ଟାଟା କମ୍ପାନୀ ସିକ୍ୟୁରିଟି ଅଫିସରଙ୍କ ନାଁରେ ୨ ଏତଲା

ଛତ୍ରପୁର,୨୩ା୬ଡି.ଏନ.ଏ.): ଛତ୍ରପୁର ବ୍ଲକ କାଳିପଲ୍ଳୀ ନିକଟରେ ଟାଟା କମ୍ପାନୀ ଅଧିକୃତ ଜମିରେ ପ୍ରକଳ୍ପକୁ ସ୍ଥାନୀୟ ଲୋକଙ୍କ ବିରୋଧ ଜାରି ରହିଛି ା ଆନ୍ଦୋଳନ ଯୋଗୁ ଉକ୍ତ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି ା ଅନ୍ୟପକ୍ଷରେ ପୂର୍ବତନ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତ୍ରିପାକ୍ଷିକ ଆଲୋଚନା ବୈଠକରୁ କୌଣସି ନିଷ୍କର୍ସ ବାହାରି ନ ଥିବାରୁ ଆନ୍ଦୋଳନ ଆହୁରି ତୀବ୍ର ହୋଇଛି ା ତେଣୁ ପ୍ରକଳ୍ପ ନିର୍ମାଣ ସ୍ଥଳରେ କାଳିପଲ୍ଳୀ ଗ୍ରାମବାସୀଙ୍କ ଆନ୍ଦୋଳନ ଜାରି ରହିଛି ା ସ୍ଥାନୀୟ ଲୋକଙ୍କୁ ସ୍ଥାୟୀ ନିଯୁକ୍ତି ନେଇ ଲିଖିତ ପ୍ରତିଶ୍ରୁତି ନ ଦେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିବ ବୋଲି ଗ୍ରାମବାସୀ କହିଛନ୍ତି। ଦୁଇ ଦିନ ମଧ୍ୟରେ ଉକ୍ତ ଗାଁରେ ଛତ୍ରପୁର ଉପଜିଲାପାଳ ଓ ଏସଡିପିଓଙ୍କ ଉପସ୍ଥିତିରେ ଗ୍ରାମବାସୀଙ୍କ ବୈଠକ ହେବ ଏବଂ ଖୁବଶୀଘ୍ର ଏହା ସମାଧାନ ହେବ ବୋଲି ଜିଲାପାଳଙ୍କ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଥିଲା ା ମାତ୍ର ତକତ୍ାଳୀନ ଜିଲାପାଳଙ୍କ ବଦଳି ପରେ ଏସବୁ କିଛି କାର୍ଯ୍ୟକାରୀ ହୋଇନି। ପୋଲିସ ଓ ପ୍ରଶାସନିକ ଅଧିକାରୀ ନିରବ ବସିଛନ୍ତି। ଅନ୍ୟପକ୍ଷରେ ଆନ୍ଦୋଳନ ଲାଗି ଟାଟା ଷ୍ଟିଲ ସେଜ୍‌ର ସିକ୍ୟୁରିଟି ଅଫିସରଙ୍କ ପକ୍ଷରୁ କାଲିପଲ୍ଳୀ ଗାଁର ୮୦ ଜଣ ଏବଂ ୧୩ ତାରିଖରେ ୪୫୦ ଜଣଙ୍କ ନାଁରେ ଏତଲା ଦିଆଯାଇଥିଲା ା ଏହା ଜାଣିବା ପରେ ମଙ୍ଗଳବାର ରାତିରେ ଗାଁରେ ଏକ ବୈଠକ ବସି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ା ବୁଧବାର ଗ୍ରାମବାସୀ ଚମାଖଣ୍ଡି ଥାନାକୁ ଆସି ଟାଟା କମ୍ପାନୀ ବିରୋଧରେ ନାରାବାଜି କରିଥିଲେ ା ଏଥିସହ ଟାଟା କମ୍ପାନୀ ସେଜ୍‌ର ସିକ୍ୟୁରିଟି ଅଫିସରଙ୍କ ନାଁରେ ଗାଁର ମୁରଲୀ ସାହୁ ଓ ଏସ୍‌.ଗଣେଶ ପାତ୍ରଙ୍କ ପକ୍ଷରୁ ଗୋଟିଏ ଏତଲା ଦିଆଯାଇଛି। ସେହିପରି ଅନ୍ୟ ଏକ ଏତଲା ପରମେଶ୍ୱର ସେଠୀ ଜାତିଆଣ ଆକ୍ଷେପକୁ ନେଇ ଟାଟା ଷ୍ଟିଲ ସେଜ୍‌ର ସିକ୍ୟୁରିଟି ଅଫିସର ଆଶୋକ କୁମାର ରାୟଙ୍କ ନାଁରେ ଏତଲା ଦେଇଛନ୍ତି। ସୂଚନାଯୋଗ୍ୟ, ଟାଟା କମ୍ପାନୀ ଇସ୍ପାତ କାରଖାନା ପାଇଁ କାଳିପଲ୍ଳୀ ଏବଂ ନିକଟସ୍ଥ ଅଞ୍ଚଳରେ ୧୯୯୬ରେ ଜମି ଅଧିଗ୍ରହଣ ହୋଇଥିଲା ା ଦୀର୍ଘ ୨୫ ବର୍ଷ ପରେ ମଧ୍ୟ କମ୍ପାନୀ ପକ୍ଷରୁ ଜମି ହରାଇଥିବା ପରିବାରର ସଦସ୍ୟଙ୍କୁ ନିଯୁକ୍ତି ଦିଆଯାଇନାହିଁ। ଏବେ କାଳିପଲ୍ଳୀ ନିକଟ ଉକ୍ତ ଜମିରେ ଟାଟା କମ୍ପାନୀ ଠାରୁ ଲିଜ୍‌ ନେଇ ଦୀପକ ଫଟିଲାଇଜର କମ୍ପାନୀ ସ୍ଥାପନ ପାଇଁ ନିର୍ମାଣ କାର୍ଯ୍ୟ ଚାଲିଥିଲା ା ଏହି କାମକୁ ସ୍ଥାନୀୟ ଶତାଧିକ ଲୋକେ ବିରୋଧ କରିବା ସହ ନିଯୁକ୍ତି ଦାବିରେ ଆନ୍ଦୋଳନରେ ବସଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୂର ହେବ ଶିକ୍ଷକଙ୍କ ସମସ୍ୟା, ଶିଶୁ ଉତ୍ସବରେ ଯୋଗଦେଇ ପ୍ରତିଶୃତି ଦେଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର, ୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଦୁଇଦିନ ଧରି ଓଷ୍ଠା ପକ୍ଷରୁ ଚାଲିଥିବା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ରବିବାର...

ଧରିତ୍ରୀର ପ୍ରଭାବ: ବେସାହାରା ଭାଇ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୨୧।୧୨(ବିଦ୍ୟାଧର ସାହୁ ): ଧରିତ୍ରୀରେ ଖବର ପ୍ରକାଶ ପରେ ପଡିଲା ପ୍ରଭାବ । ବେସାହାରା ଭାଇଭଉଣୀକୁ ସାହାଯ୍ୟର ହାତ ବଢ଼ାଇଲେ ଛତ୍ରପୁର ବିଧାୟକ । ଗଞ୍ଜାମ...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

ରାଜ୍ୟ ପାଇଁ ଗୌରବ ଆଣିଲେ ରଞ୍ଜନା: ଥାଇଲାଣ୍ଡରୁ ରୌପ୍ୟ ପଦକ ପାଇ…

ପୁରୁଷୋତ୍ତମପୁର,୨୦।୧୨ (ସବିତା ମିଶ୍ର): ଥାଇଲାଣ୍ଡରେ ଚାଲିଥିବା ଅନ୍ତର୍ଜାତୀୟ ପାରା ଆଥ୍ଲେଟିକ ପ୍ରତିଯୋଗିତାରେ ଗଞ୍ଜାମ ଜଲା ପୁରୁଷୋତ୍ତମପୁର ବ୍ଳକ କୁଶପୁର ଗ୍ରାମର ରଞ୍ଜନା ନାୟକ ଦୁଇଗୋଟି ରୌପ୍ୟ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

ମଦନମୋହନପୁରରେ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଅନାବରଣ

ଦିଗପହଣ୍ଡି,୨୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସ୍ଥିତ ମଦନମୋହନପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ପଣ୍ଡିତ ଗୋପବନ୍ଧୁ...

ଦିବ୍ୟ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡ଼ା ଉଦଯାପିତ: ଶ୍ରେଷ୍ଠ କ୍ରୀଡ଼ାବିତଙ୍କୁ ପୁରସ୍କୃତ କଲେ ମୁଖ୍ୟ ଅତିଥି

ଦିଗପହଣ୍ଡି,୨୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଦିବ୍ୟ ପବ୍ଲିକ ସ୍କୁଲ ପରିସରରେ ତିନି ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଶନିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri