ୟୁନେସ୍କୋ କ୍ରିଏଟିଭ୍‌ ସିଟି ସମ୍ମିଳନୀ

ଯାଜପୁର ଟାଉନ,୬।୮(ଡି.ଏନ.ଏ.): ଯାଜପୁର ଜିଲା ସଦର ମହକୁମାସ୍ଥ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ମିନି କନଫରେନ୍ସ ହଲରେ ଗୁରୁବାର ପୂର୍ବାହ୍ନରେ ଜିଲାର ଟେରାକୋଟା ଶିଳ୍ପୀମାନେ ଜିଲା ଅଧିକାରୀଙ୍କ ସହ ୟୁନେସ୍କୋ କ୍ରିଏଟିଭ ସିଟି ନେଟୱାର୍କ ସହିତ ଏକ ଭର୍ଚୁଆଲ ଅନ୍ତର୍ଜାତୀୟ ଦକ୍ଷତା ବୃଦ୍ଧି କର୍ମଶାଳାରେ ଯୋଗ ଦେଇଛନ୍ତି। ୩ରୁ୫ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ଥାଇଲାଣ୍ଡର ୟୁନେସ୍କୋ ସୃଜନଶୀଳ ସହର ଚିଆଙ୍ଗ ମାଇ ଦ୍ୱାରା ଏହି କର୍ମଶାଳା ଆୟୋଜିତ ହୋଇଥିଲା। ଏଥିରେ ୫୦୦ରୁ ଅଧିକ ଅଂଶ ଗ୍ରହଣକାରୀ ଯୋଗ ଦେଇଥିଲେ। ଯାଜପୁର ଭାରତର ଏକମାତ୍ର ସହର ଯାହାକୁ ଏହି କର୍ମଶାଳାକୁ ଆମନ୍ତ୍ରିତ କରିବା ସହ ଏହାର ସମୃଦ୍ଧ ସଂସ୍କୃତି ଏବଂ ହସ୍ତଶିଳ୍ପ ପରମ୍ପରା ପ୍ରଦର୍ଶନ କରିବାକୁ ସୁଯୋଗ ଦିଆଯାଇଥିଲା। ଅନ୍ତର୍ଜାତୀୟସ୍ତରରେ ଜିଲାଗୁଡ଼ିକର ବିକାଶ ପାଇଁ ଏହି କାର୍ଯ୍ୟକ୍ରମ ଓ କର୍ମଶାଳାର ଲକ୍ଷ୍ୟ ଥିଲା। ୟୁନେସ୍କୋ ପ୍ରାୟୋଜିତ ଏହି କର୍ମଶାଳାରେ ନିପୁଣ କଳାକାର, ବିଶିଷ୍ଟ ହସ୍ତଶିଳ୍ପ ବ୍ୟକ୍ତିମାନେ ସେମାନଙ୍କର କାର୍ଯ୍ୟ ଦକ୍ଷତା ଓ ଅନୁଭୁତି ବାଣ୍ଟିଥିଲେ ବୋଲି ଆଲୋଚନା କରିଥିଲେ। ଉଦ୍‌ଘାଟନୀ ବକ୍ତବ୍ୟରେ ଥାଇଲାଣ୍ଡର ଚିଆଙ୍ଗ ମାଇ ପ୍ରାଦେଶିକ, ପ୍ରଶାସନିକ, ସଂଗଠନ ଶିକ୍ଷା କାର୍ଯ୍ୟାଳୟ ଧର୍ମ ଓ ସଂସ୍କୁତିର ନିର୍ଦ୍ଦେଶକ ୱାନଶ୍ରୀ ପାନପ୍ରଚମଙ୍କ ସମେତ ୟୁନେସ୍କୋ କ୍ରିଏଟିଭ୍‌ ସିଟିର ବହୁ ଅଭିଜ୍ଞ ବକ୍ତା ରହିଥିଲେ। ସେମାନେ ସଂରକ୍ଷଣ, ପୁନରୁଦ୍ଧାର ଏବଂ ଆଧୁନିକ ବିକାଶ ପାଇଁ ‘କ୍ରିଏଟିଭ ସେରାମିକ, ସ୍କଲପଟେଡ ସିଟି’ ଉପରେ ଆଲୋଚନା କରିଥିଲେ।
ଉପସ୍ଥାପିତ ହୋଇଥିବା ଅନ୍ୟ ସହର ଗୁଡିକରେ ଚିଆଙ୍ଗ ମାଇ (ଥାଇଲାଣ୍ଡ), ଟାମ୍ବା ସାମାୟାମା (ଜାପାନ), ବାଗୁଇଓ(ଫିଲିପାଇନ୍ସ), କୁଟାହିୟା (ତୁର୍କୀ) ଜିଙ୍ଗଡେଜେନ୍‌ ଏବଂ ୱାଇଫାଙ୍ଗ (ଚୀନ୍‌) ଏବଂ ମନିସ୍‌ (ସ୍ପେନ୍‌) ଅନ୍ତର୍ଭୁକ୍ତ। ଏହି ଅଧିବେଶନରେ ଯାଜପୁରର ପ୍ରତିନିଧି କଳା ଏବଂ ଟେରାକୋଟା ହସ୍ତଶିଳ୍ପ ଉପରେ ବିଶେଷ ଗୁରୁତ୍ୱ ଦେଇ ଜିଲାର ଉତ୍କର୍ଷତା ଉପସ୍ଥାପନ କରିଥିଲେ। କାରିଗରମାନେ ମଧ୍ୟ ଶିଳ୍ପ ଜ୍ଞାନର ପ୍ରସାରଣ, ଏହାର ସାମାଜିକ ଗୁରୁତ୍ୱ, ହିତାଧିକାରୀଙ୍କ ଭୂମିକା ଏବଂ ହସ୍ତଶିଳ୍ପ ଗୁଡ଼ିକର ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ ସୂଚନା ଦେଇଥିଲେ। ଜିଲାର ନିପୁଣ କାରିଗର ପର୍ଶୁରାମ ବେହେରା, ଜାତୀୟ ପୁରସ୍କାରପ୍ରାପ୍ତ କାରିଗର ମହେଶ୍ୱର ଓଝା, ନରେନ୍ଦ୍ର ରଣା, ଏସ୍‌ଏଚ୍‌ଜି ସଦସ୍ୟା ଜୟନ୍ତୀ ବେହେରା, ସୁଶ୍ରୀ ରଙ୍ଗଲତା ବେହେରା, ସୁଶ୍ରୀ ମାଳତୀ ରଣା ଏବଂ ପାର୍ବତୀ ବେହେରା, ସହକାରୀ ନିର୍ଦ୍ଦେଶକ(ହସ୍ତଶିଳ୍ପ) ପ୍ରକାଶ ଚନ୍ଦ୍ର ମହାନ୍ତି ଏବଂ ଓରମାସର ଡେପୁଟି ସିଇଓ କ୍ଷୀତିଶ ଚନ୍ଦ୍ର ବଳ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଜିଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର କର୍ମଶାଳାରେ ଅଂଶ ଗ୍ରହଣ କରିଥିବା ସମସ୍ତ ସଫଳ କାରିଗର ଏବଂ ଜିଲା ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଓଡ଼ିଶାର ଯାଜପୁର ଜିଲା ବିଭିନ୍ନ କଳା ଏବଂ ହସ୍ତଶିଳ୍ପ ଯଥା- ଟସର, ହ୍ୟାଣ୍ଡଲୁମ, ଟେରାକୋଟା, ସୁବର୍ଣ୍ଣ ଘାସ ଏବଂ ପଥର କାର୍ଯ୍ୟ ପାଇଁ ପ୍ରସିଦ୍ଧ। ଏହି ଜିଲାରେ ୩୫୦୦ରୁ ଅଧିକ ବୁଣାକାର, ହସ୍ତଶିଳ୍ପ ବ୍ୟକ୍ତି ବାସ କରନ୍ତି। ନିପୁଣ କାରିଗର ଏବଂ ମହିଳା ଏସ୍‌ଏଚ୍‌ଜି ସଦସ୍ୟାମାନେ ହସ୍ତଶିଳ୍ପକୁ ପୁନର୍ଜୀବିତ କରିବା ତଥା କାରିଗର ସମ୍ପ୍ରଦାୟକୁ ଚିହ୍ନିବା ପାଇଁ ପ୍ରଶାସନ ନିରନ୍ତର ଉଦ୍ୟମ କରିଥିବାରୁ ଜିଲାର ଶିଳ୍ପୀମାନେ ଜିଲାପାଳଙ୍କୁ ଧନ୍ୟବାଦ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri