ଚକ୍ଷୁ ଅସ୍ତ୍ରୋପଚାର ପାଇଁ ଅର୍ଥ ସାଜିଛି ବାଧକ

ଜଗତ୍‌ସିଂହପୁର ଅଫିସ, ୨୭ା୮: ଜଗତ୍‌ସିଂହପୁର ଚାଟରା ବିଶୋଇ ସାହିର ଟୁନି ଦେଈ(୮୩) ୨ ପୁଅ ଓ ଗୋଟିଏ ଝିଅ ଜନ୍ମ କରି ମଧ୍ୟ ଅସହାୟ। କାରଣ ଯେଉଁ ୨ ପୁଅଙ୍କ କାନ୍ଧରେ ଢିରା ଦେଇ ଶେଷ ଜୀବନ କାଟିଦେବେ ବୋଲି ଭାବିଥିଲେ ତାହା ସ୍ବପ୍ନରେ ରହିଗଲା। ପୁଅ ଦୁହେଁ ପଚାରିଲେ ନାହିଁ। ଝିଅଟି ଦୃଷ୍ଟି ଶକ୍ତି ହରାଇଥିବାରୁ ତାର ବୋଝ ବୃଦ୍ଧାଙ୍କୁ ମୁଣ୍ଡାଇବାକୁ ପଡୁଛି। ଏଣେ ଆଖି ସମସ୍ୟା ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି। କିଛି ଦିନ ପୂର୍ବରୁ ଚାଟରାରେ ଏକ ବେସରକାରୀ ଅନୁଷ୍ଠାନ ପକ୍ଷରୁ ଆଇ କ୍ୟାମ୍ପ ପଡ଼ିିଥିଲା। ଗାଁ ଲୋକଙ୍କ ପରାମର୍ଶକ୍ରମେ ବୃଦ୍ଧା ସେଠାକୁ ଗଲାପରେ ଆଶ୍ୱାସନା ମିଳିଥିଲା। ମାଗଣାରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ଶୁକ୍ରବାର ଦିନଧାର୍ଯ୍ୟ କରାଯାଇଥିଲା। ଏହି ଅନୁଯାୟୀ ବୃଦ୍ଧା ଜଗତ୍‌ସିଂହପୁରସ୍ଥିତ ଉକ୍ତ ଭିଜନ କେୟାରରେ ପହଞ୍ଚତ୍ଥିଲେ। ସେଠାରେ ଆଖି ପରୀକ୍ଷା କଲାବେଳେ ଚମ ମାଡି ଯାଇଥିବା ଜଣାଯାଇଥିଲା । ତେଣୁ ପ୍ରଥମେ ଏହି ଅସ୍ତ୍ରୋପଚାର କରାଯିବା ଜରୁରୀ ଏବଂ ଏନେଇ ୮ ହଜାର ଟଙ୍କା ଆବଶ୍ୟକ ବୋଲି କୁହାଯାଇଥିଲା। ଏତେ ଟଙ୍କା ବୃଦ୍ଧାଙ୍କ ପକ୍ଷରେ ଯୋଗାଡ କରିବା ଅସମ୍ଭବ ଥିଲା। ସେଠାରେ ଉପସ୍ଥିତ ନାଉଗାଁ ବ୍ଲକ ଅନ୍ତର୍ଗତ ଏରଡ଼ା ଗ୍ରାମର ଅନ୍ତର୍ଯ୍ୟାମୀ ବିଶ୍ୱାଳ ବୃଦ୍ଧାଙ୍କୁ କେଉଁ ପ୍ରକାରେ ସହଯୋଗ କରିହେବ ଚିନ୍ତା କରିଥିଲେ। ନାଉଗାଁ ଡେଭେଲପମେଣ୍ଟ ଫୋରମ୍‌ ହ୍ବାଟ୍ସ ଆପ୍‌ ଗ୍ରୁପ୍‌ରେ ସହାୟତା ପାଇଁ ପୋଷ୍ଟ କରିଥିଲେ। କିଛି ସମୟ ପରେ ଫୋରମ୍‌ ପକ୍ଷରୁ ମାଗଣା ଅସ୍ତ୍ରୋପଚାର ପାଇଁ ପ୍ରତିଶ୍ରୁତି ମିଳିଥିଲା। ଏ ସମ୍ପର୍କରେ ଫୋରମ୍‌ ସଦସ୍ୟ ଚନ୍ଦନ କୁମାର ଲେଙ୍କା, ଅନୁପ ବିଶ୍ୱାଳ, ବିଜନ କୁମାର ଲେଙ୍କା ଓ ରାଜା ତାରେଣିଆ ପ୍ରମୁଖ କହିଛନ୍ତି, ବୃଦ୍ଧାଙ୍କ ଆଖି ଅସ୍ତ୍ରୋପଚାର ଦାୟିତ୍ୱ ସେମାନେ ନେବେ। ଆସନ୍ତା ଗୁରୁବାର ଅନ୍ୟ ଏକ ଚକ୍ଷୁ ଚିକିତ୍ସାଳୟରେ ମାଗଣା ଅସ୍ତ୍ରୋପଚାର ପାଇଁ ସହାୟତା କରିବେ। ତାର ୫ରୁ ୬ ଦିନ ପରେ ଜଗତ୍‌ସିଂହପୁରସ୍ଥିତ ଭିଜନ କେୟାରରେ ଟୁନି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ମାଧ୍ୟମରେ ମାଗଣା ମୋତିଆବିନ୍ଦୁ ଅସ୍ତ୍ରୋପଚାର କରିପାରିବେ । ଫୋରମ ପକ୍ଷରୁ ଏହି ପ୍ରତିଶ୍ରୁତି ମିଳିଲା ପରେ ଏବେ ବୃଦ୍ଧା ଆତ୍ମସନ୍ତୋଷ ଲାଭ କରିବା ସହ ଆଶାବାଦୀ ଅଛନ୍ତି । ଏ ସମ୍ପର୍କରେ ଟୁନି କହିଛନ୍ତି ଦୃଷ୍ଟିହୀନ ଝିଅଟିର ସମସ୍ତ ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ। ତାଙ୍କ ଆଖିକୁ ଦେଖା ନ ଗଲେ ଝିଅ ବଞ୍ଚତ୍ବା କଷ୍ଟକର ହୋଇପଡିବ। ସୂଚନାଯୋଗ୍ୟ, ବୃଦ୍ଧାଙ୍କ ନାଁରେ ରାଶନ କାର୍ଡ ରହିଥିବାରୁ ୫ କିଲୋଗ୍ରାମ ଚାଉଳ ଓ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି। ଝିଅକୁ ମଧ୍ୟ ଭିନ୍ନକ୍ଷମ ଭତ୍ତା ମିଳୁଛି । ଭତ୍ତା ଟଙ୍କାରେ ସେମାନେ କଷ୍ଟେମଷ୍ଟେ ଚଳିଯାଉଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କମେଡିଆନ୍ ଗୁଲୁଆଙ୍କୁ ହତ୍ୟା ଧମକ, ଭିଡିଓ କରି କହିଲେ ଜୀବନ ପ୍ରତି ବିପଦ…

ଭୁବନେଶ୍ବର, ୨୫।୧୨: କମେଡିଆନ୍‌ ଗୁଲୁଆଙ୍କୁ ହତ୍ୟା ଧମକ । ସେ ନିଜେ ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି । ଏନେଇ ସେ ଆଜି ସୋସିଆଲ ମିଡିଆରେ...

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ଏହି ଦୁଇ କୁଖ୍ୟାତ ମାଓବାଦୀ, ଏବେ ବି ଜାରି ରହିଛି…

ଫୁଲବାଣୀ/ତୁମୁଡ଼ିବନ୍ଧ,୨୫ା୧୨(ରାକେଶ କୁମାର ରାଉତ/ଦୀପକ ପରାସେଠ): କନ୍ଧମାଳ ଜିଲାରେ ମାଓବାଦୀ ମୂଳୋତ୍ପାଟନ ପାଇଁ ଜୋର୍‌ଦାର କୋମ୍ବିଂ ଅପରେଶନ ଚାଲିଛି । ବୁଧବାର ରାତିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨...

ପାରିବାରିକ କଳହର କରୁଣ ପରିଣତି, ଶ୍ୱଶୁର ଆଗରେ ସ୍ତ୍ରୀକୁ ହତ୍ୟା କରିଲେ ସ୍ବାମୀ

ବଲାଙ୍ଗୀର, ୨୫/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ଜୁର୍ଲାକାନି ଗାଁରେବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି ।...

ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ ଭୂପିନ୍ଦରଙ୍କ ବଡ଼ ବୟାନ, କିଛି ନୂଆ ଲୋକଙ୍କୁ ଅଣାଗଲେ ବିଜେଡ଼ି…

ଭୁବନେଶ୍ବର,୨୫।୧୨: ବିଭିନ୍ନ ସ୍ଥାନରେ ମେଳି କରି ଲୋକଙ୍କୁ ଏକଜୁଟ କରିଆସୁଛି ବିଜୁ ଜନତା ଦଳ । ଆସନ୍ତା ୨୬ରେ ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନବକଳେବର...

ମାଙ୍କଡ଼କୁ ଝାମ୍ପିନେଲା କୁମ୍ଭୀର, ପଛେ ପଛେ ନଦୀରେ ପହଁରି ପହଁରି ଗଲେ ମାଙ୍କଡ଼ ପଲ, ଆଉ ତା’ ପରେ…

ମହାକାଳପଡ଼ା,୨୫ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ ମହାନଦୀ ଶାଖା ଖରିନାସୀ ନାଳରେ କୁମ୍ଭୀର ଏକ ମାଙ୍କଡ଼କୁ ଝାମ୍ପି ନଦୀ ଆରପାରିକୁ ନେଉଥିବା ବେଳେ ସାଥୀ ମାଙ୍କଡ଼...

ସାରା ବିଶ୍ୱକୁ ମଦ ପରଷିବ ପାକିସ୍ତାନ! ମୁନିରଙ୍କ ଘର ନିକଟରେ ଫ୍ୟାକ୍ଟ୍ରି, ୫୦ ବର୍ଷ ପରେ ଉଠିଲା ବ୍ୟାନ

ଇସଲାମାବାଦ,୨୫।୧୨: ଇସଲାମିକ ଦେଶ ପାକିସ୍ତାନ ଅନେକ ଦଶନ୍ଧି ପରେ ପୁଣି ଥରେ ବିଶ୍ୱକୁ ମଦ ବିକ୍ରି କରିବାକୁ ଯାଉଛି। ୫୦ ବର୍ଷରୁ ଅଧିକ ସମୟର ନିଷେଧ...

ଜନ୍ମଦିନ ପାର୍ଟି ପରେ ଛାତିଥରା ଘଟଣା, ଚଳନ୍ତା କାରରେ କମ୍ପାନୀ ମ୍ୟାନେଜରଙ୍କୁ ଗଣଦୁଷ୍କର୍ମ ପରେ….

ଉଦୟପୁର,୨୫।୧୨: ରାଜସ୍ଥାନର ଉଦୟପୁରରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଜନ୍ମଦିନ ପାର୍ଟି ପରେ ଚଳନ୍ତା କାରରେ ଜଣେ ଆଇଟି ଫାର୍ମ ମ୍ୟାନେଜରଙ୍କୁ ଗଣବଳାତ୍କାର...

୧୭ ବର୍ଷ ପରେ ଫେରିଲେ ‘ଡାର୍କ ପ୍ରିନ୍ସ’, ଢାକା ରାଜନୀତିରେ ଭୂକମ୍ପ, ଭାରତ ପାଇଁ ଆଶା ନା ସତର୍କ ଘଣ୍ଟି? ଜାଣନ୍ତୁ…

ଢାକା,୨୫।୧୨: ବାଂଲାଦେଶ ରାଜନୀତିରେ ଏକ ବଡ଼ ଘଟଣାକ୍ରମରେ, ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ମୁଖ୍ୟ ବେଗମ ଖାଲେଦା ଜିଆଙ୍କ ପୁଅ ତାରିକ ରହମାନ ପ୍ରାୟ ୧୭...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri