Odisha Elections 2024

କମିଶନରେଟ୍‌ ପୋଲିସରେ ଅଦଳବଦଳ, ବଦଳିଲେ ୩୧ ଅଧିକାରୀ

ଭୁବନେଶ୍ୱର,୪ା୮(ବ୍ୟୁରୋ): ଦ୍ୱୈତ ନଗରୀ କମିଶନରେଟ ପୋଲିସରେ ବୁଧବାର ବଡ଼ ଧରଣର ଅଦଳବଦଳ ହୋଇଛି। ଏନେଇ କମିଶନରେଟ ପୋଲିସ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଦୁଇ ଏସିପି, ୨୧ ଇନ୍ସପେକ୍ଟର ଓ ତିନି ଏସ୍‌ଆଇଙ୍କୁ ବଦଳି କରାଯାଇଛି। ସେହିପରି ବହୁଦିନ ଧରି ଓପିଏସ୍‌ ର଼୍ୟାଙ୍କକୁ ପଦୋନ୍ନତି ପାଇ ଥାନା ଦାୟିତ୍ୱରେ ଥିବା ୨ ଅଧିକାରୀଙ୍କୁ ଜୋନ୍‌ ଦାୟିତ୍ୱ ଦିଆଯାଇଥିବାବେଳେ ୩ ଥାନା ଇନ୍‌ଚାର୍ଜଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଅନ୍ୟପକ୍ଷରେ ପାହାଳ ଫାଣ୍ଡି ଥାନା ହେବା ପରେ ଏଠାରେ ଜଣେ ଇନ୍ସପେକ୍ଟରଙ୍କୁ ଏବେ ଅବସ୍ଥାପିତ କରାଯାଇଛି।

ବିଜ୍ଞପ୍ତି ଅନୁଯାୟୀ, କଟକ ଜୋନ-୧ ଏସିପି ଥିବା ଶୁଭନାରାୟଣ ମୁଦୁଲିଙ୍କୁ ଭୁବନେଶ୍ୱର ଜୋନ-୪ ଦାୟିତ୍ୱ ଦିଆଯାଇଛି। ଭୁବନେଶ୍ୱର ଜୋନ-୪ ଏସିପି ପରେଶ କୁମାର ରାଉତଙ୍କୁ କମିଶନରେଟ ପୋଲିସ ମୁଖ୍ୟ କାର୍ଯ୍ୟାଳୟକୁ ବଦଳି କରାଯାଇଛି। ସେହିପରି ଖାରବେଳନଗର ଥାନା ଦାୟିତ୍ୱରେ ଥିବା ଅରୁଣ କୁମାର ସ୍ବାଇଁଙ୍କୁ କଟକ ଜୋନ-୧ ଏସିପି, ମଙ୍ଗଳାବାଗ ଥାନା ଦାୟିତ୍ୱରେ ଥିବା ଓପିଏସ୍‌ ଅମିତାଭ ମହାପାତ୍ରଙ୍କୁ କଟକ ଆଇୟୁସିଏଡବ୍ଲ୍ୟୁ ଏସିପି, କ୍ୟାପିଟାଲ ଥାନା ଦାୟିତ୍ୱରେ ଥିବା ଓପିଏସ୍‌ ଗିରିଜା ଶଙ୍କର ଚକ୍ରବର୍ତ୍ତୀଙ୍କୁ କମିଶନରେଟ ପୋଲିସ କାର୍ଯ୍ୟାଳୟ (ସ୍ପେଶାଲ କ୍ରାଇମ ୟୁନିଟ୍‌) ଇନ୍‌ଚାର୍ଜ, ନନ୍ଦନକାନନ ଥାନା ଦାୟିତ୍ୱରେ ଥିବା ଓପିଏସ୍‌ ବିଶ୍ୱରଞ୍ଜନ ସେନାପତିଙ୍କୁ କମିଶନରେଟ ପୋଲିସ କାର୍ଯ୍ୟାଳୟ (ସ୍ପେଶାଲ କ୍ରାଇମ ୟୁନିଟ୍‌) ଓ ଚନ୍ଦ୍ରଶେଖରପୁର ଥାନା ଦାୟିତ୍ୱରେ ଥିବା ପ୍ରଦୀପ କୁମାର ରାଉତଙ୍କୁ ଭୁବନେଶ୍ୱର ଆଇୟୁସିଏଡବ୍ଲ୍ୟୁରେ ଅବସ୍ଥାପିତ କରାଯାଇଛି। ଅନ୍ୟପକ୍ଷରେ ଖଣ୍ଡଗିରି ଥାନା ଅଧିକାରୀ ଥିବା ପଦ୍ମନାଭ ପ୍ରଧାନଙ୍କୁ କ୍ୟାପିଟାଲ ଥାନା, ଜଟଣୀ ଥାନାଧିକାରୀ ଦୟାନିଧି ନାୟକଙ୍କୁ ଖଣ୍ଡଗିରି, ମାଲଗୋଦାମ ଥାନାଧିକାରୀ ତୃପ୍ତିରଞ୍ଜନ ନାୟକଙ୍କୁ ବଡ଼ଗଡ଼ ଥାନା, ବଡ଼ଗଡ଼ ଥାନାଧିକାରୀ ବିଶ୍ୱରଞ୍ଜନ ନାୟକଙ୍କୁ ନନ୍ଦନକାନନ, ଭୁବନେଶ୍ୱର ଡିଆଇବିରେ ଥିବା ଲକ୍ଷ୍ମୀଧର ସେଠ୍‌ଙ୍କୁ ଡିସିପି ଅଫିସ ଲାଇସେନ୍ସ ସେଲ୍‌, ଶହୀଦନଗର ଅତିରିକ୍ତ ଥାନାଧିକାରୀ ବିଜୟ କୁମାର ବାରିକଙ୍କୁ ଇନ୍‌ଫୋଭ୍ୟାଲି ଥାନାଧିକାରୀ, ନୟାପଲ୍ଲୀ ଅତିରିକ୍ତ ଥାନାଧିକାରୀ ସୁଚିତ୍ରା ପରିଡ଼ାଙ୍କୁ ପାହାଳ ଥାନାଧିକାରୀ, ସିଡିଏ ଫେଜ୍‌-୨ ଥାନାଧିକାରୀ ସାରାଣୀ ସିଂଙ୍କୁ ଭୁବନେଶ୍ୱର ଡିସିପି ଅଫିସ, ସଦର ଥାନାଧିକାରୀ ସୁଧାଂଶୁ ଭୂଷଣ ଜେନାଙ୍କୁ ମଙ୍ଗଳାବାଗ ଥାନା, ୪୨ ମୌଜା ବେଣ୍ଟକାର ଥାନାଧିକାରୀ ଅନିତା ସାହୁଙ୍କୁ ସିଡିଏ ଫେଜ୍‌-୨ ଥାନା, ବାଦାମବାଡ଼ି ଥାନାଧିକାରୀ ରଶ୍ମିରଞ୍ଜନ ମହାପାତ୍ରଙ୍କୁ ସଦର ଥାନା, କମିଶନରେଟ ପୋଲିସ ମୁଖ୍ୟାଳୟରେ ଥିବା ଇନ୍ସପେକ୍ଟର ସୌମ୍ୟକାନ୍ତ ବଳିଆରସିଂଙ୍କୁ ଜଟଣୀ ଥାନା, ପ୍ରକାଶ ଚନ୍ଦ୍ର ମାଝିଙ୍କୁ ଚନ୍ଦ୍ରଶେଖରପୁର ଥାନାଧିକାରୀ, ରଜନୀକାନ୍ତ ମିଶ୍ରଙ୍କୁ ଖାରବେଳ ଥାନା, ଦୁର୍ଗେଶ୍ୱର ପ୍ରଧାନଙ୍କୁ ମଙ୍ଗଳାବାଗ ଅତିରିକ୍ତ ଥାନାଧିକାରୀ, ଗିରିଶ ଚନ୍ଦ୍ର ମହାରଣାଙ୍କୁ ୪୨ ମୌଜା ବେଣ୍ଟକାର ଥାନାଧିକାରୀ, ରଜନୀକାନ୍ତ ଦାସଙ୍କୁ ମାଲଗୋଦାମ ଥାନାଧିକାରୀ, ସୁର୍ଯ୍ୟାଂଶୁ ଶେଖର ପାଢ଼ୀଙ୍କୁ ବାଦାମବାଡ଼ି ଥାନାଧିକାରୀ, ଗୋପାଳକୃଷ୍ଣ ଜେନାଙ୍କୁ ଭୁବନେଶ୍ୱର ସ୍ପେଶାଲ କ୍ରାଇମ ୟୁନିଟ୍‌, ବିକାଶ ନନ୍ଦନ ଜେନାଙ୍କୁ ଭୁବନେଶ୍ୱର ଡିଆଇବି, ଚିନ୍ତେଶ୍ୱର ମୁଣ୍ଡାଙ୍କୁ ଶହୀଦନଗର ଅତିରିକ୍ତ ଥାନାଧିକାରୀଭାବେ ବଦଳି କରାଯାଇଛି। ସେହିପରି ପାହାଳ ଥାନା ଦାୟିତ୍ୱରେ ଥିବା ଏସ୍‌ଆଇ ଷ୍ଟାଲିନ ବିଶ୍ୱାଳଙ୍କୁ ନୟାପଲ୍ଲୀ ଥାନା, କମିଶନରେଟ ପୋଲିସ ମୁଖ୍ୟାଳୟରେ ଥିବା ଏସ୍‌ଆଇ ବାବାଜି ଚନ୍ଦ୍ର କୁଅଁରଙ୍କୁ ଚୌଦ୍ୱାର ଥାନା ଓ ଏସ୍‌ଆଇ ପୁଷ୍ପାରାଣୀ ନାଏକଙ୍କୁ କଟକ ମହିଳା ଥାନାକୁ ବଦଳି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ଜେପି ନଡ୍ଡା

ଭୁବନେଶ୍ୱର,୧୫ା୫: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ସାରିଛନ୍ତି। ପରେ ଏକ ହୋଟେଲରେ ଭାଜପା ମହିଳା କାର୍ଯ୍ୟକର୍ତ୍ତାଙ୍କ...

ଓଡ଼ିଶା ଆସୁଛନ୍ତି ହେମାମାଳିନୀ

ଭୁବନେଶ୍ୱର,୧୫ା୫: ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ବେଶ୍‌ ସରଗରମ ହୋଇପଡ଼ିଛି। କେନ୍ଦ୍ରରୁ ଓଡ଼ିଶାକୁ ଭାଜପାର ହେଭିଓ୍ବେଟ୍‌ ନେତା ଘନଘନ ପ୍ରଚାରରେ ଆସୁଛନ୍ତି।  ବଲିଉଡ୍‌ ଅଭିନେତ୍ରୀ ତଥା...

ଭାଜପା ସରକାର ଜନବିରୋଧୀ ସରକାର: ପାଣ୍ଡିଆନ

ଦେବଗଡ଼,୧୫ା୫: ଦେବଗଡ଼ରେ ଦଳୀୟ କର୍ମୀଙ୍କ ପାଇଁ ବୁଧବାର ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସମୟରେ ୫-ଟି ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା...

ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ଏହି ୩ ବଡ଼ ପ୍ରତିଶ୍ରୁତି, କହିଲେ…

ଦେବଗଡ଼,୧୫ା୫: ଦେବଗଡ଼ରେ ଦଳୀୟ କର୍ମୀଙ୍କ ପାଇଁ ବୁଧବାର ଜୋର୍‌ଦାର୍‌ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନା ଯଥା ବିଏସ୍‌କେଓ୍ବାଇ...

ଦାନା ବାନ୍ଧୁଛି ବଡ଼ ଲଘୁଚାପ! ଏହି ସବୁ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୫।୫: ରାଜ୍ୟରେ ଆହୁରି ଦୁଇ ଦିନ ରହିବ କାଳବୈଶାଖୀ ପ୍ରଭାବ । ଫଳରେ ଆଜି କେତେକ ଜିଲାରେ ବର୍ଷା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।...

ଲଞ୍ଚ ହେଲା ମୋ ବୁଥ ଆପ୍‌, ଏମିତି ଜାଣିବେ କେଉଁଠି ଦେବେ ଭୋଟ୍‌

ଭୁବନେଶ୍ୱର,୧୫।୫: ଲଞ୍ଚ ହେଲା ମୋ ବୁଥ ଆପ୍‌ । ଆପ୍‌ ଉନ୍ମୋଚନ କରିଛନ୍ତି ଓଡିଶାର ନିର୍ବାଚନ ଅଧିକାରୀ । ଏହି ଆପ ଏବଂ ୱେବସାଇଟରୁ ଭୋଟରମାନେ...

ଡମ୍ବରୁଧରଙ୍କ ମୃତ୍ୟୁରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫।୫: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲାକାଙ୍କ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୮୯ ବର୍ଷ ବୟସରେ ତାଙ୍କ...

ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲାକାଙ୍କ ପରଲୋକ

ବିଷମ କଟକ,୧୫।୫(ବିଭୂତି ଭୂଷଣ ନାୟକ): ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲାକଙ୍କ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୮୯...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri