Posted inଜାତୀୟ

ଋଣଗ୍ରହୀତାଙ୍କୁ ଆର୍‌ବିଆଇ ଝଟକା

ମୁମ୍ବାଇ,୧ା୧୦: ଦେଶରେ ହୁ ହୁ ହୋଇ ବଢ଼ିଚାଲିଥିବା ଦରଦାମ ଉପରେ ଅଙ୍କୁଶ ଲଗାଇବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଶୁକ୍ରବାର ପୁଣିଥରେ .୫୦% ରେପୋ ରେଟ୍‌ ବଢ଼ାଇଛି। କେନ୍ଦ୍ରୀୟ ବ୍ୟାଙ୍କ ଗର୍ଭନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ୩ ଦିନ ଧରି ଚାଲିଥିବା ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକରେ କ୍ରମାଗତ ଚତୁର୍ଥ ଥର ପାଇଁ ରେପୋ ରେଟ୍‌ ବୃଦ୍ଧି ନିଷ୍ପତ୍ତି ନିଆଯାଇଛି। ଏହି ବୃଦ୍ଧି ପରେ ସୁଧହାର ୫.୪୦%ରୁ ୫.୯୦%କୁ ବଢ଼ିଛି। ୨୦୧୯ ଏପ୍ରିଲ ପରେ ଏହା ହେଉଛି ସର୍ବୋଚ୍ଚ ସୁଧହାର, ଯାହା ସପକ୍ଷରେ ଏମ୍‌ପିସିର ୬ ସଦସ୍ୟଙ୍କ ମଧ୍ୟରୁ ୫ ଜଣ ମତ ଦେଇଥିଲେ। ରେପୋ ରେଟ୍‌ ବଢ଼ିବା ପରେ ଗାଡ଼ି, ଘର ସମେତ ଅନ୍ୟାନ୍ୟ ଋଣର ଇକ୍ୱେଟେଡ୍‌ ମନ୍ଥଲି ଇନ୍‌ଷ୍ଟଲମେଣ୍ଟ (ଇଏମ୍‌ଆଇ) ବା ମାସିକ କିସ୍ତି ଅଧିକ ଦେବାକୁ ପଡ଼ିବ।
କରୋନା ମହାମାରୀ ସମୟରେ ୨ ବର୍ଷ ଧରି ରେପୋ ରେଟ୍‌ ବଢ଼ି ନ ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ମହଙ୍ଗା ହାର ବଢ଼ିବାରେ ଲାଗିଥିବାରୁ ରିଜର୍ଭ ବ୍ୟାଙ୍କ ମୁଦ୍ରସ୍ଫୀତି ନିୟନ୍ତ୍ରଣ ପାଇଁ ରେପୋ ରେଟ୍‌ ମଧ୍ୟ ବଢ଼ାଇ ଚାଲିଛି। ବିଗତ ୫ ମାସ ମଧ୍ୟରେ ସାଧାରଣ ଜନତାଙ୍କୁ ଏହା ହେଉଛି ଆର୍‌ବିଆଇର ଚତୁର୍ଥ ଝଟ୍‌କା। ଏହାର ପ୍ରତ୍ୟକ୍ଷ ପ୍ରଭାବ ଲୋକଙ୍କ ପକେଟ ଉପରେ ପଡ଼ିବ। ସୁଧହାର ବଢ଼ିଲେ ସାମଗ୍ରୀଗୁଡ଼ିକର ଚାହିଦା କମିବ। ଲୋକେ ନିଜ ଖର୍ଚ୍ଚ ହ୍ରାସ କରି ବଜେଟକୁ ସଙ୍କୁଚିତ କରିବାକୁ ବାଧ୍ୟହେବେ। କାରଣ ପୂର୍ବରୁ କୌଣସି ଋଣ ବାବଦକୁ ଯେତିକି ପରିମାଣର ସୁଧ ଦେଉଥିଲେ ଏବେ ତହିଁରୁ ଅଧିକ ପଇଠ କରିବାକୁ ପଡ଼ିବ। କେନ୍ଦ୍ରୀୟ ବ୍ୟାଙ୍କ ସ୍ଥାନୀୟ ବ୍ୟାଙ୍କଗୁଡ଼ିକଠାରୁ ନେଉଥିବା ସୁଧ ବଢ଼ାଇଥିବାରୁ ସେଗୁଡ଼ିକ ଋଣଗ୍ରହୀତାମାନଙ୍କଠାରୁ ନେଉଥିବା ସୁଧ ବଢ଼ାଇବା ଥୟ। ସଞ୍ଚୟ ଯୋଜନା ଓ ରିଟେଲ୍‌ ଲୋନ୍‌କୁ ମଧ୍ୟ ଏହା ପ୍ରଭାବିତ କରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏମ୍‌ପିସି ବୈଠକ ପରେ ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି, ରୁଷିଆର ୟୁକ୍ରେନ୍‌ ଆକ୍ରମଣ ପରିପେକ୍ଷୀରେ ଭୂରାଜନୈତିକ ଉତ୍ତେଜନା ଏବଂ ବୈଶ୍ୱିକ ଆର୍ଥିକ ବଜାରରେ ଉଦ୍‌ବିଗ୍ନତାରୁ ସୃଷ୍ଟ ଅନିଶ୍ଚିତତା ଲାଗିରହିଛି। ଏହି ପୃଷ୍ଠଭୂମିରେ ଉଚ୍ଚ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଏମ୍‌ପିସି ବୈଠକରେ ରେପୋ ରେଟ୍‌ ୫୦ ବେସିସ୍‌ ପଏଣ୍ଟ୍‌ସ (ବିପିଏସ୍‌) ବୃଦ୍ଧିର ଆବଶ୍ୟକତା ଅନୁଭୂତ ହୋଇଛି। ଏହି ପଦକ୍ଷେପ ଭାରତୀୟ ଅର୍ଥନୀତିର ମଧ୍ୟମ ଅବଧି ଅଭିବୃଦ୍ଧିରେ ସହାୟକ ହେବ। ଖୁଚୁରା ମୁଦ୍ରାସ୍ଫୀତି ବଢ଼ି ବଢ଼ି ସହିବାର ସର୍ବୋଚ୍ଚ ସୀମାରେ ପହଞ୍ଚତ୍ଛି। ସାରା ବିଶ୍ୱରେ କ୍ରୁଡ୍‌ ଅଏଲ୍‌ ସମେତ ଅନ୍ୟ କମୋଡିଟିଜ୍‌ (ସାମଗ୍ରୀ)ର ସଦ୍ୟ ଦର ହ୍ରାସ ବଜାୟ ରହିଲେ ଆସନ୍ତା କିଛି ମାସ ମଧ୍ୟରେ ମୂଲ୍ୟ ବୃଦ୍ଧିଜନିତ ଚାପ ଓ ବୋଝ ଲାଘବ ହୋଇପାରେ ବୋଲି ଶକ୍ତିକାନ୍ତ ଆଶା ବ୍ୟକ୍ତ କରିଛନ୍ତି। କୋଭିଡ୍‌ ୧୯ ମହାମାରୀ ପରେ ୟୁକ୍ରେନ୍‌ ଯୁଦ୍ଧ ସାରା ବିଶ୍ୱର ଅର୍ଥନୀତିକୁ ପ୍ରଭାବିତ କରିଛି। କିନ୍ତୁ ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତୀୟ ଅର୍ଥନୀତିର ଆହ୍ବାନ ମୁକାବିଲା ଦକ୍ଷତା ମାକ୍ରୋଇକୋନୋମିକ୍‌ର ପ୍ରଦର୍ଶନରେ ସ୍ଥିରତା ଆଣିଛି।
ସେହିପରି ଚଳିତ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ପୂର୍ବରୁ ୭.୮% ରହିବ ବୋଲି ଆକଳନ କରାଯାଇଥିଲା। ଗତ ଏପ୍ରିଲରେ ଆର୍‌ବିଆଇ ଏହି ଅନୁମାନକୁ ୭.୨%କୁ ଖସାଇ ଦେଇଥିଲା। ବିଶ୍ୱ ବଜାରର ସାମ୍ପ୍ରତିକ ସ୍ଥିତି ଦୃଷ୍ଟିରୁ ଏହାକୁ ବର୍ତ୍ତମାନ ୭%ରେ ସୀମିତ ରଖାଯାଇଛି। ତେବେ ଅଗଷ୍ଟରେ କଞ୍ଜୁମର ପ୍ରାଇସ୍‌ ଇନ୍‌ଫ୍ଲେଶନ (ସିପିଆଇ)କୁ ବୃଦ୍ଧି ପାଇଥିବାବେଳେ ୨୦୨୨-୨୩ରେ ଖୁଚୁରା ମୁଦ୍ରାସ୍ଫୀତି ୬.୭% ରହିବା ନେଇ ଏମ୍‌ପିସି ଅନୁମାନ କରିଛି। ଅନ୍ୟପକ୍ଷେ ମୋଟ ଘରୋଇ ଉତ୍ପାଦ (ଜିଡିପି) ଜୁନ୍‌ ତ୍ରୈମାସିକରେ ୧୩.୫% ରହିଛି, ଯାହାକି ଆର୍‌ବିଆଇର ଅନୁମାନଠାରୁ କମ୍‌। ଆମେରିକାର ବଣ୍ଡ୍‌ ଇଲ୍ଡସ୍‌ ଏବଂ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ହ୍ରାସ ପାଇଥିବାରୁ ଭାରତର ଫରେନ୍‌ ଏକ୍ସଚେଞ୍ଜ ରିଜର୍ଭସ୍‌ (ଫରେକ୍ସ) ରିଜର୍ଭ ୬୭% ହ୍ରାସ ପାଇଛି। ଗତ ୨୩ ତାରିଖରେ ଦେଶର ଫରେକ୍ସ ରିଜର୍ଭ ୫୩୭.୫ ବିଲିୟନ୍‌ ଡଲାର ରହିଥିଲା। ତେବେ ଅନ୍ୟ ଦେଶଗୁଡ଼ିକର ମୁଦ୍ରା ତୁଳନାରେ ଭାରତୀୟ ଟଙ୍କା ବିଶେଷ ପ୍ରଭାବିତ ହୋଇ ନ ଥିବା ସଦ୍ୟତମ ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା ଆଧାରରେ ଶକ୍ତିକାନ୍ତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

IND vs SA 5th T20: ଆଜି ନିର୍ଣ୍ଣାୟକ ଲଢ଼େଇ, କେଉଁଠି କେମିତି ଦେଖିବେ ମ୍ୟାଚ ଜାଣନ୍ତୁ

ନୂଆଦିଲ୍ଲୀ,୧୯ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜ୍ ସବୁଠାରୁ ରୋମାଞ୍ଚକର ପର୍ଯ୍ୟାୟରେ ପହଞ୍ଚିଛି। ଆଜି ସିରିଜର...

ମହିଳାଙ୍କୁ ଯୌନ ଉତ୍ପୀଡନ ରକ୍ଷା କରିବା ସମସ୍ତଙ୍କ ଦାୟିତ୍ୱ

ଦିଗପହଣ୍ଡି, ୧୯।୧୨(ଅଶେଷ ନାଥ ମିଶ୍ର): ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି-ବ୍ରହ୍ମପୁର ମୂଖ୍ୟ ରାସ୍ତାକଡ଼ରେ ଥିବା ପଦ୍ମନାଭପୁର ସରସ୍ବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାମନ୍ଦିର ପରିସରରେଠାରେ ଆଇନ...

କଳିଙ୍ଗା ଘାଟିରେ ଡ୍ରେନକୁ ଖସିଲା ବସ: ଘନ କୁହୁଡି ଯୋଗୁ…

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଓ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ରେ ମାଟି ଓ ପଥର ଖସିବା ପରଠୁ ଘାଟିରେ କିଛି ଦିନ...

ରକ୍ତ ନେଇ HIV ସଂକ୍ରମିତ ହେଲେ ଥାଲାସେମିଆ ପୀଡିତ ୫ ଶିଶୁ: ୨ ଡାକ୍ତର ସସପେଣ୍ଡ

ନୂଆଦିଲ୍ଲୀ,୧୯ା୧୨: ମଧ୍ୟପ୍ରଦେଶର ସତନା ଜିଲାରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଥାଲାସେମିଆ ରୋଗରେ ପୀଡ଼ିତ ୫ ଜଣ ଶିଶୁଙ୍କୁ ସରକାରୀ ଡାକ୍ତରଖାନାରେ ରକ୍ତ ଦିଆଯିବା...

ପୌଷ ଅମବାସ୍ୟାରେ ଖୋଲିବ ଏହି 3 ରାଶିର ଭାଗ୍ୟ, ସବୁ କ୍ଷେତ୍ରରେ ମିଳିବ ସଫଳତା

ନୂଆଦିଲ୍ଲୀ,୧୯ା୧୨: ଆଜି ପବିତ୍ର ପୌଷ ଅମବାସ୍ୟା । ଆଜି ଭାବପ୍ରବଣ ଗଭୀରତା ଏବଂ ନବୀକରଣ ଶକ୍ତିର ଦିନ। ଆଜି ଶାନ୍ତ ଏବଂ ସଚ୍ଚୋଟ ଆଲୋଚନା, ଅତୀତର...

ରାମ ଜି ବିଲ୍ ପାସ୍ ବିରୋଧରେ ବିରୋଧୀଙ୍କ ରାତିସାରା ଧାରଣା

ନୂଆଦିଲ୍ଲୀ,୧୯ା୧୨: ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଅଧିନିୟମ (MGNREGA) ସ୍ଥାନରେ ଆସିଥିବା ‘ବିକଶିତ ଭାରତ ଗ୍ୟାରେଣ୍ଟି ଫର୍ ରୋଜଗାର ଏବଂ ଆଜୀବିକା ମିଶନ...

ଅଞ୍ଚଳ ପାଇଁ ଗୌରବ ଆଣିଲେ କଳାହାଣ୍ଡି ଛାତ୍ର ଟେକ: ଖେଳିଗଲା ଖୁସିର ଲହରୀ

କର୍ଲାମୁଣ୍ଡା, ୧୯।୧୨ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁର୍ଶୁଲାସ୍ଥିତ ଅମର ଡିଗ୍ରୀ କଲେଜର ଛାତ୍ର ଟେକ ବଗର୍ତ୍ତୀ ଆସନ୍ତା ଜାନୁଆରୀ ୨୬ରେ ନୂଆଦିଲ୍ଲୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri