Odisha Elections 2024
Posted inଗଜପତି

କର୍ଦ୍ଦମାକ୍ତ ଅବସ୍ଥାରେ ରାଜରାସ୍ତା

ପାରଳାଖେମୁଣ୍ଡି,୩।୭(ଡି.ଏନ୍‌.ଏ.): ଗୋଷାଣୀ ବ୍ଲକ ଗାରବନ୍ଧା-ଲାବଣ୍ୟଗଡ ରାଜ ରାସ୍ତା କର୍ଦ୍ଦମାକ୍ତ ଅବସ୍ଥାରେ ପଡିରହିଛି । ଏହି ରାସ୍ତାର ଏକ ପଖୋରୀ ଖନନ ଲାଗି ବହୁ ଦିନରୁ ଟେଣ୍ଡର ହୋଇଥିଲେ ମଧ୍ୟ ବର୍ଷାଦିନେ ଠିକାଦାର ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗିଥିବାରୁ ତୁରନ୍ତ ଏହାକୁ ଖନନ କରାଯାଉଛି । ଅପରପକ୍ଷରେ ବର୍ତ୍ତମାନ ଘୋଷଯାତ୍ରା ଆରମ୍ଭ ହୋଇଥିବାରୁ ପ୍ରଶାସନିକ ବ୍ୟସ୍ଥତାର ଫାଇଦା ଉଠାଉ ଠିକାଦାର ଜଣକ ଶନିବାରରୁ ଏହି ଖନନ କାମ ଆରମ୍ଭ କରିଛନ୍ତି । ଏହି ପଖୋରୀ ଖନନ ଯୋଗୁ ଟ୍ରାକ୍ଟର ମାଧ୍ୟମରେ କର୍ଦମାକ୍ତ ସାମଗ୍ରୀ ଗୁଡିକୁ ବୁହାଯାଇ ଅନ୍ୟତ୍ର ପକାଯାଉଛି । ଏହା ରାଜପଥ ଦେଇ ଯାତାୟାତ କରୁଥିବାରୁ ରାସ୍ତାର ପ୍ରାୟ ଅଧିକାଂଶ ସ୍ଥାନ କର୍ଦ୍ଦମାକ୍ତ ହୋଇପଡିଛି। ଫଳରେ ଯାତାୟାତ କରୁଥିବା ଯାନବାହାନ ଗୁଡିକ ଏହି କାଦୁଅ ରାସ୍ତାର ସଂସ୍ପର୍ଷରେ ଆସି ଦୁର୍ଘଟଣାର ଶିକାର ହେଉଛନ୍ତି। ଆଜି ପ୍ରାୟ ୩ରୁ୪ ଗାଡି ଏହି କାଦୁଅ ରାସ୍ତା ଯୋଗୁ ଦୁର୍ଘଟଣା ଘଟିଥିବା ବେଳେ କୌଣସି ଧନଜୀବନ ନଷ୍ଟ ହୋଇ ନାହିଁ । ଏପରି ବର୍ଷା ଦିନରେ ପଖୋରୀ ଖନନ କରାଯାଉଥିବା ଏବଂ ଠିକାଦାର ବେଫିକର ଭାବେ ଲୋକଙ୍କ ଜୀବନ ସହ ଖେଳ ଖେଳି ରାସ୍ତାକୁ କର୍ଦ୍ଦମାକ୍ତ କରୁଥିବାକୁ ନେଇ ସାଧାରଣରେ ନା ପସନ୍ଦ କରାଯାଇଥିବା ବେଳେ ଏପରି କାର୍ଯ୍ୟକୁ ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ବନ୍ଦ କରିବା ପାଇଁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ପାରଳାଖେମୁଣ୍ଡି,୧୯ା୫(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୁରାଣ୍ଡି ଥାନା ଅନ୍ତର୍ଗତ ସରଦାପୁର ବ୍ରିଜ୍‌ ପାଖରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତ ଯୁବକଙ୍କ ନାଁ ପ୍ରଶାନ୍ତ ଜେନା(୨୩)।...

ଭୋଟ ବର୍ଜନ କଲେ ଅଞ୍ଚଳବାସୀ

ମୋହନା,୧୪/୫(ମନ୍ମଥ ମିଶ୍ର):ସାଧାରଣ ନିର୍ବାଚନ ପାଇଁ ସୋମବାର ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଛି। ଗଜପତି ଜିଲା ମୋହନା ନିର୍ବାଚନ ମଣ୍ଡଳୀରେ ଶାନ୍ତିପୂର୍ଣ୍ଣ ଭାବେ ୨୯୭ଟି ଭୋଟ...

କଳାଧାନ ଚାଷ: ଜଳାଭାବ ଯୋଗୁ ଆଶଙ୍କାରେ ଚାଷୀ

ପାରଳାଖେମୁଣ୍ଡି, ୯ା୫ (ଗିରିଧାରୀ ପରିଛା):ଗଜପତି ଜିଲାରେ ମୂଲ୍ୟବାନ କଳାଧାନ ଚାଷ ହେଉଛି। ଏହି କଳା ଧାନ ଚାଷ ଓଡ଼ିଶାର ବରଗଡ ଜିଲା ସମେତ ଅନ୍ୟାନ୍ୟ ଜିଲାରେ...

ପାଣି ସମସ୍ୟା ପାଇଁ ମୁଖ୍ୟ ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଆର,ଉଦୟଗିରି, ୫।୫(ମନୋଜ କୁମାର ପାଢୀ): ପାଣି ପାଇଁ ରାସ୍ତା ରୋକେ କଲେ ଆର,ଉଦୟଗିରି ବ୍ଳକର ଛେଳିଗଡ ଗ୍ରାମବାସୀ। ଗ୍ରାମର ଖ୍ରୀଷ୍ଟିଆନ୍ ସାହି ଲୋକମାନଙ୍କୁ କିଛି ଦିନ...

ଭଲ ଲୋକଙ୍କୁ ଭୋଟ ଦିଅନ୍ତୁ: ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି, ୫।୫ (ଗିରିଧାରୀ ପରିଛା):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ଗଜପତି ଜିଲା ପାରଳାଖେମୁଣ୍ଡିଠାରେ ନିର୍ବାଚନ ପ୍ରଚାର କରିଛନ୍ତି।...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ବିଳମ୍ବରେ ମିଳୁଛି ଦରମା

ମୋହନା,୨୧ା୪(ମନ୍ମଥ ମିଶ୍ର)ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କର୍ମଚାରୀଙ୍କ ଅଶାନ୍ତି ଦେଖାଦେଇଛି । ଦିନରାତି ପରିଶ୍ରମ କଲେ ବି କର୍ମଚାରୀଙ୍କୁ ମିଳୁନି ଠିକ...

ମନ୍ଦିର ପୂଜାରୀଙ୍କ ଘରେ କଳାକନା ବୁଲାଇଲେ ଚୋର

ଚାନ୍ଦିପୁଟ,୧୪ା୪(କେ. ପ୍ରମୋଦ କୁମାର ଦୋରା)- ଗଜପତି ଜିଲା ମୋହନା ଥାନା ଅଧୀନ ଚାନ୍ଦିପୁଟ ଗ୍ରାମର ଚନ୍ଦ୍ରଶେଖର ମନ୍ଦିର ପୂଜାରୀ ଉଦୟନାଥ ମହାପାତ୍ରଙ୍କ ଘରୁ ଚୋରି ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri