ମ୍ୟୁଜିକ୍‌ ଆରେଞ୍ଜର ଶୁଭାଶିଷ

କାମାକ୍ଷାନଗର, ୬।୮(ଡି.ଏନ୍‌.ଏ.): ‘ତୋର କୃଷ୍ଣଚୂଡ଼ା ରଙ୍ଗର ନାଲି ଓଢ଼ଣି’। ଓଲିଉଡ୍‌ର ଚିରସବୁଜ ଏହି ଗୀତ ଆଜି ବି ଯୁବପିଢ଼ିଙ୍କୁ ମତୁଆଲା କରେ। ଭର୍ସାଟାଇଲ ମ୍ୟୁଜିକ୍‌ କମ୍ପୋଜର ତଥା କଣ୍ଠଶିଳ୍ପୀ ଅଭିଜିତ୍‌ ମଜୁମଦାରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏହି ଗୀତକୁ ସ୍ବରରେ ସଜାଇଥିଲେ ମେଲୋଡି କିଙ୍ଗ୍‌ ବାବୁଲ ସୁପ୍ରିଓ। ଓଲିଉଡ୍‌ରେ ନୂଆ ନୂଆ ପାଦ ଦେଇଥିବା ଅଭିନେତା ଅନୁଭବ ଏବଂ ସେତେବେଳର ଚର୍ଚ୍ଚିତ ଅଭିନେତ୍ରୀ ଦୀପାଙ୍କ ଚମତ୍କାର ଅଭିନୟ ଏହି ଆଲ୍‌ବମ୍‌କୁ ଦେଇଥିଲା ଅଜସ୍ର ଦର୍ଶକୀୟ ସ୍ବୀକୃତି। ତେବେ ଏହି ଚିରସବୁଜ ଗୀତକୁ ଆରେଞ୍ଜ କରିବା ପଛରେ ଯିଏ ନେପଥ୍ୟରେ ଥିଲେ ସେ ହେଲେ କାମାକ୍ଷାନଗର ବ୍ଲକ ମାଳପୁରା ଗ୍ରାମର ଶୁଭାଶିଷ ରାଉତ। କେବଳ କୃଷ୍ଣଚୂଡ଼ା ରଙ୍ଗର ନାଲି ଓଢ଼ଣି ନୁହେଁ, ସିଷ୍ଟର ଶ୍ରୀଦେବୀ, ଶ୍ରୀମାନ୍‌ ସୁରଦାସ, ମିଷ୍ଟର ମଜ୍‌ନୁ, ସୁନ୍ଦରଗଡ଼ର ସଲମନ୍‌ ଖାନ୍‌, ସୁନା ପିଲା ସ୍କୃ ଢିଲା ଭଳି ଏକାଧିକ ଓଲିଉଡ୍‌ ସିନେମାର ଗୀତ ପ୍ରସ୍ତୁତି ପଛରେ ରହିଛନ୍ତି ଏହି ବ୍ୟକ୍ତିଙ୍କ ପ୍ରଚ୍ଛନ୍ନ ହାତ। ବୃତ୍ତିଗତ ଜୀବନରେ ଜଣେ ଅଧ୍ୟାପକ ହେଲେ ମଧ୍ୟ, ଜଣେ ଉଦୀୟମାନ ମ୍ୟୁଜିକ୍‌ ଆରେଞ୍ଜର ଭାବେ ଓଲିଉଡ୍‌ରେ ସ୍ବତନ୍ତ୍ର ଛାପ ଛାଡ଼ିଛନ୍ତି ଶୁଭାଶିଷ।
ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ମାଳପୁରା ଭଳି ଏକ ଛୋଟ ଗ୍ରାମରୁ ଆସି ଓଲିଉଡ୍‌ରେ ସ୍ବତନ୍ତ୍ର ଛାପ ଛାଡ଼ିଥିବା ଶୁଭାଶିଷଙ୍କ ପରିବାର ବେଶ୍‌ ଶିକ୍ଷିତ। ବାପା ବିପିନ ବିହାରୀ ରାଉତ ଜଣେ ଅବସରପ୍ରାପ୍ତ ଶିକ୍ଷକ ହୋଇଥିବାବେଳେ ମା’ ଗୃହିଣୀ। ନିଜେ ଶୁଭାଶିଷ ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଭାଇସ୍‌ ପ୍ରିନି୍ସପାଲ ଭାବେ କାର୍ଯ୍ୟରତ। ଅଧ୍ୟାପିକା ସ୍ତ୍ରୀ ଶାଶ୍ୱତୀ ଏବଂ ଦେଢ଼ବର୍ଷର ଝିଅ ଶ୍ରୀମୟୀଙ୍କୁ ନେଇ ତାଙ୍କ ପରିବାର। ନିଜର ନିଆରା ନିଶା ବିଷୟରେ ଶୁଭାଶିଷ କୁହନ୍ତି, ଷ୍ଟୁଡିଓରେ ମ୍ୟୁଜିକ୍‌ ରେକର୍ଡିଂ କରିବାର ଦୀର୍ଘଦିନ ପୂର୍ବରୁ ଆରମ୍ଭ ହୋଇଥାଏ ପ୍ରସ୍ତୁତି। ଲିରିକ୍ସକୁ ଭଲଭାବେ ବୁଝିବା, ସଙ୍ଗୀତ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିବା, କଣ୍ଠଶିଳ୍ପୀଙ୍କ ସହ ଯୋଗାଯୋଗ କରି ତାରିଖ ସ୍ଥିର କରିବା, ଆଧୁନିକ ସମୟର ମ୍ୟୁଜିକ୍‌ ଇନ୍‌ଷ୍ଟ୍ରୁମେଣ୍ଟ ବ୍ୟବସ୍ଥା ସହ ସମସ୍ତଙ୍କୁ ନିର୍ଦ୍ଧାରିତ ସମୟର ଷ୍ଟୁଡିଓରେ ପହଞ୍ଚାଇବା ପ୍ରମୁଖ କାର୍ଯ୍ୟ। ଆଉ ଯେତେବେଳେ ସିନେମା କଥା ଆସେ, ସେତେବେଳେ ଗୀତ ରେକର୍ଡିଂର ଗୁରୁତ୍ୱ ଆହୁରି ବଢ଼ିଯାଏ। ୨୦୦୨ରେ ସିନେ ଜଗତ ସହ ପରିଚିତ ହୋଇଥିଲେ ହେଁ ଦୀର୍ଘ ୨୦ ବର୍ଷର ଅଭିଜ୍ଞତା ବଳରେ ଶୁଭାଶିଷ ମ୍ୟୁଜିକ ଆରେଞ୍ଜର ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ପରିପକ୍ୱ ହୋଇଗଲେଣି। କେବଳ ଏତିକି ନୁହେଁ, ଶୁଭାଶିଷ ୧୦ରୁ ଅଧିକ ଓଡ଼ିଆ ଭଜନ ଓ ଆଲ୍‌ବମ୍‌ରେ ଅଭିନୟ ମଧ୍ୟ କରିଛନ୍ତି। ଗରିବ ଛାତ୍ରୀଛାତ୍ରଙ୍କୁ ନିଃଶୁଳ୍କ ଶିକ୍ଷାଦାନ, କରୋନା ସମୟରେ ଅସହାୟଙ୍କୁ ଖାଦ୍ୟ ଯୋଗାଇ ମାନବିକତାର ପରିଚୟ ମଧ୍ୟ ଦେଇଛନ୍ତି। ଓଡ଼ିଶାରେ ମ୍ୟୁଜିକ୍‌ ଆରେଞ୍ଜ ଶବ୍ଦ ହୁଏତ ଯୁବପିଢ଼ିଙ୍କ ପାଇଁ ନୂଆ ହୋଇଥାଇପାରେ। କିନ୍ତୁ ବାହାର ରାଜ୍ୟରେ ଏହାକୁ ଅନେକେ ବୃତ୍ତି ଭାବେ ଗ୍ରହଣ କଲେଣି। ଏହି କାର୍ଯ୍ୟ ବାହାରୁ ସହଜ ଜଣାପଡୁଥିଲେ ମଧ୍ୟ କଷ୍ଟକର। ବିଶେଷ କରି ଅଧ୍ୟାପନା ବୃତ୍ତି ଭିତରେ ମ୍ୟୁଜିକ୍‌ ଆରେଞ୍ଜର କାର୍ଯ୍ୟ କରିବା ଚ୍ୟାଲେଞ୍ଜିଂ। ଗୋଟିଏ ଗୀତ ରେକର୍ଡିଂ ପାଇଁ ସବୁ ବ୍ୟବସ୍ଥା କରିବାକୁ ୮ରୁ ୧୦ ଦିନ ଲାଗିଯାଏ। କାଳେ ପାଠପଢ଼ା ପ୍ରଭାବିତ ହେବ ସେଥିଲାଗି ଛୁଟିଦିନମାନଙ୍କରେ ଏହି କାର୍ଯ୍ୟ କରିବାକୁ ପଡ଼େ। ଯୋଜନା ଅନୁଯାୟୀ କାର୍ଯ୍ୟକୁ ଠିକ୍‌ ଭାବେ ତୁଲାଇପାରିଲେ ଆତ୍ମସନ୍ତୁଷ୍ଟି ମିଳେ ବୋଲି କହିଛନ୍ତି ଶୁଭାଶିଷ। ଯୁବପିଢ଼ିଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି, ଅନେକ ସମୟରେ ପାଠପଢ଼ି ଚାକିରି ପଛରେ ଗୋଡ଼ାଇଲେ ନିଜର ସ୍ବପ୍ନ ପଛରେ ରହିଯାଏ। ବୃତ୍ତି ଯାହା ବି ହେଉ ନା କାହିଁକି, କଳାତ୍ମକ ଭାବନାର ପରିପ୍ରକାଶ କରିବା ଲାଗି କୌଣସି ସୁଯୋଗକୁ ହାତଛଡ଼ା କରିବା ଅନୁଚିତ୍‌ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri