ନକଲି ସରକାରକୁ ଫିଙ୍ଗିଦିଅ: ନଡ୍ଡା

ଭୁବନେଶ୍ବର,୩୦ା୯(ବ୍ୟୁରୋ): ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଏହା ପୂର୍ବରୁ ଶାସକ ବିଜେଡି ଏବଂ ଭାଜପା ଭିନ୍ନଭିନ୍ନ କାର୍ଯ୍ୟକ୍ରମ ଜରିଆରେ ବଳ କଷାକଷି ଆରମ୍ଭ କରିଦେଇଛନ୍ତି। ଗୋଟିଏ ପଟେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ୍‌ ପ୍ରକାଶ ନଡ୍ଡା ଗୁରୁବାର ପ୍ରଥମ ଥର ଲାଗି ଓଡ଼ିଶା ଗସ୍ତରେ ଆସି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ବିଜେଡି ସମାନ ଦିନରେ ଯୁବ, ଛାତ୍ର ଓ ମହିଳାଙ୍କ ଏକ ସମାବେଶ କରିଛି। ଏଠାରେ ଡୁପ୍ଲିକେଟ୍‌ ସରକାର ଚାଲିଛି ଓ ଏହାକୁ ବିଦା କରାଯିବା ଦରକାର ବୋଲି ନଡ୍ଡା ଶକ୍ତିକେନ୍ଦ୍ରରୁ ଆସିଥିବା ପ୍ରମୁଖମାନଙ୍କୁ ଆହ୍ବାନ କରିଛନ୍ତି। ହେଲେ ନଡ୍ଡା ତାଙ୍କ ୩୬ ମିନିଟ୍‌ ୩୨ ସେକେଣ୍ଡର ଭାଷଣ ଭିତରେ ଥରେ ହେଲେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ନେଇନାହାନ୍ତି କିମ୍ବା ତାଙ୍କୁ ସିଧାସଳଖ ସମାଲୋଚନା କରିନାହାନ୍ତି।
ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ନଡ୍ଡା ପ୍ରାୟ ୨ଘଣ୍ଟା ବିଳମ୍ବରେ ପାଖାପାଖି ୧୨ଟା ବେଳକୁ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। ତାଙ୍କୁ ସ୍ବାଗତ କରିବା ଲାଗି ବହୁ ନେତା ଓ କର୍ମୀ ବିମାନବନ୍ଦରଠାରେ ଅପେକ୍ଷା କରି ରହିଥିଲେ। ଓଡ଼ିଶାର ବିଭିନ୍ନ ପ୍ରାନ୍ତର ଲୋକଙ୍କ ଦ୍ୱାରା ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ତାଙ୍କୁ ସ୍ବାଗତ କରାଯାଇଛି। ସେଠାରୁ ଏକ ବିଶାଳ ବାଇକ୍‌ ରାଲି ଜରିଆରେ ଭାଜପା ରାଜ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ତାଙ୍କୁ ପାଛୋଟି ନିଆଯାଇଥିଲା। ସେଠାରେ କିଛି ସମୟ ରହିବା ପରେ ଜନତା ମଇଦାନଠାରେ ଆୟୋଜିତ ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ନଡ୍ଡା ପହ଼ଞ୍ଚି କହିଛନ୍ତି, ଓଡ଼ିଶାରେ ଆଗାମୀ ଦିନରେ ଭାଜପା ସରକାର ଆସିବା ଦରକାର। ଓଡ଼ିଶାରେ ଭ୍ରଷ୍ଟାଚାର ବଢ଼ିଯାଇଛି। ବିନା ନେତାରେ ଭ୍ରଷ୍ଟାଚାର ରୋକିବା ସମ୍ଭବ ନୁହେଁ। ସେ କେନ୍ଦ୍ରରେ ସ୍ବାସ୍ଥ୍ୟମନ୍ତ୍ରୀ ଥିବାବେଳେ ଓ଼ଡିଶା ଯାହା ମାଗିଛି ଦିଆଯାଇଛି। ହେଲେ ସବୁଦିନ ଖବରରେ ଦେଖିବାକୁ ଏବଂ ଶୁଣିବାକୁ ମିଳୁଛି ରୋଗୀ ସାଇକେଲରେ ଡାକ୍ତରଖାନା ବୁହା ହେଉଛନ୍ତି। ପୁଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଏଠି ସୁରକ୍ଷିତ ନୁହେଁ। ଖୋଦ୍‌ ସରକାର କେତେବେଳେ କହୁଛନ୍ତି ଚାବି ହଜିଯାଇଛି ତ ପୁଣି କେବେ କହୁଛନ୍ତି ଡୁପ୍ଲିକେଟ୍‌ ଚାବି ଅଛି। ଯେଉଁଠାରେ ସରକାର ଡୁପ୍ଲିକେଟ୍‌ ବା ନକଲି ସେଠାରେ ଚାବି କେମିତି ଡୁପ୍ଲିକେଟ୍‌ ହେବନି, ଆଉ କ’ଣ ହେବ। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଅର୍ଥ ବାଟମାରଣା ହେଉଛି। ଇଏ ଥପ୍ପା ମାରିବା ସରକାର। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ପକ୍କାଘର ନାଁରେ ଥପ୍ପା ମାରି ପ୍ରଚାର କରୁଛନ୍ତି। ରକ୍ଷକ ଯଦି ଭକ୍ଷକ ସାଜିବ ତ କ’ଣ ହେବ। ଏ ସରକାରର ୩ ମନ୍ତ୍ରୀ ହତ୍ୟା ଭଳି ସଙ୍ଗୀନ ମାମଲାରେ ସମ୍ପୃକ୍ତ ଅଛନ୍ତି। ସରକାରରେ ଥିବା ବ୍ୟକ୍ତି ଯଦି ହତ୍ୟା ଅଭିଯୁକ୍ତ ହେବେ ତେବେ ଏଠି କ’ଣ ହେବ। ସେହି ୩ ମନ୍ତ୍ରୀଙ୍କ ନାଁ ଆଗକୁ ଆସିଛି ନା ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ। ଆୟୁଷ୍ମାନ ଯୋଜନାରୁ ଓଡ଼ିଶାର ୬୦ ଲକ୍ଷ ପରିବାର ବଞ୍ଚିତ ଅଛନ୍ତି। ତେଣୁ ଏଭଳି କୁଶାସନର ସରକାରକୁ ଓଡ଼ିଶାରୁ ଫିଙ୍ଗିଦେଇ ଏଠାରେ ଡବଲ ଇଞ୍ଜିନର ସରକାର ଆଣିବା ପାଇଁ କାମ କରିବାକୁ ସେ ଆହ୍ବାନ କରିଛନ୍ତି। ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କରିଥିବା ନଡ୍ଡା ଆହୁରି କହିଛନ୍ତି, କଂଗ୍ରେସର ଆଉ ଜାତୀୟତା ନାହିଁ। ଏହା ଏବେ ଭଉଣୀ, ଭାଇଙ୍କ ଦଳରେ ପରିଣତ ହୋଇଛି। ସମ୍ମିଳନୀରେ ଭାଜପା ପ୍ରଭାରୀ ଡି ପୁରନ୍ଦେଶ୍ୱରୀ, କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ, ସହପ୍ରଭାରୀ ବିଜୟପାଲ ସିଂ ତୋମାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ଅନ୍ୟ ଏମ୍‌ପି ଓ ବିଧାୟକମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସର ଚାଞ୍ଚଲ୍ୟକର ଖୁଲାସା

ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri