ଶ୍ରୀଚନ୍ଦ୍ରଶେଖରଜୀଉ ୮ ଘଣ୍ଟା ଉପାସ

ଢେଙ୍କାନାଳ ଅଫିସ,୧୬।୯: କପିଳାସ କ୍ଷେତ୍ରାଧିପତି ଶ୍ରୀଚନ୍ଦ୍ରଶେଖରଜୀଉଙ୍କ ପୀଠରେ ଗୁରୁବାର ଚରମ ବିଭ୍ରାଟ ଦେଖାଦେଇଛି। ପ୍ରାପ୍ୟ ବୃଦ୍ଧି ଦାବିରେ ୩ ପୂଜାପଣ୍ଡା ଓ ୬ ସୂପକାର ଇସ୍ତଫା ଦେଇଦେବା ପରେ ଦୈନନ୍ଦିନ ନୀତି ବିଳମ୍ବିତ ହେବା ସହ ୮ ଘଣ୍ଟା ଧରି ଖାଡ଼ା ଉପାସରେ ରହିଥିଲେ ଠାକୁର। ଦେବୋତ୍ତର ବିଭାଗ ପକ୍ଷରୁ ବାହାର ସେବାୟତ ଅଣାଯାଇ ଅପରାହ୍ନ ପ୍ରାୟ ୨ଟାରେ ପ୍ରଥମ ନୀତିକାନ୍ତି ସରିବା ପରେ ସେବା ସ୍ବାଭାବିକ ହୋଇଥିଲା। ଏହାପରେ ଠାକୁରଙ୍କ ନିକଟରେ ଭୋଗ ହୋଇଥିଲା ପ୍ରଥମ ଭୋଗ। ଏଭଳି ଅବ୍ୟବସ୍ଥା ଯୋଗୁ ଦର୍ଶନ ନିମନ୍ତେ ଆସିଥିବା ଶତାଧିକ ଶ୍ରଦ୍ଧାଳୁଙ୍କୁ ନିରାଶରେ ଫେରିବାକୁ ପଡ଼ିଥିଲା। ଆଗକୁ ଦଶହରା ଉପଲକ୍ଷେ ମହାପ୍ରଭୁଙ୍କ ସ୍ବତନ୍ତ୍ର ପୂଜା କରାଯିବାକୁ ଥିବାବେଳେ ଏଭଳି ଅବ୍ୟବସ୍ଥା ଯୋଗୁ ନୀତିକାନ୍ତି ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି।
କପିଳାସ ପୀଠରେ ନିୟୋଜିତ ପୂଜାପଣ୍ଡା ଓ ସୂପକାରମାନଙ୍କୁ ଦେବୋତ୍ତର ବିଭାଗ ପକ୍ଷରୁ ଜଣକ ପିଛା ୬୪୦୦ ଟଙ୍କା ପାଉଣା ପ୍ରଦାନ କରାଯାଉଛି। ପୂର୍ବରୁ ସେମାନେ ୫,୪୦୦ ଟଙ୍କା ପାଉଥିଲେ। ତେବେ ଅଧିକ ପ୍ରାପ୍ୟ ବୃଦ୍ଧି କରିବାକୁ ଦାବି ପରେ ଗତ ମାର୍ଚ୍ଚରେ ୧୦୦୦ ଟଙ୍କା ଲେଖାଏ ବୃଦ୍ଧି କରାଯାଇଥିଲା। ତେବେ ଏହାକୁ ନେଇ ସେମାନେ ସନ୍ତୁଷ୍ଟ ହୋଇ ନ ଥିଲେ। ପୁନର୍ବାର ଦରମା ବଢ଼ାଇବାକୁ ଦାବି କରିଥିଲେ। ବୁଧବାର ଅପରାହ୍ନରେ ଜିଲା କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ବୈଠକରେ ଜିଲାପାଳ, ଜିଲା ଦେବୋତ୍ତର ଅଧିକାରୀ ତଥା ଉପଜିଲାପାଳଙ୍କ ଉପସ୍ଥିତିରେ ହୋଇଥିବା ଆଲୋଚନାବେଳେ ସେମାନେ ପ୍ରାପ୍ୟ ବଢ଼ାଇବା ଦାବି ଦୋହରାଇଥିଲେ। ଜିଲାପାଳଙ୍କ ବହୁ ବୁଝାଶୁଝା ପରେ ସେମାନେ ଜିଦ୍‌ରେ ଅଟଳ ରହିବାରୁ ସମାଧାନର ସୂତ୍ର ବାହାରି ନ ଥିଲା। ଏହାପରେ ୩ ପୂଜାପଣ୍ଡା ଓ ୬ ସୁପକାର ଇସ୍ତଫା ଦେଇ ବୈଠକରୁ ଉଠି ଚାଲି ଆସିଥିଲେ। ମହାପ୍ରଭୁ ଶ୍ରୀଚନ୍ଦ୍ରଶେଖରଙ୍କ ପ୍ରଥମ ନୀତିକାନ୍ତି ପୂର୍ବାହ୍ନ ୧୦ଟା ମଧ୍ୟରେ ଶେଷ ହେଉଥିବାବେଳେ ପୂଜାପଣ୍ଡା ଓ ସୂପକାର ପୂଜା ନ କରିବାରୁ ଗୁରୁବାର ଏଥିରେ ବିଭ୍ରାଟ ହୋଇଥିଲା। ଏ ସମ୍ପର୍କରେ ଦେବୋତ୍ତର ବିଭାଗ ଜାଣିବା ପରେ ବାହାରୁ ପୂଜକଙ୍କୁ ଅଣାଯାଇଥିଲା ଏବଂ ବହୁ ବିଳମ୍ବରେ ଅପରାହ୍ନ ୨ଟା ସୁଦ୍ଧା ଠାକୁରଙ୍କ ପ୍ରଥମ ନୀତିକାନ୍ତି ସମ୍ପନ୍ନ ହୋଇଥିଲା। ତେବେ ଏହି ସମସ୍ୟା ଆଗକୁ ଜଟିଳ ରୂପ ନେବା ଆଶଙ୍କା ରହିଛି। କାରଣ ମୂଳାଷ୍ଟମୀରୁ ମହାଦେବଙ୍କ ସ୍ବତନ୍ତ୍ର ୧୬ ପୂଜା ଆରମ୍ଭ ହୋଇଥାଏ। ଆଗକୁ ଏହି ପୂଜା ଥିବାରୁ ନୀତିରେ ବିଭ୍ରାଟ ହେବା ଆଶଙ୍କା ବେଶି। ଏହାର ସମାଧାନ କରିବା ଲାଗି ଜିଲା ପ୍ରଶାସନ ଏବଂ ଦେବୋତ୍ତର ବିଭାଗ ପକ୍ଷରୁ ଉଦ୍ୟମ କରାଯିବା ଆବଶ୍ୟକ ବୋଲି ପ୍ରତି ଚତୁର୍ଦ୍ଦଶୀରେ ପୀଠକୁ ପୂଜା କରିବାକୁ ଯାଉଥିବା ଶ୍ରଦ୍ଧାଳୁ ସୁକାନ୍ତ କୁମାର ମିଶ୍ର ଦାବି କରିଛନ୍ତି।
ଏ ସଂକ୍ରାନ୍ତରେ ଦେବୋତ୍ତର ନିରୀକ୍ଷକ ପ୍ରଦ୍ୟୁମ୍ନ ତ୍ରିପାଠୀ କୁହନ୍ତି, ପୀଠର ୩ ପୂଜାପଣ୍ଡା ଓ ୬ ସୂପକାର ପ୍ରାପ୍ୟ ବଢ଼ାଇବା ପାଇଁ ଦାବିରେ ଅଟଳ ରହିଥିଲେ। ଗତ ମାର୍ଚ୍ଚ ମାସରେ ସେମାନଙ୍କ ଦରମା ୧ହଜାର ଟଙ୍କା ଲେଖାଏ ବଢ଼ାଯାଇଥିଲା। ଜିଲାପାଳ ବୁଝାଶୁଝା କରିବା ସତ୍ତ୍ୱେ ସେମାନେ ପୂଜା କରିବେ ନାହିଁ ଏବଂ ଇସ୍ତଫା ଦେଉଛୁ ବୋଲି କହି ଚାଲିଯାଇଥିଲେ ା ବାହାରୁ ପୂଜକ ଆଣି ଠାକୁରଙ୍କ ନୀତିକାନ୍ତି କରାଯାଇଛି ବୋଲି ଦେବୋତ୍ତର ନିରୀକ୍ଷକ ସୂଚନା ଦେଇଛନ୍ତି। ଜିଲା ଦେବୋତ୍ତର ଅଧିକାରୀ ତଥା ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ କୁହନ୍ତି, ପ୍ରାପ୍ୟ ବଢାଇବା ପାଇଁ ସେମାନେ ବାରମ୍ବାର ଜିଦ୍‌ କରୁଛନ୍ତି ା ତେବେ ଠାକୁରଙ୍କର ପୂଜାବିଧି ଅଟକିବ ନାହିଁ। ଶ୍ରୀବଳରାମଙ୍କ ମନ୍ଦିରରୁ ପୂଜକ ନେଇ ଠାକୁରଙ୍କ ନୀତିକାନ୍ତି କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସଚେତନତା, ବଟେଶ୍ୱର ପୀଠ ହେବ ପ୍ଲାଷ୍ଟିକ ମୁକ୍ତ

ଗଞ୍ଜାମ,୨୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କକିତ...

ଚାନ୍ଦବାଲି ଲଜ୍ଜା: ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏନେଇ ଉତ୍ତେଜନା ଦେଖାଯାଇଥିବା...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

Govt Jobs: ବିନା ଇଣ୍ଟରଭ୍ୟୁରେ, ବିନା ପରୀକ୍ଷାରେ ଏମିତି ଉଠାନ୍ତୁ ସରକାରୀ ଚାକିରିର ସୁବିଧା

ନୂଆଦିଲ୍ଲୀ,୨୪।୧୨: ୟୁନାଇଟେଡ ଇଣ୍ଡିଆ ଇନସ୍ୟୁରାନ୍ସ କମ୍ପାନୀ ଲିମିଟେଡ ୧୫୩ଟି ପ୍ରଶାସନିକ ଅଧିକାରୀ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ସବୁଠାରୁ ଭଲ କଥା ହେଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri