ଗାଁରେ ଆତଙ୍କ ଖେଳାଉଛି ଗୋଠଛଡ଼ା ହାତୀ

ଟେନ୍‌ସା,୯।୮(ଡି.ଏନ.ଏ.): ଗୋଠଛଡ଼ା ଦନ୍ତା ହାତୀକୁ ଟ୍ରାଙ୍କୁଲାଇଜ କରୁନିି ବଣାଇ ବନ ବିଭାଗ। ଦିନରାତି ଗାଁରେ ଆତଙ୍କ ଚଳାଉଛି ଗୋଠଛଡ଼ା ଦନ୍ତା ହାତୀ। ରବିବାର ବିଳମ୍ବିତ ରାତିରେ ସୁନ୍ଦରଗଡ଼ ଜିଲା କୋଇଡ଼ା ବନାଞ୍ଚଳ ରାଣୀଶାଳ ଫରେଷ୍ଟ ବିଟ୍‌ ଅନ୍ତର୍ଗତ ବଳଡିହି ଓ ପୋଡା ଗ୍ରାମରେ ଦନ୍ତା ହାତୀ ଆତଙ୍କ ଖେଳାଇଛି। ବଳଡିହି ଗ୍ରାମର ରବି ପାତ୍ର (୩୫) ତାଙ୍କ ସ୍ତ୍ରୀ ରୀତା(୨୮) ଓ ୪ ଜଣ ପିଲାଙ୍କୁ ନେଇ ଶୋଇଥିବାବେଳେ ହଠାତ ଦନ୍ତାହାତୀ ପଶି ଆସି ଘର ଉପରେ ଆକ୍ରମଣ କରିଥିଲା। ସ୍ବାମୀ, ସ୍ତ୍ରୀ ଉଠିପଡ଼ି ଛୁଆ ପିଲାଙ୍କୁ ଧରି ଦୌଡ଼ି ପଳେଇଥିଲେ। ଛୋଟ ଝିଅଟି ଭୟରେ ଦୌଡ଼ି ଯାଇ ମକା କିଆରି ଭିତରେ ଲୁଚିଯିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲା। ଶବ୍ଦ ଶୁଣି ସାହିପଡ଼ିଶା ହୋହଲ୍ଳା କରି ବାଣ ଫୁଟାଇ ହାତୀକୁ ଘଉଡ଼ାଇବାରୁ ହାତୀଟି ଚାଲି ଯାଇ ପୋଡା଼ଡିହି ଗ୍ରାମରେ ପହଞ୍ଚିଥିଲା। ସେଠାରେ ମୋହନ ଦେହୁରୀ ଓ ତାଙ୍କ ସ୍ତ୍ରୀ ଇନ୍ଦୁ ଦେହୁରୀ ଘରେ ଥିବାବେଳେ ହାତୀ ଆକ୍ରମଣ କରି ଘର ଭାଙ୍ଗି ଦେଇଥିଲା। ଭୟରେ ସେମାନେ ଦୌଡ଼ି ପଳେଇବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଗାଁ ଲୋକେ ସମସ୍ତେ ମିଶି ହାତୀକୁ ଘଉଡାଇବାରୁ ହାତୀଟି ପଳାଇ ଯାଇଥିଲା ।

ହେଲେ ହାତୀଟି ଗାଁଗାଁ ବୁଲୁଛି। ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଏପରି କି ବାରମ୍ବାର ହାତୀ ଆକ୍ରମଣରେ ପ୍ରାଣ ହାନି ନେଇ ଅଞ୍ଚଳବାସୀ ହାତୀକୁ ଟ୍ରାଙ୍କୁଲାଇଜ କରିବା ପାଇଁ ବନ ବିଭାଗକୁ ଅଭିଯୋଗ କରି ଆସୁଥିବାବେଳେ ବିଭାଗୀୟ ଅଧିକାରୀମାନେ ଚୁପ୍‌ ହୋଇ ବସିଛନ୍ତି। ଏହାର ପ୍ରତିବାଦ କରି ବଳଡିହି ଓ ପୋଡାଡିହି ଗ୍ରାମ ସମେତ ଅଞ୍ଚଳର ଅନ୍ୟ ୪ଟି ଗାଁର ଲୋକ ଏକତ୍ରିତ ହୋଇ କୋଇଡା ରେଞ୍ଜ ଅଫିସ ଘେରାଉ କରି ଧାରଣା ଦେଇଥିଲେ। ଘଟଣାର ତଦନ୍ତ କରି ହାତୀକୁ ଟ୍ରାଙ୍କୁଲାଇଜ କରି ଅନ୍ୟତ୍ର ଛଡ଼ାଯାଉ, କ୍ଷତିଗ୍ରସ୍ତ ପରିବାରକୁ ତୁରନ୍ତ କ୍ଷତିପୂରଣ ଦେବା ଲାଗି ଦାବି କରିଛନ୍ତି। ଏନେଇ ଜିଲା କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଆଉ ମିଳିବନି ବାରମ୍ବାର ସୁଯୋଗ

ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...

୫ ବର୍ଷ ପରେ ଭାରତରେ ଏହି ସେବା ଆରମ୍ଭ କରିବାକୁ ଯାଉଛି ଚାଇନା, ଜାଣନ୍ତୁ କ’ଣ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୮।୧୨: ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେବା ପରେ, ଉଭୟ ଦେଶ ଏବେ ପୂର୍ବ ତିକ୍ତତାକୁ ପଛରେ...

ନ୍ୟାୟ ପାଇଁ ପିଏମ ମୋଦିଙ୍କୁ ଏହି ନିବେଦନ କଲେ ପାକିସ୍ତାନୀ ମହିଳା, କରାଚୀରୁ ଭିଡିଓ ଶେୟାର କରି କହିଲେ…

ନୂଆଦିଲ୍ଲୀ,୮।୧୨: ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ନ୍ୟାୟ ପାଇଁ ନିବେଦନ କରିଛନ୍ତି।...

 ଚାଲିଥିଲା ପାଟ୍ରୋଲିଂ: ଡକାୟତି କରିବାକୁ ଯାଉଥିବା ବେଳେ ୬ ଜଣଙ୍କୁ

ପାପଡାହାଣ୍ଡି,୮।୧୨(ସ୍ବପ୍ନଜିତ ପଟନାୟକ): ଜଙ୍ଗଲ ନିକଟରେ ଚାଲିଥିଲା ଡକାୟତ ଉଦ୍ୟମ ମାଡି  ବସିଲା ପୋଲିସ । ଡକାୟତ ଉଦ୍ୟମକୁ ପଣ୍ଡ କରି ୬ ଅଭିଯୁକ୍ତକୁ ଗିରଫ କରି...

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ଖବରଦାତା ସମ୍ମିଳନୀରେ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ ବାରବାଟୀରେ ମୁଁ ପୂର୍ବରୁ ଖେଳିଛି, ଏଠିକାର ଦର୍ଶକ…

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା ହେବ । ଏହା ପୂର୍ବରୁ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ଏହା ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri