ

କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ
ପ୍ରଶାସନର ବିନା ଅନୁମତିରେ ବାଣ ବିକ୍ରି କରୁଥିବା ବ୍ୟବସାୟୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ। ଅନୁଗୋଳ ଜିଲା ପ୍ରଦୂଷଣର ବଳୟ ମଧ୍ୟରେ ରହୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ବାଣକୁ ଅନୁମତି ଦିଆଯିବ କି ନାହିଁ ତାହା ଉପରେ ପ୍ରଶାସନ ଶୀଘ୍ର ବିଚାର କରୁ।
-ହିମାଂଶୁ ଭୂଷଣ ସାମଲ, ଆଇନଜୀବୀ

ଗୋଦାମ ସିଲ୍‌ ପାଇଁ ସବୁ ଥାନାକୁ କୁହାଯିବ
ପ୍ରଶାସନର ବିନା ଅନୁମତିରେ ବାଣ ବ୍ୟବସାୟ ଜଘନ୍ୟ ଅପରାଧ। ଜିଲାରେ ଏପରି ହେଉଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯେଉଁ ବ୍ୟବସାୟୀମାନେ ବେଆଇନ ଭାବେ ଗୋଦାମ ଘରେ ବାଣ ରଖି ବିକ୍ରି କରୁଛନ୍ତି, ସେଠାରେ ଚଢ଼ାଉ କରି ସିଲ୍‌ କରିବାକୁ ଜିଲାର ସମସ୍ତ ଥାନାକୁ ଅବଗତ କରାଯିବ।
-ଜଗମୋହନ ମୀନା, ଅନୁଗୋଳ ଏସ୍‌ପି

ଅନୁମତି ପ୍ରଦାନ କରାଯାଇ ନାହିଁ
ସହରରେ ବାଣ ବ୍ୟବସାୟ ପାଇଁ ଏଯାଏ କାହାରିକୁ ଅନୁମତି ପ୍ରଦାନ କରାଯାଇନାହିଁ। ପ୍ରଶାସନ କେବଳ କେତେଜଣ ବ୍ୟବସାୟୀଙ୍କଠାରୁ ଆବେଦନ ପାଇଛି। ବେଆଇନ ଭାବେ ବାଣ ବ୍ୟବସାୟ ହେଉଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଜିଲାର ସଚେତନ ନାଗରିକମାନେ ଚଳିତବର୍ଷ ବାଣକୁ ଅନୁମତି ନ ଦେବାକୁ ନିବେଦନ କରିଥିବାରୁ ସେ ନେଇ ବିଚାର ବିମର୍ଶ କରାଯାଉଛି।
-ବଇତୁରା ଦୀପ, ଉପଜିଲାପାଳ, ଅନୁଗୋଳ

କ’ଣ କହୁଛି ଅଗ୍ନିଶମ ବିଭାଗ
କୌଣସି ସ୍ଥାନରେ ବାଣ ବ୍ୟବସାୟକୁ ଅନୁମତି ଦେବା ପୂର୍ବରୁ ପ୍ରଶାସନ ଅଗ୍ନିଶମ ବିଭାଗର ସବୁଜ ସଂକେତ ଲୋଡ଼ିଥାଏ। ଏହାପରେ ବିଭାଗ ପକ୍ଷରୁ ଅଗ୍ନି ନିରାପତ୍ତା ସମ୍ପର୍କିତ ତନଖି କରାଯାଇ ପ୍ରଶାସନକୁ ଅନୁମତି ଦେବାକୁ ପରାମର୍ଶ ଦିଆଯାଇଥାଏ। ହେଲେ ଚଳିତବର୍ଷ ପ୍ରଶାସନ ପକ୍ଷରୁ ଏପରି କୌଣସି ସୂଚନା ଅଗ୍ନିଶମ ବିଭାଗ ନିକଟକୁ ଏଯାଏ ଆସିନାହିଁ। ବାଣ ଦୋକାନ ଉପରେ ଚଢ଼ାଉ କିମ୍ବା ସିଲ୍‌ କରିବାର କ୍ଷମତା ମଧ୍ୟ ଅଗ୍ନିଶମ ବିଭାଗର ନାହିଁ। କେବଳ ବିନା ଅନୁମତିରେ ବାଣ ବ୍ୟବସାୟ ହେଉଥିବା ନେଇ ପ୍ରଶାସନକୁ ଆମେ ଅବଗତ କରିପାରିବୁ। ତେବେ ବିନା ଅନୁମତିରେ ବିସ୍ଫୋରକ ସାମଗ୍ରୀର ବ୍ୟବସାୟ ବଡ଼ ବିପଜ୍ଜନକ ବୋଲି ଅଗ୍ନିଶମ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

ସରକାରୀ ଜମିରୁ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ବିବାଦ: ଲାଗୁ ହେଲା ୧୬୩ ଧାରା

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ପେଟଛେଲା ଗ୍ରାମ ଜଙ୍ଗଲ ଜମି ଧାନ କାଟିବା ନେଇ ଦୁଇ ଗୋଷ୍ଠୀ...

ଘରେଥିଲେ ବୃଦ୍ଧ ହଠାତ୍‌ ଲାଗିଗଲା ନିଆଁ: ଶେଷରେ…

ବାରିପଦା, ୨୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ମୁଣ୍ଢାକଟା ପଞ୍ଚାୟତ ଜୁନା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରେ...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋରଦାର ପ୍ରସ୍ତୁତି: ଅଣ୍ଟା ଭିଡିଲେଣି ବିଡିଓ, କହିଲେ ଏଥର ମଞ୍ଚ ଦୁଲୁକିବ…

ଦାରିଙ୍ଗବାଡି, ୨୧।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ଶୀତ ମହୋତ୍ସବକୁ ନେଇ ଜିଲା ତଥା ଜଲା ବାହାରେ ଉତ୍କଣ୍ଠା ବଢିଛି। ଶୀତ ମହୋତ୍ସବ ଦାରିଙ୍ଗବାଡି...

ବୃଦ୍ଧାବସ୍ଥାରେ ଜୀବନଟା କଷ୍ଟଦାୟକ: ନଞ୍ଜାଙ୍କୁ ମିଳୁଛି କମ ଭତ୍ତା, ଦୁଇଓଳା ଦୁଇମୁଠା ଖାଇବା…

ଦାରିଙ୍ଗବାଡି, ୨୧।୧୨ (ଅରୁଣ ସାହୁ): ବୟସ ଥିବା ସମୟରେ ଜୀବନଟା ସେତେଟା କଷ୍ଟ ଲାଗେନି କିନ୍ତୁ ବୃଦ୍ଧାବସ୍ଥା ଶରୀରକୁ ରୋଗକ୍ରାନ୍ତ କରିପକାଏ। ଏଭଳି କିଛି ଦୃଶ୍ୟ...

ବସ୍‌ଷ୍ଟାଣ୍ଡ ପାଇଁ ଗଛକଟା: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ…

ବାରିପଦା, ୨୧।୧୧ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପାଲବଣୀଠାରେ ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଚାଲିଥିବା ଗଛକଟାକୁ ତୀବ୍ର ବିରୋଧ କରାଯାଇଛି। ପରିବେଶବିତ୍‌...

୧୮ ମାଓବାଦୀଙ୍କ ନଁାରେ ୮.୪ କୋଟି ପୁରସ୍କାର

ବୌଦ୍ଧ,୨୧ା୧୨(ଅଜିତ କୁମାର ବାରିକ): ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ମାଓବାଦୀ ମୂଳୋତ୍ପାଟନ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହି କ୍ରମରେ ବୌଦ୍ଧ...

ସେବାଶ୍ରମର ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ବାହୁନି ବାହୁନି କାନ୍ଦୁଛି…

ନୂଆପଡ଼ା/କୋମନା,୨୧ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ସୋସେଙ୍ଗ ସେବାଶ୍ରମରେ ଶନିବାର ଜଣେ ପ୍ରଥମଶ୍ରେଣୀ ଛାତ୍ରଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ସେ ହେଲେ ଅଡାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri