୬ ମାସରେ ଗଲାଣି ୧୮୬ ଜୀବନ

ଛତ୍ରପୁର,୨୬୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ ସଡକ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛିା ଏପରିକି ରାଜ୍ୟରେ ସର୍ବାଧିକ ଦୁର୍ଘଟଣା ଏହି ଜିଲାରେ ହୋଇଛି। ମିଳିଥିବା ସୂଚନା ଅନୁସାରେ, ୨୦୨୧ରେ ଜିଲାରେ ୩୦୬ଟି ଦୁର୍ଘଟଣା ଘଟିଥିଲା୬ ସେଥିରେ ୧୫୪ ଜଣଙ୍କ ଜୀବନ ଯାଇଥିବା ବେଳେ ୨୮୩ ଜଣ ଗୁରୁତର ଆହତ ହୋଇଥିଲେ। ସେହିପରି ଚଳିତବର୍ଷ ଜୁନ ଶେଷ ସୁଦ୍ଧା ଜିଲାରେ ୩୫୪ ଟି ଦୁର୍ଘଟଣା ଘଟି ୧୮୬ ଜଣଙ୍କ ମୃତ୍ୟୁ ଘଟିଛି। ୨c୨ ଜଣ ଗୁରୁତର ଆହତ ହୋଇଛନ୍ତି। ଗତବର୍ଷ ତୁଳନାରେ ଚଳିତ ବର୍ଷର ପ୍ରଥମ ୬ ମାସରେ ଜିଲାରେ ଦୁର୍ଘଟଣା ହାର ବୃଦ୍ଧି ପାଇଥିବା ସରକାରୀ ତଥ୍ୟରୁ ଜଣାପଡିଛି। ତେଣୁ ସଡ଼କ ଦୁର୍ଘଟଣା ସହ ମୃତ୍ୟୁ ହାର ଯେଭଳି କମାଯାଇପାରିବ ଏବଂ ଧନଜୀବନ ସୁରକ୍ଷା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣର ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜିଲାର କନଷ୍ଟେବଳ ଓ ହୋମଗାର୍ଡମାନଙ୍କୁ ନେଇ ସଡ଼କ ସୁରକ୍ଷା ଓ ପ୍ରାଥମିକ ଚିକିତ୍ସା ସମନ୍ଧୀୟ ଏକ କର୍ମଶାଳା ହୋଇଯାଇଛି। ଗଞ୍ଜାମ ଏସପିଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏହି କର୍ମଶାଳାରେ ଗଞ୍ଜାମ ପୋଲିସ୍‌ ଜିଲାର ଅତିରିକ୍ତ ଏସପି ବିଜୟ କୁମାର ମଲ୍ଲିକ, ଗଞ୍ଜାମ ଆଞ୍ଚଳିକ ପରିବହନ ଅଧିକାରୀ ମାନସ ରଞ୍ଜନ ସାହୁ, ଏମଭିଆଇ ରବୀନ୍ଦ୍ର ନାଥ ଜେନା, ସଡକ ସୁରକ୍ଷା ଅଧିକାରୀ ରତିକାନ୍ତ ନାହାକ ଏବଂ ପ୍ରଶିକ୍ଷଣ ଭାବେ ଆଇଏନଭିଆଇସିଟିୟୁଏସ ସଂସ୍ଥାର ପ୍ରବୋଦ ଭଟ୍ଟାଚାର୍ଯ୍ୟ ଯୋଗ ଦେଇ ସଡକ ଦୁର୍ଘଟଣା ହେଲେ ଗୁରୁତରଙ୍କୁ କିପରି ତୁରନ୍ତ ପ୍ରାଥମିକ ଚିକିତ୍ସା ନିମନ୍ତେ ନିକଟସ୍ଥ ମେଡିକାଲକୁ ପଠାଇବେ ସେ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ। କର୍ମଶାଳା ଶେଷରେ ଜିଲାର ୬୨ ଜଣ କନଷ୍ଟେବଳ ଓ ହୋମଗାର୍ଡମାନଙ୍କୁ ଅତିଥିଙ୍କ ଦ୍ୱାରା ସାର୍ଟିଫିକେଟ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁନେସ୍କୋର ସାଂସ୍କୃତିକ ଐତିହ୍ୟ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ, ୧ା୧୨: ୟୁନେସ୍କୋର ଅସ୍ପର୍ଶନୀୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ଦୀପାବଳି ସ୍ଥାନ ପାଇଛି। ୟୁନେସ୍କୋ ରିପ୍ରେଜେଣ୍ଟିଭ ଲିଷ୍ଟ୍‌ ଅଫ୍‌ ଦ ଇନ୍‌ଟାଞ୍ଜିବଲ କଲ୍‌ଚ୍ୟୁରାଲ ହେରିଟେଜ୍‌ ଅଫ୍‌...

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri