୫୦ବର୍ଷ ପାଇଁ ସହର ନବୀକରଣ ଯୋଜନା

ଜଗତ୍‌ସିଂହପୁର ଅଫିସ,୧୩ା୫: ଜଗତ୍‌ସିଂହପୁର ଏକ ମଧ୍ୟମ ଶ୍ରେଣୀର ସହର। ୧୯୮୫ ମସିହା ପରଠାରୁ ସହର ସମେତ ଜିଲାରେ ମାଷ୍ଟର ପ୍ଲାନ ହୋଇନାହିଁ, ଯେଉଁଥିପାଇଁ ସହରଟି ଦିନକୁଦିନ ଅସଜଡା ଅବସ୍ଥାକୁ ଚାଲିଯାଇଛି। ଏଥିଯୋଗୁ ଟ୍ରାଫିକ ସମସ୍ୟାଠାରୁ ଆରମ୍ଭ କରି ବର୍ଜ୍ୟବସ୍ତୁ ପରିଚାଳନା, ବ୍ୟବସାୟ ଆଦି ବିଭିନ୍ନ କ୍ଷେତ୍ରରେ ଅସୁବିଧା ହେଉଛି। ବିଳମ୍ବରେ ହେଉ ପଛେ ୫୦ ବର୍ଷ ପାଇଁ ସହରର ନବୀକରଣ ଯୋଜନାର ମାଷ୍ଟର ପ୍ଲାନ ହେବା ନେଇ ପ୍ରକ୍ରିୟା ଚାଲିଛି। ବାଙ୍ଗାଲୋରର ସ୍କାଏ ଗ୍ରୁପ ନାମକ ସଂସ୍ଥାକୁ ଏହି ଯୋଜନା ପ୍ରସ୍ତୁତି କାମ ଦିଆଯାଇଛି। ଉକ୍ତ ସଂସ୍ଥା ଜଗତ୍‌ସିଂହପୁର ଆଞ୍ଚଳିକ ଉନ୍ନୟନ ଟ୍ରଷ୍ଟ (ଜେଆର୍‌ଆଇଟି) ସହ ୨୬ା୫ା୧୮ରେ ରାଜିନାମା ସ୍ବାକ୍ଷରିତ କରିଥିଲା। ରାଜିନାମା ଅନୁଯାୟୀ, ୨୩ା୭ା୧୯ ଭିତରେ ଏହି ସଂସ୍ଥା ମାଷ୍ଟର ପ୍ଲାନ କରିବାକୁ ସମୟ ଦିଆଯାଇଥିଲା। କିନ୍ତୁ ଅବଧି ସରିବାର ଏଥିମଧ୍ୟରେ ପାଖାପାଖି ୩ ବର୍ଷ ହୋଇଯାଇଥିଲେ ସୁଦ୍ଧା ଯୋଜନା ଆଗେଇ ପାରୁ ନ ଥିଲା। କାରଣ କରୋନା ମହାମାରୀ ଯୋଗୁ ସମସ୍ତ କାର୍ଯ୍ୟରେ ବାଧା ଉପୁଜିଥିବା କୁହାଯାଇଥିଲା। ଗୁରୁବାର ଏହି ପ୍ଲାନ ନେଇ ଭାଗୀଦାରି ବୈଠକ ପରେ ପ୍ରକଳ୍ପ ଆଗେଇବ ବୋଲି ଆଶା ସଞ୍ଚାର ହୋଇଛି।
ପ୍ଲାନ କରିବା ଦାୟିତ୍ୱ ନେଲା ପରେ ସ୍କାଏ ଗ୍ରୁପ୍‌କୁ ଓର୍‌ସାକ ଦ୍ୱାରା ଉତ୍ତୋଳିତ ସାଟେଲାଇଟ୍‌ ଡାଟା ଓ ଅନ୍ୟ ତଥ୍ୟ ଜେଆର୍‌ଆଇଟି ପକ୍ଷରୁ ଯୋଗାଇ ଦିଆଯାଇଥିଲା। ତାହା ପରେ ସ୍କାଏ ଗ୍ରୁପ ଏକ କର୍ମଶାଳା ଓ ପରିକଳ୍ପନା (କନସେପ୍ଟ) ରିପୋର୍ଟ ପ୍ରସ୍ତୁତ କରିଥିଲା। ପରିକଳ୍ପନା ରିପୋର୍ଟ ଉପରେ ଗୁରୁବାର ଭାଗୀଦାରିମାନଙ୍କୁ ନେଇ କର୍ମଶାଳା ହୋଇଥିଲା। ପରେ ତଥ୍ୟ ପର୍ଯ୍ୟବେକ୍ଷଣ (ଡାଟା ଭାଲିଡେଶନ୍‌), ସର୍ଭେକ୍ଷଣ ରିପୋର୍ଟ ଓ ଚିଠା (ଡ୍ରାଫ୍ଟ) ମାଷ୍ଟର ପ୍ଲାନ ଉପସ୍ଥାପନ ହେବ। ଏହା ଉପରେ ଜନ ଅଭିଯୋଗ ଶୁଣାଣି ପରେ ଶେଷରେ ଚୂଡାନ୍ତ ମାଷ୍ଟର ପ୍ଲାନ ପ୍ରକାଶ ପାଇବ। ଗୁରୁବାର ଜଗତ୍‌ସିଂହପୁର ଆଞ୍ଚଳିକ ଉନ୍ନୟନ ସଂସ୍ଥା (ଜେଆର୍‌ଆଇଟି) ପକ୍ଷରୁ ଜଗତ୍‌ସିଂହପୁର ପୌରାଞ୍ଚଳ ତଥା ତତ୍‌ସଂଲଗ୍ନ ୨୨ଟି ରାଜସ୍ବ ଗ୍ରାମ, ତିର୍ତ୍ତୋଲ ବ୍ଲକର ୨୧, ରଘୁନାଥପୁରର ୧୦, ବିରିଡ଼ିର ୧୨ ଓ ବାଲିକୁଦା ବ୍ଲକର ୮ଟି ରାଜସ୍ବ ଗ୍ରାମକୁ ମିଶାଇ ମୋଟ ୯୩ଟି ମୌଜାର ୧୧୪ ବର୍ଗ କି.ମି.କୁ ନେଇ ଜିଆଇଏସ୍‌ ପଦ୍ଧତିରେ ପ୍ରସ୍ତୁତ ହେବାକୁ ଥିବା ମାଷ୍ଟର ପ୍ଲାନର ଭାଗୀଦାରି ବୈଠକରେ ଅନେକ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିଲା। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସରକାରଙ୍କ ସହର ଯୋଜନା ନିର୍ଦ୍ଦେଶକ ଶୁଭେନ୍ଦ୍ର ମିଶ୍ର ଯୋଗ ଦେଇଥିଲେ। ସ୍କାଏ ଗ୍ରୁପ ସଂସ୍ଥାର ସହର ଯୋଜନାକାରୀ (ଟାଉନ ପ୍ଲାନର) ସଂଗୃହୀତ ତଥ୍ୟ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ। ଏଥିରେ ମାଷ୍ଟର ପ୍ଲାନ ଅଞ୍ଚଳ ଅଧୀନସ୍ଥ ତହସିଲଦାର, ବିଡିଓ, ପୌର ନିର୍ବାହୀ ଅଧିକାରୀ ଓ ଜିଲାସ୍ତରୀୟ ଅଧିକାରୀ ତଥା ସରପଞ୍ଚମାନେ ଉପସ୍ଥିତ ଥିଲେ। ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ସାହୁ, ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଡ. ରୁଦ୍ରନାରାୟଣ ଦାଶ କେତେକ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ଶେଷରେ ଜେଆର୍‌ଆଇଟି ସଚିବ କୀର୍ତ୍ତନ ବିହାରୀ ନାୟକ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୨୯।୪: ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କନାଳ ଜିଲାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri