ସାପଧରାଳିଙ୍କ ଘରେ ୧୯ ଛୁଆ ଦେଲା ତମ୍ପ

କାକଟପୁର,୨୮।୬(ଡି.ଏନ୍‌.ଏ.)- ପୁରୀ ଜିଲା କାକଟପୁର ବ୍ଲକ ଅନ୍ତର୍ଗତ ବାଜପୁର ଗାଁର ସାପଧରାଳି ବ୍ରଜକିଶୋର ସାହୁଙ୍କ ଘରେ ମଙ୍ଗଳବାର ତମ୍ପ ସାପର ୧୯ଟି ଅଣ୍ଡା ଫୁଟି ଜନ୍ମ ହୋଇଛନ୍ତି ୧୯ଟି ଛୁଆ। ପରେ ବ୍ରଜକିଶୋର ଉକ୍ତ ଛୁଆଗୁଡ଼ିକୁ ଉଦ୍ଧାର କରି ସ୍ଥାନୀୟ ବନଖଣ୍ଡକୁ ହସ୍ତାନ୍ତର କରିଛନ୍ତି। ସୂଚନା ମୁତାବକ, ପ୍ରାୟ ୨ ମାସ ପୂର୍ବରୁ କୋଣାର୍କର ଜଣେ ବ୍ୟକ୍ତିଙ୍କ ଘରୁ ଏକ ସାପ ଥିବା ଖବରପାଇ କାକଟପୁରର ସାପଧରାଳି ବ୍ରଜକିଶୋର ସେଠାକୁ ଯାଇ ଗୋଟିଏ ବିଷଧର ତମ୍ପକୁ ଉଦ୍ଧାର କରିଥିଲେ। ରାତି ହୋଇଯାଇଥିବାରୁ ସାପଟିକୁ ଘରକୁ ଆଣି ଗୋଟିଏ ଡବାରେ ରଖିଥିଲେ। ପରଦିନ ସକାଳୁ ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରିବା ପାଇଁ ଡବା ଖୋଲିବାବେଳେ ଉକ୍ତ ସାପଟି ୧୯ଟି ଅଣ୍ଡା ଦେଇଥିବା ଦେଖିଥିଲେ। ଉକ୍ତ ସାପଟିକୁ ବନ ବିଭାଗକୁ ହସ୍ତାନ୍ତର କରି ଅଣ୍ଡା ଦେବା ବାବଦରେ ତତ୍କାଳୀନ ଜଙ୍ଗଲ ଅଧିକାରୀ ସବୀର ସାହୁଙ୍କୁ ସୂଚନା ଦେଇଥିଲେ। କିନ୍ତୁ ଉକ୍ତ ଅଣ୍ଡାଗୁଡିକର ଯତ୍ନ ନେବା ପାଇଁ ବ୍ରଜକିଶୋର ବନ ବିଭାଗକୁ କହିବାରୁ ଅଧିକାରୀ ରାଜି ହୋଇଥିଲେ। ଅଣ୍ଡାରୁ ଛୁଆ ଫୁଟିବା ପର୍ଯ୍ୟନ୍ତ ଅଣ୍ଡାଗୁଡିକର ଯତ୍ନ ନେଇଥିଲେ ବ୍ରଜକିଶୋର। ତେବେ ମଙ୍ଗଳବାର ସକାଳେ ସେ ଦେଖିବାବେଳେ ସେହି ଡବାରେ ଅଣ୍ଡାଗୁଡିକ ଫୁଟି ତମ୍ପ ଛୁଆ ଜନ୍ମ ନେଇଥିଲେ। ଏହି ଖବର ପ୍ରଚାର ହେବା ପରେ ସାପ ଛୁଆଗୁଡ଼ିକୁ ଦେଖିବାକୁ ବ୍ରଜକିଶୋରଙ୍କ ଘରେ ଲୋକଙ୍କ ଭିଡ଼ ଜମିଥିଲା। ପରେ ବ୍ରଜକିଶୋର ବନ ବିଭାଗକୁ ଜଣାଇ ସାପଛୁଆଗୁଡ଼ିକୁ ହସ୍ତାନ୍ତର କରିଥିଲେ। ସାପଧରାଳି ବ୍ରଜକିଶୋରଙ୍କ ଏଭଳି ପ୍ରୟାସ ପାଇଁ ବୁଦ୍ଧିଜୀବୀମାନେ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com
Featured Video Play Icon

ଏମ୍ସର ସଫଳତା,ଖପୁରୀରୁ ବାହାରିଲା ୭କେଜି ଟ୍ୟୁମର

ଭୁବନେଶ୍ୱର,୭।୫(ଅସମାପିକା ସାହୁ)- ଏମ୍ସ ଭୁବନେଶ୍ୱରରେ ଏକ ବିରଳ ସିନୋଭିଆଲ ସାର୍କୋମା ଟ୍ୟୁମରର ସଫଳ ଅସ୍ତ୍ରୋପଚାର କରାଯାଇଛି। ଜଣେ ୫୧ବର୍ଷୀୟ ବ୍ୟକ୍ତିଙ୍କ ଖପୁରୀର ଉପର ଅଂଶରୁ ପ୍ରାୟ...

ବୁଧବାର ଏହି ୭ ଜିଲାରେ ପ୍ରବଳ ବର୍ଷିବ, ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୭।୫(ଅସମାପିକା ସାହୁ)- ତାତିରୁ ମିଳିଛି ଆଶ୍ୱସ୍ତି। ରାଜ୍ୟର ଅଧିକାଂଶ ସହରରେ କାଳବୈଶାଖୀ ବର୍ଷା ଯୋଗୁ ତାପମାତ୍ରା ହ୍ରାସ ପାଇଥିବା ଦେଖାଯାଇଛି। ଦକ୍ଷିଣ ଝାଡ଼ଖଣ୍ଡରୁ ଏକ...

ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ: ପ୍ରଥମ ଦିନରେ କେହି ପ୍ରାର୍ଥିପତ୍ର କଲେନି ଦାଖଲ

କଟକ,୭ା୫ (କାର୍ତ୍ତିକ ସାହୁ) ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀର ୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ବିଧିବଦ୍ଧ...

ଭାଜପାର ଷ୍ଟାର ପ୍ରଚାରକ ତାଲିକା: ବାଦ୍‌ ପଡିଲେ ଅପରାଜିତା, ସମ୍ବିତ ପାତ୍ର

ଭୁବନେଶ୍ୱର,୭।୫: ରାଜ୍ୟର ବିଧାନସଭା ଓ ଲୋକ ସଭା ନିର୍ବାଚନ ପାଇଁ ଭାଜପା ଆଜି ତା’ର ସଂଶୋଧିତ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି । ଭୁବନେଶ୍ୱର...

ତାଣ୍ଡବ ରଚିଲା କାଳବୈଶାଖୀ

କୋକସରା,୭।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାଳବୈଶାଖୀ ଆଣିଛି ତାତିରୁ ଶାନ୍ତି, ହେଲେ ଏହାର ପ୍ରଭାବରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ...

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l...

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ

ଫୁଲବାଣୀ,୭ା୫(ରାକେଶ କୁମାର ରାଉତ): କେକେବିଏନ୍‌ ମାଓବାଦୀ ସଂଗଠନର ଜଣେ କ୍ୟାଡର ମାଓବାଦୀ ଦକ୍ଷିଣାଞ୍ଚଳ ଆଇଜି ଜେ.ଏନ୍‌.ପଙ୍କଜଙ୍କ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri