ଖଣି ପ୍ରଭାବିତଙ୍କ ଦାବିକୁ ଅଣଦେଖା

ଯୋଡ଼ା, ୩୦।୮(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକରେ କାର୍ଯ୍ୟକ୍ଷମ ଟାଟାଷ୍ଟିଲ ଲଙ୍ଗ ପ୍ରଡକ୍ଟ କମ୍ପାନୀ ୨୮ନଂ. ଜିଲା ପରିଷଦ ଜୋନ୍‌ ଅଧୀନ ୫ ପଞ୍ଚାୟତର ବାସିନ୍ଦାଙ୍କ ସମସ୍ୟାକୁ ଅଣଦେଖା କରିଆସୁଛି। ନିଯୁକ୍ତି, ପ୍ରଦୂଷଣ ଭଳି ୨୧ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସମାଧାନରେ କମ୍ପାନୀ କର୍ତ୍ତୃପକ୍ଷ ଆନ୍ତରିକତା ଦେଖାଉନାହାନ୍ତି। ଏହାର ପ୍ରତିବାଦରେ କାରଖାନା ପାର୍ଶ୍ୱବର୍ତ୍ତୀ ୫ ପଞ୍ଚାୟତବାସୀ ଏବଂ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। କମ୍ପାନୀ କର୍ତ୍ତୃପକ୍ଷଙ୍କ ନୀରବତା ଅଞ୍ଚଳବାସୀଙ୍କ ସମସ୍ୟା ବଢ଼ାଇ ଚାଲିଥିବାବେଳେ ଏହାର ତ୍ୱରିତ ସମାଧାନ ନ ହେଲେ କାରଖାନା ଫାଟକ ସମ୍ମୁଖରେ ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ, ବିରିକଳା, ଦେଓଝର, ଅସେଇଁକଳା, କଣ୍ଡରା, ଚମକପୁର ପଞ୍ଚାୟତର ନିର୍ବାଚିତ ପ୍ରତିନିଧିମାନେ କମ୍ପାନୀର ବରିଷ୍ଠ ଅଧିକାରୀଙ୍କୁ ଭେଟି ୨୧ ଦାବି ସମ୍ବଳିତ ଦାବିପତ୍ର ୪ ଥର ଦେଇଛନ୍ତି। ସ୍ଥାନୀୟ ଅଞ୍ଚଳର ଶିକ୍ଷିତ ଯୁବକଙ୍କୁ ଅଣଦେଖା କରି ବାହାର ଲୋକଙ୍କୁ ନିଯୁକ୍ତି ଦିଆଯିବାକୁ ସେମାନେ ବିରୋଧ କରି ଆସୁଛନ୍ତି। ଏଥିସହ ଛାତ୍ରୀଛାତ୍ରଙ୍କ ସୁବିଧା ଦୃଷ୍ଟିରୁ ଟାଟା ଡିଏଭି, ସେଣ୍ଟ ଟେରେସା ସ୍କୁଲକୁ ବସ୍‌ ଚଳାଚଳ, ଜନପ୍ରତିନିଧିଙ୍କୁ ଅଣଦେଖା କରି କମ୍ପାନୀ କର୍ତ୍ତୃପକ୍ଷ ମନଇଚ୍ଛା ଜାରି ରଖିଥିବା କମ୍ପାନୀ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟ ବନ୍ଦ, ଖଣି ପ୍ରଭାବିତ ଲୋକଙ୍କ ମୌଳିକ ଅଧିକାରକୁ ଗୁରୁତ୍ୱ ପ୍ରଦାନ, ପଞ୍ଚାୟତ ପ୍ରତିନିଧିଙ୍କ ବିନା ସହମତିରେ କମ୍ପାନୀ କରୁଥିବା ଫୁଟବଲ ଟୁର୍ନାମେଣ୍ଟ ବନ୍ଦ କରିବା, କମ୍ପାନୀ ଅଧୀନରେ କାର୍ଯ୍ୟରତ ୟୁଏଇ ଠିକାସଂସ୍ଥାରେ ସ୍ଥାନୀୟ ଅଞ୍ଚଳର ଗାଡ଼ି ନିୟୋଜନ, ରେଲୱେ ସାଇଡିଂଠାରୁ ପ୍ଲାଣ୍ଟକୁ ସଂଯୋଗ କରୁଥିବା ୫୨୦ନଂ. ଜାତୀୟ ରାଜପଥକୁ ପ୍ରଦୂଷଣ ମୁକ୍ତ କରିବା, ଜମିହରାଙ୍କୁ ନିଯୁକ୍ତିରେ ଅଗ୍ରାଧିକାର, କମ୍ପାନୀ ଉତ୍ତୋଳନ କରୁଥିବା କଞ୍ଚାମାଲକୁ ସମ୍ପୂର୍ଣ୍ଣ ରେଳଯୋଗେ ପରିବହନ ନ କରି ସଡ଼କ ପଥରେ ପରିବହନ କରିବା ପ୍ରମୁଖ ଦାବି ରହିଛି। ତେବେ କମ୍ପାନୀ ଏହାକୁ ପୂରଣ ଦିଗରେ ଆଗ୍ରହ ଦେଖାଉନାହିଁ। ଏପରି କି ନବନିର୍ବାଚିତ ପ୍ରତିନିଧିଙ୍କ ସହ ଆଲୋଚନା ମଧ୍ୟ କରୁ ନାହିଁ। ଏଭଳି ମନମୁଖି କାର୍ଯ୍ୟ ପ୍ରତିବାଦରେ ସୋମବାର ବିଲେଇପଦାସ୍ଥିତ ରୂପାସାହିଠାରେ ବିରିକଳା ସରପଞ୍ଚ ମୁଖ ନାଏକ, ସମିତିସଭ୍ୟ ଜ୍ଞାନରଞ୍ଜନ ଖୁଣ୍ଟିଆ, ଦେଓଝର ସରପଞ୍ଚ ଧ୍ରୁବଚରଣ ନାଏକ, ସମିତିସଭ୍ୟା ଲକ୍ଷ୍ମୀ ମୁଣ୍ଡା, କଣ୍ଡରା ସରପଞ୍ଚ ରୀନା ନାଏକ, ସମିତିସଭ୍ୟ ସୋମନାଥ ମହାନ୍ତ, ବିରିକଳାର ସରପଞ୍ଚ ନାଏକଙ୍କ ସମେତ ବିଭିନ୍ନ ପଞ୍ଚାୟତର ଓ୍ବାର୍ଡସଭ୍ୟ, ଗ୍ରାମବାସୀ ଏକାଠି ହୋଇ ବୈଠକ କରିଛନ୍ତି। କମ୍ପାନୀ କର୍ତ୍ତୃପକ୍ଷ ଶୀଘ୍ର ଦାବି ପୂରଣ ନ କଲେ କମ୍ପାନୀ ଫାଟକ ସମ୍ମୁଖରେ ଜନଆନ୍ଦୋଳନ କରିବା ଲାଗି ବୈଠକରେ ନିଷ୍ପତ୍ତି ନିଆଯାଇଛି। ବିରିକଳା ସମିତିସଭ୍ୟ ଖୁଣ୍ଟିଆ କହିଛନ୍ତି, କମ୍ପାନୀ କର୍ତ୍ତୃପକ୍ଷ ସ୍ଥାନୀୟ ନିଯୁକ୍ତି କ୍ଷେତ୍ରରେ ଅନିୟମିତତା କରିଛନ୍ତି। ତେଣୁ ଏହାକୁ ପୁନର୍ବାର କରିବାକୁ ସେ ଦାବି କରିଛନ୍ତି।
ଏ ସମ୍ପର୍କରେ କମ୍ପାନୀର କର୍ପୋରେଟ୍‌ କମ୍ୟୁନିକେଶନ ଅଧିକାରୀ ଆର୍‌. ସୋମନାଥ କହିଛନ୍ତି, ନିର୍ବାଚନ ବେଳେ ନବନିର୍ବାଚିତ ପ୍ରତିନିଧିମାନେ ଗ୍ରାମବାସୀଙ୍କୁ କମ୍ପାନୀରେ ନିଯୁକ୍ତି କରାଇଦେବା, କମ୍ପାନୀକୁ କହି ସ୍କୁଲ ବସ୍‌ ଚଳାଇବା, ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଆଦି ପ୍ରତିଶ୍ରୁତି ଦେଇଥିଲେ। ତେବେ ଏହିସବୁ ପ୍ରତିଶ୍ରୁତି କମ୍ପାନୀକୁ ପଚାରି ଦେବାର ଉଚିତ୍‌ ଥିଲା। କମ୍ପାନୀର ସିଏସ୍‌ଆର କାର୍ଯ୍ୟର ବଜେଟ୍‌ ଜାନୁୟାରୀରେ କରାଯାଇଥାଏ। ଜନପ୍ରତିନିଧିମାନେ ମାର୍ଚ୍ଚ କିମ୍ବା ଏପ୍ରିଲରେ ଏଭଳି ଦାବି କଲେ କମ୍ପାନୀ କେମିତି ଶୁଣିବ ବୋଲି ସେ ସ୍ପଷ୍ଟୀକରଣ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri